ପ୍ରାକ୍ ସାରଳା ଯୁଗ | PRE-SARALA AGE

@_ustad
0
Pre-Sarala yuga

Prak sarala sahitya in odia

ସାରଳା ପୂର୍ବ କାଳରେ ନାଥ ଏବଂ ସିଦ୍ଧ ସାହିତ୍ୟ ଓଡିଶାରେ ବୃଦ୍ଧି ପାଇଲା। ଏହି ସମୟର ମୁଖ୍ୟ କାର୍ଯ୍ୟଗୁଡ଼ିକ ହେଉଛିଶିଶୁ ବେଦ(24 ଦୋହାର ଏକ ପୁରାଣ),ଅମର କୋଷଏବଂଗୋରଖ ସଂହିତା। ସାରଳା ଦାସ ଏବଂ ପରବର୍ତ୍ତୀ ଷୋଡଶ ଶତାବ୍ଦୀର କବିମାନଙ୍କ କାର୍ଯ୍ୟରେଶିଶୁ ବେଦଉଲ୍ଲେଖ କରାଯାଇଛି। ଏହା ଦାଣ୍ଡି ବୃତ୍ତ ରେ ଲେଖାଯାଇଛି।

ମାର୍କଣ୍ଡ ଦାସ

ସେ ଜଣେଭାରତୀୟପୁରାତନ କବି ଥିଲେ । ସେଓଡ଼ିଶାରେଜନ୍ମିତ ଓଓଡ଼ିଆ ସାହିତ୍ୟରଚନା କରିଥିଲେ । ତାଙ୍କର ଜନ୍ମ ସମୟ ଆନୁମାନିକ ପଞ୍ଚଦଶ ଶତାବ୍ଦୀରେ ହୋଇଥିଲା । ତାଙ୍କର ଏକମାତ୍ର ରଚନାକେଶବ କୋଇଲିଏପର୍ଯ୍ୟନ୍ତ ଲୋକଲୋଚନକୁ ଆସିଛି । କେଶବ କୋଇଲିଏକକୋଇଲିବା ପଦାବଳୀ । ତାଙ୍କ ରଚନାକେଶବ କୋଇଲି ରେ ଯଶୋଦାଙ୍କୁ ତାଙ୍କ ପୁଅ କୃଷ୍ଣଙ୍କଠାରୁ ପୃଥକ କରିବାର ଯନ୍ତ୍ରଣା ବର୍ଣ୍ଣନା କରିଛନ୍ତି। [ପରେଜଗନ୍ନାଥ ଦାସଏହାର ଧର୍ମତାତ୍ତ୍ୱିକ ବ୍ୟାଖ୍ୟା କରିଅର୍ଥ କୋଇଲିରଚନା କରିଥିଲେ । ]ଓଡ଼ିଆ ସାହିତ୍ୟର ସର୍ବପୁରାତନ ରଚନା ଭାବେ ଜଣାଶିଶୁ ବେଦଓସପ୍ତାଙ୍ଗସାରଳା ଦାସଙ୍କପୁରାତନ ଓଡ଼ିଆ ରଚନା ଓ ମାର୍କଣ୍ଡ ଦାସଙ୍କ ରଚନାରେ ଥିବା ଓଡ଼ିଆ ମଧ୍ୟରେ ସଂଯୋଗ ଦର୍ଶାଇଥାଆନ୍ତି।


ବତ୍ସା ଦାସ (ବଚ୍ଛାଦାସ)


ବଚ୍ଛାଦାସଙ୍କ "କଳସା ଚଉତିଶା" ର ଆଦର ବହୁତ । ଏ "କଲସା" ଟି ଏତେ ଲୋକପ୍ରିୟ ହୋଇଛି ଯେ ବଚ୍ଛାଦାସଙ୍କ ପରବର୍ତ୍ତୀ ଲେଖକମାନେ "କଲସା ବାଣୀରେ ଗାଇବ" ବୋଲି ନିଜ ନିଜର ଛାନ୍ଦକାବ୍ୟମାନଙ୍କରେ ନିର୍ଦ୍ଦେଶ କରିଯାଇଅଛନ୍ତି । ଚଉତିଶାଟି ଅତି ଲୋକପ୍ରିୟ ଥିବା ହେତୁ ଏହା ବିଶିଷ୍ଟ ରାଗ ରୂପେ ଗୃହିତ ହୋଇଛି । ମହାକବି ସାରଳା ଦାସଙ୍କ ମହାଭାରତରେ କଲସାର ଉଲ୍ଲେଖ ଅଛି ।


