ମୌଳିକ ଶିଳା
ପ୍ରକୃତିରେ ତିନି ପ୍ରକାରର ମୌଳିକ ଶିଳା ଦେଖାଯାଏ । ଏଗୁଡିକ ହେଲା ଆଗ୍ନେୟଶିଳା, ସ୍ତରୀୟ ଶିଳା ଓ ରୂପାନ୍ତରିତ ଶିଳା ।
୧. ଆଗ୍ନେୟଶିଳା : ମାଗ୍ନା ( ତରଳ ପଦାର୍ଥ ) ର ଘନୀକରଣ ଦ୍ଵାରା ଆଗ୍ନେୟ ଶିଳା ସୃଷ୍ଟି ହୋଇଥାଏ ଯାହାକି ଭୂଆଭ୍ୟନ୍ତରର ଅତି ଗଭୀର ଭାଗରେ ରହିଥାଏ ଏବଂ ଲାଭା ରୂପରେ ଅନ୍ୟାନ୍ୟ ସହଚର ବସ୍ତୁ ସହିତ ଭୂତ୍ଵକ ରେ ଆଗ୍ନେୟଗିରି (ଜ୍ଵାଳାମୁଖୀ ) ଓ ସଂଚ୍ୟୁତି ମାଧ୍ୟମରେ ଭୂପୃଷ୍ଠକୁ ଆସି ପହଞ୍ଚିଥାଏ , , ଉଦାହରଣ – ଗ୍ରାନାଇଟ , ବାସାଲଟ,ରାୟୋଲାଇଟ ଇତ୍ୟାଦି ।
ଫଟୋଚିତ୍ର ୧.୧ ଗ୍ରାନାଇଟର ନମୁନା , ଏକ ପ୍ରକାର ଆଗ୍ନେୟଶିଳା |
ଫଟୋଚିତ୍ର ୧.୨ ବାଲିଆପଥର ଓ କର୍ଦ୍ଦମପଥର ନମୁନା ଦର୍ଶାଏ |
ଫଟୋଚିତ୍ର , ୧.୩ ଗ୍ରାନାଇଟ ନିସ ଏବଂ ଏବଂ ମାର୍ବଲ କୁ ଦର୍ଶାଏ |
ଭୂମିରୂପ
ସଂରଚକ-----ଭୂତ୍ଵକର ହାରାହାରି (ଆପେକ୍ଷିକ ଓଜନ % ରେ)
ସିଲିକା--- (୬୩.୫)ଆଲୁମିନା--- (୧୫.୯)କାଲସିୟମ--- (CaO)୪.୯ସୋଡିୟମ (O )---୩.୩ପୋଟାସିୟମ (O)----୩.୩ଲୌହ (FeO )---୩.୩ମାଗ୍ନେସିୟମ (MgO )୨.୯ଅଙ୍ଗାରକ (C)---ଉଦଜାନ (O)----
ଭୂମିରୂପ ଦୁଇଟି ଉତ୍ସରୁ ସୃଷ୍ଟି ହୋଇଥାଏ ,ଯଥା ଆଭ୍ୟନ୍ତରୀଣ ଉତ୍ସ ଓ ବାହ୍ୟଉତ୍ସ-
ଭୂମିରୂପ ନିମ୍ନଲିଖିତ ତିନିପ୍ରକାରର ଆଭ୍ୟନ୍ତରୀଣ ଉତ୍ସରୁ ସୃଷ୍ଟି ହୋଇଥାଏ ।
- ଆଗ୍ନେୟ : ଶିଙ୍କୁ ଓ ଆଗ୍ନେୟ ମୁଖ , ଲାଭା ସ୍ରୋତ , ମାଳଭୂମି , ଶିରା , ପ୍ଲଗ ।
- ଭୂଚଳନ : ଗମ୍ଭୁଜ , ଅବବାହିକା , ଊର୍ଦ୍ଧ୍ଵଭଙ୍ଗ, ଅଧଃଭଙ୍ଗ , ସଂଚ୍ୟୁତି , ସ୍କାର୍ପ ।
