Khuduru kuni Osha In Odia: ଇତିହାସ ଏକ ଜୀବନ୍ତ ପ୍ରକ୍ରିୟା ।ଏହା ଅତୀତ ସହିତ ବତର୍ମାନକୁ ଏବଂ ପରମ୍ପରା ସହିତ ବ୍ୟକ୍ତିକୁ ଏକ ଅଭେଦ୍ୟ ବିକାଶର ସୂତ୍ରରେ ବାନ୍ଧିରଖେ । ଇତିହାସ ଚେତନା ଛଡା,କଳା,ସାହିତ୍ୟ,ସଂସ୍କୃତିର ପ୍ରକୃତ ବ୍ୟାଖ୍ୟା ଅସମ୍ଭବ ।ଯେଉଁମାନେ ସଂସ୍କୃତିର ବିଚାର କରନ୍ତି ସେମାନେ ହିଁ ସତ୍ୟ ଦେଖିବାକୁ ପାଆନ୍ତି ଯେ ମଣିଷର ଜୀବନ ଓ ପ୍ରକୃତିର ପରିଚୟ ହିଁ ସଂସ୍କୃତି ।ସଂସ୍କୃତି ଓ ପରମ୍ପରାକୁ ବାଦଦେଇ ବିଶ୍ୱରେ ବଂଚିରହିଥିବାର ଏମିତି କୌଣସି ସଭ୍ୟତା ନାହିଁ । ତେଣୁ ସଂସ୍କୃତି ଓ ସଭ୍ୟତା ଉଭୟ ପରସ୍ପର ପରିପୂରକ ।ଭାରତୀୟ ସଂସ୍କୃତି ସାରା ବିଶ୍ୱରେ ଏକ ଅନନ୍ୟ ପରିଚୟ ଏଥି ମଧ୍ୟରୁ ଆମ ଉତ୍କଳୀୟ ସଂସ୍କୃତି ସବୁ ସଂସ୍କୃତିର ସର୍ବାଗ୍ରେ । ଆମ ସଂସ୍କୃତି ଯେତିକି ପ୍ରାଚୀନ ଆମ ପରମ୍ପରା ମଧ୍ୟ ସେତିକି ମହାନ୍ । ଓଡିଶା ପର୍ବପର୍ବାଣୀର ରାଜ୍ୟ । ଏଠି ବାର ମାସରେ ତେର ପର୍ବ ପାଳିବାର ରହିଆସିଛି । ପ୍ରତ୍ୟେକ ପର୍ବପର୍ବାଣୀର ଏକ ନିଜସ୍ୱ ସ୍ୱତନ୍ତ୍ରତା ରହିଛି । ଉତ୍କଳୀୟ ପର୍ବପର୍ବାଣି ସାଧାରଣତଃ ଧର୍ମ ଓ ପୌରଣିକ ଉପାଖ୍ଯାନର ଭିତି ଉପରେ ପ୍ରତିଷ୍ଠିତ । ଉତ୍କଳୀୟ ପର୍ବପର୍ବାଣି ଗୁଡିକୁ ପ୍ରାୟତଃ ଚାରୋଟି ମୁଖ୍ୟ ଭାଗରେ ବିଭକ୍ତ କରାଯାଇପାରେ ଯଥା:ଶାସ୍ତ୍ରୀୟ, ଲୌକିକ, ଆଂଚଳିକ ଓ କୃଷି ଭିତିକ । ଓଡିଶା ମାଟିରେ ଅଗଣିତ ଦେବୀ ଦେବତାଙ୍କର ଉପାସନା ହୋଇଥାଏ । ପ୍ରତ୍ୟେକ ପଲ୍ଲୀଗ୍ରାମରେ ନିଜର ଗ୍ରାମଦେବତା ଓ ଗ୍ରାମଦେବତୀ ରହିଥାନ୍ତି । ଆଉ ସମସ୍ତଙ୍କର ଥାଏ ଏକ ନିଆରା କିମ୍ବଦନ୍ତୀ,ଏକ ଅଲଗା ଇତିହାସ,ଭିନ୍ନ ଏକ ପରମ୍ପରା ।ଏକ ପରବ,ଏକ ମଉଛବ,ପର୍ବପର୍ବାଣି ଗୁଡିକରେ ଜନଜୀବନର ସଂସ୍କୃତି,ଜାତୀୟତାବୋଧ ଓ ଧର୍ମ ଧାରଣା ଆଦି ସଂଶ୍ଳିଷ୍ଟ । ଉତ୍କଳୀୟ ପର୍ବପର୍ବାଣି ମହାଭାରତୀୟ ସ୍ରୋତ ରୁ ଭିନ୍ନ ନୁହେଁ । ବିଶେଷତଃ ପର୍ବପର୍ବାଣି, ଓଷାବ୍ରତ ଓ ଯାନିଯାତ୍ରା ଗୁଡିକ ତିଥି,ବାର,ନକ୍ଷତ୍ର,କୃଷିକାର୍ଯ୍ୟ,ଦେବା ଦେବୀ,ଶାସ୍ତ୍ରୀୟ କାହାଣୀ, ଲୋକ କଥା,ଆନନ୍ଦ ପାଇଁ ପାଳିତ ହୋଇଥାଏ ।ା ମଣିଷ ଏକ ସାମାଜିକ ପ୍ରାଣୀ ।ସମାଜରେ ଖାଇପିଇ କେବଳ ପଶୁପରି ବଞ୍ଚି ସେ ସମାଜ ସହ ମିଳିମିଶି ତା ଭିତରେ ଜଣେ ହୋଇରହେ ।ସମାଜର ମୂଳଦୁଆ ଉପରେ ତାର ଭିତିଭୂମି,ଧର୍ମନୀତି,ଅର୍ଥନୀତି,ରାଜନୈତିକ ବିଚାରଧାରା,କଳା ସ୍ଥାପତ୍ୟ,ସାହିତ୍ୟ,ସଂସ୍କୃତି,ପ୍ରଥା,ପରମ୍ପରା ଓ ବିଜ୍ଞାନ ଆଦିର ବିକାଶ ହିଁ ମଣିଷକୁ ପ୍ରାଣୀ ଜଗତର ଶ୍ରେଷ୍ଠ ସୃଷ୍ଟିରେ ପରିଣତ କରିଛି ।ନିଜର ଜୀବନକୁ ସରସ ସୁନ୍ଦର କରିବାକୁ ଈଶ୍ୱରଙ୍କ ଧାରଣା ଓ କଳ୍ପନା ମାନବ ସମାଜର ଏକ ଅଭିନବ ଆବିଷ୍କାର । ଇଶ୍ୱରଙ୍କ କଳ୍ପନା କିପରି ଏବଂ କେବେ ମଣିଷ ସମାଜରେ ପ୍ରବେଶ କଲା ତାହା କହିବା ସମ୍ଭବପର ନୁହେଁ । ଜୀବନ ଧାରାରେ ଧର୍ମ ଭାବର ପ୍ରଭାବ ଅତ୍ୟନ୍ତ ଗଭୀର ଓ ବ୍ୟାପକ । ଯୁଗ ଯୁଗ ଧରି ଅନେକ ରାଜନୈତିକ,ସାମାଜିକ,ପ୍ରାକୃତିକ ଓ ମାନସିକ ଜୀବନ ପ୍ରଭାହରେ ବହୁ ଝଡଝା ପ୍ରଭାବିତ ହୋଇ ଆସୁଥିଲେ ହେଁ ଏ ଜାତି ବ୍ୟକ୍ତିର ଆଭିମୁଖ୍ଯରେ ଧର୍ମ ଭାବ ତାର ଅମଳିନ ଦୀପ୍ତି କେବେ ହରାଇ ଦେଇଥିବା ର ପରିଲିକ୍ଷିତ ହୁଏ ନାହିଁ । ଧର୍ମୀୟ ଭାବ ହିଁ ଜୀବନ ବୋଧର ସାର୍ଥକ ପରିଚୟ ପ୍ରଦାନ କରିଥାଏ । ଅନୁଧ୍ୟାନ କଲେ ଜଣାଯାଏ ଯେ, ଏହି ପାରମ୍ପାରିକ ଧର୍ମୀୟବୋଧ ପ୍ରତିଷ୍ଠା ସମଗ୍ର ଜାତି ଓ ସମାଜକୁ ଅଧିକ ବଳିଷ୍ଠ, ଅଧିକ ପ୍ରାଣବନ୍ତ ଓ ଅଧିକ ସୌନ୍ଦର୍ଯ୍ୟ ସମନ୍ୱିତ କରି ଗଢିତୋଳିବାରେ ସମର୍ଥ ହୋଇପାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଆତ୍ମିକ ସ୍ମୃତି ବିନା ପରମାତ୍ମା ସ୍ମୃତିର ଅସମ୍ଭବ ।