ବେଦମନ୍ତ୍ର ଯୁଗତେ ସେ ଯେ ପଢ଼ନ୍ତି କଳସା ,
ବଶିଷ୍ଠ ମାରକଣ୍ଡ ଆବର ଦୂର୍ବାସା ।


ସାରଳାଦାସଙ୍କ ସମୟକୁ କଲସା ଜନପ୍ରିୟ ହୋଇପାରିଥିବାରୁ ଓ ନଜେ ସାରଳାଦାସ ତାର ଆଦର କରିଥିବାରୁ ଏହାର ଉଲ୍ଲେଖ ମହାଭାରତରେ ହୋଇଥିବା ସମ୍ଭବ।
କଲସାର ରଚୟିତା ବଚ୍ଛାଦାସ କେଉଁ ସମୟରେ ଜନ୍ମଗ୍ରହଣ କରିଥିଲେ ତାହା ସଠିକ୍ ଭାବରେ କହିବା ସହଜ ନୁହେଁ । ସାରଳାଦାସ 'କଲସା'ର ଉଲ୍ଲେଖ କରିଥିବାରୁ ବଚ୍ଛାଦାସ ସାରଳାଦାସଙ୍କ ପୂର୍ବବର୍ତ୍ତୀ କବି ।

ଚଉତିଶାର ପ୍ରଥମ ଚରଣ ‘କ’ ରେ ଆରମ୍ଭ ହୁଏ ଏବଂ ତା’ପରେ ଚରଣଗୁଡ଼ିକ ଖ,ଗ... କ୍ଷ ଅକ୍ଷରରେ ଯଥାକ୍ରମେ ଆରମ୍ଭ ହୁଏ । 'କ' ଠାରୁ 'କ୍ଷ' ପର୍ଯ୍ୟନ୍ତ ଏହ ୩୪ ଅକ୍ଷରରୁ ଗୋଟିଏ ଗୋଟିଏ ଅକ୍ଷରକୁ କ୍ରମାନ୍ୱୟରେ ଚରଣ ମୂଳରେ ରଖି କବିତା ରଚନା ହେଉଥିବାରୁ ଏହାର ନାମ ୩୪ଶ ବା ଚଉତିଶା ହେଲ । ଓଡ଼ିଆରେ ଅନେକ ଚଉତିଶା ଦେଖାଯାଏ । କେତେଗୁଡ଼ିଏ ଛପା ହୋଇଥିବାବେଳେ ଅନେକଗୁଡ଼ିଏ ଅପ୍ରକାଶିତ ଭାବରେ ଅଛି । କବିତା ସ୍ଥାନରେ ଏହି ଚଉତିଶାଗୁଡ଼ିକ ଓଡ଼ିଆ ସାହିତ୍ୟରେ ଖୁବ୍ ଉଚ୍ଚ ଆସନ ଅଧିକାର କରିଛି ।

ବ୍ରତକଥାମାନଙ୍କ ମଧ୍ୟରୁ କେତୋଟି ଯେ ୧୫ଶ ଶତାବ୍ଦୀ ପୂର୍ବରୁ ରଚିତ , ଏଥିରେ କୌଣସି ସନ୍ଦେହ ନାହିଁ।
ଭାଷା ଦିଗରୁ ଓ ଭାବ ଦିଗରୁ ଆଲେଚନା କଲେ ସୋମନାଥ ବ୍ରତକଥା , ନାଗୁଲ ଚଉଠୀ ବ୍ରତକଥା , ଦାମୋଦର ଓଷା ପ୍ରଭୃତି ୧୩ଶ ବା ୧୪ଶ ଶତାବ୍ଦୀର ବୋଲି ଅନୁମାନ କରାଯାଏ । ଏ କଥାଗୁଡ଼ିକର ଭାଷା ବଡ଼ ସରଳ ଓ ସହଜ ; ଲେଖନିଭଙ୍ଗୀ ମଧ୍ୟ ସୁନ୍ଦର ।

ଶୁଣ ହେ ନରମାନେ , ଶ୍ରୀ ନାଗୁଲ ଚୌଠୀ କଥା । ଏକ ଯେ ସାଧବ ଘର । ତାର ସାତ ବୋହୂ । ସାନ ବୋହୂକୁ ଦେଖି ନ ପାରନ୍ତି । ଏ ରୂପେ କେତେହେକ ଦନେ ଅସିଣ ଗଲା। କାର୍ତ୍ତିକ ହେଲା । ପିମ୍ପୋଇ ଅମାସ୍ୟା ଯିବାର ଚାରିଦିନେ ନାଗୁଲ ଚଉଠି ହେଲା । ଶାଶୁ ସକାଳୁ ଶ୍ରାହାନ୍ନ କଲା । ଶ୍ରୀହାନ୍ନ କରି ଓଷା ଦ୍ରବ୍ୟ ସଜାଡିଲା । ଆଖୁଦଣ୍ଡା ଗହନେ ଆଣିଲା । କଦଳୀ କାନ୍ଦି ଗହନେ ଆଣିଲା । ନଡ଼ିଆ କାନ୍ଦି ଗହନେ ଆଣିଲା। ଗୁଆ କାନ୍ଦି ଗହନେ ଯେ ରୁପେ ଆଣିଲା । ଲିଆ ଭାଜିଲା । ଗଯାମୁଆଁ କଲା । ରାସି ଛଡ଼ାଇଲା । ରାସ ନଡ଼ୁ କଲା । ରାସି ଗଯା କଲା । ଉଆଚୂଡ଼ା କଲା । ଆଖୁ କାଟିଲା । କଦଳୀ ଛଡ଼ାଇଲା । ରାସି ପିଣ୍ଡ କଲା । ଛେନା ପିଣ୍ଡ କଲା । ଚାଉଲ ପିଣ୍ଡ କଲା । ଆଉ ସବୁଥରୁ ଟିକିଏ ଟିକିଏ କାଢ଼ି ପିଣ୍ଡ କଲା । ଉଖୁଡ଼ା କଲା । ମରିଚ ଜୁଆଣୀ ତେଜପତ୍ର ଅଲାଇଚ ଅଦା ନଡ଼ିଆ ଏମାନ ପକାଇ ଚାରିପିଣ୍ଡ କଲା......।

ନାଗୁଲ ଚଉଠୀ ବ୍ରତକଥାର ଆରମ୍ଭ ବଡ଼ ସୁନ୍ଦର ହୋଇଛି। ବାକ୍ୟଗୁଡ଼ିକ ଖୁବ୍ ଛୋଟ ଛୋଟ। ଭାବ ବ୍ୟକ୍ତ କରିବାରେ କୌଣସି ଅସୁବଧା ନାହଁ। ବର୍ଣ୍ଣନା ମଧ୍ୟ ମନୋମୁଗ୍ଧକର।

ଖୁଦୁରୁକୁଣୀ ଓଷା

ଓଡ଼ିଶାରେ ଖୁବ୍ ପ୍ରସିଦ୍ଧି ଲାଭ କରିଛି । କେଉଁ ' କାଳରୁ ଏହାର ପ୍ରଚାର ହୋଇଛି ଏବଂ କେବେ ଜେ ଏହାର ଉତ୍ପତ୍ତି , ତାହା ନିରୂପଣ କରିବା ସହଜ ନୁହେଁ । ତେବେ ଏତିକ କୁହାଯାଇପାରେ ଯେ , ସେତେବେଲେ ସହସ୍ର ସହସ୍ର ବାଣିଜ୍ୟ ତରୀ ସମୁଦ୍ର ବକ୍ଷରେ ଭାସମାନ ହେଉଥିଲା ସେତେବେଲେ ଏଥିରେ ବର୍ଣ୍ଣିତ କଥାବସ୍ତୁର ଆରମ୍ଭ ।

ଅନେକଗୁଡ଼ିଏ ବ୍ରତକଥାରେ ସାଧବଘର ପ୍ରସଙ୍ଗ , ବୋଇତ ବାଣିଜ୍ୟ , ସମୁଦ୍ର କୂଳେ ପୂଜା ପ୍ରଭୃତି ବିଷୟ ଲିଖିତ ହୋଇଛି । ଏଥିରୁ ପ୍ରମାଣିତ ହେଉଛି ଖ୍ରୀଷ୍ମପୂର୍ବ ଏକହଜାର ବର୍ଷ ପୂର୍ବରୁ କଲିଙ୍ଗର ନୌବାଣିଜ୍ୟ ସମ୍ବନ୍ଧରେ ଯେଉଁ ଗୌରବ ଥିଲି , ତାହା ସେକାଳ ପର୍ଯ୍ୟନ୍ତ ମଧ୍ୟ ଲୋକ ମୁଖରେ ରହିଥଲା । ନୌବାଣିଜ୍ୟ ଯୋଗୁଁ ଏ ଦେଶରେ ଧନ ଦୌଲତ ଭରା ହୋଇ ରହିଥିଲା । ଲୋକେ କାହିଁ ସୁଦୂର ଜାଭା, ସୁମାତ୍ରା ଯାଇ ବାଣିଜ୍ୟ କରୁଥିଲେ । ଏହାର ନିଦର୍ଶନ ଆଜି ପର୍ଯ୍ୟନ୍ତ ସେ ଦେଶମାନଙ୍କରେ ମିଳୁଛି ।