- ଡାୟାପିର ସଂଚାଳନ : ଲବଣାକ୍ତ ଗମ୍ଭୁଜ ।ବାହ୍ୟ ଉତ୍ସର କାରକଗୁଡିକ ଦୁଇ ପ୍ରକାରର ଭୂମିରୂପ ଗଠନ କରିଥାନ୍ତି , ଯଥା : ଅପକ୍ଷୟ ବା କ୍ଷୟୀକରଣ କିମ୍ବା ନିକ୍ଷେପଣ।
ଶିଳାଗୁଡିକର ପ୍ରକାର ଉପରେ ନିର୍ଭର କରି ବିଭିନ୍ନ ଭୂମିରୂପ ଗଠିତ ହୋଇଥାଏ । ସ୍ତରୀୟ କିମ୍ବା ବାସାଲଟୀୟ ଆନୁଭୌମିକ ରୂପେ ସ୍ତରୀଭୁତ ଶିଳାରେ ମେସା କିମ୍ବା ବୁଟେ ଓ କ୍ଵେଷ୍ଟା ଦୃଶ୍ୟ ହୋଇଥାଏ । ଗ୍ରାନାଇଟ ଭଳି ଅମ୍ଳୀୟ ଆଗ୍ନେୟ ଶିଳା ଢିପ ବା ହୁଡା ଭଳି ଭୁଆକୃତି ଗଠନ କରେ । ଉକ୍ତ ଭୁଆକୃତି ଇନସେଲବର୍ଗ କିମ୍ବା ଟର ରୂପ ଧାରଣ କରିପାରେ ଯାହାକି ଭୂମିର ଅପକ୍ଷୟ ପରେ ରାହିଜାଇଥିବା ଅବସିଷ୍ଟନ୍ସ ଅଟେ । ଅବନମିତ ଶିଳାଗୁଡିକ କ୍ଵେଷ୍ଟା , ଘୁଷୁରିପିଠିଆ , ଏକାନ୍ତରିତ ହୁଡା ଏବଂ ଉପତ୍ୟାକା ଆକୃତି ପ୍ରଦର୍ଶିତ କରିଥାନ୍ତି ।
କ୍ଷୟସହିଷ୍ଣୁ ଓ କ୍ଷୟଅସହିଷ୍ଣୁ ଶଯ୍ୟା ଥିବା ସ୍ୱଳ୍ପରୁ ମଧ୍ୟମ ଅବନମିତ ସ୍ତରର କ୍ଷୟୀକରଣ କ୍ଵେଷ୍ଟାରେ ପରିଣତ ହୋଇଥାଏ ।
ଯେତେବେଳେ ସ୍ୱଳ୍ପ ଅବନମିତ ସ୍ତର କ୍ଷୟଭୂତ ହୋଇଥାଏ ସେତେବେଳେ ଯେଉଁ ଭୂମିରୂପ ସୃଷ୍ଟି ହୁଏ , ସେଗୁଡିକର ଗୋଟିଏ ପାର୍ଶ୍ଵରେ ଉଦ୍ରୋଚିତ ଅବନମନ ଏବଂ ଅପରପାର୍ଶ୍ଵରେ ତିଖ୍ନ ବିକିଶିତ ହୋଇଥାଏ । ଯଦି ଶିଳାଗୁଡିକର ଅବନମନ ଗଭୀର ହୋଇଥାଏ ତେବେ ଏଭଳି ସ୍ତରର କ୍ଷୟୀକରଣ ଦ୍ଵାରା ଘୁଷୁରିପିଠିଆ ଭୂମିରୂପ ସୃଷ୍ଟି ହୋଇଥାଏ ।
ଅନାଚ୍ଛାଦିତ ଆବଶିଷ୍ଟନ୍ଶ ପାଦଦେଶର ପୃଷ୍ଠ ସହିତ ଇନସେଲବର୍ଗ (କ୍ଷୁଦ୍ର ପର୍ବତ ) ଭଳି ଭୂମିରୂପ ସୃଷ୍ଟି କରିଥାଏ । ଶିଳାର ଅନ୍ତର୍ଭେଦୀ ବସ୍ତୁ କିମ୍ବା ସିରା ଗୁଡିକ ମଧ୍ୟ ପ୍ରକୃତିରେ ଦୃଶ୍ୟମାନ ହୋଇଥାନ୍ତି । ଦେଶୀୟ ଶିଳାର କ୍ଷୟୀକରଣ ସହନୀୟତା ଉପରେ ନିର୍ଭର କରି ରୈଖିକ ହୁଡା କିମ୍ବା ଉପତ୍ୟାକାଗୁଡିକର ସୃଷ୍ଟି ହୋଇଥାଏ । ଚୂନମାୟା ଶିଳା ଗୁଡିକ ଭୂନିମ୍ନ ଭାଗରେ ଦ୍ରବଣ ଗର୍ତ୍ତ ପ୍ରଦର୍ଶିତ କରିଥାନ୍ତି ଯାହାଦ୍ଵାରା କର୍ଷ୍ଟିୟ ଭୂଆକୃତି ମଧ୍ୟରେ ଧସିପଡିଥିବା ଗର୍ତ୍ତ ବା ସଙ୍କହୋଇ ସୃଷ୍ଟି କରିଥାନ୍ତି।