ପବିତ୍ରତା ହିଁ ସୁଖ ଶାନ୍ତିର ଜନନୀ ।ହୋମ,ଯଜ୍ଞ, ଦାନ,ଧର୍ମ,କର୍ମ ହେଉଛି ପବିତ୍ର ଓ ପୁଣ୍ୟର ମୂଳ ମନ୍ତ୍ର ।କୌଣସି ଶୁଭକାର୍ଯ୍ୟ ପ୍ରାରମ୍ଭରୁ ଏସବୁ ଅନୁଷ୍ଠିତ କରାଯାଇଥାଏ । ଏଗୁଡିକ ପର୍ବପର୍ବାଣି, ଓଷା,ବ୍ରତ ଓ ନିଷ୍ଠାପରତା ସହିତ ଜଡିତ ।ସେଥି ନିମନ୍ତେ ପ୍ରାୟ ୫୦୦ ବର୍ଷରୁ ଉର୍ଦ୍ଧ ଦିନର ଅନ୍ତଘଟାଇ ୫ ଅଗଷ୍ଟ ୨୦୨୦ ରେ ଅଯୋଧ୍ୟା ନଗରରେ ଶ୍ରୀ ଶ୍ରୀ ମର୍ଯ୍ୟଦା ପୁରୁଷତମ ରାମଚନ୍ଦ୍ରଙ୍କ ମନ୍ଦିରର ପ୍ରତିଷ୍ଠାନ ନିମନ୍ତେ ଭୂମିପୂଜନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଅଛି ।ଅବଶ୍ୟ କରୋନା ମହାମାରୀର କରାଳ ଛାୟା ଏସବୁକୁ କରିଦେଇଛି ଅନେକ ମାତ୍ରାରେ ରଙ୍ଗହୀନ ଆଉ ଫିକା,ଏଥିସମେତ ଅନେକ ମାଙ୍ଗଳିକ ପାର୍ବାଣୀକ କାର୍ଯ୍ୟ ପାଳନର ପଦ୍ଧତିକୁ ବଦଳାଇଦେଇଛି ମଧ୍ୟ ।ା ଭୟଙ୍କର କରୋନା ରୋଗ ସାରା ପୃଥିବୀର କୋଣଅନୁକୋଣରେ କେବଳ ମୃତ୍ୟୁର ତାଣ୍ଡବ ଖେଳାଇ ନାହିଁ ଯେ ଶହ ଶହ ବର୍ଷ ଗଢିଉଠିଥିବା ମାନବ ସଭ୍ୟତାର ମୂଳଦୁଆକୁ ଦୋହଲାଇ ଦେଇଛି । ସଂପର୍କରେ ଦୂରତା ସୃଷ୍ଟି କରି ପରସ୍ପର ମଝିରେ ପାଚେରୀ ଠିଆ କରିଦେଇଛି । ମଣିଷ ତା ଜୀବନ କାଳ ମଧ୍ୟରେ ଯେତେସବୁ ସଂପର୍କରେ ଆସିଥାଏ ତାମଧ୍ୟରୁ ଭାଇ ଭଉଣୀଙ୍କ ସଂପର୍କ ସବୁଠୁ ଉର୍ଦ୍ଧ୍ୱରେ ଯାହା ନିଷ୍ପାପ,ନିଷ୍କଳଙ୍କ ଓ ଅନାବିଳ ଭଲ ପାଇବାରରେ ସର୍ବଦା ଆଦୃତ । ସଂସ୍କୃତିରେ ଭାଇ ଭଉଣୀଙ୍କର ସଂପର୍କକୁ ନେଇ ଅନେକ ପାରମ୍ପାରିକ ପୂଜା,ଓଷା,ବ୍ରତ,କିମ୍ବଦନ୍ତୀ ଓ ଇତିହାସ ରହିଛି । ଆମ୍ଭେମାନେ ନିକଟ ଦିନରେ ପାଳନ କରିଥିବା ରକ୍ଷାବନ୍ଧନ ଓ କରିବାକୁ ଥିବା ଖୁଦୁରୁକୁଣୀ ଓଷା ଭାଇ ଭଉଣୀ ସଂପର୍କର ଅତୁଟ ବନ୍ଧନ । ଖୁଦୁରୁକୁଣୀ ଓଷା ଏକ ପାରମ୍ପାରିକ ଓଡିଆ ଓଷା ।