ଗଙ୍ଗବଂଶ - ରାଜତ୍ୱ ସମୟରେ ଉତ୍କଳର ସବୁ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଥିଲ । ରାଜ ନୀତି , ସାହିତ୍ୟ , ଶିଳ୍ପକଳା ,ଧର୍ମ ପ୍ରଭୃତି କ୍ଷେତ୍ରରେ ଅତି ଉଚ୍ଚ କୋଟୀର ଉନ୍ନତି ସାଧିତ ହୋଇଥିଲ । ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ରାଜ୍ୟବିସ୍ତାର , ଉତ୍କଲ - ଆନ୍ଧ୍ର - କର୍ଣ୍ଣାଟକ-ଦ୍ରାବିଡ଼ ସଂସ୍କୃତିର ଶୋଭନ ମିଶ୍ରଣ , ବିରାଟକାୟ ଜଗନ୍ନାଥ ମନ୍ଦିର ନିର୍ମାଣ , କୋଣାର୍କ ସଦୃଶ ବଶ୍ବବିଖ୍ୟାତ ଶିଳ୍ପକଳା ସୃଷ୍ଟି , ବିଖ୍ୟାତ ଜନମନୋରଞ୍ଜନକାରୀ "ଗୀତଗୋବିନ୍ଦ କାବ୍ୟ" ଓ ଅଲୌକିକ ପାଣ୍ଡିତ୍ୟଭଣ୍ଡାର "ସାହିତ୍ୟ ଦର୍ପଣ" ର ରଚନା , ରାମାନୁଜ - ଜୟଦେବ - ମଧ୍ୱ - ନରହରିତୀର୍ଥ ପ୍ରଭୃତି ଦାର୍ଶନିକ ମତ ପ୍ରଚାରକ ମାନଙ୍କର ଓଡ଼ିଶାକୁ ଶୁଭଆଗମନ ଓ ଅବସ୍ଥିତ ଏହାର ଜ୍ଵଳନ୍ତ ନିଦର୍ଶନ । ଏହି ଯୁଗର ଓଡିଆ ଭାଷାରେ ବିଶିଷ୍ଠ ରଚନା ମିଳି ନଥିଲେ ମଧ୍ୟ ଓଡ଼ିଆ ଭାଷା ପ୍ରତି ଲୋକସାଧାରଣ ଓ ଶାସକମଣ୍ଡଲୀ ବିଶେଷ ଆଗ୍ରହ ଦେଖାଉଥିବା ସୁସ୍ପଷ୍ଟ । ସଂସ୍କୃତ ସାହିତ୍ୟ କ୍ଷେତ୍ରରେ ଓଡ଼ିଶା ବହୁ ଖ୍ୟାତି ଅର୍ଜନ କରିଥିଲା ।
‘ବଳରାମ ଦାସ , ଜଗନ୍ନାଥ ଦାସ , ଅଚ୍ୟୁତାନନ୍ଦ ଦାସ , ଯଶୋବନ୍ତ ଦାସ ଓ ଅନନ୍ତ ଦାସ ’ – ଏହି ପାଞ୍ଚଜଣ ଭକ୍ତ କବିଙ୍କୁ ପଞ୍ଚସଖା ’ କୁହାଯାଏ । ବଳରାମ ଦାସଙ୍କୁ “ ଦାଣ୍ଡି ରାମାୟଣ ” ଓ ଜଗନ୍ନାଥ ଦାସଙ୍କ ‘ ଓଡ଼ିଆ ଭାଗବତ ’ ସେତେବେଳେ ପ୍ରତି ଗାଁରେ ପଢ଼ା ହେଉଥିଲା । ବିଶେଷ କରି ଭାଗବତଗ୍ରନ୍ଥ ପଠନ ପାଠନର ଗୌରବ ଓ ପ୍ରଭାବ ଜନଜୀବନକୁ ବିଶେଷ ପ୍ରଭାବିତ କରିଥାଏ । ପ୍ରତି ଗାଁ ଓ ସାହିରେ ଭାଗବତଟୁଙ୍ଗି ପ୍ରତିଷ୍ଠିତ ହୋଇଥିଲା ; 'ଭାଗବତଗାଦି ' ସ୍ବୟଂ ଦେବତାଙ୍କର ମାନ୍ୟତା ପାଉଥିଲେ । ସାମାଜିକ ଓ ନୈତିକ ଜୀବନଧାରାକୁ ଏହି ଭାଗବତପାଠ ଭାବରେ ନିୟନ୍ତ୍ରିତ କରୁଥିଲା ।
୦୧.ବଳରାମ ଦାସ
ପ୍ରତାପରୁଦ୍ରୀୟ ଯୁଗର ବଲରାମ ଦାସ ଚୈତନ୍ୟଦେବଙ୍କ ଉତ୍କଳୀୟ ପଞ୍ଚସଖାଙ୍କ ଭିତରୁ ଜଣେ । ବଳରାମ ଦାସ , ଜଗନ୍ନାଥ ଦାସ , ଅଚ୍ୟୁତାନନ୍ଦ ଦାସ , ଯଶୋବନ୍ତ ଦାସ ଓ ଅନନ୍ତ ଦାସ ଚୈତନ୍ୟଙ୍କ ପଞ୍ଚସଖା ନାମରେ ଓଡ଼ିଶାରେ ପରିଚତ । କେତେକ ଗ୍ରନ୍ଥରେ ତାଙ୍କୁ ( ବଳରାମ ଦାସଙ୍କୁ ) ମତ୍ତ ବଳରାମ ବୋଲି କୁହାଯାଇଥିଲେ ମଧ୍ୟ ମତ୍ତ ବଳରାମଙ୍କଠାରୁ ସେ ଭିନ୍ନ । ମତ୍ତ ବଲରାମ ଜଣେ ବଙ୍ଗୀୟ ବୈଷ୍ଣବ ବୋଲି ଜଣାଯାଏ । ମତ୍ତ ବଲରାମ ବଲରାମ ଦାସଙ୍କ ସମସାମୟିକ ଓ ଉଭୟେ ଚୈତନ୍ୟଦେବଙ୍କ ଭକ୍ତ।ବଲରାମ ଦାସଙ୍କ ପ୍ରତି ବଂଗୀୟ ବୈଷ୍ଣବମାନଙ୍କର ବେଶି ସମ୍ମାନ ଥିବାର ଜଣାଯାଏ । ବଙ୍ଗୀୟ ବୈଷ୍ଣବ ଭକ୍ତ ଓ କବି ଦେବକୀନନ୍ଦନ ଦାସ ବଲରାମଙ୍କ ସମ୍ବନ୍ଧରେ ଲେଖିଛନ୍ତି--
ବନ୍ଦ ଉଡିୟା ବଳରାମ ଦାସ ମହାଶୟ
ଜଗନ୍ନାଥ ବଳରାମ ଯାର ବଂଶ ହୟ।
ଦାସେ ଗୋପାଳଗୁରୁ ଥିବାରୁ ତାଙ୍କୁ ଲକ୍ଷ୍ୟ କର "ଜଗନ୍ନାଥ ବଲରାମ ଯାର ବଂଶ ହୟ” ଲେଖିଥିବା ଅନୁମାନ କରାଯାଇପାରେ ।
ମହାକବି ଉତ୍କଳ - ବାଲ୍ମୀକି ଶୂଦ୍ର ମୁନି ବଲରାମ ଦାସ ଶୂଦ୍ର , କୂଳରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ସୋମନାଥ ମହାପାତ୍ର , ମାତାଙ୍କ ନାମ ଯମୁନାଦେବୀ ବା ମାୟାଦେବୀ ।