ଶିଳାର ଅବକ୍ଷୟ , କ୍ଷୟୀକରଣ ଓ ନିକ୍ଷେପଣ
ଅବକ୍ଷୟ :
ଭୂପୃଷ୍ଠରେ କିମ୍ବା ଭୂନିମଭାଗର ଅତି ନିକଟରେ ରହିଥିବା ଶିଳାଗୁଡିକ ଏକ ଅସ୍ଥିର ରାସାୟନିକ ଓ ଭୌତିକ ଅବସ୍ଥାରେ ରହିଥାନ୍ତି । କିଛି ଭୂତତ୍ତ୍ଵିକ ସମୟ ମଧ୍ୟରେ ଏହି ଶିଳାଗୁଡିକ ଭାଙ୍ଗି ଭାଙ୍ଗି ଖଣ୍ଡ ଖଣ୍ଡ କିମ୍ବା କଣିକାମୟ ହୋଇଥାନ୍ତି । ଏଭଳି କ୍ଷୁଦ୍ର ପଦାର୍ଥର ଧ୍ଵଂସୀକରଣ , ପରିବହନ ଏବଂ ପୁନଃଅବକ୍ଷେପଣ ପ୍ରକୃତିରେ ଏକ ଦୀର୍ଘକାଳୀନ ଓ ନିରନ୍ତର ପ୍ରକ୍ରିୟା ଅଟେ ଏବଂ ଏହି ତିନୋଟି କ୍ଷୟକାରୀ କାରକ ବାୟୁ , ପ୍ରବାହିତ ଜଳ ଏବଂ ହିମବାହ ଦ୍ଵାରା ସଂଘଠିତ ହୋଇଥାନ୍ତି । ଏଥିମଧ୍ୟରୁ ପ୍ରବାହିତ ହୋଇଥାଏ । ଶିଳାର ଭଗ୍ନୀଭବନ ଓ ପରିବର୍ତ୍ତନ ଏବଂ ସେଥିରୁ ନୂତନ ପଦାର୍ଥର ଗଠନ ପ୍ରକ୍ରିୟାକୁ ଶିଳାର ଅବକ୍ଷୟ ବା ଅପକ୍ଷୟ ବୋଲି କୁହାଯାଏ ।
ଅବକ୍ଷୟ : ଏହା ଭୂପୃଷ୍ଠ ଉପରେ କିମ୍ବା ଭୂନିମ୍ନର ଅତି ନିକଟରେ ଶିଳା ଦ୍ରବ୍ୟଗୁଡିକର ସ୍ଵସ୍ଥାନୀୟ କଣିକରଣ ଓ ରାସାୟନିକ ଅପଘଟନ ଅଟେ ।
ଶିଳା ଦ୍ରବ୍ୟର ଭୌତିକ ଓ ରାସାୟନିକ ଭଗ୍ନ ଭୂପୃଷ୍ଠ ଉପରେ କିମ୍ବା ଉପପୃଷ୍ଠରେ ଦେଖାଯାଉଥିବା ପରିବେଶିକା ଅବସ୍ଥାକୁ ଅନୁକରିଯା ଯୋଗୁଁ ଘଟିଥାଏ । ଅବକ୍ଷୟର ମାତ୍ରା କେତେକ ନିର୍ଦ୍ଧିଷ୍ଟ ଘଟକ ଉପରେ ନିର୍ଭର କରେ :
- କେଉଁ ତାପମାତ୍ରାରେ ଉକ୍ତ ଶିଳାର ସୃଷ୍ଟି ।
- ଜଳବାୟୁ ଅବସ୍ଥା
- ଜଳର ଉପଲବ୍ଧତା
- ଜଳର ରାସାୟନିକଜଳର ସଂଚାଳନର ମାତ୍ରା
