ପଦ୍ମାସନ କରିବାର ନିୟମ ଓ ଉପକାରିତା | PADMASANA (LOTUS POSE) BENEFITS IN ODIA

@_ustad
0
ପଦ୍ମାସନ କରିବାର ନିୟମ ଓ ଉପକାରିତା-PADMASANA (LOTUS POSE) BENEFITS IN ODIA

Lotus Pose In Odia: ବନ୍ଧୁଗଣ ଆପଣ ମାନେ ଯଦି ଚାହୁଁଛନ୍ତି ଆପଣଙ୍କ ଶରୀର ସବୁଦିନ ପାଇଁ ନିରୋଗ ରହିବ ତେବେ ପ୍ରତିଦିନ ସକାଳୁ କିଛି ଯୋଗ କିମ୍ବା ଆସନର ଅଭ୍ୟାସ କରନ୍ତୁ ଦେଖିବେ ଆପଣଙ୍କ ଶରୀରରେ ଥିବା ସମସ୍ତ ରୋଗ ଦୁରେଇଯିବ ଏବଂ ମୋଟପା ମଧ୍ୟ ରହିବାନହିଁ। ବେଳେ ମଧ୍ୟ ମୋଟା ହେବା କାରଣରୁ ବୟସ ନ ହୋଇ ମଧ୍ୟ ଆମେ ଅଧିକ ବୟସର ବ୍ୟକ୍ତିପରି ଦେଖାଯାଉ।କିନ୍ତୁ ପ୍ରତିଦିନ ଯୋଗ କରିବା ଦ୍ଵାରା ଆପଣ ଦିନକୁ ଦିନ ଅଧିକ ଆଟ୍ରାକ୍ଟିଙ୍ଗ ଦେଖାଯିବେ।ପିଲାବେଳେ ସ୍କୁଲ ରେ ପଢ଼ୁଥିବା ସମୟରେ ଅନେକ ଯୋଗ ବା ଆସନ ଶିକ୍ଷା ନିଶ୍ଚୟ କରିଥିବେ।ଯୋଗ ବା ଆସନ ତ ବିଭିନ୍ନ ପ୍ରକାର ଅଛି କିନ୍ତୁ ଏବେ ଆସନ୍ତୁ ଜାଣିବା ପଦ୍ମାସନ ର କିଛି ଉପକାରୀତା ଓ ଗୁରୁତ୍ୱ ସମ୍ବନ୍ଧରେ ।

ପଦ୍ମାସନ ଏପରି ଏକ ଆସନ ଯାହାଦ୍ଵାରା ଆମେ ବିଭିନ୍ନ ଯନ୍ତ୍ରଣା ରୁ ମୁକ୍ତି ପାଇଥାଉ। ଯେପରିକି ମେରୁଦଣ୍ଡ ଜନିତ କିଛି ଯନ୍ତ୍ରଣା ଥିଲେ ଏହି ଆସନ ଦ୍ଵାରା ଆମକୁ ରିଲିଫ ଫିଲ ହୋଇଥାଏ। ଏହା ଦ୍ଵାରା ଆମର ଡାଇଜେଷ୍ଟିଭ ସିଷ୍ଟମ ବା ହଜମ ଶକ୍ତି ବହୁ ପରିମାଣରେ ବୃଦ୍ଧି ପାଇଥାଏ ଫଳରେ ଆମକୁ ବହୁତ ଜଲଦି ଭୋକ ମଧ୍ୟ ଲାଗିଥାଏ। ଆଉ ମଧ୍ୟ ଆନେକ ରୋଗ ଯେପରି ଆଣ୍ଠୁ ଗଣ୍ଠି ପେଟ ଜନିତ କିଛି ସମସ୍ୟା ଏବଂ ଆଉ ଗୋଟିଏ ହେଲା ଏହା ଦ୍ଵାରା ହାର୍ଟ ରୋଗ ମଧ୍ୟ କେତେକାଂଶ ରେ ଭଲ ହୋଇଥାଏ ଏବଂ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ କଥା ଆଧିକ ମୋଟା ଲୋକ ବା ଯାହାର ପେଟ ରେ ବହୁ ପରିମାଣରେ ଚର୍ବି ଜମା ହୋଇଛି ସେମାନଙ୍କୁ ତ ନିହାତି ଏହି ଆସନ କରିବା ଆବଶ୍ୟକ।