ସମୟ:- ବଳରାମଦାସ କେଉଁ ସମଠାରୁ କେଉଁ ସମୟ ପର୍ଯ୍ୟନ୍ତ ଜୀବିତ ଥିଲେ , ତାହା ଠିକ ରୂପେ କହିବା ପାଇଁ ବିଶେଷ କିଛି ପ୍ରମାଣ ମିଳିନାହିଁ । ଶ୍ରୀଚୈତନ୍ୟଦେବ , ପ୍ରତାପରୁଦ୍ର ଦେବ ଓ ଜଗନ୍ନାଥ ଦାସଙ୍କ ସମସାମୟିକ ଅଚ୍ୟୁତାନନ୍ଦଙ୍କ ‘ ଉଦୟ କାହାଣୀ’ରୁ ବଲରାମ ଦାସ : (ଖ୍ରୀ.୧୪୮୪ରେ ଜନ୍ମଲାଭ କରିଥିବା ଜଣାଯାଏ ।
“ବେଦାନ୍ତସାର ଗୁପ୍ତଗୀତା” ପ୍ରତାପରୁଦ୍ରଙ୍କର ୧୭ଶ ଅଙ୍କରେ ବା ଖ୍ରୀ : ୧୫୦୯-୧୦ ରେ ଲିଖିତ ହୋଇଥିବାର ଅନୁମାନ କରାଯାଏ । ସେହ ବର୍ଷ ପୁରୀ ଜଗନ୍ନାଥ ମନ୍ଦିରର ମୁକ୍ତି ମଣ୍ଡପରେ ରାଜା ଓ ବ୍ରାହ୍ମଣମାନଙ୍କୁ ବଳରାମ ଦାସ ବେଦାନ୍ତତତ୍ତ୍ବ ଶୁଣାଇଥିଲେ । ସେତେବେଳକୁ ଦାସଙ୍କୁ ୨୫ - ୨୬ ବର୍ଷ ବୟସ ହୋଇଥିଲା । ରାମାୟଣ ଲେଖା ଏହାପରେ ୩୧ ବର୍ଷ ବୟସ ସମୟରେ ଅର୍ଥାତ୍ ଖ୍ରୀ : ୧୫୧୬ - ୧୭ରେ ଶେଷ ହୋଇଥିଲା।
ରୁଦ୍ର , ଅଂଶରେ ଗଜପତି, ପ୍ରତାପରୁଦ୍ର ସେ ନୃପତି।
ତାହାର ସପ୍ତଦଶ ଅଙ୍କେ , ମକରମାସ ଶୁକ୍ଳପକ୍ଷେ । (ବେଦାନ୍ତସାର ଗୁପ୍ତଗୀତା)
ସେତେବେଳକୁ ପ୍ରତାପରୁଦ୍ର ଦେବ ଶ୍ରୀ ଚୈତନ୍ୟଦେବଙ୍କୁ ଗୁରୁ ବୋଲ ମାନି ସାରିଲେ ।
ଚୈତନ୍ୟ ଗୁରୁ ଯେ ମୋହର , ପରମ ଗୁରୁ ତୁମ୍ଭେ ମୋର ।
ତାଙ୍କର ଗ୍ରନ୍ଥରେ ସ୍ଵୟଂ ଜଗନ୍ନାଥ ବଲରାମ ଦାସଙ୍କୁ ଗୀତାର୍ଥ କହିବା ପ୍ରସଙ୍ଗକୁ ଦୃଢୀଭୁତ କରିବା ପାଇଁ ଗ୍ରନ୍ଥ ରେ କବି ଏକାଧିକବାର ସ୍ୱୀକାର କରିଛନ୍ତି ।
ଦାଣ୍ଡି ରାମାୟଣ ବଳରାମ ଦାସ "ବିପ୍ରଙ୍କ ମୁଖ"ରୁ ଶାସ୍ତ୍ର ପୁରାଣ ଶୁଣି ରାମାୟଣ ଲେଖିବାର ସଂକଳ୍ପ କଲେ । ଜଗନ୍ନାଥଙ୍କ ଆଜ୍ଞାରୁ ସେ ଗ୍ରନ୍ଥଲେଖା ଆରମ୍ଭ କଲେ ।
ଶାସ୍ତ୍ର ପୁରାଣ ଶୁଣିଲି ମୁହିଁ ବିପ୍ର ମୁଖେ ,
ତେଣୁ ସେବାକରେ ତୋ ଚରଣେ ଆତ୍ମସୁଖେ ।....
ଶୁଣି - ସୁପ୍ରସନ୍ନ ମୋତେ ହେଲେ ଜଗନ୍ନାଥ,
ହୃଦୟେ ପ୍ରସନ୍ନ ହେଲେ ଶଙ୍ଖଚକ୍ରହସ୍ତ।
ଶ୍ରୀ ଜଗନ୍ନାଥଙ୍କ ଆଜ୍ଞା ଶିରରେ ମୁଁ ଧରି ,
ଗ୍ରନ୍ଥ ବଖାଣିବା ଇଚ୍ଛା ଆଦ ଅନ୍ତ କରି । ( ଆଦ୍ୟକାଣ୍ଡ )
ରାମାୟଣ ଲେଖିବା ବେଳକୁ କବିଙ୍କୁ ମୋଟ ତିରିଶ ବର୍ଷ ବୟସ ହୋଇଥିଲା ।
୦୨.ଅତିବଡ଼ି ଜଗନ୍ନାଥ ଦାସ ଗୋସ୍ୱାମୀ
ଓଡ଼ିଆ ସାହିତ୍ୟରେ ଭକ୍ତକବି ଜଗନ୍ନାଥ ଦାସଙ୍କ ସ୍ଥାନ ଅତି ଉଚ୍ଚ । ତାଙ୍କର ଓଡ଼ିଆ ଭାଗବତ ଦୀର୍ଘ ଚାରିଶତ ବର୍ଷ ହେଲା ଓଡ଼ିଆ ସାହିତ୍ୟର ମେରୁଦଣ୍ଡକୁ ରକ୍ଷା କରିଛି ଏବଂ ଓଡ଼ିଆ ଜାତିର ଆଧ୍ୟାତ୍ମିକ ଜୀବନଲତାକୁ ଶୀତଲ ଜଳସେଚନ ଦ୍ବାରା ପଲ୍ଲବିତ କରି ରଖିଅଛି । ଓଡିଆ ଜାତି ପକ୍ଷରେ ଜଗନ୍ନାଥ ଦାସ ଜାତିର ଜଣେ ନିର୍ମାତା ।ଏହି ମହାପୁରୁଷଙ୍କ ଜୀବନୀ ସମ୍ବନ୍ଧରେ ତାଙ୍କ ନିଜ ଗ୍ରନ୍ଥମାନଙ୍କରୁ ବେଶି କିଛି ଉପାଦାନ ମିଲୁନାହିଁ । କେବଳ ବଙ୍ଗୀୟ ବୈଷ୍ଣବ ଗ୍ରନ୍ଥ , ଦୀବାକର ଦାସଙ୍କ "ଜଗନ୍ନାଥ ଚରିତାମୃତ" , ଈଶ୍ୱର ଦାସଙ୍କ "ଚୈତନ୍ୟ ଭାଗବତ" ଓ ଆଉ କେତେକ ଓଡ଼ିଆ ଗ୍ରନ୍ଥରେ ତାଙ୍କ ସମ୍ବନ୍ଧରେ ବହୁତ ତଥ୍ୟ ମିଲେ । ଦିବାକର ଦାସଙ୍କ " ଜଗନ୍ନାଥଚରିତାମୃତ" ଜଗନ୍ନାଥ ଦାସଙ୍କ ଜୀବନୀ ସମ୍ବନ୍ଧରେ ଗୋଟିଏ ପ୍ରଧାନ ଗ୍ରନ୍ଥ ; ଅତିବଡ଼ୀ ସମ୍ପ୍ରଦାୟ ଦ୍ଵାରା ଏହା ଏକ ପ୍ରାମାଣିକ ଗ୍ରନ୍ଥରୂପେ ଗୃହୀତ ହୋଇଥାଏ ।
