ଭଣ୍ତ ବିଲୁଆ – ଓଡିଆ ଗପ
ଲେଖକ – ଜେଜେ ମହାନ୍ତି
ଥରେ ବିଲୁଆ ଜଙ୍ଗଲରେ ବୁଲୁ ବୁଲୁ ବାଉଳରେ ସହର ଆଡକୁ ଚାଲିଆସିଲା ଓ ସେ ଦେଖିଲା ସହରରେ ଗୋଟେବି ଲୋକ ନାହାନ୍ତି ।ସାରା ସହରଟା ଖାଁ ଖାଁ ଲାଗୁଥିଲା ।ବିଲୁଆ ଧିରେ ଧିରେ ସହର ଭିତରକୁ ପଶି ସହରରେ ବୁଲିବାକୁ ଲାଗିଲା ହେଲେ ତାକୁ ଗୋଟେବି ମଣିଷ ଦେଖାଦେଲେନି ।ବିଲୁଆ ଭାବିନେଲା ସବୁ ମଣିଷ ଲୋପ ପାଇଗଲେ ଓ ଏବେ ଆମେସବୁ ଜିବ ଜନ୍ତୁ ଜଙ୍ଗଲ ଆଉ ସହରରେ ରାଜୁତି କରୁବୁ ।ବିଲୁଆ ଚିନ୍ତା କଲା ମଣିଷ ଲୋପ ପାଇଯିବା କଥାଟା ଜଙ୍ଗଲରେ କେହିବି ଜାଣିନାହାନ୍ତି ମୁଁ ଯଦି ଜଙ୍ଗଲରେ ସମସ୍ତଙ୍କୁ କହିବି ସବୁ ମଣିଷ ମାଣଙ୍କୁ ନିଜ ଶକ୍ତି ବଳରେ ତଡିଦେଇଛି ତାହେଲେ ମୁଁ ହିଁ ଜଙ୍ଗଲର ଆଗାମୀ ରାଜା ହେବି ।
ବିଲୁଆ ଜଙ୍ଗଲରେ ସମସ୍ତଙ୍କୁ କହିଦେଲା ସେ ମଣିଷ ମାନଙ୍କୁ ସହରରୁ ତଡିଦେଇଛି କାରଣ ତାକୁ ଗୋଟେ ଶକ୍ତି ମିଳିଛି ।ବିଲୁଆର କଥାଶୁଣି ସମସ୍ତ ପଶୁ ପକ୍ଷୀ ବିଲୁଆକୁ ପରିହାସ କରିବାକୁ ଲାଗିଲେ ।ଧିରେ ଧିରେ କଥାଟା ଜଙ୍ଗଲର ରାଜା ସିଂଘ ପାଖକୁ ଗଲା ।ସିଂଘ ରାଜା ବିଲୁଆକୁ ସଭାକୁ ଡକାଇ ପ୍ରଶ୍ନକଲେ ବିଲୁଆ ତୁମେ ଏପରୀ ମିଛ ଖବର କଣପାଇଁ ଜଙ୍ଗଲରେ ପ୍ରଚାର କରୁଛ ଯେ ତମେ ତମ ଶକ୍ତି ବଳରେ ମଣିଷ ମାନଙ୍କୁ ସହରରୁ ତଡିଦେଇଛ ।ବିଲୁଆ କହିଲା ମହାରାଜ୍ ମୁଁ ସତ କହୁଛି ।ମହାରାଜ୍ କହିଲେ ଯଦି ତୁମକଥା ମିଛ ପ୍ରମାଣିତ ହୁଏ ତୁମକୁ ସବୁଦିନ ପାଇଁ ଏ ଜଙ୍ଗଲ ଛାଡିବାକୁ ହେବ ।ଚତୁର ବିଲୁଆ ଏହି ସୁଯୋଗ ଅପେକ୍ଷାରେ ଥାଏ ଓ ବିଲୁଆ ସଙ୍ଗେ ସଙ୍ଗେ ଉତ୍ତର ଦେଲା ମହାରାଜ୍ ମୁଁ ଆପଣଙ୍କ କଥାରେ ରାଯିଅଛି କିନ୍ତୁ ମୋ କଥା ଯଦି ସତ ହୁଏ ଆପଣ ମୋତେ କଣ ଉପହାର ଦେବେ ।ମହାରାଜ୍ କହିଲେ ତୁମକଥା ଯଦି ସତହୁଏ ତେବେ ତୁମର ସବୁଇଛା ପୂରଣ କରାଯିବ ।