Boat Pose In Odia
Noukasana Benefits In Odia: ଏହି ଆସନରେ ଶରୀର ଡ଼ଙ୍ଗା ବା ନୌକା ଆକୃତି ଧାରଣ କରେ, ତେଣୁ ଏହାକୁ ନୌକାସନ କୁହାଯାଏ । ନୌକରେ ବସି ମନୁଷ୍ୟ ନଦୀ ପାର ହେଲାପରି ନିୟମିତ ନୌକାସନ କଲେ ସବୁପ୍ରକାର କଷ୍ଟରୁ ମୁକ୍ତି ମିଳେ । ଏହି ଆସନକୁ ନିୟମିତ କଲେ ମାନସିକ ଶାନ୍ତି ମିଳେ । ପେଟ ରୋଗ ଭଲ ହୋଇଯାଏ । ଖାଦ୍ୟ ଠିକ୍ ରୂପେ ହଜମ ହୋଇ ସମୟ ଅନୁସାରେ ଭୋକ ଲାଗେ ।
ନୌକାସନର ଉପକାରିତା (Benefit Of Noukasana In Odia)
- ନିୟମିତ ନୌକାସନ କଲେ ପେଟର ମାଂସପେଶୀ ଗୁଡ଼ିକ ସକ୍ରିୟ ହୋଇ ପାଚନ ଶକ୍ତି ବଢ଼େ ।
- ବାୟୁଦୋଷ (gas), ପେଟ ଦରଜ ଓ ଅଜୀର୍ଣ୍ଣ ରୋଗ ଏହି ଆସନ ଦ୍ବାରା ଚାଲିଯାଏ ।
- ପେଟର ଚର୍ବି ହ୍ରାସ ହୁଏ ।
- ମେରୁଦଣ୍ଡ ସବଳ ରହି ସୁଦୃଢ଼ ହୁଏ ।
- ମଧୁମେହ ରୋଗୀଙ୍କ ଶର୍କରା ନିୟନ୍ତ୍ରଣରେ ରୁହେ ।
- ଅବସାଦ ଓ ମାନସିକ ଚାପ ଦୂର ହୁଏ ।
- ଯକୃତ (Liver), ଅଗ୍ନାଶୟ (Pancreas) ଏବଂ ବୃକକ (Kidney) ସକ୍ରିୟ ଭାବରେ କାମ କରେ ।
ନୌକାସନ କିପରି କରିବେ (How To Do Boat Pose In Odia)
ପ୍ରଥମେ ଚିତ୍ ହୋଇ ଶୋଇ ଯାଆନ୍ତୁ । ଦୁଇ ହାତକୁ ଅଣ୍ଟା ଆଡ଼କୁ ସିଧାକରି ରଖନ୍ତୁ । ଗୋଡ଼ର ଆଙ୍ଗୁଠିକୁ ଏକତ୍ର କରି ଗୋଡ଼ ଦୁଇଟିକୁ ଉପରକୁ ସିଧାଭାବେ ଉଠାନ୍ତୁ । ଏହାକୁ ପ୍ରାୟ ୬୦ ଡିଗ୍ରୀ ପର୍ଯ୍ୟନ୍ତ ଆଣନ୍ତୁ । ମୁଣ୍ଡକୁ ଉପରକୁ ଉଠାନ୍ତୁ ଏବଂ ଦୁଇ ହାତକୁ ଆଣ୍ଠୁ ପାଖରେ ଉଠାନ୍ତୁ ।
ଏହି ଆସନର ସ୍ଥିତିକୁ ବୁଝିବା ପାଇଁ ଉପରୋକ୍ତ ଚିତ୍ର ଦେଖନ୍ତୁ । ଧୀରେ ଧୀରେ ଆପଣଙ୍କ ଶରୀର ଶକ୍ତି ଏବଂ ନମନୀୟତା ବୃଦ୍ଧି ହେଲେ, ଏହି ଆସନ କରିବାର ସମୟ ବଢ଼ାଇ ପାରିବେ । ଆସନକୁ ସମାପ୍ତ କରିବା ପାଇଁ ଉଭୟ ଗୋଡକୁ ତଳେ ରଖ ଏବଂ ଶରୀରକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣନ୍ତୁ ।
ସତର୍କତା (Effect Of Boat Pose In Odia)
- ଯେଉଁମାନଙ୍କ ଶ୍ବାସ ରୋଗ (ଆସ୍ଥମା), ହୃଦୟ ସମସ୍ୟା, ନିମ୍ନ ରକ୍ତଚାପ ଅଛି, ସେମାନେ ଏହି ଆସନ କରିବେ ନାହିଁ ।
- ଯଦି ଆପଣଙ୍କ ବେକ କିମ୍ବା ମେରୁଦଣ୍ଡରେ ସମସ୍ୟା ଅଛି ତେବେ ଏହି ଆସନ କରନ୍ତୁ ନାହିଁ ।
- ଋତୁସ୍ରାବ ଏବଂ ଗର୍ଭାବସ୍ଥାରେ ନୌକାସନ କରିବେ ନାହିଁ ।
- ଯଦି ଆପଣଙ୍କର ତରଳ ଝାଡ଼ା (diarrhea) କିମ୍ବା ଅଧିକ ମୁଣ୍ଡବିନ୍ଧା ସମସ୍ୟା ଅଛି ତେବେ ଏହି ଆସନ କରନ୍ତୁ ନାହିଁ ।
- ନିଜର ଶାରୀରିକ କ୍ଷମତାଠାରୁ ଅଧିକ ପରିଶ୍ରମ କରିବେ ନାହିଁ।