ମାଦଳା ପାଞ୍ଜି

ମାଦଳା ପାଞ୍ଜିଓଡ଼ିଶାରେରାଜତ୍ୱ କରୁଥିବା ବିଭିନ୍ନ ରାଜବଂଶର ଏକ ଇତିହାସ ପୋଥି ତଥାପୁରୀଜଗନ୍ନାଥ ମନ୍ଦିରରେଶ୍ରୀ ଜଗନ୍ନାଥଙ୍କପାଖରେ ପୂଜିତ । ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀଠାରୁ ଉନବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତଶ୍ରୀଜଗନ୍ନାଥଙ୍କଇତିବୃତ୍ତ ଏଥିରୁ ମିଳିଥାଏ । ରାଜା ଓ ମନ୍ଦିରର ଇତିହାସ ଲେଖିବାପାଇଁ ସଙ୍କଳ୍ପ କରିଥିବା ଲିଖନକାରମାନେ ମଝିରେ ମଝିରେ ବିଭିନ୍ନକିମ୍ବଦନ୍ତୀପ୍ରୟୋଗ କରିବାରେ ଗ୍ରନ୍ଥଟି ସାହିତ୍ୟିକ ମର୍ଯ୍ୟାଦା ଲାଭ କରିପାରିଛି । ଓଡ଼ିଆ ଗଦ୍ୟ ସାହିତ୍ୟରବିକାଶରେ ଉଭୟ ଭାଷା ଓ ଶୈଳୀ ଦୃଷ୍ଟିରୁ ମାଦଳାପାଞ୍ଜିର ସ୍ଥାନ ସ୍ୱତନ୍ତ୍ର ।

ମାଦଳାପାଞ୍ଜିର ନାମକରଣ ସମ୍ପର୍କରେ ଭିନ୍ନ ଭିନ୍ନ ମତ ମିଳିଥାଏ। 

  •  ୧୯୧୯ ମସିହାରେ ଐତିହାସିକମଦନମୋହନ ଚକ୍ରବର୍ତ୍ତୀଲେଖିଥିଲେ ‘ମୁଦଲ ଅର୍ଥ ବନ୍ଦ କରିବା’ । ତାଙ୍କ ମତରେ ମୁଦଲ – ମୁଦଳା – ମାଦଳା ଶବ୍ଦର ଉତ୍ପତ୍ତି ହୋଇଛି। 
  • ୧୯୨୭ ମସିହାରେରମାପ୍ରସାଦ ଚନ୍ଦ୍ର‘ଓଡ଼ିଶା ଇତିହାସ’ରେ ମାଦଳା ସମ୍ପର୍କରେ ଲେଖିଥିଲେ ‘ମର୍ଦ୍ଦଳ’ ଜାତୀୟ ଏକ ବାଦ୍ୟ ଶବ୍ଦରୁ ମାଦଳାର ଉତ୍ପତ୍ତି । ତାଙ୍କ ମତରେ ମର୍ଦ୍ଦଳ – ମଦ୍‌ଦଳ – ମଦଳ – ମଦଳା – ମାଦଳା ଏହିପରି ହୋଇଛି । 
  • ଆର୍ତ୍ତବଲ୍ଲଭ ମହାନ୍ତିଙ୍କମତରେ ‘ପାଞ୍ଜି’ ଲେଖିସାରିବାପରେ ଲିଖନକାରମାନେ ଏହାକୁ ମର୍ଦ୍ଦଳାକାରରେ ବାନ୍ଧୁଥିଲେ ଏବଂ ମୁଦଦେଇଶ୍ରୀମନ୍ଦିରରେରଖୁଥିଲେ, ତେଣୁ ଏହାକୁ ମାଦଳାପାଞ୍ଜି କୁହାଯାଏ । 
  • ଅଧ୍ୟାପକକୃଷ୍ଣଚନ୍ଦ୍ର ଷଢ଼ଙ୍ଗୀଙ୍କ ମତରେ ‘ମଦଳା’ ଆଭିଧାନିକ ଅର୍ଥ ଅପୂର୍ଣ୍ଣ ବା କାନ୍ତିଆ । ଶ୍ରୀଜଗନ୍ନାଥଅସମ୍ପୂର୍ଣ୍ଣ ହୋଇଥିବାରୁ ତାଙ୍କୁ ମାଦଳା କୁହାଯାଏ ।
    ମାଦଳାପାଞ୍ଜିକୁଶ୍ରୀଜଗନ୍ନାଥଙ୍କୁକେନ୍ଦ୍ରକରି ଲିଖନ ହୋଇଥିବାରୁ ଏହାକୁ ‘ମାଦଳାପାଞ୍ଜି’ କହିବା ଯଥାର୍ଥ ।