ବିଲୁଆ କହିଲା ମହାରାଜ୍ ଆପଣ ପ୍ରଜାଙ୍କ ସମୁଖରେ କଥାଦେଲେ ମୋର ସବୁଇଛା ପୂରଣ କରିବେ ପରେ ପୁଣି ମନା କରିବେନି ତ ?ମହାରାଜ୍ ସିଂଘ କରିଲେ ମୁଁ ମହାରାଜ୍ ମୁଁ ପ୍ରଜାଙ୍କ ସମୁଖରେ ଯାହା କଥାଦେଲି ମୁ ନିଶ୍ଚୟ ପୁରଣ କରିବି ।
ଏହାପରେ ମହାରାଜ୍ ସିଂଘ ଦୁତ କାଉକୁ ପଠାଇଲେ ସହର ପରିଦର୍ଶନ କରିବା ପାଇଁ ବିଲୁଆ ସତ କହୁଛି ନାଁ ମିଛ ଜାଣିବା ପାଇଁ ।କାଉ ବାହାରିପଡିଲା ସହରରେ ମଣିଷ ଅଛନ୍ତି ନା ନାହାନ୍ତି ଦେଖିବାକୁ ।କାଉ ଗୋଟିଏ ଦିନ ବୁଲି ବୁଲି ଦେଖିଲା ସହରରେ ପୂର୍ବ ଭଳି ମଣିଷଙ୍କ ଗହିଳି ନାହିଁ ଚାରିଆଡେ ଖାଁ ଖାଁ ଓ ସୁନ୍ ସାନ୍ ।କାଉ ଆସି ମହାରାଜ୍ ସିଂଘଙ୍କୁ ଖବର ଦେଲା ବିଲୁଆ ସତ କହୁଛି ।ମହାରାଜ୍ ସିଂଘକୁ କାଉର କଥା ବିଶ୍ବାସ ହେଲାନି ସେ ନିଯେ ସହରକୁ ବାହାରି ପଡିଲେ ଓ ଦେଖିଲେ ସତକୁ ସତ ସହରରେ ମଣିଷଙ୍କ ନାଁ ଗନ୍ଧ ଦେଖିବାକୁ ମିଳୁନି ।ମହାରାଜ୍ ବିଲୁଆ କଥାକୁ ବିଶ୍ବାସ କରିଗଲେ ଓ ବିଲୁଆକୁ କହିଲେ ବିଲୁଆ ତୁମେ ସତରେ ଶକ୍ତିଶାଳି ।ଆଯିପଯ୍ୟନ୍ତ ସିଂଘ,ବାଘ,ଭାଲୁ ଜାହା କରିପାରିନୁ ତମେ ତାହା କରି ଦେଖେଇଦେଲ ।ସେଥିପାଇଁ ତୁମର ସବୁଇଛା ପୁରଣ କରାଯିବ ।ମାଗ କଣ ତୁମର ଇଛା ମୁଁ ତୁମର ସବୁଇଛା ପୂରଣ କରିବି ।
ବିଲୁଆ ଏଇ ମଉକାକୁ ଅପେକ୍ଷା କରିଥିଲା ଓ ସଙ୍ଗେ ସଙ୍ଗେ ସିଂଘ ମହାରାଜାଙ୍କୁ କହିଲା ଜେହେତୁ ସେ ସମସ୍ତଙ୍କଠାରୁ ଶକ୍ତିଶାଳି ତେଣୁ ସେହିଁ ଏ ଜଙ୍ଗଲର ରାଜା ହେବ ।ବିଲୁଆର କଥାରେ ସମସ୍ତ ପଶୁ ପକ୍ଷୀ ଏକମତ ହେଲେ ଓ ସିଂଘକୁ ରାଜଗାଦୀ ଛାଡିବାକୁ ପଡିଲା ।ଏହା ପରେ ସିଂଘ ରାଜା ଲଜ୍ୟାରେ ଜଙ୍ଗଲ ଛାଡି ଅନ୍ୟତ୍ର ପଳାଇଲେ ।