ଏହାକୁ କୁଆଁରୀ ଝିଅମାନେ ଓଡିଶାରେ ସର୍ବାଧିକ ପାଳନ କରିଥାନ୍ତି ।ଏଥିରେ, ଖୁଦୁରୁକୁଣୀ (ମା ମଙ୍ଗଳା ବା ଦୁର୍ଗା)ଙ୍କର ପୂଜା ଅର୍ଚ୍ଚନା କରାଯାଇଥାଏ । ସୁଦୂର ଅତୀତରେ ଓଡିଶାରେ ସାଧବ ପୁଅମାନେ ଦେଶ ବିଦେଶକୁ ବଣିଜ ନିମନ୍ତେ ଯାଉଥିଲେ । କିମ୍ବଦନ୍ତୀ ଅନୁସାରେ ଐତିହାସିକ ସହର କଟକ ନିକଟରେ ପ୍ରତି ବର୍ଷ କାର୍ତିକ ମାସରେ ବାଲିିଯାତ୍ରା ଅନୁଷ୍ଠିତ ହୋଇଆସୁଛି । ସେହିପରି ସାତ ଜଣ ସାଧବ ଭାଇ ବୋଇତରେ ଦୂର ଦେଶକୁ ବଣିଜ କରିବା ପାଇଁ ଯାଉଥିଲେ । ବର୍ଷରେ ଗୋଟିଏ ଦିନରେ ସେମାନେ ଘରକୁ ଲେଉଟାଣୀ କରୁଥିଲେ ।ଏହିଦିନ ସେମାନଙ୍କର ଗୋଟିଏ ମାତ୍ର ଅଲିଅଳି ଭଉଣୀ\'ତଅପୋଇ\'ଏହି ଓଷା ଭାଇମାନଙ୍କର ଶୁଭ ମନାସି ପାଳୁଥିଲେ,ତଅପୋଇଙ୍କୁ ଭାଉଜମାନେ ଯାତନା ଦେବା ଓ ଖୁଦୁରୁକୁଣୀଙ୍କୁ୍ ପୂଜି ସେଥିରୁ ମୁକ୍ତି ମିଳିବା ନେଇ ଓଷାର ଆରମ୍ଭ । ସେହିଦିନଠାରୁ କୁଆଁରୀମାନେ ଏହା କରିବାର ପାରମ୍ପାରିକ କିମ୍ବଦନ୍ତୀ ବିଦ୍ୟମାନ । ଝିଅମାନେ ମୁଖ୍ୟତଃ ଦୂରରେ ଥିବା ଆତ୍ମୀୟ ଓ ଭାଇଙ୍କର ମଙ୍ଗଳ ମନାସି ଏହି ଓଷା ପାଳନ କରିବାର ବିଧି ରହିଛି । ମନରେ ଭାବନ୍ତି: ସୂର୍ଯ୍ୟ କିରଣ ଚମକ ପରି ଭାଇର ଭାଗ୍ୟ ଚମକୁଥାଉ । ଫୁଲର ମହକ ପରି, ଭାଇର ଜୀବନ ଚଲାପଥ କୁସୁମିତ ହେଉ।।
ପୂଜାବିଧି: ଏହି ଓଷା ଭାଦ୍ରବ ମାସର ରବିବାରରେ ପଡିଥାଏ ଓ ପାଂଚ ପାଳି ପାଳନ କରାଯାଇଥାଏ ।ଏହି ଦିନଗୁଡିକରେ ସକାଳୁ କୁଆଁରୀ ଝିଅମାନେ ଖୁଦୁରୁକୁଣୀ ଠାକୁରାଣୀଙ୍କୁ ଖୁଦ ଭଜା,ଲିଆ,ଉଖୁଡା,କାକୁଡି ଆଦି ଭୋଗ ଭାବରେ ଅର୍ପଣ କରିଥାନ୍ତି ।ଖୁଦଭଜା ଠାକୁରାଣୀଙ୍କର ସବୁଠାରୁ ପ୍ରୀୟ ବୋଲି ମନେ କରାଯାଇଥାଏ ତାହାଙ୍କୁ ନ୍ତଖୁଦୁରଙ୍କୁଣୀନ୍ତବା ଖୁଦ ପାଇଁ ବାଇ ବୋଲି ଶ୍ରଦ୍ଧାରେ ତାଙ୍କର ନାମ ନ୍ତଖୁଦୁରୁକୁଣୀନ୍ତହୋଇଅଛି ।