ଓଡ଼ିଆ ଢଗ ଢ଼ମାଲି ଲୋକକଥା ଓ ପ୍ରବାଦ | ODIA LOKA KATHA O DHAGA DHAMALI -03

@_ustad
0

Odia Dhaga O Loka Bani

Odia Dhaga Dhamali In Odia

 ଚିତ୍ତ ଦୃଢ଼ କରି ଶଠ ଲକ୍ଷଣ,
ଚିତାକାଟି  ମାଳୀ  କରେ  ଭଜନ,
ଚାହେଁ  ନେଵା  ପାଇ ପରର  ଧନ,
କହେ  ଦନାଇ  ସେ ଠକ ଦର୍ଶନ ।

ଶଠ ପ୍ରକୃତିର ଵ୍ଯକ୍ତି ନିଜକୁ ଚିତା ଚଇତନରେ ସଜେଇ ଅନ୍ୟକୁ ପ୍ରଭାଵିତ କରିବାରେ ଅତିଵ ସିଦ୍ଧହସ୍ତ ହୋଇଥାନ୍ତି । ସରଳ ଵିଶ୍ୱାସୀ ଵ୍ଯକ୍ତି ଏପରି କୂଟକପଟପଣକୁ ବୁଝି ନ ପାରି ତାଙ୍କର  ଫାଶରେ  ପଡ଼ିଯାଇ  ସର୍ଵହରା  ହୋଇଯାଇଥାନ୍ତି।  ଏପରି  ମନ୍ଦପ୍ରକୃତି ଵ୍ଯକ୍ତି ବହେ ଧୂର୍ତ୍ତ ତଥା  ଠକ  ବୋଲାଉଥିବା  ଅର୍ଥରେ  ଏଭଳି ଉକ୍ତିର  ଅଵତାରଣା କରାଯାଇଛି।

ଚୋରକୁ ଅଡୁ଼ଆ  ଚାନ୍ଦନୀ  ରାତିଲୋ ଦାରୀ  କି ଅଡୁଆ ପୁଅ ।
ମାଳୀକୁ  ଅଡୁଆ ଛେଳି ବଳଦ  ଲୋ
ଦୁଃଖୀକୁ  ଅଡୁଆ  ଝିଅ ।

ଅନ୍ଧାରରେ  ଚୋରୀ  କରିଵା  ସହଜ।  ତେଵେ  ଚାନ୍ଦନୀ  ରାତିରେ  ଚୋରଙ୍କ  ପକ୍ଷେ ଚୋରୀ  କରିଵାରେ  ଅନେକ  ଵିପଦ  ଵା  ଅସୁଵିଧା  ରହୁଥାଏ ।  କାରଣ  ଆଲୁଅ ଯୋଗୁଁ ଧରାପଡ଼ିଯିବାର  ଭୟ  ରହିଥାଏ।  ଦାରୀ  ଵା  ଵିଟପୀ  ନାରୀର  ବୃତ୍ତି  ପକ୍ଷେ  ପୁଅ ପ୍ରତିବନ୍ଧକ  ସାଜିଥାଏ।

ଆହୁରି ପଢ଼ନ୍ତୁ: ଓଡ଼ିଆ ଲୋକବାଣୀ ପ୍ରଥମ ଭାଗ - Odia Lokabani Part I

ଛେଳି  ବଳଦ  ଗଛଡାଳ  ଖାଇଯାଉଥିଵାରୁ  ତାଙ୍କ  ପାଳିଵା ମାଳୀପକ୍ଷେ ଅସୁଵିଧାଜନକ  ହୋଇଥାଏ।  ସେହିପର  ଦୁଃଖୀରଙ୍କି  ଵ୍ଯକ୍ତି  ବଡ଼ ଦୁଃଖକଷ୍ଟରେ  ନିଜ  ଗୁଜୁରାଣ  ମେଣ୍ଟାଉଥିଵା  ସ୍ଥଳେ  ଝିଅ  ହେଲେ  ତା’ର  ଵିଵାହ କରାଇଵା  ତାଙ୍କ  ପକ୍ଷେ ଦୁରୂହ  ଵ୍ଯାପାର  ହୋଇଯାଉଥିଵା  ଅର୍ଥରେ  ଏଭଳି  ଉକ୍ତି ଉଲ୍ଲେଖ କରାଯାଇଛି।

(ସୌଜନ୍ଯ—ଧରିତ୍ରୀ)

Keywords: Odia Dhaga, Odia Dhaga Dhamali, Odia Dhaga Lokabani, Odia Lokabani, ଓଡ଼ିଆ ଢଗ ଢ଼ମାଳି, Odia Lokabani, Odia Loka Katha

Post a Comment

0Comments

Post a Comment (0)