ଏହାପରେ ଜଙ୍ଗଲର ରାଜା ବିଲୁଆ ହୋଇଗଲା ଓ ସେ ରାଜା ହେଲାପରେ ଜଙ୍ଗଲରେ ଅନ୍ୟାୟ ବଢିଗଲା ।ବିଲୁଆ ଦିନଯାକ ଶୋଇରୁହେ ଓ ଅନ୍ୟ ପଶୁ ପକ୍ଷୀଙ୍କ ଖାଦ୍ୟକୁ ଜୋର୍ ଜବରଦସ୍ତି ଖାଇଦିଏ ।ବିଲୁଆ ରାଜାର ଜୁଲୁମ୍ ପ୍ରଜା ମାନେ ସହି ପାରନ୍ତି ନାହିଁ ହେଲେ ଯେହେତୁ ବିଲୁଆ ସେମାନଙ୍କ ରାଜା ସେଥିପାଇଁ ପଶୁ ପକ୍ଷୀ ନିରୁପାୟ ଥିଲେ ।ଦିନେ କାଉ ସହରରେ ଉଡୁଥିଲା ଓ କିଛି ପୋଲିସ୍ କଥାବାର୍ତ୍ତା ହେଉଥିବାର ଶୁଣିବାକୁ ପାଇଲା ଯେ ମଣିଷ ମାନେ ଏକ ମହାମାରୀ ରୋଗ ପାଇଁ କେହିବି ଘରୁ ବାହାରୁ ନାହାନ୍ତି କିନ୍ତୁ ଆଉ ୨ଦିନ ପରେ ଲକଡାଉନ୍ ଖୋଲିଯିଦ ଓ ସମସ୍ତେ ବାହାରେ ବୁଲା ବୁଲି କରିପାରିବେ ।
କାଉ କଥାଟା ସମସ୍ତ ପଶୁ ପକ୍ଷୀଙ୍କ କାନରେ ପକାଇଦେଲା ।ସମସ୍ତେ ସିଂଘ ରାଜାକୁ ଖୋଜିଲେ ହେଲେ ପାଇଲେନି ।ସେମାନେ ମିଳିମିଶି ଭଣ୍ତ ବିଲୁଆକୁ ପାନେ ଦେବାପାଇଁ ଗୋଟେ ଯୋଜନି ପ୍ରସ୍ତୁତ କଲେ ।ଯୋଜନା ମୁତାବକ ଯେଉଁଦିନ ମଣିଷ ମାନଙ୍କର ଲକଡାଉନ୍ ଖୋଲିବ ସେଇଦିନ ବିଲୁଆକୁ ସହର ମଝିରେ ଏକ ଭୋଜିର ନିମନ୍ରଣ କରାଗଲା ।ବିଲୁଆକୁ କୁହାଗଲା ଭୋଜିର ସମୟ ସଖାଳ ୫ଟା ।ସହର ମଝିରେ ବିଲୁଆ ସଖାଳ ୫ଟାରେ ଅପେକ୍ଷା କରିଥାଏ ହେଲେ ଆଉ କୌଣଷି ପଶୁ ଷକ୍ଷୀ ଆସିଲେନି ।ସେଦିନ ସଖାଳ ୫ଟାରେ ମଣିଷ ମାନଙ୍କର ଲକଡାଉନ ଶେଷହେଲା ଓ ସବୁ ମଣିଷ ପଦାରେ ବୁଲିବାକୁ ଲାଗିଲେ ।ବିଲୁଆ ଜନଗହଳି ଭିତରେ ଫସିଗଲା ଓ ଲୋକମାନେ ବିଲୁଆକୁ ଗୋଡେଇ ଗୋଡେଇ ଖୁବ୍ ପିଟିଲେ ଓ ଧରି ନନ୍ଦନ କାନନର ବନ୍ଦି ଶାଳକୁ ପଠେଇ ଦେଲେ ।
ସ୍ବାଧିନ ଭାବରେ ବୁଲି ବୁଲି ମଜା କରୁଥିବା ବିଲୁଆ ନନ୍ଦନ କାନନରେ ବନ୍ଦିର ଜିବନ ବିତେଇ ଅନୁତାପ କରୁଛି ସେ କଣପାଇଁ ପଶୁ ପକ୍ଷୀ ମାନଙ୍କୁ ମିଛ କହିଲା ।କିଛିଦିନ ପରେ ସିଂଘ ରାଜା ଜଙ୍କଲକୁ ଫେରିଆସି ପୁଣି ରାଜାର ଦାୟୀତ୍ବ ନେଲେ ।