Padmasana Benefits In Odia

ଯଦି ଆପଣ ପ୍ରତିଦିନ ଏହି ଆସନ କୁ କରିବେ ତେବେ ଆପଣ ନିଶ୍ଚୟ ନିରୋଗୀ ଜୀବନ ଯାପନ କରିବେ। ହଁ ଆଜ୍ଞା ଏହା ସତ କଥା ଯେ ଏହି ଆସନ କରିବା ଏତେ ସହଜର କଥା ନୁହେଁ । ମୋଟା ଲୋକଙ୍କୁ ବା ଯାହାର ଗୋଡ ବା ନିମ୍ନ ଭାଗରେ ମୋଟାପା ଦେଖାଦେଇଥାଏ ସେମାନଙ୍କ ପାଇଁ ଏହା କରିବା ଅତ୍ୟନ୍ତ କଷ୍ଟକର କାମ।ଏବେ ଆସନ୍ତୁ ଜାଣିବା ପଦ୍ମସନ ଯେଉଁ ମାନଙ୍କର ହେଉ ନାହିଁ ସେମାନେ କିପରି ଏହାକୁ ସହଜରେ କରିପାରିବେ ଏବଂ ଏହାର ଲାଭ ଉଠାଇ ପାରିବେ।

ପଦ୍ମାସନର ଉପକାରିତା (Lotus Pose Benefit Odia)

  • ୧. ପଦ୍ମାସନ ଅଭ୍ୟାସକାରୀଙ୍କୁ ମନୋବଳ ମିଳେ ।
  • ୨. ଆଣ୍ଠୁ ଏବଂ ଜଙ୍ଘର ନମନୀୟତା ବଢ଼ାଇଥାଏ ।
  • ୩. ପାରମ୍ପାରିକ ଗ୍ରନ୍ଥଗୁଡ଼ିକରେ କୁହାଯାଇଛି ଯେ ପଦ୍ମାସନ ସମସ୍ତ ରୋଗକୁ ନଷ୍ଟ କରି କୁଣ୍ଡାଲିନୀକୁ ଜାଗ୍ରତ କରେ ।
  • ୪. ଋତୁସ୍ରାବ ଏବଂ ସାଇକାଟିକା ଅସୁବିଧାକୁ ଦୂର କରିଥାଏ ।
  • ୫. ଗର୍ଭବତୀ ମହିଳାଙ୍କ ପ୍ରସବ ସହଜ ହୋଇଥାଏ ।
  • ୬. ଯେଉଁମାନଙ୍କର ଝାଡା ପରିସ୍କାର ହେଉନଥିବ ସେମାନେ ପ୍ରତିଦିନ ସକାଳେ ଖାଲି ପେଟରେ ପାଣି ପିଇ ପଦ୍ମାସନ ଅଭ୍ୟାସ କଲେ ଧୀରେ ଧୀରେ ଝାଡ଼ା ପରିସ୍କାର ହୋଇ ଶରୀର ହାଲୁକା ହୁଏ ।
  • ୭. ପାଚନ କ୍ରିୟାରେ ସହାୟକ ହୋଇଥାଏ ।
  • ୮. କାଶ, ଶ୍ଵାସ ଓ କ୍ଷୟ ରୋଗୀମାନେ ନିୟମିତ ପଦ୍ମାସନ କଲେ ସେମାନଙ୍କ ରୋଗ ଭଲ ହୋଇଯାଏ ।
  • ୯. ଧାତୁକ୍ଷୟ ଓ ହିଷ୍ଟ୍ରିଆ ରୋଗୀମାନେ ପଦ୍ମାସନ ଅଭ୍ୟାସ କଲେ କିଛିଦିନ ପରେ ରୋଗ ଚାଲିଯାଏ ।
  • ୧୦. ବାତଜ୍ଵର ଓ କୃମି ରୋଗୀ ମାନେ ପଦ୍ମାସନ କଲେ ଅଳ୍ପଦିନରେ ରୋଗ ଭଲ ହୁଏ ।
  • ୧୧. ନପୁଂସକ ଲୋକମାନେ ସକାଳେ ଲେମ୍ବୁ ରସରେ ମହୁ ମିଶାଇ ସେବନ କରି ପଦ୍ମାସନ କରିବେ ଏବଂ ରାତିରେ ଶୋଇବା ଆଗରୁ ଦେଶୀ ଗାଈ କ୍ଷୀରରେ ମହୁ ମିଶାଇ ସ୍ତ୍ରୀ-ପୁରୁଷ ଉଭୟ ତିନି ମାସ ପିଇଲେ ସେମାନଙ୍କ ସନ୍ତାନ ଜାତ ହେବ ।
  • ୧୨. ଶରୀର ମୋଟା ଥିବା ରୋଗୀମାନେ ଧୀରେ ଧୀରେ ପଦ୍ମାସନ ଅଭ୍ୟାସ କଲେ ସେମାନଙ୍କ ଶରୀର ପତଳା ହୁଏ ।
  • ୧୩. ବହୁମୂତ୍ର ରୋଗୀମାନେ ପଦ୍ମାସନ କରିବା ଦ୍ବାରା ସେମାନଙ୍କ ମୂତ୍ରଯନ୍ତ୍ର ଠିକ୍ ହୋଇଯାଏ ।
  • ୧୪. କୁଷ୍ଠ ରୋଗୀମାନେ ନିୟମିତ ପଦ୍ମାସନ କରି ନିରାମିଷ ଭୋଜନ ଖାଇଲେ ସେମାନଙ୍କ ରୋଗ ଦୂର ହୁଏ ।
  • ୧୫. ରକ୍ତପିତ୍ତ ଓ ପକ୍ଷାଘାତ ରୋଗୀମାନେ ପଦ୍ମାସନ କଲେ ସେମାନେ ରୋଗରୁ ମୁକ୍ତି ପାଇବେ ।
  • ୧୬. ମାନସିକ ରୋଗୀମାନେ ପଦ୍ମାସନ ଅଭ୍ୟାସ କଲେ ସେମାନେ ବହୁତ ଲାଭ ପାଇବେ । ଚଞ୍ଚଳ ମନ ସ୍ଥିର ହୋଇଯାଏ ।
  • ୧୭. ଜପ-ତପ ଓ ଧ୍ୟାନ କରୁଥିବା ସାଧକମାନେ ପଦ୍ମାସନରେ ବସିଲେ ଶୀଘ୍ର ସଫଳତା ଲାଭ କରିବେ ।
  • ୧୮. ପଦ୍ମାସନ ମାନସିକ ଶାନ୍ତି ପ୍ରଦାନ କରେ ।