ଝିଅମାନେ ଗଧୋଇପାଧୋଇ କନିଅର, ଚମ୍ପା, ଦୁରଦୁରା, ଗୋଡିବାଣ,ମାଳତୀ,ମନ୍ଦାର,କଇଁ ଆଦି ଫୁଲ ତୋଳି ମାଟିରେ ବା ବାଲିରେ ଛୋଟ ଛୋଟ ଦେଉଳ ତୋଳି ତାହାକୁ ଫୁଲରେ ସଜାଇ ସେଥିରେ ଠାକୁରାଣୀଙ୍କୁ ଅଧିଷ୍ଠିତ କରାଇ ବାଲୁଙ୍ଗା ପୂଜା କରିଥାନ୍ତି ଓ ଯେଝା ଘରକୁ ଲେଉଟନ୍ତି ।ପରେ ସେମାନେ ଅଢେଇ ମୁଠା ଉଷୁନା ଚାଉଳରେ ବିନା ଲୁଣରେ ଭାତ ରାନ୍ଧିଥାନ୍ତି ହେଲାପରେ ସେଥିରେ ଲୁଣ ମିଶାଇଥାନ୍ତି,ଏହାର କାରଣ ଅଜଣା ।ଏହା ପରେ ଫୁଲମାଳ କରି ଠାକୁରାଣୀଙ୍କୁ ସଜାଇଥାନ୍ତି । ଗାଁ ମାନଙ୍କର ଖୁଦୁରୁକୁଣୀଙ୍କୁ ଢିଙ୍କିଶାଳରେ ପୂଜା କରାଯାଇଥାଏ । ଏହି ଜାଗାଟିକୁ ଗୋବରରେ ଲିପାପୋଛା କରି ସେଠାରେ ଦେବୀଙ୍କୁ ଅଧିଷ୍ଠିତ କରାଯାଏ । ଏଥିରେ ରଙ୍ଗବେରଙ୍ଗର ମୁରୁଜରେ ଝୋଟି ଚିତା ପକାଯାଇଥାଏ ।ଫୁଲରେ ତୋରଣ ସବୁ କରାଯାଇଥାଏ ।ଦିନସାରା ସଜାସଜିରେ ସମୟ ବିତିବା ପରେ ସଂଜ ବେଳରେ ପୂଜା ଆରମ୍ଭ କରାଯାଇଥାଏ ।ପାଳନ ବେଳେ ଝିଅମାନେ ତଅପୋଇ ଗୀତ ଗାଇଥାଆନ୍ତି: ଆରମ୍ଭରୁ ବୋଲନ୍ତି - ବନ୍ଧଇ ଦେବ ଜଗନ୍ନାଥ । କମଳା ଦେବୀର ସଙ୍ଗାତ।। ଲକ୍ଷ୍ମୀ ଦେବୀର ପ୍ରାଣନାହା ।ଶୋଭିତ ଶଙ୍ଖଚକ୍ର ବାହା ।ା ଶେଷରେ ବୋଲନ୍ତି-କହନ୍ତି ଯେଝା ମନଜାଣି । ଦୟା କରନ୍ତି ଠାକୁରାଣୀ । ଦେଖିଲା ଗୋପୀନାଥ ଦାସ । ଏ ତଅପୋଇ ଗୀତ ଶେଷ ।ା ଏହି ଗୀତ ପାଂଚଟି ଅଧ୍ୟାୟରେ ବର୍ଣ୍ଣିତ ପିଢି ପରେ ପିଢି ଏହି ଗୀତ ଲୋକ ସାହିତ୍ୟ ଭାବରେ ଲୋକଙ୍କ ମୁଖରେ ଚଳିଆସୁଅଛି ।ପ୍ରଥମଟିରେ ମା ଦୁର୍ଗାଙ୍କର ମହିଷାସୁର ବଧ କରି ଅସୁର ଶକ୍ତିର ବିନାଶ ବାବଦରେ ବଖଣାଯାଇଅଛି । ଦ୍ୱିତୀୟଟିରେ ସାଧବ ଝିଅ ତଅପୋଇର ଦୁଃଖ, କଷଣ,ସହିବା ଓ ତାହାପରେ ଆନନ୍ଦ ଏହି ଓଷାର ମୁଖ୍ୟ ବିଷୟ । ପୂଜା ଓ ବନ୍ଧାପନା ଶେଷରେ ଖୁଦୁରୀକୁଣୀ ମୂର୍ତିକୁ ଜଳ ବିସର୍ଜନ କରାଯାଇଥାଏ ।