ଓଡ଼ିଶାର ଇତିହାସକୁ ମାଦଳାପାଞ୍ଜି ବହନ କଲେହେଁ ଲିଖନକାରମାନେ ବହୁ କିମ୍ବଦନ୍ତୀ ଓ କାହାଣୀ ସଂଯୋଗ କରି ସାହିତ୍ୟିକ ମର୍ଯ୍ୟାଦା ନେଇଛନ୍ତି । ପାଞ୍ଜି ମଧ୍ୟସ୍ଥ କାହାଣୀ ମଧ୍ୟରେ ଚୋଡ଼ଗଙ୍ଗ ଦେବଙ୍କ ସମୟରେ ନିତେଇ ଧୋବଣୀ କଥା ଚୋଡ଼ଗଙ୍ଗ ଦେବଙ୍କ ନିଜ କନ୍ୟା ସହ ଅବୈଧ ପ୍ରେମ ଓ ପ୍ରାୟଶ୍ଚିତ କଥା, ବୌଦ୍ଧଭ୍ରମଣ ଓ ବ୍ରାହ୍ମଣ ପରୀକ୍ଷା କଥା, ଅନଙ୍ଗଭୀମଦେବଙ୍କ ସମୟର ପଶୁପାଳକଥା, ସିବେଇସାମନ୍ତରା ଜାଉଖିଆ କଥା, ଅନ୍ଧଦଇତା ଦାସ କଥା, କପିଳେନ୍ଦ୍ରଙ୍କ ସମୟରେ ନାଗସାପ ପ୍ରସଙ୍ଗ ପ୍ରଧାନ । ଏସବୁ ଗଳ୍ପଓଡ଼ିଶାରପୁରପଲ୍ଲୀରେ ବହୁଳ ପ୍ରଚଳିତ ।

ଚୋଡ଼ଗଙ୍ଗଙ୍କଠାରୁ ପ୍ରତାପରୁଦ୍ର ଦେବଙ୍କ ପର୍ଯ୍ୟନ୍ତ ଏହି ପାଞ୍ଚଶହ ବର୍ଷ ଭିତରେ ଶାରଳାଦାସ ହଁ ସର୍ବଶ୍ରେଷ୍ଠ ପ୍ରତିଭାବାନ ଓଡ଼ିଆ କବି ଥିଲେ । ଶାରଳାଦାସଙ୍କ ପୂର୍ବରୁ ଓଡ଼ିଶାରେ ବହୁ କବି ସଂସ୍କୃତରେ ଗ୍ରନ୍ଥ ରଚନା କରି ଅମର ହୋଇଛନ୍ତି । କେତେକ ବିଖ୍ୟାତ କବି ଓ ଲେଖକଙ୍କ ପରିଚୟ ସଂକ୍ଷେପରେ ଏଠାରେ ଦିଆଗଲା ।

  1. ନାରୟଣାନନ୍ଦ ଅବଧୂତ ସ୍ବାମୀ
    'ରୁଦ୍ରସୁଧାନିଧି' ରଚୟିତା ନାରାୟଣାନନ୍ଦ ଅବଧୁତ ସ୍ବାମୀ ସାରଳା ଦାସଙ୍କ ପୁର୍ବର ଲେଖକ । ସେ ଏକାମ୍ରକାନନର ( ଭୁବନେଶ୍ୱର ) ଜଣେ ପ୍ରସିଦ୍ଧ ଯୋଗୀ । ସେ ଉପସ୍ୟା ବଳରେ ହରପାର୍ବତୀଙ୍କୁ ସନ୍ତୁଷ୍ଟ କରି ବର ପାଇଥିଲେ । ବେଦ , ଶାସ୍ତ୍ର , ବ୍ୟାକରଣ , ପୁରାଣ , ଗୀତା , ସ୍ମୃତି , ନାଟକ , ବୈଦ୍ୟଶାସ୍ତ୍ର , ଉଲୁକ ବିଦ୍ୟା , କୁହୁକ ବିଦ୍ୟା ପ୍ରଭୃତିରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା । ଯୁଦ୍ଧବିଦ୍ୟାରେ ମଧ୍ୟ ସେ ପାରଙ୍ଗମ ଥଲେ । "ରୁଦ୍ରସୁଧାନିଧି" ତାଙ୍କର ଯୌବନାବସ୍ଥାର ଲେଖା।
  2. ଗୋବର୍ଦ୍ଧନାଚାର୍ଯ୍ୟ କବି ଗୋବର୍ଦ୍ଧନାଚାର୍ଯ୍ୟଙ୍କ "ଆର୍ଯ୍ୟସପ୍ତଶତୀ" ନାମକ ଏକ ପ୍ରସିଦ୍ଧ ସଂସ୍କତ ଗ୍ରନ୍ଥ ରଚନା କରିଥିଲେ। ଏହି କବି ବଙ୍ଗ ଦେଶର ସେନ ବଂଶୀୟ ବିଖ୍ୟାତ ରାଜା ଲକ୍ଷ୍ମଣସେନଙ୍କ ସଭାପଣ୍ଡିତ ଥିଲେ ବୋଲି କେହି କେହି କହନ୍ତି । ସେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ପାଣ୍ଡିତ୍ୟରେ ମୁଗ୍ଧ ହୋଇ ଲକ୍ଷ୍ମଣସେନ ତାଙ୍କୁ , ସ୍ବଦେଶକୁ ନେଇ ନିଜ ରାଜସଭାରର ବଶିଷ୍ଟ ସ୍ଥାନ ଦେଇଥିଲେ । ଗୋବର୍ଦ୍ଧନ ବିଖ୍ୟାତ କବି ଜୟଦେବଙ୍କର ଗୀତଗୋବନ୍ଦ କାବ୍ୟର "ଭାବ ପ୍ରଭାବିନୀ" ନାମକ ଟୀକା ଲେଖିଥିଲେ ଏବଂ ଏହା ଏହି କାବ୍ୟର ସର୍ବପ୍ରଥମ ଟୀକା ।
  3. ଊଦୟନାଚାର୍ଯ୍ୟ ଏ ଜଣେ ବିଖ୍ୟାତ କବି। ଗୋବର୍ଦ୍ଧନାଚାର୍ଯ୍ୟଙ୍କ କନିଷ୍ଠଭ୍ରାତା । ଭୂବନେଶ୍ବରର ବିଖ୍ୟାତ ମେଘେଶ୍ଵର ମନ୍ଦିର ଶିଳାଲିପି ଏହାଙ୍କ ଦ୍ବାରା ରଚିତ । ଗଙ୍ଗବଂଶ ଗଜା ଚୋଡ଼ଗଙ୍ଗଙ୍କ ପୁତ୍ର ରାଜରାଜଦେବ ( ୧୨ଶ ଶତାବ୍ଦୀ ) ଙ୍କ ଶାଳକ ଗଜା ସ୍ବପ୍ନେଶ୍ୱରଦେବଙ୍କ ସଭାପଣ୍ଡିତ ଥିଲେ । 
  4.  ଜୟଦେବ ଏ ବିଖ୍ୟାତ ‘ ଗୀତଗୋବିନ୍ଦ କାବ୍ୟ ରଚନା କରିଥିଲେ । ପୁରୀ ଜିଲ୍ଲାର କେନ୍ଦ୍ରୁଲି ( କେନ୍ଦୁବିଲ୍ୱ. ) ଗ୍ରାମରେ ଏ ଜନ୍ମଗ୍ରହଣ କରିଥିଲେ ।