ଜଗନ୍ନାଥ ଦାସ ଖ୍ରୀ : ୧୪୮୬ - ୮୭ରେ ଜନ୍ମଗହଣ କରିଥିବା ଅନୁମିତ ହୁଏ । ଶ୍ରୀଚୈତନ୍ୟ ଓଡ଼ିଶାକୁ ସର୍ବପ୍ରଥମେ ଖ୍ରୀ : ୧୫୦୫ରେ ( ମତାନ୍ତରେ ୧୫୧୦)ରେ ଆଗମନ କରିଥିଲେ । ସେହି ସମୟରେ ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମନ୍ଦିର ଭିତରେ ବଟଗଣେଶଙ୍କ ସମ୍ମୁଖରେ ଜଗନ୍ନାଥ ଦାସ ଭାଗବତ ପାଠ କର ଉତ୍ତମରୂପେ ବ୍ୟାଖ୍ୟା କରୁଥିବା ବେଲେ ଚୈତନ୍ୟଦେବ ତାକୁ ଦେଖି ସନ୍ତୋଷଲାଭ କରିଥିଲେ । ସେତେବେଳକୁ ଜଗନ୍ନାଥ ଦାସଙ୍କ ବୟସ ୧୮ ( ଅଠର ) । ଅତଏବ ତାଙ୍କର ଜନ୍ମ ଖ୍ରୀ. ୧୪୮୬ - ୮୭ରେ ହୋଇଥିଲା ବୋଲି ଅନୁମାନ କରିବାହିଁ ଠିକ । ମହାତ୍ମା ଅଚ୍ୟୁତାନନ୍ଦଙ୍କ ‘ଉଦୟକାହାଣୀ’ରୁ ଏହି ବର୍ଷ ସେ ଜନ୍ମଗ୍ରହଣ କରିଥିବା ସମର୍ଥିତ ହେଉଛି ।
ସ୍ବର୍ଗତ ମହାମହୋପାଧ୍ୟାୟ ସଦାଶିବ ମିଶ୍ରଙ୍କ କାବ୍ୟକଣ୍ଠ "ଅତୀବଡି ଜଗନ୍ନାଥ ଦାସ ଗୋସ୍ବାମୀ" ଗ୍ରନ୍ଥରେ ଜଗନ୍ନାଥ ଦାସ ଖ୍ରୀ:୧୪୯୦ ରେ ଜନ୍ମଗ୍ରହଣ କରିଥିଲେ ବୋଲି ଲେଖିଛନ୍ତି । ଦିବାକର ଦାସସ୍ବକୃତ "ଜଗନ୍ନାଥଚରିତାମୃତ" ଗ୍ରନ୍ଥରେ କହିଛନ୍ତି ଯେ ଜଗନ୍ନାଥ ଦାସଙ୍କ ସହିତ ଚୈତନ୍ୟଙ୍କ ପ୍ରଥମ ଭେଟ ସମୟରେ ଜଗନ୍ନାଥ ଦାସଙ୍କୁ ୧୮ ( ଅଠର ) ବର୍ଷ ବୟସ ହୋଇଥିଲା। ଜଗନ୍ନାଥ ଦାସଙ୍କୁ ଶ୍ରୀ ଚୈତନ୍ୟ "ଅତୀବଡି" କହି ସମ୍ବୋଧନ କରିଥିଲେ।
ଜଗନ୍ନାଥ ଦାସଙ୍କ ଭାଗବତ ମୂଳ ଭାଗବତର ଆକ୍ଷରିକ ଅନୁବାଦ ନୁହେଁ। ବହୁ ସ୍ଥାନ ରେ ମୂଳ ଗ୍ରନ୍ଥ ଓ ଦାସଙ୍କ ଗ୍ରନ୍ଥ ଭିତରେ ଓ ଭାବ ପ୍ରକାଶରେ ପ୍ରଭେଦ ଦେଖାଯାଏ।
ମୂଳ ଗ୍ରନ୍ଥର ଶ୍ଳୋକର ଭାବକୁ ଗ୍ରହଣ କରି ତାକୁ ବୁଝାଇ ନିଜ ଟୀକା ସହିତ କହିବାପାଇଁ ସେ ବହୁ ଶ୍ରମ କରଛନ୍ତି। ମୂଳ ଗ୍ରନ୍ଥର ପ୍ରଥମ ସ୍କନ୍ଧର ପ୍ରଥମ ଶ୍ଳୋକ --
ଜନ୍ମାଦ୍ୟସ୍ୟ ଯତୋΣନ୍ୱୟାଦିତରତଶ୍ଚାର୍ଥେଷ୍ୱଜ୍ଞଃ ସ୍ଵରାଟ୍ ।
ତେନେ ବ୍ରହ୍ମ ହୃଦା ଯ ଆଦି କବୟେ ମୁହ୍ୟନ୍ତି ଯତ୍ ସୁରୟଃ।
ତେଜୋବାରିମୃଦାଂ ଯଥା ବିନିମୟୋ ଯତ୍ର ତ୍ରିସର୍ଗୋΣମୃଷା ।
ଧାନ୍ୱl ସ୍ବେନ ସଦା ନିରସ୍ତ କୁହୁକଂ ସତ୍ୟ ପରଂ ଧୀମହି । (୧ମ ସ୍କନ୍ଧ)
ଓଡିଆ ଭାଗବତ-୧ମ ସ୍କନ୍ଧ ୧ମ ଅଧ୍ୟାୟ
ନମଇଁ ନୃସିଂହ ଚରଣ । ଅନାଦି ପରମକାରଣ ॥୧
ଯା ବିନୁ ଆଦି ମଧ୍ୟ ଅନ୍ତ । ବିଚାରେ ନ ଘଟେ ଜଗତ ॥୨
ଇନ୍ଦ୍ରିୟ ଅର୍ଥ ଯେ ଜାଣଇ । ସ୍ୱତେଜେ ନିତ୍ୟ ପ୍ରକାଶଇ ॥୩
ଆନନ୍ଦମନେ ବେଦସାର । ବ୍ରହ୍ମାଣ୍ଡେ ଯେ କଲା ବିସ୍ତାର ॥୪
ଯାର ସ୍ୱରୂପ ହୃଦେ ଚିନ୍ତି । ବେଦପୁରୁଷେ ନ ଜାଣନ୍ତି।। ୫
ମୃତ୍ତିକା ବିକାର ଯେମନ୍ତ । ଜଳରେ ହୁଅଇ କଳ୍ପିତ।।୬
ଜଳେ ଉପଳ ବୁଦ୍ଧି କରି । ମୃଗତୃଷ୍ଣାରେ ଯେହ୍ନେ ବାରି॥୭
ରୂପ ଅରୂପ ସ୍ଥିତି ତିନି । ଯାର ଗୋଚରେ ଅନୁମାନି ॥ ୮
ସ୍ୱଭାବେ ନୋହେ ସେ ଏମନ୍ତ । ଏ ସାଂଖ୍ୟଯୋଗୀଙ୍କର ମତ॥୯
ଆତ୍ମ ପ୍ରକାଶେ ସଦା ଥାଇ । ନିରସ୍ତ କୁହକ ବୋଲାଇ ॥୧୦
ସତ୍ୟପରମାନନ୍ଦ ହରି । ଯାହାର ଭାବେ ଭବୁ ତରି ।।୧୧
ଏମନ୍ତେ ସତ୍ୟ ରୂପ ଯାର । ତା ପାଦେ ମୋର ନମସ୍କାର ॥୧୨
ତାର ଚରଣେ ନିତ୍ୟେ ଧ୍ୟାନ । କରି ତରନ୍ତି ସର୍ବଜନ ॥୧୩
ସେ କୃଷ୍ଣପାଦ ହୃଦେ ଧରି । ପ୍ରବନ୍ଧେ ଗୀତନାଦ କରି ।।୧୪
ଅଶେଷ ଜଗତର ହିତେ । ବର୍ଣ୍ଣଇ ଦାସ ଜଗନ୍ନାଥେ ॥୧୫