ପଦ୍ମାସନ କିପରି କରିବେ (How to do Lotus Pose Odia)
 ସମତଳ ସ୍ଥାନରେ ଦରି ବିଛେଇ ସିଧାସାଦ ଭାବରେ ବସନ୍ତୁ, ଆପଣ ଈଶ୍ଵର ଚିନ୍ତନ ମଧ୍ୟ କରିପାରିବେ । ପ୍ରଥମେ ଡାହାଣ ଗୋଡ଼କୁ ଭାଙ୍ଗି ବାମ ଜଙ୍ଘ ଉପରେ ରଖନ୍ତୁ । ତାପରେ ବାମ ଗୋଡ଼କୁ ଭାଙ୍ଗି ଡାହାଣ ଜଙ୍ଘ ଉପରେ ରଖି ସିଧାଭାବରେ ବସନ୍ତୁ । ମୁଣ୍ଡକୁ ସିଧା ଏବଂ ମେରୁଦଣ୍ଡକୁ ସଳଖ କରି ରଖନ୍ତୁ । ଏକ ମିନିଟ୍‌ରୁ ଆରମ୍ଭ କରି ୧୦-୧୫ ମିନିଟ୍ ପର୍ଯ୍ୟନ୍ତ ଆପଣ ପଦ୍ମାସନରେ ବସି ପାରିବେ ।
ସତର୍କତା (Effect Of Padmasana In Odia)
  • ଯେଉଁମାନଙ୍କର ଆଣ୍ଠୁରେ ଯନ୍ତ୍ରଣା ହେଉଛି, ସେମାନେ ପଦ୍ମାସନ କରିବା ଉଚିତ ନୁହେଁ ।
  • ଯଦି ଆପଣଙ୍କର ଗୋଡରେ ଆଘାତ ଲାଗିଛି ତେବେ ପଦ୍ମାସନ କରନ୍ତୁ ନାହିଁ ।
  • ନିଜର ଶାରୀରିକ କ୍ଷମତା ଠାରୁ ଅଧିକ ଚେଷ୍ଟା କରନ୍ତୁ ନାହିଁ ।
Tag: ପଦ୍ମାସନ କରିବାର ନିୟମ ଓ ଉପକାରିତା, PADMASANA LOTUS POSE BENEFITS IN ODIA, Lotus Pose In Odia, Padmasana Odia

Post a Comment

0Comments

Post a Comment (0)