ସାରଳା ଯୁଗ (ପଞ୍ଚଦଶ ଶତାବ୍ଦୀ)-ଖ୍ରୀ.୧୪୦୦-୧୫୦୦ଖ୍ରୀ. ର ଇତିହାସ
(ପଞ୍ଚଦଶ ଶତାବ୍ଦୀ) ଖ୍ରୀଷ୍ଟୀୟ ପଞ୍ଚଦଶ ଶତାବ୍ଦୀବେଳକୁ ଓଡ଼ିଆ ଜାତୀୟଜୀବନରେ ବିରାଟ ଅଭ୍ୟୁଦୟ ଘଟିଲା । ସେତେବେଳକୁ ମହାରାଜା କପିଳେନ୍ଦ୍ରଦେବ ଗଜପତିରୂପେ ଅଧ୍ୟତ ତାଙ୍କରି ରାଜତ୍ଵ କାଳରୁ ଓଡ଼ିଆମାନେ ଭାଷାସାହିତ୍ୟ , ଶିକ୍ଷା , ସଂସ୍କୃତି , ଶିଳ୍ପ , ସ୍ଥାପତ୍ୟ , ଭାସ୍କର୍ଯ୍ୟ ପ୍ରତ୍ୟେକ କ୍ଷେତ୍ରରେ ନୂତନ ଉତ୍ସାହ ଓ ଉଦ୍ଦୀପନାପୂର୍ବକ ଅଗ୍ରଗତି କରିଥିଲେ । ସେହି ସମୟର ଶ୍ରେଷକବି ହେଉଛନ୍ତି ‘ ସାରଳା ଦାସ । ତାଙ୍କ ରଚିତ ସାରଳା ମହାଭାରତ ’ - ଓଡ଼ିଆ ଭାଷା - ସାହିତ୍ୟ - ଶବ୍ଦଭଣ୍ଡାର ଦୃଷ୍ଟିରୁ ଏକ ବିଶିଷ୍ଟ କୃତି । ଅଧୂକନ୍ତୁ ଏହି ଗ୍ରନ୍ଥରୁ ତତ୍କାଳୀନ ସମାଜ , ଧର୍ମାଚାର , ସାଧାରଣ ଜୀବନଧାରା , ବୃଦ୍ଧି ଓ ବ୍ୟବସାୟ ପ୍ରଭୃତି , ବିଭିନ୍ନ ବିଷୟରେ ବହୁ ଉପାଦେୟ ତଥ୍ୟ ମିଳିଥାଏ । ସେତେବେଳକୁ ଅନ୍ୟାନ୍ୟ ଆଞ୍ଚଳିକ ସାହିତ୍ୟରେ ଅନୁରୂପ ଗ୍ରନ୍ଥ ପ୍ରାୟ ରଚିତ ହୋଇନଥିଲା । ସାରଳା ଦାସଙ୍କ ଅନ୍ୟାନ୍ୟ କୃତି ମଧ୍ୟରେ ରାମାୟଣ ଓ ଚଣ୍ଡୀପୁରାଣ ପ୍ରସିଦ୍ଧ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ସାରଳା ଦାସ ପ୍ରଥମେ ମୂର୍ଖ ଥିଲେ; ପରେ ସାରଳା ଠାକୁରାଣୀଙ୍କଠାରେ ଅଧିଆ ପଡ଼ି ଠାକୁରାଣୀଙ୍କ ଠାରୁ ବର ପାଇଥିଲେ । ମା ଶାରଳା ଠାକୁରାଣୀଙ୍କ ମନ୍ଦିରରେ ପ୍ରତି ଦିନ ପଢ଼ା ଯାଉଥିବା ସଂସ୍କୃତ ମହାଭାରତ ପୁରାଣ ଶୁଣି ଓଡ଼ିଆରେ ମହାଭାରତ ରଚନା କରିଥିଲେ । କିନ୍ତୁ ମୂଳ ସଂସ୍କୃତ ମହାଭାରତ ସଙ୍ଗେ ଉକ୍ତ ମହାଭାରତ ଅବିକଳ ମେଳ ହୁଏ ନାହିଁ । ଏ ମହାଭାରତରେ କବି ଅନେକ ମୌଳିକ କଥା ଛାଡ଼ି ଯାଇଅଛନ୍ତି ଓ କେତେକ କାଳ୍ପନିକ ଆଖ୍ୟାନ ମଧ୍ୟ ଯୋଗ କରିଅଛନ୍ତି । ସାରଳା ଦାସ ମୂଳ ମହାଭାରତର ଭାବ ସମାନ ରଖିଥିଲେ ହେଁ ନିଜ ଜାଣତରୁ ଏଥିରେ ଅନେକ ପୌରାଣିକ ଘଟଣା ଓ କାହାଣୀମାନ ମିଶାଇ ଏହାକୁ ଅତି ସମୃଦ୍ଧ ଓ ମୌଳିକ କରି ଲେଖିଥିଲେ ।