ମୂଳ ଶ୍ଳୋକରେ "ସାଂଖ୍ୟ" ଶବ୍ଦର ଉଲ୍ଲେଖ ନଥିଲେ ମଧ୍ୟ ଦାସେ ଏ ମତକୁ ଅନୁବାଦରେ ଖଣ୍ଡନ କରି ଲେଖିଛନ୍ତି ।
୦୩.ଯଶୋବନ୍ତ ଦାସ
ଯଶୋବନ୍ତ ଦାସ ଶ୍ରୀଚୈତନ୍ୟ ଦେବଙ୍କ ପଞ୍ଚସଖାଙ୍କ ଭିତରୁ ଜଣେ । ଅନ୍ୟ ଚାରିଜଣଙ୍କ ପରି ସେ ମଧ୍ୟ କବି ଥିଲେ । ଯଶୋବନ୍ତ ଦାସ ଶିବସ୍ୱରୋଦୟ , ପ୍ରେମଭକ୍ତି ଦାରୁବ୍ରହ୍ମଗୀତା , ଗୋବିନ୍ଦଚନ୍ଦ୍ର , ଚଉରାଶି ଆଜ୍ଞା , ହେତୁଉଦୟ ଭାଗବତ ,ରାସ ପ୍ରଭୃତି କେତୋଟି ଗ୍ରନ୍ଥ ରଚନା କରିଛନ୍ତି । ଏହାଛଡ଼ା ଅନେକ ଭଜନ , ମାଲିକା ଓ ପଦ୍ୟ ମଧ୍ୟ ରଚନା କରିଥିବା ଜଣାଯାଏ । ଯଶୋବନ୍ତଙ୍କ ରଚନାମାନଙ୍କ ଭିତରୁ ଅଧିକାଂଶ ମୁଦ୍ରିତ ହୋଇନାହିଁ ।ଜନ୍ମ ସମୟ : ଯଶୋବନ୍ତ ଦାସ ଚୈତନ୍ୟ ଦେବଙ୍କ ସମସାମୟିକ । ଜନ୍ମ ସମୟ ନେଇ ପରସ୍ପର ବିରୋଧୀ ଉପାଦାନ ଦେଖାଯାଉଥିବାରୁ କେଉଁ ବର୍ଷରେ ସେ ଜନ୍ମଗ୍ରହଣ କରିଥିଲେ ତାହା ଠିକ୍ ଭାବରେ ନିର୍ଦ୍ଧାରିତ ହୋଇ ପାରୁନାହିଁ । ଅଚ୍ୟୁତାନନ୍ଦଙ୍କ "ଉଦୟ କାହାଣୀ" ରେ ଲେଖା ଅଛି ଯେ ଜଗନ୍ନାଥ ଦାସ ଓ ଯଶୋବନ୍ତ ଦାସ ଏକା ବର୍ଷରେ ଜନ୍ମଗ୍ରହଣ କରିଥିଲେ । ବଳରାମ ଦାସ ଯଶୋବନ୍ତ ଦାସ ଓ ଜଗନ୍ନାଥ ଦାସଙ୍କ ଠାରୁ ଚାରିବର୍ଷ ବଡ଼ । ‘ ଉଦୟ କାହାଣୀ ’ ଅନୁସାରେ ଖ୍ରୀ : (୧୪୮୭) ରେ ଯଶୋବନ୍ତଙ୍କ ଜନ୍ମ ।
ଜଗତସିଂହପୁର ଜିଲ୍ଲା ର ଅଢଙ୍ଗ ଗ୍ରାମରେ ଯଶୋବନ୍ତ ଦାସ ଜନ୍ମଲାଭ କରିଥିଲେ । ତାଙ୍କ ପିତାଙ୍କ ନାମ ଜଗୁ ମଲ୍ଲିକ ଓ ମାତାଙ୍କ ନାମ ରେଖାଦେବୀ । ଦାସେ ମହାନାୟକ ବା କ୍ଷତ୍ରିୟ ଥିଲେ ବୋଲି କେହି କେହି କହନ୍ତି। ବାରବର୍ଷ ବୟସରୁ ଦାସେ ସଂସାର ପ୍ରତି ଉଦାସୀନ ଭାବ ପ୍ରକାଶ କରଥଲେ ଓ ବହୁବର୍ଷ ତୀର୍ଥ ପର୍ଯ୍ୟଟନରେ ଅତିବାହିତ କରିଥିଲେ । ଓଡ଼ିଶାରେ ଚୈତନ୍ୟ ଦେବଙ୍କ ଅବସ୍ଥାନ ସମୟରେ ଦାସେ ଚୈତନ୍ୟ ଦେବଙ୍କ ସଂସ୍ପର୍ଶରେ ଆସିଥିଲେ । ପୁରୀରେ ସେ ଦୀକ୍ଷା ନେଇଥିଲେ ।
ତାଙ୍କ ରଚନା "ଗୋବିନ୍ଦ ଚନ୍ଦ୍ର" ରେ ହାଡ଼ପା ମୁକ୍ତାଦେବୀଙ୍କୁ କହୁଛନନ୍ତି ~
ତୋ ଗୁରୁ ଗୋରେଖନାଥ ମୋ ଗୁରୁ କାହ୍ନୁପା ,
ସେବାରେ ସୁଦୟା କଲେ ଆମ୍ଭେ ସାର୍ଦ୍ଧ ଶାଖା।
୦୪.ଅଚ୍ୟୁତାନନ୍ଦ ଦାସ
ପଞ୍ଚସଖାଙ୍କ ମଧ୍ୟରୁ ଅଚ୍ୟୁତାନନ୍ଦ ଦାସ ଦ୍ଵାପର ଯୁଗର କୃଷ୍ଣଙ୍କ ସଖା ସୁଦାମଙ୍କ ଅବତାର ଥିବା ଅଚ୍ୟୁତାନନ୍ଦଙ୍କ କେତେକ ଗ୍ରନ୍ଥରେ ଅଛି ଏବଂ ଏହା ହିଁ ତାଙ୍କ ଶିଷ୍ୟସମ୍ପ୍ରଦାୟର ବିଶ୍ୱାସ ।ଅଚ୍ୟୁତାନନ୍ଦଙ୍କ "ଉଦୟ କାହାଣୀ" ର ବିବରଣୀ ଅନୁସାରେ ପଞ୍ଚସଖାଙ୍କ ଭିତରେ ଅଚ୍ୟୁତାନନ୍ଦ ବୟୋଜ୍ୟେଷ୍ଠ । ତାଙ୍କର ଜୀବନୀ ସମ୍ବନ୍ଧରେ ତାଙ୍କ ନିଜ ଗ୍ରନ୍ଥମାନଙ୍କରେ ପରବର୍ତ୍ତୀ ଅଚ୍ୟୁତାନନ୍ଦମାନେ ବହୁ ଅଂଶ ହସ୍ତକ୍ଷେପ କରିଥିବାରୁ ଏଥିରେ ବହୁ ପରସ୍ପର ବିରୋଧୀ ବିଷୟ ଦେଖାଯାଏ । ପରବର୍ତ୍ତୀ କାଳରେ ଅଚ୍ୟୁତାନନ୍ଦ ନାମଧାରୀ ଅନ୍ୟ କେତେ ଜଣ ଗୁରୁଙ୍କର ଓ କବିଙ୍କ ଜୀବନୀର କେତେକ ବିଷୟ ଏହି ଅଚ୍ୟୁତାନନ୍ଦଙ୍କ ଜୀବନୀ ସହିତ ମିଶ୍ରିତ ହୋଇ ଯାଇଥିବାରୁ ଏହାଙ୍କ ସମ୍ବନ୍ଧରେ ପ୍ରକୃତ ତଥ୍ୟ ମିବା କଷ୍ଟକର ହୋଇପଡ଼ିଛି ।
ଜନ୍ମସ୍ଥାନ : - ~ କଟକ ଜିଲ୍ଲା ର ଚିତ୍ରୋତ୍ପଳା ନଦୀ କୂଳବର୍ତ୍ତୀ ପ୍ରସିଦ୍ଧ ନେମ୍ବାଲ ( ନେମାଲ , ଲେମ୍ବାଲୋ) ଗ୍ରାମର ପ୍ରାୟ ଏକମାଇଲ ଦୂରରେ ଥିବା ତିଲକଣା ଗ୍ରାମରେ ଅଚ୍ୟୁତାନନ୍ଦ ଜନ୍ମଗ୍ରହଣ କରିଥିଲେ । କବିଙ୍କ ଜନ୍ମ ସମୟ (୧୪୮୦-୧୫୦୫ ) ମଧ୍ୟ ରେ ହୋଇଥିଲା।