ା ଭାଇ ଭଉଣୀ ସଂପର୍କ ଅତି ମହାନ୍ ଆମ ସଂସ୍କୃତିର ଅସୀମ,ଅନନ୍ତ,ସଂପର୍କର ସେତୁ କେଉଁ ଅନାଦି କାଳରୁ ନାରୀର ମହନୀୟତା,ପବିତ୍ରତା,ସୁରକ୍ଷା ଓ ତ୍ୟାଗ ପ୍ରତ୍ୟାସ୍ମରଣ କରିବା ସଙ୍ଗ? ସଙ୍ଗ? ସମଗ୍ର ମାନବ ସମାଜକୁ ଆହ୍ୱାନ ଦିଏ ଏହି ପର୍ବପର୍ବାଣି । ନାରୀ ଯୁଗେ ଯୁଗେ ଯୁଗାନ୍ତକାରୀ ପରିବର୍ତନମାନର ସେ ବାର୍ତାବହ, ବିପ୍ଲବାତ୍ମକ,ସଂସ୍କାରର ପ୍ରବର୍ତକ,ପୁଣି ସମସ୍ତଙ୍କ ମନ,ପ୍ରାଣ,ହୃଦୟରେ ପ୍ରେମର ଫାଲଗୁନ୍ ସୃଷ୍ଟି କରି ମାନବଜାତିର ସର୍ବବିଧ କଲ୍ୟାଣ ନିମନ୍ତେ ଉତ୍ସର୍ଗୀକୃତ ମମତାମୟୀ ଝରଣା ଟିଏ ସେ ।ଏହା କେବଳ ବର୍ଣ୍ଣନାର ବିଷୟ ନୁହେଁ, ଅନୁଭବର କଥା ।ପଖାଳକଂସା ଠାରୁ ଆରମ୍ଭ କରି ନୂଆ ଜାମା ହେଉ କି ମେଳା ବୁଲା ଦୁହେଁ ସବୁଥିରେ ଚୁମୁଟାଚୁମୁଟି,ଚୁଟି ଟଣା-ଟଣି ସବୁବେଳେ ତିକ୍ତତା ଲାଗି ରହିଥାଏ ହେଲେ ଜଣଙ୍କର ଗୋଟେ ମୁହୂର୍ତ ଅନୁପସ୍ଥିତି ଅନ୍ୟକୁ ଗୋଟେ ଯୁଗ ମନେ ହୁଏ ତାରି ଭିତରେ ସର୍ବଦା ଲୁଚିଥାଏ ଦୁହିଁଙ୍କର ପରସ୍ପର ପ୍ରତି ନିଖୁଣ,ଅତୁଟ ଓ ନିସର୍ତ ପ୍ରେମ । ଇତିହାସ ପୃଷ୍ଠା ରେ ମଧ୍ୟ ଭାଇ ଭଉଣୀ ର ବନ୍ଧନ ବିଦ୍ୟମାନ ।ରାଜା ରାଜୁଡାଙ୍କ ସମୟରେ ରାଣୀ ପଦ୍ମାବତୀ,ରାଣୀ ଅହଲ୍ୟା, ରାଣୀ ଲକ୍ଷ୍ମୀବାଇ ଆଦି ନିଜ ରାଜ୍ୟର ସୁରକ୍ଷା ନିମିତ ରକ୍ଷା ବନ୍ଧନ କରିିଛନ୍ତି ଓ କେତେବେଳେ ହିରଣ୍ୟ କଶ୍ୟପୁ ନିଜ ପୁତ୍ର ପ୍ରହ୍ଲାଦକୁ ମାରିବା ପାଇଁ ଆଦେଶ ଦେବାରୁ ଭଉଣୀ ହୋଲିକା ପ୍ରହ୍ଲାଦକୁ ଧରି ଅଗ୍ନିରେ ଝାସ ଦେଇଛି ।ପୁଣି କେତେବେଳେ ଭଉଣୀ ସୂପର୍ଣ୍ଣଖାର ନାକ କାନ କଟିଥିବାର ଦେଖି ରାବଣ ପ୍ରତିଶୋଧ ପରାୟଣ ହୋଇ ମାତା ସୀତାଙ୍କୁ ଚୋରେଇ ନେଇଛି ।