କବି ନିରକ୍ଷର ଥାଇ ଜୀବନର ପ୍ରଥମ ଅବସ୍ଥାରେ ଚାଷବାସ ଓ ମୂଲିଆ କାମ କରୁଥିଲେ । ମହାଭାରତ ଲେଖି ସାରି ସେ ବୁଢ଼ାନଦୀ କୂଳରେ ଗୋଟିଏ ମଠ ସ୍ଥାପନ କରି ସେହିଠାରେ ଶେଷ ଜୀବନ କଟାଇଲେ । ତାଙ୍କୁ ଲୋକେ 'ମୁନିଗୋସାଇଁ' ବୋଲି ଡାକୁଥିଲେ ଓ ଏବେ ମଧ୍ୟ ସେହି ଆଶ୍ରମକୁ ସ୍ଥାନୀୟ ଲୋକେ ମୁନି ଗୋସାଈଁ ମଠ କହନ୍ତି। ମାଘ ଶୁକ୍ଳ ସପ୍ତମୀ ଦିନ ସେ ପରଲୋକ ଗମନ କରିଥିଲେ ।
ଓଡ଼ିଆ ମହାଭାରତ ଦାଣ୍ଡିବୃତ୍ତରେ ଲିଖିତ। ଏହାକୁ ମୁକ୍ତଛନ୍ଦ ମଧ୍ୟ କହନ୍ତି । ସାରଳାଦାସଙ୍କୁ ଓଡ଼ିଆ ସାହିତ୍ୟରେ ଆଦିକବିର ମାନ୍ୟତା ଦିଆଯାଏ ।ଓଡ଼ିଆ ମହାଭାରତରୁ କେତେକ ପଦ ନିମ୍ନରେ ପ୍ରଦତ୍ତ ହେଲା ।
ଜାରା ଶବର ଉପାଖ୍ୟାନ
ଅଗସ୍ତି ବୋଇଲେ ଶୁଣ ବଇବସୁତ ମନୁ ଜାରା ନାମେ କିରାତ ଯେ ଅଜପତିର ତନୁ । ୧ ।
ଗଣ୍ଡା ଦୁଇଗୋଟା ଘେନି ଅଇଲା ଯତନେ ବାରୁଣାବନ୍ତ କଇଂ ଚଳଇ ତୋଷମନେ । ୨ ।
ମଥାରେ ମଜୁର ଝାଲି କଣ୍ଠେ ଗୁଞ୍ଜରା ମାଳି ଲୋହିତ ବର୍ଣ୍ଣ ନେତ୍ର ଶରୀରେ ରଙ୍ଗଧୂଳି । ୩ ।
ଧାମଣା କାଠର ଧନୁ କଣ୍ଟା ବାୟେଂଶର ଗୁଣ ଡାଳି ଆଭରଣ ଫିରିକି ନାରାଜ ତ୍ରୋଣ । ୪ ।
୩ ।୧ ମଜୁର - ମୟୁର
ସାରଳା ଦାସଙ୍କ କିଞ୍ଚିତ ପୂର୍ବରୁ ଓ ପରବର୍ତ୍ତୀ ସମୟରେ ବିଭିନ୍ନ ଚଉତିଶା ଗୀତ ରଚିତ ହୋଇଥିଲା । ବତ୍ସଦାସଙ୍କ କଳସା ଚଉତିଶାରୁ ଗୋଟିଏ ପଦର ଉଦ୍ଧାର କରାଗଲା । ଏହା ଚଉଦ - ଅକ୍ଷରୀ ମଙ୍ଗଳବୃତ୍ତରେ ରଚିତ । ( ଚଉଦ ଅକ୍ଷରୀ ବୃତ୍ତକୁ କଳସା କହନ୍ତି )
"ଦଇନି କରି କହୁଛି ଶୁଣ ମୋର ମାୟେ
ଦନ୍ତେ ତିରଣ ଧରିଣ ଓଳଗଇ ପାୟେ ।