- ଶିଳା ଗଠନ କରିଥିବା ଖଣିଜ ପଦାର୍ଥଗୁଡିକର ରାସାୟନିକ
ଜଳର ଉପସ୍ଥିତିରେ ଶିଳା ଅବକ୍ଷୟ ଦୃତ ଘଟିଥାଏ , କାରଣ ଜଳ ଏଭଳି ଅତୁଳ ଗୁଣ ସମ୍ପର୍ଣ୍ଣ ଯେ , ଅଧିକାଂଶ ଦ୍ରବ୍ୟ ସହିତ ଏହାର ଅତି ନିବିଡ ରସାୟନିକ ଆସକ୍ତି ରହିଛି । ରାସାୟନିକ ଅବକ୍ଷୟକୁ ସୁଗମୀକୃତ କରାଇବାରେ ଜଳ ସାହାଯ୍ୟ କରିଥାଏ । ଜଳର ମଧ୍ୟ ଏକ ଅସାଧାରଣ ଭୌତିକ ଗୁଣ ରହିଛି , ଯାହାଦ୍ଵାରା ଶିଳାର ଭୌତିକ ଅବକ୍ଷୟକୁ ସୁଗମୀକୃତ ହୋଇଥାଏ ଅଧିକାଂଶ ଶିଳାର ଅପଘଟନ ବା ଭଗ୍ନୀକରଣ ଭୌତିକ ଓ ରାସାୟନିକ ପ୍ରକ୍ରିୟା ସମିଶ୍ରଣ ମାଧ୍ୟମରେ ସଂଘଠିତ ହୋଇଥାଏ । ଭୌତିକ ଅବକ୍ଷୟ କାଳରେ ଶିଳା ସଂଯୋଜନ କୌଣସି ଗୁରୁତର ରାସାୟନିକ ପରିବର୍ତ୍ତନ ବିନା ଶିଳାଗୁଡିକର କ୍ଷୁଦ୍ର କନିକା ରୂପେ ଭଗ୍ନୀଭବନ ଘଟିଥାଏ । ବାରମ୍ବାର ଉତ୍ତପ୍ତୀକରଣ ଓ ଶୀତଳିକରଣ, ଆର୍ଦ୍ରକରଣ ଓ ଶୁଷ୍କକରଣ କିମ୍ବା ବରଫ ସ୍ପଟିକ ବୃଦ୍ଧି ଶିଳାବସ୍ତୁ ଭଗ୍ନୀଭବନ କାରଣ ହୋଇଥାଏ । ଶୀତଳ ଅଞ୍ଚଳରେ ଭୌତିକ ଅବକ୍ଷୟ ବିଶେଷ ରୂପେ ପ୍ରଭାବୀ ହୋଇଥାଏ । ଯେଉଁ ଶିଳାପୃଷ୍ଠଗୁଡିକ ଉପରେ ପୂର୍ବରୁ ସାମାନ୍ୟ ଭୌତିକ ଅବକ୍ଷୟ ଘଟିସାରିଥାଏ ସେଠାରେ ରାସାୟନିକ ପ୍ରକ୍ରିୟା ସୁଗମିତ ହୋଇଥାଏ । ଶିଳାର ରାସାୟନିକ ଅବକ୍ଷୟ ମୁଖ୍ୟତଃ ଉଷ୍ମ ଓ ଆର୍ଦ୍ର ଅଞ୍ଚଳରେ ପ୍ରଭାବୀ ହୋଇଥାଏ , ଯେଉଁଠାରେ ଜୈବିକ ବସ୍ତୁଗୁଡିକ ସେଥିପାଇଁ ସହାୟକ ହୋଇଥାନ୍ତି । ଅଧିକାଂଶ ଶିଳା ଖଣିଜ ପଦାର୍ଥ , ଯେଉଁଗୁଡିକ ଅଶୋଧିତ ସମଷ୍ଟିଗତ ଭାବେ ରହିଥାନ୍ତି , ସେଗୁଡିକ ରାସାୟନିକ ଅପଘାତନ ଦ୍ଵାରା ଭଗ୍ନୀଭୂତ ହୋଇ ଅପେକ୍ଷାକୃତ ଭାବରେ ଆଦ୍ରବଣୀୟ କନିକା ( କର୍ଦ୍ଦମ ସଦୃଶ ) ରୂପେ ଏବଂ ଦ୍ରାବଣୀୟ ପଦାର୍ଥଗୁଡିକ ଦ୍ରବଣ ରୂପେ ଚାଲିଯାଇଥାନ୍ତି । ଅବକ୍ଷୟର ଯେଉଁ ଅବଶିଷ୍ଟ ଉତ୍ପାଦ ରହିଯାଏ , ସେଗୁଡିକ ଜନକ ଶିଳା ତୁଳନାରେ ସାଧାରଣ ଭାବରେ ଅଧିକ ସ୍ଥାୟୀ ହୋଇଥାଏ । ଅବକ୍ଷୟ ପ୍ରକ୍ରିୟା ଦ୍ଵାରା ମୃତ୍ତିକାର ମଧ୍ୟ ସୃଷ୍ଟି ହୋଇଥାଏ ।
ସାଧାରଣତଃ ଭୌତିକ ଓ ରାସାୟନିକ ଅବକ୍ଷୟ ଏକ ସଙ୍ଗେ ସଂଗଠିତ ହୋଇଥାଏ । ଭୌତିକ ଓ ରାସାୟନିକ ଅଧଃପତନ ଶିଳା ବସ୍ତୁର ତ୍ଵରିତ ରାସାୟନିକ ଅପଘଟନରେ ସାହାଯ୍ୟ କରିଥାଏ । ରାସାୟନିକ ଅବକ୍ଷୟ କାଳରେ କାରଣ ପ୍ରକ୍ରିୟା , ଜଳଯୋଜନ , ଜଳଅପଘଟନ , ଦ୍ରବଣ ଇତ୍ୟାଦି ଦ୍ଵାରା ପ୍ରମୁଖ ରାସାୟନିକ ପରିବର୍ତ୍ତନ ଘଟିଥାଏ । ଶିଳା ଅବକ୍ଷୟର ମୁଖ୍ୟ ଉତ୍ପାଦ ହେଉଛି କର୍ଦ୍ଦମ ଯେଉଁଥିରେ ଲୁହା, ଆଲୁମିନିୟମ , କ୍ଵାର୍ଜ ବା ସିଲିକା ଏକକ ବାଲି କଣିକା ( ରୂପେ କିମ୍ବା ଦ୍ରବଣ (Si) ରୂପେ କିମ୍ବା ଦ୍ରବ (ଯେଉଁ ପଦାର୍ଥ ଅନ୍ୟ ଏକ ପଦାର୍ଥରେ ଦ୍ରବୀଭୂତ ହୋଇଯାଏ ) ରୂପେ – ମୁଖ୍ୟତଃ ସୋଡିୟମ , ପୋଟାସିୟମ , କାଲସିୟମ ଓ ମାଗ୍ନେସିୟମ ରହିଥାଏ ।
କ୍ଷୟୀକରଣ
କ୍ଷୟୀକରଣ ଚକ୍ର ଅବକ୍ଷୟରୁ ଆରମ୍ଭ ହୋଇଥାଏ , ସେତେବେଳେ ଶିଳା ଭଗ୍ନୀଭୂତ ହୋଇ ସୂକ୍ଷ୍ମ କଣିକାରେ ପରିଣତ ହୁଏ ଏବଂ ଜଳ ସ୍ରୋତରେ ଭାସିଯିବାକୁ ସକ୍ଷମ ହୋଇଥାଏ । ଭୂମିଉପରର ସ୍ରୋତରେ କ୍ଷୟକାରୀ କ୍ଷମତା ବର୍ଷଣ (ବୃଷ୍ଟିପାତ ) ର ମାତ୍ରା ଏବଂ ଦୀର୍ଘ ଓ ଅବକ୍ରମଣର ତିଖତ୍ଵ ଉପରେ ନିର୍ଭର କରେ , ଯେଉଁଥିରେ ଅବକ୍ଷୟିତ ଉତ୍ପାଦ ଧାରଣ ହୋଇ ରହିଥାଏ । ଯଦି ଜଳ ଭୂମି ମଧ୍ୟକୁ ପ୍ରବେଶ କରେ କିମ୍ବା ପୃଷ୍ଠଭାଗ ଅତ୍ୟନ୍ତ ପ୍ରତିରୋଧକ (ଯେପରିକି କଠିନ ସ୍ତୁଳ ଶିଳା ଶଯ୍ୟା କ୍ଷେତ୍ରରେ ) ହୋଇଥାଏ କିମ୍ବା ଯେଉଁ ସ୍ଥାନରେ ବିସ୍ତ୍ରୀର୍ଣ୍ଣ ତୃଣାଚ୍ଛାଦନ ରହିଥାଏ , ତେବେ ସେଠାରେ ସ୍ୱଳ୍ପ ପରିମାଣର ଅବସାଦ ବାଦ ହୋଇଥାଏ । କୌଣସି ଜଳଛୟା କାର୍ଯ୍ୟକ୍ରମରେ ଏକଥା ମନେ ରଖିବାକୁ ହେବ ଯେ ବୃକ୍ଷାଛାଦିତ ଅବରଣୀକୁ ଅପସାରିତ କରିଦିଆଗଲେ ମୃତ୍ତିକା କ୍ଷୟ ତ୍ୱରାନିତ୍ଵ ହୋଇଥାଏ ।
କ୍ଷୟୀକରଣ : ଭୂତ୍ଵକ୍ ବସ୍ତୁଗୁଡିକ ପ୍ରବାହିତ ଜଳ (ବର୍ଷାଜଳ ସମେତ ), ଜୁଆର ଓ ସ୍ରୋତ ହିମବାହ ଓ ବାୟୁ ଆଦି ପ୍ରକ୍ରିୟା ସମୂହ ଦ୍ଵାରା ସଞ୍ଚାଳିତ ହୋଇ ଗୋଟିଏ ସ୍ଥାନକୁ ଅନ୍ୟ ସ୍ଥାନକୁ ଗତି କରିଥାଏ ।
ଅବକ୍ଷୟିତ ବସ୍ତୁଗୁଡିକୁ ନଦୀ ଓ ନାଳର ଜଳ ନିମ୍ନମତେ ତିନୋଟି ଅବସ୍ଥାରେ ସ୍ଥାନାନ୍ତରିତ କରିଥାଏ ।
- ଶଯ୍ୟା ଭାର ରୂପେ : ବୃହଦାକାର ଦାନାଗୁଡିକ ଜଳାଧାରାର ନିମ୍ନଭାଗରେ ସର୍ପଣକରି ଗଡିଯାଇ କିମ୍ବା ଉତଲମ୍ଫନ ( ଶଯ୍ୟା ଉପରେ ଡେଇଁ ଓ ଅନ୍ୟ କଣିକା ଦ୍ଵାରା ଠେଲି ହୋଇ ) ଘୁଞ୍ଚିଥାନ୍ତି ।
- ଭାସମାନ ରୂପେ : ଭାସୁଥିବା ଭାର ହେଉଛି ସେହି ଅବକ୍ଷୟିତ ପଦାର୍ଥ ଯେଉଁଗୁଡିକ ଜଳ ସ୍ରୋତରେ ଭାସମାନ ଅବସ୍ଥାରେ ପରିବାହିତ ହୋଇଥାନ୍ତି । ଭାସମାନ କଣିକାର ଆକାର ନଦୀ ବା ଜଳାଧାରର ଅବକ୍ରମଣ ଉପରେ ନିର୍ଭର କରେ ଏବଂ ସେଗୁଡିକ ସାଧାରଣ ଭାବେ କର୍ଦ୍ଦମ କଣିକାଠାରୁ ଆରମ୍ଭକରି ବଡ ବାଲି କଣିକା ସଦୃଶ ମଧ୍ୟ ହୋଇପାରନ୍ତି ।
- ଦ୍ରବଣ ରୂପେ :- ନଦୀରେ ଦ୍ରବୀଭୂତ ପଦାର୍ଥ ଆୟନ ରୂପେ ଭାସିଯାଇଥାଏ ନଦୀରେ ପ୍ରତିରୂପୀ ଦ୍ରବଣ ଉତ୍ପାଦଗୁଡିକ ମଧ୍ୟରେ କ୍ୟାଲସିୟମ , ମାଗ୍ନେସିୟମ , ଲୌହ , କ୍ଳୋରିନ , ସଲଫେଟ ଓ ସୋଡିୟମ ଆୟନ ଅନ୍ୟତମ । ଏହି ପଦାର୍ଥଗୁଡିକ ସାଧାରଣତଃ ସମୁଦ୍ର ମଧ୍ୟକୁ ପ୍ରବେଶ କରିଥାନ୍ତି , ଯେଉଁଠାରେ ସେଗୁଡିକର ଅବକ୍ଷୟ ଏବଂ ଅତିପରିପୃକ୍ତି ଘଟିଥାଏ ।