ଆଉ କେତେବେଳେ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ ଭାଇ ବଳଭଦ୍ର ଭଉଣୀ ସୁଭଦ୍ରାଙ୍କୁ ରତ୍ନ ସିଂହାସନର ମଝିରେ ବସାଇ ଦୁଇ ଭାଇ ଦୁଇ ପାଖରେରହିଆସୁଅଛି । ଏମିତି କି ବର୍ଷକୁ ଥରେ ଜନ୍ମବେଦୀକୁ ବୁଲିବାକୁ ଗଲାବେଳେ ସାଥିରେ ଭଉଣୀଙ୍କୁ ନେଇଯାଆନ୍ତି । ଏଠାରେ ଗୋଟିଏ ପଟେ ଭଉଣୀର ଅପମାନ ସହି ନପାରି ପ୍ରତିଶୋଧ ପରାୟଣ ହୋଇଛି ଭାଇ ତ ଅନ୍ୟ ପଟରେ ପୁଣି ଭାଇ ପାଇଁ ଭଉଣୀ ନିଜ ଜୀବନକୁ ବାଜି ଲଗାଇବାକୁ ପଛେଇ ନାହିଁ ।ସତରେ,ଭାଇ ଭଉଣୀ ସଂପର୍କ ବାସ୍ତବିକ ମଜବୁତ୍ ।ା କଥାରେ ଅଛି,\'ଘର ଦିଅଁ ନ ପୂଜି ପର ଦିଅ ପୂଜିବା\' ।ଏପରି ନ କରି ନିଜ ସଭ୍ୟତା ଓ ସଂସ୍କୃତିରେ ଯାହା ଉକୃଷ୍ଟ ତା ପ୍ରତି ଅବହେଳା ପ୍ରଦର୍ଶନ ନକରି ଆମର\'ଭଗିନୀ\' ବା ନାରୀମାନଙ୍କୁ ଉପଯୁକ୍ତ ସୁରକ୍ଷା,ସମ୍ମାନ ଓ ମର୍ଯ୍ୟଦା ପ୍ରଦାନ କରିବା ଦେଶ,ରାଷ୍ଟ୍ର ତଥା ଆମ୍ଭମାନଙ୍କର ପ୍ରାରମ୍ଭିକ ଦାୟିତ୍ୱ ଏଥିନିମନ୍ତେ ସାମ୍ପ୍ରତିକ ବିଧିବ୍ୟବସ୍ଥାରେ ଯୁଗାନ୍ତକାରୀ ରୂପାନ୍ତର ଲୋଡା ।ବୃଥା ଆଡମ୍ବରରୁ ନିବୃତ ରହିବା ଉଚିତ ।ଆମେ ଈଶ୍ୱରଙ୍କୁ ଡାକି ଭାଗ୍ୟକୁ ଏଡାଇ ପାରିବାନାହିଁ ।\'ମତ୍ୟ ମଣ୍ଡଳେ ଦେହ ବହି , ଦେବତା ହେଲେ ମରଇ\' ।ତେଣୁ ଆମେ ଈଶ୍ୱରଙ୍କୁ ଚିନ୍ତା କରି ସାହାସ,ଧୈଯ୍ୟ ଓ ଦୃଢ ମନବଳ ଦ୍ୱାରା ଦୁଃଖ ଓ ବିପଦକୁ ସାମନା କରିବା କାରଣ ଏହା ହିଁ ଆମର କରୋନା ଉପରେ ବିଜୟ କରିବାକୁ ଆଜିର ପ୍ରଧାନ ଅସ୍ତ୍ର ।ଆମର ସଂସ୍କୃତି ବସୁଧୈବ କୁଟୁମ୍ବକମ୍ ଉପରେ ଆଧାରିତ ।ତେଣୁ ମିଳିମିଶି ଏହାର ମଙ୍ଗଳ କାମନା କରି ବିପଦକୁ ସାମ୍ନା କରିବା । ସର୍ବ? , ଭବନ୍ତୁ ସୁଖିନଃ ସର୍ବ?,ସନ୍ତୁ ନିରାମୟଃ ସର୍ବ?,ଭଦ୍ରାଣୀ ପଶ୍ଚ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭାଗ୍ ଭବେତ୍।