ତିଳକଣାରେ ମୁଁ ଜନମ ଲଭିଲି କେହି ନ ଚିହ୍ନିଲେ ମୋରେ ।
ଅଗଣିତ ବୋଲି ମାତା ଡାକୁଛନ୍ତି ଅନ୍ନ ନ ମିଳଇ ଘରେ ।( ଶୂନ୍ୟସଂହିତା - ୧୭ ଅ . )
ଅଚ୍ୟୁତ ନାମ ଯେ ଅଟଇ ମୋହର ମୋହଠାରୁ ଦୁଃଖୀ ନାହିଁ ।
ଚିତ୍ରୋତ୍ପଳା ନଦୀ କୂଳରେ ଯେ ଗ୍ରାମ ଲେମ୍ବାଲୋ ଅଟଇ । ( ଗରୁଡ଼ଗୀତା)
୦୫.ଶିଶୁ ଅନନ୍ତ ଦାସ
ପଞ୍ଚସଖାର ଅନ୍ୟତମ ସଖା ଶିଶୁ ଅନନ୍ତ ଦାସ ଅର୍ଥତାରେଣୀ , ପ୍ରଶ୍ନୋତ୍ତର , ଅଣାକାର ଶବଦ , ଭକ୍ତିମୁକ୍ତି ଦାୟକ ଗୀତା ପ୍ରଭୃତି କେତୋଟି କ୍ଷୁଦ୍ର ଗ୍ରନ୍ଥ ଲେଖିଥିବା ଜଣାଯାଏ । ତାଙ୍କର ଗ୍ରନ୍ଥଗୁଡ଼ିକ ମୁଦ୍ରିତ ହୋଇନଥିବାରୁ ସେଗୁଡ଼ିକ ସମ୍ବନ୍ଧରେ କିଛି ଜାଣିବାର ସୁବିଧା ହେଉନାହଁ । ଭୁବନେଶ୍ବରସ୍ଥ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ( Odisha State Museum ) ଗ୍ରନ୍ଥାଗାରରେ କେତୋଟି ଗ୍ରନ୍ଥର ପାଣ୍ଡୁଲିପି ଥିବା ଶିଶୁ ଅର୍ଜୁନ ଦାସଙ୍କ କଳ୍ପଲତା କାବ୍ୟର ମୁଖବନ୍ଧର ବିଶିଷ୍ଠ ଐତିହାସିକ ଓ ଗବେଷକ ଶ୍ରୀ କେଦାରନାଥ ମହାପାତ୍ର ପ୍ରକାଶ କରିଛନ୍ତି । ଶିଶୁ ଅନନ୍ତଙ୍କ ଭଣିତା ଏହି ଗ୍ରନ୍ଥମାନଙ୍କରେ ଥିବା ସେଥିରୁ ଜଣାଯାଏ।ଶ୍ରୀ ଶତ ଅନନ୍ତ ବ୍ରହ୍ମାଣ୍ଡେ ହେଲେ ଭକତ
ଶରଣାଗତ ଅନାଦିଙ୍କ ଚରଣେ ମାଗଇ ଶିଶୁ ଅନନ୍ତ।( ଅର୍ଥତାରେଣୀ)
ସେ ତ କଲା କଥା ଯେ ଅନନ୍ତ ଶିଶୁ କହି
ବିଚାରି ବୁଝିଲେ ଏଥି କିଛି ଧନ୍ଦା ନାହଁ । ( ପ୍ରଶ୍ନୋତ୍ତର )
ବିନ୍ଦୁ ଅକ୍ଷରୁ ହୋଇଲା ଅଶେଷ ।
ଶିଶୁ ଅନନ୍ତ ସେହିଠାରୁ ଆଶ । ( ଅଣାକାର ଶବଦ )
ଭଣଇ ଶିଶୁ ଅନନ୍ତ ସମ୍ପୂର୍ଣ୍ଣରେ ବାଣୀ ,
ଦ୍ବାଦଶ ପଟଲ ଶେଷ କର ଚକ୍ରପାଣି । ( ଭକ୍ତିମୁକ୍ତି ଦାୟକ ଗୀତା)
ଶିଶୁ ଅନନ୍ତ ପୁରୁଷୋତ୍ତମ ଦେବଙ୍କ ରାଜତ୍ୱର ୨୫ ଅଙ୍କରେ ଅର୍ଥାତ୍ ଖ୍ରୀ : ୧୪୮୬ରେ ଜନ୍ମଗ୍ରହଣ କରିଥିବା ଅଚ୍ୟୁତାନନ୍ଦଙ୍କ ‘ "ଉଦୟ କାହାଣୀ" ରୁ ଜଣାଯାଏ।
ଶିଶୁ ଅନନ୍ତ ‘ ଶିଶୁ ' ସମ୍ପ୍ରଦାୟର ପ୍ରତିଷ୍ଠାତା । ପରବର୍ତ୍ତୀ କାଳରେ ଶିଶୁ ଗୋଷ୍ଠୀର କବିମାନେ ଶିଶୁ ଉପାଧି ଧାରଣ କରିଥିବା ଜଣାଯାଏ ; ଶିଶୁ ଅର୍ଜୁନ ଦାସ ( ରାମବିଭା , କଳ୍ପଲତା ) , ଶିଶୁ ବନମାଲୀ ଦାସ (ରାସ ) , ଶିଶୁ ଶଙ୍କର ଦାସ ( ଉଷାଭିଳାଷ ) , ଶିଶୁ ପ୍ରତାପରାୟ ( ଶଶିସେଣା ) , ଶିଶୁ ଦୟାନିଧି ଦାସ ( ଅଶ୍ୱମେଧ ଜଜ୍ଞ)।
ପଞ୍ଚସଖାମାନେ "ହରେ ରାମ ହରେ କୃଷ୍ଣ" ମନ୍ତ୍ରକୁ ଯୁକ୍ତି ଦ୍ବାରା ସିଦ୍ଧାନ୍ତ କରି ଚୈତନ୍ୟଦେବ , ରାଜା ପ୍ରତାପରୁଦ୍ର ଓ ପଣ୍ଡିତ ମାନଙ୍କଦ୍ଵାର ସ୍ଵୀକୃତି କରାଇ ନେଇଥିବା ଅଚ୍ୟୁତାନନ୍ଦଙ୍କ ଲେଖାରୁ ଜଣାଯାଏ । ଓଡ଼ିଶାକୁ ଏହା ଏମାନଙ୍କର ବିଶିଷ୍ଟ ଦାନ । ପଞ୍ଚସଖା - ପ୍ରବର୍ତ୍ତିତ ମନ୍ତ୍ରଟି ଶାସ୍ତ୍ରମାନଙ୍କରେ ମହାମନ୍ତ୍ର ନାମରେ ଖ୍ୟାତ । ଆଜିକାଲି ଏହି ମନ୍ତ୍ରଟିକୁ ISKCON ସଂସ୍ଥା ଦେଶବିଦେଶରେ ପ୍ରଚାର କରୁଅଛି।
ଉତ୍କଳରେ -
ହରେ ରାମ ହରେ ରାମ ରାମ ରାମ ହରେ ହରେ
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ।
ବଙ୍ଗରେ–
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ
ହରେ ରାମ ହରେ ରାମ ରାମ ରାମ ହରେ ହରେ ।
ପଞ୍ଚସଖା ଙ୍କ ସମୟର ଲେଖକ ଙ୍କ କୃତିତ୍ୱ।
-
ବଳରାମ ଦାସ-ଜଗମୋହନ ରାମାୟଣ(ଦାଣ୍ଡି ରାମାୟଣ), ମାଣବସା ଲଷ୍ମୀ ପୁରାଣ, ଭାବ ସମୁଦ୍ର, ବଟ ଅବକାଶ,ବେଦାନ୍ତ ସାର ଗୁପ୍ତ ଗୀତା, ସପ୍ତାଙ୍ଗ ଯୋଗ ସାର ଟୀକା, କମଳ ଲୋଚନ ଚଉତିଶା, ବ୍ରହ୍ମାଣ୍ଡ ଭୂଗୋଳ, କାନ୍ତ କୋଇଲି, ବେଢ଼ା ପରିକ୍ରମା, ଅମରକୋଷ ଗୀତା, ଗଣେଶ ବିଭୂତି ଟୀକା (ସିଦ୍ଧାନ୍ତ ଡମ୍ବର), ଦୀପ୍ତିସାର ଗୀତା, ପଣସ ଚୋରୀ, ବଉଳା ଅଧ୍ୟାୟ, ବିରାଟ ଗୀତା, ବ୍ରହ୍ମଜ୍ଞାନ ଏକାକ୍ଷର, ମନୁ ଗୀତା, ଶ୍ରୀମଦ ଭଗବଦ ଗୀତା (ସଂସ୍କୃତ ଗୀତାର ଓଡ଼ିଆ ଅନୁବାଦ), ଶ୍ରୀରୋଢ଼ା, ଜ୍ଞାନ ଉଜ୍ଜ୍ୱଳମଣି ଗୀତା, ଜ୍ଞାନ ଚୁଡାମଣି,ବଜ୍ର କବଚ।
ରାମବିଭା, କୃଷ୍ଣଲୀଳା, ମହାଭାରତ ଟୀକା, ସଭାବିନୋଦ, ରସକେଳି, ଭୂତକେଳି, ବଉଳ ଅଧ୍ୟାୟ, ବ୍ରହ୍ମପୁରାଣ,
ଅର୍ଜ୍ଜୁନ ଗୀତା, ଗଜ ନିସ୍ତାରଣ ଗୀତା,
ଭଗବତ୍ ଗୀତା ଟୀକାଛତିଶଗୁପ୍ତ ଗୀତା, ଦୁର୍ଗାସ୍ତୁତି, ଭକ୍ତିରସାମୃତସିନ୍ଧୁ ,ଗରୁଡ଼ ଗୀତା, ନାମରତ୍ନ ଗୀତା, ବିରାଟ ଗୀତା, ଗଣେଶ ବିଭୂତି ଗୀତା। - ଜଗନ୍ନାଥ ଦାସ-ଓଡିଆ ଭାଗବତ, ଗୁପ୍ତ ଭାଗବତ, ଶୈବାଗମ ଭାଗବତ, ଭାଗବତ ସାର, ଗୀତା ନାମ, ଶରତ ରାସ, ରାସ କ୍ରୀଡା, ଗଜସ୍ତୁତି (ଗଜନିସ୍ତରଣ), ମୃଗୁଣୀସ୍ତୁତି(ସ୍ତୁତି), ରଚନୁଆଣୀ ସ୍ତୁତି(ସ୍ତୁତି), ନମସ୍ତେ ପ୍ରଭୁ ଜଗନ୍ନାଥ(ସ୍ତୁତି), ଆଉ ଏଣିକିରେ ମନ(ସ୍ତୁତି), ଫୁଲତୋଳା(କ୍ଷୁଦ୍ର ରଚନା), ଗୁଣ୍ଡିଚାବିଜେ(କ୍ଷୁଦ୍ର ରଚନା), ମାଳିକା ଦୀକ୍ଷା ସମ୍ବାଦ ଦହିଖେଳ(କ୍ଷୁଦ୍ର ରଚନା), ଚନ୍ଦ୍ରିକା(କ୍ଷୁଦ୍ର ରଚନା), ବୋଲେ ହୁଁ(କ୍ଷୁଦ୍ର ରଚନା), ଶ୍ରୀସତସଙ୍ଗ(କ୍ଷୁଦ୍ର ରଚନା), ସତସଙ୍ଗ ବର୍ଣ୍ଣନ(କ୍ଷୁଦ୍ର ରଚନା), ମନଃଶିକ୍ଷା(କ୍ଷୁଦ୍ର ରଚନା), ନିତ୍ୟଚାର ଦିକ୍ଷା ସହିତ ଉପାସନା ବିଧି(କ୍ଷୁଦ୍ର ରଚନା), ନିତ୍ୟ ଗୁପ୍ତମାଳା(କ୍ଷୁଦ୍ର ରଚନା), ପସନ୍ଦ ଦଳନ(କ୍ଷୁଦ୍ର ରଚନା), ପ୍ରେମ ସୁଧାମ୍ବୁଧା(କ୍ଷୁଦ୍ର ରଚନା), ଶ୍ରୀରାଧା ରସମଞ୍ଜରୀ(କ୍ଷୁଦ୍ର ରଚନା), ଗୋଲକ ସାରୋଦ୍ଧାର(କ୍ଷୁଦ୍ର ରଚନା), ଜଗନ୍ନାଥ ଚରିତ(କ୍ଷୁଦ୍ର ରଚନା), ଦୂତୀ ବୋଧ(କ୍ଷୁଦ୍ର ରଚନା), ଶ୍ରୀରାଧା ରସମଞ୍ଜରୀ(କ୍ଷୁଦ୍ର ରଚନା), ତୁଳା ଭିଣା, ଦାରୁ ବ୍ରହ୍ମ ଗୀତା, ଷୋଳ ଚଉପଦୀ, ଚାରି ଚଉପଦୀ, ଅର୍ଥ କୋଇଲି, ଗୋଲକ ସରୋଧାରା, ଭକ୍ତି ଚନ୍ଦ୍ରିକା, କାଳି ମାଳିକା, ଇନ୍ଦ୍ର ମାଳିକା, ନିଳାଦ୍ରୀ ବିଳାସ, ନିତ୍ୟ ଗୁପ୍ତ ଚିନ୍ତାମଣି, ଶ୍ରୀକୃଷ୍ଣ ଭକ୍ତି କଳପ ଲତା, କୃଷ୍ଣଭକ୍ତିକଳ୍ପଲତା(ସଂସ୍କୃତ), କୃଷ୍ଣଭକ୍ତିକଳ୍ପଲତାଫଳ (ସଂସ୍କୃତ), ନିତ୍ୟଗୁପ୍ତମାଳା (ସଂସ୍କୃତ), ଉପାସନା ଶତକମ୍ (ସଂସ୍କୃତ), ନିତ୍ୟାଚାର (ସଂସ୍କୃତ), ଦୀକ୍ଷାସଂହିତା ସୋପାନ ବିଧିଃ (ସଂସ୍କୃତ), ନୀଳାଦ୍ରିଶତକମ୍(ସଂସ୍କୃତ), ଜଗନ୍ନାଥ ଚରିତାମ୍ବୋଧିସରଣୀ(ସଂସ୍କୃତ)।
- ଯଶୋବନ୍ତ ଦାସ-ଗୋବିନ୍ଦ ଚନ୍ଦ୍ର ଟୀକା,ଅଢଙ୍ଗ ଗଡ଼ମାଳିକା, ଆତ୍ମପରତେ ଗୀତା, ଚଉରାଅଶି ଆଜ୍ଞା, ପ୍ରେମଭକ୍ତି ବ୍ରହ୍ମଗୀତା, ବଣଭୋଜି, ମନ୍ତ୍ରବୋଲି, ଯନ୍ତ୍ରବୋଲି, ଦିବ୍ୟଦେହୀ, ଲୋହି ଗୀତା, ଭବିଷ୍ୟ ମାଳିକା, ଶିବ ସ୍ୱରୋଦୟ (ସଂସ୍କୃତ 'ସ୍ୱରୋଦ୍ୱୟଲେଶ' ଶୀର୍ଷକ ଗ୍ରନ୍ଥର ବିଷୟବସ୍ତୁ ଅବଲମ୍ବନରେ), ହେତୁ ଉଦୟ ଭାଗବତ, ଆଗତ ଭବିଷ୍ୟ, ଧାନଚୋରି, ବାଘଲୀଳା, ଭଜନସାର।