ଦରିଦ୍ର ହୀନ ବୁଢ଼ାକୁ ଯେବେ ମୋତେ ଦେବୁ
ଦୁଇ ନୟନରେ ମୋର ମରଣ ଦେଖିବୁ "।
ପରେ ପରେ ଓଡ଼ିଆ ସାହିତ୍ୟରେ ବହୁ ଚଉତିଶା ' ଗୀତ ରଚିତ ହୋଇଛି। ‘ କ ଠାରୁ ' କ୍ଷ ' ପର୍ଯ୍ୟନ୍ତ ଚଉତିରିଶ ଅକ୍ଷରକୁ ଆଦ୍ୟରେ ରଖି ଲିଖିତ ହୋଇଥିବାରୁ ଏହାକୁ ‘ ଚଉତିଶା ' କହିଥାନ୍ତି । ଏହା ଗୀତି କବିତାର ଅନ୍ତର୍ଭୁକ୍ତ । ବିଭିନ୍ନ ବୃତ୍ତ ଓ ରାଗ ରାଗିଣୀରେ ଚଉତିଶା ବୋଲାଯାଏ । ଭାବ ଓ ଭାଷାଦୃଷ୍ଟିରୁ ଚଉତିଶା ଗୀତ ସରଳ ଓ ହୃଦୟସ୍ପର୍ଶୀ । ମାର୍କଣ୍ଠଦାସଙ୍କ ‘ କେଶବ କୋଇଲି , ବଳରାମ ଦାସଙ୍କର 'କମଳ ଲୋଚନ ଶ୍ରୀହରି ' ଏବଂ ଭକ୍ତଚରଣ ଦାସଙ୍କର 'କଳାକଳେବର କହ୍ନାଇ ...'- ଚଉତିଶାଗୁଡ଼ିକ ଖୁବ ଜନପ୍ରିୟ ।
ଏହି ସମୟର ଲେଖକ ଓ ତାଙ୍କ ଲିଖିତ ସାହିତ୍ୟ:
- ସାରଳା ଦାସ- ଓଡିଆ ମହାଭାରତ, ଚଣ୍ଡୀ ପୁରାଣ, ଵିଲଙ୍କା ରାମାୟଣ, ବିଚିତ୍ର ରାମାୟଣ, ଲକ୍ଷ୍ମୀ ନାରାୟଣ ବଚନିକା
- କପିଳେନ୍ଦ୍ର ଦେବ- ପର୍ଶୁରାମ ରାମ ବିଜୟ
- ପୁରୁଷୋତ୍ତମ ଦେବ-ଅଭିନବ ଗୀତ ଗୋବିନ୍ଦ, ଅଭିନବ ବେଣୀ ସଂହରଣମ, ଦଶଗ୍ରୀବ ବଧ, ଜାନକୀ ପ୍ରମୋଦ, ଆନନ୍ଦ ବିଳାସ, ମୁକ୍ତି ଚିନ୍ତାମଣି, ନାମ ମାଳିକା, ଗୋପାଳାର୍ଚ୍ଚନ ପଦ୍ଧତି, ଭୂବନେଶ୍ୱରୀ ପୂଜା ପଦ୍ଧତି, କୁବଲୟାଶ୍ୱଚରିତମ୍।
- ଫକୀର ଚଇନୀ-ଚକଡା ପୁସ୍ତକ
https://blog.odibook.in
https://blog.odiabook.in/2023/08/sarala-sahitya-yuga-in-odia.html
Very Nice Post, thank you. Visit Our Website.
ReplyDeletePipili Chandua
Handicrafted Pipili Chandua Double Peacock Design
Pipili Applique Work
Önemli giriş adreslerine buradan ulaşabilirsiniz.
ReplyDeletebetturkey giriş
betpark giriş
7CJ1