  5. ଭାସ୍କର ୧୩ଶ ଶତାବ୍ଦୀରେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ । କଟକ ଜଲ୍ଲାର ବିଖ୍ୟାତ ଚାଟେଶ୍ବର ମନ୍ଦିର ଶିଳାଲିପି ଏ ରଚନା କରିଥିଲେ । ଗଙ୍ଗବଂଶ ର ରାଜା ଦ୍ଵିତୀୟ ଅନଙ୍ଗଭୀମ ଦେବଙ୍କର ସଭାପଣ୍ଡିତ ଥିଲେ । 
  6. ଉମାପତି ଗଙ୍ଗବଂଶ ଗଜା ଭାନୁଦେବ ପ୍ରଥମଙ୍କ ( ୧୩ଶ ଶତାବ୍ଦୀ ) ସମୟରେ ଜୀବିତ ଥିଲେ । ସେ କେତୋଟି ଉଚ୍ଚକୋଟିର "ରାଜ ପ୍ରଶସ୍ତି" ଲେଖି ଯାଇଛନ୍ତି । ଭୁବନେଶ୍ବରର ବିଖ୍ୟାତ ଅନନ୍ତ ବାସୁଦେବ ମନ୍ଦିରର ଚନ୍ଦ୍ରକା-ଦେବୀ ଶିଳାଲିପି ଏହାଙ୍କ ଦ୍ବାରା ରଚିତ। ଏହି ଲିପିଟି ସଂସ୍କୃତରେ ଲେଖା । 
  7. କବିରାଜ ଶଙ୍ଖଧର
    ଏ ବିଖ୍ୟାତ ହାସ୍ୟାର୍ଣ୍ଣବ ବା ନଟକମେଲକମ୍ ଗ୍ରନ୍ଥର ଲେଖକ । ସାହିତ୍ୟ ଦର୍ପଣର ଲେଖକ କବିରାଜ ବିଶ୍ବନାଥ ମହାପାତ୍ର ଏହାଙ୍କ ହାସ୍ୟାର୍ଣ୍ଣବରୁ କେତେକ ପଦ ସ୍ୱଗ୍ରନ୍ଥରେ ଉଦାହରଣ ଛଲରେ ଉଦ୍ଧାର କରିଛନ୍ତି ।
  8.  ବିଦ୍ୟାଧର ବିଖ୍ୟାତ "ଏକାବଲୀ" ଅଲଙ୍କାର ଗ୍ରନ୍ଥର ପ୍ରଣେତା କବି ବିଦ୍ୟାଧର ଗଙ୍ଗବଂଶ ରାଜା ନରସିଂହଦେବ ପ୍ରଥମଙ୍କ ( ୧୩ଶ ଶତାବ୍ଦୀ ) ସଭାପଣ୍ଡିତ ଥିଲେ । 
  9. ନାରାୟଣ ଦାଶ ଜୟଦେବଙ୍କ ଗୀତଗୋବନ୍ଦ ଉପରେ "ସର୍ବାଙ୍ଗ ସୁନ୍ଦରୀ" ନାମକ ଏକ ଟୀକା ଲେଖି ଖ୍ୟାତିଲାଭ କରିଥିଲେ । ଗଙ୍ଗବଂଶୀ ରାଜା ନରସିଂହଦେବ ପ୍ରଥମଙ୍କ ସମସାମୟିକ । 
  10. ଚଣ୍ଡିଦାଶ ଏ ଗଙ୍ଗବଂଶୀୟ ରାଜା ନରସିଂହଦେବ ତୃତୀୟ ( ୧୪ଶ ଶତାବ୍ଦୀ ) ଙ୍କ ସମସାମୟିକ ଓ ସଭାପଣ୍ଡିତ । ବିଖ୍ୟାତ ‘ କାବ୍ୟପ୍ରକାଶ ’ ଗ୍ରନ୍ଥ ଉପରେ ସେ ‘ କାବ୍ୟପ୍ରକାଶ ଦୀପିକା ’ ନାମକ ଟୀକା ଲେଖି ଅମର ହୋଇଛନ୍ତି । 
  11. ଚନ୍ଦ୍ରଶେଖର ଦାଶ ଏ ଗଙ୍ଗବଂଶୀୟ ରାଜା ଭନୁଦେବ ୩ୟ ( ୧୪ଶ ଶତାବ୍ଦୀ ) ଙ୍କ ସଭାପଣ୍ଡିତ ଥଲେ । ଭାଷାର୍ଣ୍ଣବ , ପୁଷ୍ପମାଲା ’ ନାମକ ଦୁଇଟି ଉଚ୍ଚକୋଟୀର ଗ୍ରନ୍ଥ ରଚନା କରିଛନ୍ତି । ଭାନୁଦେବ ତାଙ୍କୁ ‘ ସାନ୍ଧି ବିଗ୍ରହକ ମହାପାତ୍ର’ ଉପାଧିରେ ଭୂଷିତ କରିଥିଲେ । 
  12. କୃଷ୍ଣାନନ୍ଦ ଦାଶ ଗଙ୍ଗବଂଶୀ ରାଜା ନରସିଂହଦେବ ଚତୁର୍ଥ (୧୪ ଶ ଶତାବ୍ଦୀ ) ଙ୍କ ସଭାପଣ୍ଡିତ ଥଲେ । ରାଜାଙ୍କ ଦ୍ଵାରା ସେ ମଧ୍ୟ 'ସାନ୍ଧି ବିଗ୍ରହକ ମହାପାତ୍ର' ଉପାଧିରେ ସେ ଭୂଷିତ ହୋଇଥିଲେ । ‘ ସହୃଦୟାନନ୍ଦ ମହାକାବ୍ୟ ’ ରଚନା କରି ସେ ବିଖ୍ୟାତ ହୋଇଛନ୍ତି । 
  13. ବିଶ୍ବନାଥ କବିରାଜ ବିଖ୍ୟାତ ଆଳଙ୍କାରିକ ଓ କବି ବିଶ୍ଵନାଥ କବିରାଜ ଗଙ୍ଗବଂଶୀୟ ରାଜା ନିଶଙ୍କ ଭାନୁଦେବ ( ଭାନୁଦେବ ୪ର୍ଥ , ୧୪ - ୧୫ଶ ଶତାବ୍ଦୀ ) ଙ୍କ ସଭାପଣ୍ଡିତ ଥଲେ । ‘ ସାହିତ୍ୟ ଦର୍ପଣ ’ ନାମକ ଅଳଙ୍କାର ଗ୍ରନ୍ଥ ଲେଖି ସେ ଅମର ହୋଇଛନ୍ତି । ଏସେ‘ ଚନ୍ଦ୍ରକଳା ନାଟିକା ’ ନାମକ ଗୋଟିଏ ଉଚ୍ଚ ଧରଣର ନାଟିକା ରଚନା କରିଛନ୍ତି । ଭାନୁଦେବ ତାଙ୍କୁ 'ସାନ୍ଧ ବିଗ୍ରହକ ମହାପାତ୍ର ’ ଉପାଧିରେ ଭୂଷିତ କରିଥିଲେ । ଭାନୁଦେବଙ୍କ ପିତା ନରସିଂହଦେବ ( ଚତୁର୍ଥ ) ଙ୍କର ମଧ୍ୟ ସେ ସପଣ୍ଡିତ ଥଲେ । ସେ ରାଜାଙ୍କ ପ୍ରଶସ୍ତି "ନରସିଂହ ବିଜୟମ" କାବ୍ୟ ରଚନା କରିଥିଲେ । "କୁବଳୟାଶ୍ୱଚରିତମ୍ , ପ୍ରଭାବତି ପରିଣୟମ , ରାଘବବିଲାସ ମହାକାବ୍ୟମ୍ , କାବ୍ୟପ୍ରକାଶଦର୍ପଣମ୍" —ଏ କେତୋଟି ଗ୍ରନ୍ଥ ମଧ୍ୟ ଲେଖିଥଲେ । "ସାହିତ୍ୟ ଦର୍ପଣ" ଅଳଙ୍କାର ଗ୍ରନ୍ଥମାନଙ୍କ ଭିତରେ ଅତି ଉଚ୍ଚ ଧରଣର ଲେଖା । ଲେଖା ହେବାର ପାଞ୍ଚଶହ ବର୍ଷ ପରେ ମଧ୍ୟ ଏହି ଗ୍ରନ୍ଥଟି ଅଲଙ୍କାରଶାସ୍ତ୍ର ଜଗତରେ ଅଦ୍ବି ତୀୟ ସ୍ଥାନ ଅଧିକାର କରିଅଛି 