- ଅଚ୍ୟୁତାନନ୍ଦ ଦାସ-ଚାରିଖାନି ବା ଶବ୍ଦବ୍ରହ୍ମ ସଂହିତା,ଶୂନ୍ୟ ସଂହିତା, ହରିବଂଶ, ଆଗତ-ଭବିଷ୍ୟ ମାଳିକା, ଜାଈଫୁଲ ମାଳିକା, ଦଶପଟଳ ମାଳିକା, କଳିଯୁଗ ମାଳିକା, ଗୁରୁଭକ୍ତି ଗୀତା, ବ୍ରହ୍ମ ଏକାକ୍ଷର ଗୀତା, ଶୁନ୍ୟ ଗୀତା, କୈବର୍ତ୍ତ ଗୀତା, କଳିଯୁଗ ଗୀତା, ଗରୁଡ଼ ଗୀତା, ଉପଦେଶଚକ୍ର ଗୀତା, ମଣିବନ୍ଧ ଗୀତା, ଆଦିବ୍ରହ୍ମ ଗୀତା, ଆଦିଲିଳା ଗୀତା, ଭକ୍ତଲୀଳା ଗୀତା, ଞ୍ଜାନଦୋୟ କୋଇଲି, ଡିବିଡିବି କୋଇଲି, ବାଖର କୋଇଲି, ଶୂନ୍ୟ ସଂହିତା, ଶବ୍ଦବ୍ରହ୍ମ ସଂହିତା ବା ଚାରିଖାନି, ଅଣାକାର ସଂହିତା, ବଟ ସଂହିତା, ଅମରଜୁମର ସଂହିତା, ଛାୟା ସଂହିତା, ଅବାଡ଼ ସଂହିତା, ଜ୍ୟୋତି ସଂହିତା, ଅନାହତ ସଂହିତା, ବୀଜ ସଂହିତା, ବ୍ରହ୍ମ ସଂହିତା, ନିତ୍ୟ ରାହାସ, ମହାନିତ୍ୟ ରାହାସ, ଶୁନ୍ୟ ରାହାସ, ଠୁଳଶୁନ୍ୟ ରାହାସ, ରାଧା ରାସ, ଦୁତୀ ରାହାସ, ବୃନ୍ଦା ରାହାସ, ପରମ ରାହାସ, ଅନନ୍ତ ରାସ, ପଦ୍ମବନ ରାସ, ବର୍ଣ ଟୀକା, କଳ୍ପ ଟୀକା, ଚନ୍ଦ୍ରକଳ୍ପ ଟୀକା, ପଦ୍ମକଳ୍ପ ଟୀକା, ଛୟାଳିଶ ପଟଳ, ଚବିଶ ପଟଳ, ଷୋଡ଼ଶ ପଟଳ, ଅମଳ କମଳ ଚରଣକୁ ମନ(ଭଜନ), ଅଶୂନ୍ୟ ହୋଇଣ ଯେ(ଭଜନ), ଆରେ ଭଜ ମନ(ଭଜନ), ଜ୍ୟୋତି ପରେ ଦିବ୍ୟ ଜ୍ୟୋତି(ଭଜନ), ବାଇ ମନରେ ବସି ଅବନା ବନ(ଭଜନ), ବାଇମନ ହୋ ବସି ହଂସାକୁ ଖେଳା(ଭଜନ), ବୋହୂ ବାଳ ଅବଳାରେ(ଭଜନ), ୟେ ମନ ସିନା ଚତୃର୍ଦ୍ଧା ମୂରତି(ଭଜନ), ଦୀନବନ୍ଧୁ! ମୋ ଦୁଃଖ ନ ଗଲା ଯେ(ଭଜନ), ଅଷ୍ଟ ଗୁଜ୍ଜରୀ, ନବ ଗୁଜ୍ଜରୀ, ଚୌରାଶୀ ଯନ୍ତ୍ର(ଯନ୍ତ୍ର), ଶ୍ରୀଅଣାକରବ୍ରହ୍ମ ଯନ୍ତ୍ର(ଯନ୍ତ୍ର), ପଟ୍ଟା ମଡ଼ାଣ(ମଡ଼ାଣ), ଚକଡ଼ା ମଡ଼ାଣ(ମଡ଼ାଣ), ଶିବ କଳ୍ପ, ଶରଣ ପଞ୍ଜର, ତତ୍ତ୍ୱବୋଧିନୀ, ଭାବନାବର, ବ୍ରହ୍ମ ଶାଙ୍କୁଳି, ଅଭୟ କବଚ, ତେରଜନ୍ମ ସ୍ମରଣ, ଗୋପାଳଙ୍କ ଓଗାଳି ଓ ଲଉଡ଼ି ଖେଳ।
- ଶିଶୁ ଅନନ୍ତ ଦାସ-ନୀଳଗିରି ଚରିତ,ଗୁପ୍ତବାଣୀ, ଉଦେବାଖର, କଳି ମାଳିକା, କଳି ଭାଗବତ, ଗୁପ୍ତ ବ୍ରହ୍ମତତ୍ତ୍ୱ ଦର୍ଶନ, ତତ୍ତ୍ୱପୂର୍ଣ୍ଣ ଗୀତା, ତାଣ୍ଡବ ରାସ, ପଦକଳ୍ପତରୁ, ପଦ ପୋଥି , ପଦ୍ମବନ ରାସ, ବ୍ରହ୍ମପାର୍ଥିବ ତତ୍ତ୍ୱସାର ଗୀତା, ଭବିଷ୍ୟ ତତ୍ତ୍ୱ ଲେଖନ, ମୋହକଳ୍ପ ତତ୍ତ୍ୱଟୀକା, ଶବ୍ଦବ୍ରହ୍ମ ବା ସୁପ୍ରକାଶ, ଜ୍ଞାନଲହରୀ, ଶୂନ୍ୟନାମ ଭେଦ, ଶୂନ୍ୟରାଦ ଓ ସନ୍ଧିଜ୍ଞାନ, ସଂସାର ତତ୍ତ୍ୱବୋଧ ଲେଖନ, ହେତୁ ଉଦୟ ଭାଗବତ, ଗରୁଡ଼ କେଶବ (ସମ୍ବାଦ) ଚଉତିଶା, ଭବିଷ୍ୟ ପୁରାଣ, ଚୁମ୍ବକ ଆଗତ ଭବିଷ୍ୟ ମାଳିକା, ଅର୍ଥତାରେଣୀ, ପ୍ରଶ୍ନୋତ୍ତର, ଅଣାକାର ଶବଦ, ଭକ୍ତିମୁକ୍ତିଦାୟକ ଗୀତା।
- ବିପ୍ରନାରାୟଣ ଦାସ-ହରିବଂଶ(ଅଚ୍ୟୁତାନନ୍ଦ ଠାରୁ ଅଲଗା)
- ମାଧବୀ ଦେବୀ-ଶ୍ରୀ ପୁରୁଷୋତ୍ତମ ନାଟକ ତଥା ସେ ମାଦଳା ପାଞ୍ଜି ର ପ୍ରମୁଖ ଲେଖିକା।
- ଦିବାକର ଦାସ(ଜଗନ୍ନାଥ ଦାସଙ୍କ ଶିଷ୍ୟ)-ଜଗନ୍ନାଥ ଚାରିତାମୃତ।
- ପିତାମ୍ବର ଦାସ-ନୃସିଂହ ପୁରାଣ।
- କାର୍ତ୍ତିକ ଦାସ-ରୁକ୍ମିଣୀ ବିବାହ।
ପଞ୍ଚସଖା ଯୁଗର ଦ୍ଵିତୀୟ ପର୍ଯ୍ୟାୟ(ଖ୍ରୀ.୧୬୦୦-୧୬୫୦ ଖ୍ରୀ.)