ନିକ୍ଷେପଣ
କ୍ଷୟୀକରଣ ଚକ୍ର ଅବକ୍ଷୟରୁ ଆରମ୍ଭ ହୋଇ ସାଧାରଣଭାବରେ ନଦୀ ଓ ନାଳର ଜଳରେ ପରିବାହିତ ହୋଇ ଯାଉଥିବା ଭାରର ନିକ୍ଷେପଣ ପରେ ସମାପ୍ତ ହୋଇଥାଏ ।
ନିକ୍ଷେପଣ (ପରିଭାଷା) : କ୍ଷୟୀକରଣ ପ୍ରକ୍ରିୟା କାଳ ରେ ଯେଉଁ ପ୍ରକ୍ରିୟା ଦ୍ଵାରା ପଦାର୍ଥଗୁଡିକ ଚାଲିଯାଇଥାଏ , ସେଗୁଡିକ ନିକ୍ଷେପଣ ଭୌତିକ ପ୍ରକ୍ରିୟା (ଯେପରିକି ପ୍ରବାହିତ ଜଳର ବେଗରେ ହ୍ରାସ ) ମାଧ୍ୟମରେ ଅଥବା ଦ୍ରବୀଭୂତ ପଦାର୍ଥର ଏକ ନିର୍ଦ୍ଧିଷ୍ଟ ଅବସ୍ଥାଚକ୍ର ମାଧ୍ୟମରେ ଅବକ୍ଷେପଣ (ଦୃଷ୍ଟାନ୍ତ ସ୍ୱରୂପ , କ୍ୟାଲସିୟମ କାର୍ବୋନେଟରେ ଧନୀକୃତ ଜଳରୁ ଚୂନପଥର ନିକ୍ଷେପଣ ) ଘଟିଥାଏ ।
ପୂର୍ବରୁ ରହିଥିବା ଆବରଣୀର କ୍ଷୟ ସାଧନ କରି ନଦୀଗୁଡିକ ନିଜ ପରିପକ୍ଵତା ଅନୁସାରେ ବିଭିନ୍ନ ପ୍ରସ୍ଥ ଓ ଗଭୀରତା ବିଶିଷ୍ଟ ଉପତ୍ୟାକା ସୃଷ୍ଟି କରିଥାନ୍ତି । ବୋହି ନିଆଯାଉଥିବା ଭାର ହୁଏତ ଉପତ୍ୟାକା ମଧ୍ୟରେ ନିକ୍ଷେପିତ ହୋଇଥାଏ , କିମ୍ବା ସମୁଦ୍ର ପର୍ଯ୍ୟନ୍ତ ପରିବାହିତ ହୋଇ ତ୍ରିକୋଣଭୂମି ସୃଷ୍ଟି କରିଥାଏ । ଆଲୁଭୀୟ ଫ୍ୟାନ , ଅଶ୍ଵଖୁରାକୃତି ହ୍ରଦ , ବେଦିକା , ଓ ବାଲୁଆ ଚଡା ଭଳି ଭୂମିରୂପ ମଧ୍ୟ ସୃଷ୍ଟି ହୋଇଥାଏ । ହିମବାହଗୁଡିକ ଦ୍ଵାରା କ୍ଷୟୀକରଣ ଘଟି “U “ ଆକୃତିର ଉପତ୍ୟାକା ସୃଷ୍ଟି ହୋଇଥାଏ । ହିମବାହ ଦ୍ଵାରା ସୃଷ୍ଟ ନିକ୍ଷେପିତ ଆକୃତିଗୁଡିକୁ ହିମୋଢ ବା ଗ୍ରାବ ଓ ଏସ୍କର୍ସ କୁହାଯାଏ , ଯେଉଁଗୁଡିକ ଉପର ମୁଣ୍ଡରେ ହର୍ଣ୍ଣ ଓ ସିର୍କ ଗଠନ କରିଥାନ୍ତି । ତରଳୁଥିବା ହିମବାହଗୁଡିକ ସରିତାହିମ ଅବସାଦ ଏବଂ କେଟଳ ଗର୍ତ୍ତ , ତ୍ରମଲିନ ଇତ୍ୟାଦି ଆକୃତି ସୃଷ୍ଟି କରିଥାନ୍ତି । ବାୟୁ ଚିକ୍କଣ ପୃଷ୍ଠ ସୃଷ୍ଟି କରେ ଏବଂ ବାୟୁ ଦ୍ଵାରା କ୍ଷୟୀକୃତ ରୂପକୁ ୟାରଡଙ୍ଗ ମଧ୍ୟ କୁହାଯାଏ । ବାୟୁ କ୍ରିୟା ଦ୍ଵାରା ସୃଷ୍ଟ ନିକ୍ଷେପିତ ରୂପଗୁଡିକ ହେଲା ବାଲୁକାସ୍ତୂପ , ବାତୋଜମୃତ୍ତିକା ଓ ବାୟୁସୃଷ୍ଟ ଗର୍ତ୍ତ । କୋଲ୍ୟୁଭୀୟ ଫ୍ୟାନ , ସ୍କ୍ରି ଏବଂ ଟାଲସ ଭଳି ରୂପଗୁଡିକ ଗୁରୁତ୍ଵ ଯୋଗୁଁ ହୋଇଥାଏ । ସରିତାହିମ ଓ ନଦୀଜ କୋଲ୍ୟୁଭୀୟ ନିକ୍ଷେପ ଗୁଡିକକୁ ମିଶ୍ରିତ ନିପେକ୍ଷିତ ସୃଷ୍ଟି ହୋଇଥାଏ ।
କାରକଗୁଡିକର ସ୍ରୋତ ବିବିଧତା ଅନୁଯାୟୀ ସେଗୁଡିକର କ୍ଷମତାରେ ମଧ୍ୟ ପରିବର୍ତ୍ତନ ଘଟେ , ତେଣୁ ସେମାନେ ଭାରକୁ ପରିବାହିତ କିମ୍ବା ନିକ୍ଷେପିତ କରିଥାନ୍ତି । ଅନେକ ଦୃଷ୍ଟାନ୍ତରେ ସେଗୁଡିକ ନିଜର ନିକ୍ଷେପିତ ବସ୍ତୁକୁ କ୍ଷୟ କରିଥାନ୍ତି । ତେଣୁ କ୍ଷୟୀକରଣ ଓ ନିକ୍ଷେପଣ ହେଉଛି ଅନ୍ତଃପରିବର୍ତ୍ତନଶୀଳ ପ୍ରକ୍ରିୟା । କ୍ଷୟୀକରଣ ଭୂମି ଉଦଗତିକୁ କାଟିଥାଏ ଏବଂ ନିକ୍ଷେପଣ ନିର୍ମାଣ କରିଥାଏ । ଥରେ ଏକ ନିକ୍ଷେପ ପରବର୍ତ୍ତୀ ଦ୍ଵାରା ଆବୃତ ହୋଇଗଲେ ଏବଂ ପ୍ରାୟତଃ ନିବୁଜ ହୋଇଯାଏ ଏବଂ ଛିଦ୍ର ମଧ୍ୟରେ ଥିବା ତରଳ ପଦାର୍ଥର ରାସାୟନିକ ପରିବର୍ତ୍ତନ ହୁଏ ଓ ପୂର୍ବରୁ ସୃଷ୍ଟ ଖଣିଜ ପଦାର୍ଥଗୁଡିକର ଧ୍ଵଂସୀକାରଣ ଘଟି ନୂତନ ପଦାର୍ଥର ସୃଷ୍ଟି ହୋଇଥାଏ । ଏହି ପ୍ରକ୍ରିୟାକୁ ଅନୁଜନନ କୁହାଯାଏ । ଶିଳା ସ୍ତରର ବୃଦ୍ଧି ଘଟିବା ସଙ୍ଗେ ସଙ୍ଗେ ଅନୁଜନନ ରୂପାନ୍ତରଣ ରେ ପରିବର୍ତ୍ତିତ ହୋଇଥାଏ ।
ଉତ୍ତାପ ଓ ଚାପର ଏକ ସୀମାରେ ଶିଳାଗୁଡିକ ତରଳିବା ଆରମ୍ଭ ହୁଏ ଏବଂ ଭୂଆଭ୍ୟନ୍ତରୀଣ ଭାଗରେ ତରଳ ଶିଳା ପଦାର୍ଥ ସୃଷ୍ଟି ହୁଏ । ଏହି ପଦାର୍ଥ ତତପରେ ଶୀତଳ ହୋଇ ଆଗ୍ନେୟଶିଳାରେ ପରିଣତ ହୋଇଥାଏ ।