ପ୍ରାକ ଶାରଳା ଦାସ ଙ୍କ ସମୟର ଲେଖକ ଙ୍କ କୃତିତ୍ୱ

  • ମାର୍କଣ୍ଡ ଦାସ-କେଶବ କୋଇଲି
  • ବତ୍ସା ଦାସ-କଳସା ଚଉତିଶା
  • ବିଦ୍ୟାଧର-ଏକାବଳୀ
  • ଗୋବର୍ଦ୍ଧନାଚାର୍ଯ୍ୟ-ଆର୍ଯ୍ୟ ସପ୍ତଶତୀ, ଭାବ ପ୍ରଭାବିନୀ ଟୀକା
  • ଉଦୟନାଚାର୍ଯ୍ୟ-ମେଘେଶ୍ୱର ମନ୍ଦିର ଶିଳାଲିପି
  • ଜୟଦେବ-ଗୀତଗୋବିନ୍ଦ {ସଂସ୍କୃତ}
  • ଭାସ୍କର-ଚାଟେଶ୍ୱର ମନ୍ଦିର ଶିଳାଲିପି
  • ଉମାପତି-ରାଜ ପ୍ରଶସ୍ତି, ଚନ୍ଦ୍ରକା ଦେବୀ ଶିଳାଲିପି
  • କବିରାଜ ଶଙ୍ଖଧର-ହାସ୍ୟାର୍ଣ୍ଣବ ବା ନଟକମେଲମ୍
  • ନାରାୟଣ ଦାସ-ସର୍ବାଙ୍ଗ ସୁନ୍ଦରୀ
  • ଚଣ୍ଡୀ ଦାସ-କାବ୍ୟପ୍ରକାଶ ଦୀପିକା
  • ଚନ୍ଦ୍ରଶେଖର ଦାସ-ଭାଷାର୍ଣ୍ଣବ ଓ ପୁଷ୍ପମାଳା
  • କୃଷ୍ଣାନନ୍ଦ ଦାସ-ସହୃଦାନନ୍ଦ କାବ୍ୟ
  • ବିଶ୍ଵନାଥ କବିରାଜ-ସାହିତ୍ୟ ଦର୍ପଣ, ଚନ୍ଦ୍ରକଳା ନାଟିକା, ନରସିଂହ ବିଜୟମ୍,କୁବଲୟାଶ୍ୱଚରିତମ, ପ୍ରଭାବତୀ -ପରିଣୟମ, ରାଘବବିଳାସ ମହାକାବ୍ୟମ, କାବ୍ୟ ପ୍ରକାଶ ଦର୍ପଣମ୍




https://blog.odiabook.in
https://blog.odiabook.in/2023/08/pre-sarala-age-in-odia.html


Keywords: Odia Prak sarala juga, Prak sarala juga itihas, Prak sarala odia sahitya katha, Odia Bhasa Sahitya, Odia Bhasa Sahitya Blog, OdiaBhasaSahitya, Odia Bhasa Sahitya Blogspot dot com. 

ମୁଖ୍ୟ ବିନ୍ଦୁ: ପ୍ରାକ୍ ସାରଳା ଯୁଗ, ଓଡିଆ ପ୍ରାକ୍ ସାରଳା ଯୁଗ, ପ୍ରାକ୍ ସାରଳା ଯୁଗ ଇତିହାସ, ପ୍ରାକ୍ ସାରଳା ଯୁଗ ଇତିହାସ, ଓଡିଆ ଭାଷା ସାହିତ୍ୟ, ଓଡିଆ ଭାଷା ସାହିତ୍ୟ ବ୍ଲଗ, ଓଡ଼ିଆ ଭାଷା ସାହିତ୍ୟ। 

Post a Comment

0Comments

Post a Comment (0)