ପଞ୍ଚସଖାଙ୍କ ପରବର୍ତ୍ତୀ ସମୟର ଲେଖକଙ୍କ କୃତିତ୍ୱ।
- ଅର୍ଜୁନ ଦାସ-ରାମ ବିଭା ,କଳପ ଲତା
- ଦାମୋଦର ଦାସ-ରସକୁଲ୍ୟା ଚଉତିଶା
- ବୃନ୍ଦାବନ ଦାସ-ରସ ବାରିଧୀ(ବୃନ୍ଦାବନ ଦାସ ନାମଧ୍ୟେୟ ଅନ୍ୟ ଜଣେ କବି -"ଶିଶୁଦେବ ଭକ୍ତି ଜ୍ଞାନଦୟ" ଶୀର୍ଷକ ର ରଚୟିତା। ଏହା ବ୍ୟତୀତ ଅନ୍ୟ ଜଣେ ବୃନ୍ଦାବନ ଦାସ ଦୁର୍ଗା ସ୍ତୁତି ଓ ଗହନ ଗୀତା ରଚନା କରିଥିଲେ।
- କପିଳେଶ୍ୱର ଦାସ-କପଟ କେଳୀ
- ପାର୍ଥ ଶ୍ରୀଚନ୍ଦନ-କଳାବତୀ(ବିଷ୍ଣୁ ଦାସ ଙ୍କ ଲେଖା ପାର୍ଥ ଶ୍ରୀଚନ୍ଦନଙ୍କ ନାମ ରେ ଭଣିତା)
- ଶିଶୁଶଙ୍କର ଦାସ-ଉଷା ଭିଲାଷ
- ବନମାଳୀ ଦାସ-ଚାଟଇଚ୍ଛାବତୀ, କାଳ ଜ୍ଞାନ
- ଶିଶୁ ବନମାଳୀ ଦାସ-ରାମଗ୍ରନ୍ଥ
- ଚାନ୍ଦ ଦାସ-ଗୋପୀ ଚନ୍ଦନ,ଗୋପୀ ଚନ୍ଦନ ଚଉତିଶା।
- କବି ଧରଣୀ ଧର-ଗୀତ ଗୋବିନ୍ଦର ଓଡିଆ ଅନୁବାଦକ।
- ଉଦ୍ଧବ ଦାସ-(ଜଗନ୍ନାଥ ଦାସ ଙ୍କ ଶିଷ୍ୟ)-ଶ୍ରୀ ଗୀତ ଗୋବିନ୍ଦ ର ନବାକ୍ଷରୀ ପଦ୍ୟାନୁବାଦକାରୀ, କଳିଗମନ ଚଉତିଶା, କୌପୁନୀ ମନ୍ତ୍ର(ମନ୍ତ୍ର)।
- ସାଲବେଗ-ଆହେ ନୀଳ ଶଇଳ (ଭଜନ), ଜଗବନ୍ଧୁ ହେ ଗୋସାଇଁ (ଭଜନ), କେଣେ ଘେନି ଯାଉଛ ଜଗନ୍ନାଥ ଙ୍କୁ (ଭଜନ), ଆହେ ନୀଳଗିରି (ଭଜନ), ତୁମ୍ଭ ଶ୍ରୀଭୂଜେ ଦୟଣା କେରି କେରି (ଭଜନ)।
- ଗୋପୀନାଥ ଦାସ(୧)-(ଅତିବଡୀ ଜଗନ୍ନାଥ ଦାସଙ୍କ ଶିଷ୍ୟ)ଖୁଦୁରୀକୁଣୀ ଓଷା ବା ତଅ ପୋଇ,ଗୀତା ମାହାତ୍ମ୍ୟ ଗୋବିନ୍ଦ ବିଳାସ, ଗୁରୁତତ୍ତ୍ୱ ସାର।
- ଗୋବିନ୍ଦ ବିଦ୍ୟାଧର-(ପ୍ରତାପରୁଦ୍ର ଦେବଙ୍କ ମନ୍ତ୍ରୀ) କେତେକ ପ୍ରେମ କବିତାର ରଚୟିତା।
- ତ୍ରୀଲୋଚନ ଦାସ-ଗୀତଗୋବିନ୍ଦର ପଦ୍ୟାନୁବାଦ "ଗୋବିନ୍ଦ ଗୀତା" ର ରଚୟିତା।
- ଭକ୍ତକବି ବୀରସିଂହ-ବୀରସିଂହ ଚଉତିଶା।
- ଭଉଁରୀ ଦାସ-ଜ୍ଞାନ ଚୂଡ଼ାମଣୀ, କ୍ଷୀତି ଚଉତିଶା, ଛନ୍ଦା ଚଉତିଶା।
- ରଘୁ ଅରକ୍ଷିତ-ଜ୍ଞାନ ଉଦେ ଚଉତିଶା, ଗୋବର ଗୀତା, ମଙ୍ଗଳ ଗୀତି।
- ଶଙ୍କର ଦାସ-(ଶିଶୁ ଶଙ୍କର ଦାସଙ୍କ ଠୁ ଭିନ୍ନ)ବାରମାସୀ କୋଇଲି
- ହରିହର ନରେନ୍ଦ୍ର-ମଦାଳସା
- କନ୍ଧ କବି ଯୋଗଦାସ(ଯୁଗ ଦାସ)-ନୃସିଂହ ଚରିତ।
- ମହାରାଜା ପ୍ରତାପ ରୁଦ୍ର ଦେବ-ସରସ୍ୱତୀ ବିଳାସ, ପୌଢ଼ ପ୍ରତାପ ମାର୍ତ୍ତଣ୍ଡ, ନିର୍ଣ୍ଣୟ ସଂଗ୍ରହ, ଚିନ୍ତାମଣି।
- କବି ଡିଣ୍ଡିମ ଜୀବଦେବାଚାର୍ଯ୍ୟ-(ପ୍ରତାପ ରୁଦ୍ର ଦେବ ଙ୍କ ସଭା ପଣ୍ଡିତ)- ଭକ୍ତି ଭାଗବତ ମହାକାବ୍ୟ, ଭକ୍ତି ବୈଭବ ନାଟକ, ପ୍ରବୋଧ ଚନ୍ଦ୍ରୋଦୟ ନାଟକ, ଉତ୍ସାହବତୀ ରୂପକ।
- କବି ଚନ୍ଦ୍ର ଦିବାକର ମିଶ୍ର-ଧୂର୍ତ୍ତ ଚରିତ ଭାଣ, ଦେବୀ ଶତକ, ରହସ୍ୟ ମଞ୍ଜରୀ, ହରିଚରିତ ଚମ୍ପୁ, ଭରତାମୃତ ମହାକାବ୍ୟ, ପାରିଜାତ ହରଣ ନାଟକ, ପ୍ରଭାବତୀ ନାଟକ, ଲକ୍ଷଣା ଦର୍ଶ ମହାକାବ୍ୟ।
- କବିଚନ୍ଦ୍ର ମାର୍କଣ୍ଡେୟ ମିଶ୍ର-ଦଶଗ୍ରୀବ ମହାବଧ।
- ରାୟ ରାମାନନ୍ଦ ପଟ୍ଟନାୟକ-ଶ୍ରୀ ଜଗନ୍ନାଥ ବଲ୍ଲଭ ନାଟକ, ଟୀକା ପଞ୍ଚକମ।
- ଗଙ୍ଗା ଦାସ-ଛନ୍ଦୋ ମଞ୍ଜରୀ, ଅଚ୍ୟୁତ ଚରିତ, କଂସାରୀ ଶତକ, ଦୀନେଶ ଶତକ।
- ଶିଖି ମହାନ୍ତି-(ମାଧବୀ ଦେବୀ ଙ୍କ ଭ୍ରାତା)ପୁରୁଷୋତ୍ତମ ନାଟକ ରଚନା କରିବାରେ ସାହାଯ୍ୟ କରିଥିଲେ।
- ଜୟଦେବ ଦ୍ଵିତୀୟ-ପୀୟୂଷ ଲହରୀ(ଏକାଙ୍କିକା), ବୈଷ୍ଣବାମୃତ ନାଟକ।
- ପରମାନନ୍ଦ ଦାସ କବିକର୍ଣ୍ଣପୁର-(ବଙ୍ଗ ବାସୀ) ଚୈତନ୍ୟ ଚନ୍ଦ୍ରୋଦୟ ନାଟକ।
- ଚିନ୍ତାମଣି ମିଶ୍ର-(ଗୋବିନ୍ଦ ବିଦ୍ୟାଧର ଙ୍କ ସମୟର କବି)ସମ୍ବରାରୀ ଚରିତମ, ତ୍ରିଶିରା ବଧଃ, କାଦମ୍ବରୀ ସାରଃ, କଂସ ବଧ।
https://blog.odiabook.in
https://blog.odiabook.in/2023/08/panchasakha-sahitya-yuga.html