ଘୁମୁସର ବିଦ୍ରୋହ ୧୮୧୫-୧୮୫୬

@_ustad
0
ଘୁମୁସର ବିଦ୍ରୋହ ୧୮୧୫-୧୮୫୬ - Ghumusar rebellion in Odia

Ghumusar rebellion in Odia: ଘୁମୁସର ବିଦ୍ରୋହ(୧୮୧୫-୧୮୫୬) 
ଏକ ଆଦିବାସୀ କନ୍ଧ ଜନଜାତିର ବିଦ୍ରୋହ । ଏହା ଓଡ଼ିଶା ଇତିହାସର ଏକ ଗୁରୁତ୍ୱପୂର୍ଣ ଘଟଣା । ଏହି ଆନ୍ଦୋଳନ କେବଳ ରାଜନୈତିକ ଓ ସାମରିକ କାରଣଦ୍ୱାରା ଆବଦ୍ଧ ନୁହେଁ ବରଂ ସାମଜିକ, ଅର୍ଥନୈତିକ, ପ୍ରଶାସନିକ ଓ ଧର୍ମୀୟ କାରଣ ଯୋଗୁଁ ମଧ୍ୟ ସଂଘଟିତ ହୋଇଥିଲା । ଇଂରେଜ ସରକାରଙ୍କ ବିରୋଧରେ ଘୁମୁସର ବିଦ୍ରୋହକୁ ନେତୃତ୍ୱ ନେବାରେ ଯେଉଁ କେତେକ ଦେଶପ୍ରେମୀ ନିଜ ଜୀବନକୁ ଉତ୍ସର୍ଗ କରି ଅମର ହୋଇଛନ୍ତି ତନ୍ମଧ୍ୟରୁ କମଳଲୋଚନ ଦୋରା ବିଶୋଇ ଓ ଚକରା ବିଶୋଇ ଅନ୍ୟତମ ।

ପାରଳାଖେମୁଣ୍ତି ପରି ଦକ୍ଷିଣ ଓଡ଼ିଶାର ଘୁମୁସରରେ କନ୍ଧମାନେ ଦୀର୍ଘ କାଳ ଧରି ବିଦ୍ରୋହ କରିଥିଲେ । ସ୍ଥାନୀୟ ରାଜା ଧନଞ୍ଜୟ ଭଞ୍ଜଙ୍କୁ ଇଂରେଜମାନେ ଗାଦିଚ୍ୟୁତ କରିବା ପରେ ୧୮୩୫ରେ ବିଦ୍ରୋହ ଆରମ୍ଭ ହେଲା । ପୂର୍ବରୁ ଧନଞ୍ଜୟ ଭଞ୍ଜଙ୍କ ପିତା ଶ୍ରୀକର ଭଞ୍ଜ ଧାର୍ଯ୍ୟମତେ ରାଜସ୍ୱ ଜମା କରି ନ ପାରିବାରୁ ଗାଦିଚ୍ୟୁତ ହୋଇଥିଲେ । ମାତ୍ର ଧନଞ୍ଜୟ ନିୟମିତ ରାଜସ୍ୱ ଜମା କରିବାକୁ ପ୍ରତିଶ୍ରୁତି ଦେବାରୁ ତାଙ୍କୁ ୧୮୩୨ରେ ରାଜପଦ ଦିଆଗଲା । କିନ୍ତୁ ସେ ସମୟାନୁସାରେ ଏବଂ ଧାର୍ଯ୍ୟ ମତେ ରାଜସ୍ୱ ଜମା କରିବାରେ ବିଫଳ ହେଲେ । ଫଳରେ ତାଙ୍କୁ ୧୮୩୫ରେ ଗାଦିଚ୍ୟୁତ କରାଗଲା ।

ବିଦ୍ରୋହର କାରଣ

  • ରାଜନୈତିକ କାରଣ: ଘୁମୁସର ବିଦ୍ରୋହ ମୁଣ୍ଡ ଟେକିବାର କେତୋଟି ମୁଖ୍ୟ କାରଣ ମଧ୍ୟରେ ରାଜନୈତିକ କାରଣ ଅନ୍ୟତମ । ଇଂରେଜ ମାନେ ଏହି ଅଞ୍ଚଳ ଦଖଲ କଲା ପରେ ଜମିଦାର ମାନଙ୍କ ଠାରୁ ଯଥେଷ୍ଟ ଖଜଣା ଆଦାୟ କରିବା ଅଭିପ୍ରାୟ ପୋଷଣ କଲେ । ପ୍ରତ୍ୟେକ ଜମିଦାର ଇଂରେଜ ମାନଙ୍କ ଆର୍ଥିକ ଶୋଷଣ ନୀତିରେ ଅଣନିଶ୍ୱାସୀ ହୋଇଯାଇଥିଲେ । ସେମାନଙ୍କର ଉତ୍ତରାଧିକାରୀଗଣ ନିଜର ସ୍ୱତ୍ତ୍ୱ, ମର୍ଯ୍ୟାଦା ଓ ସମ୍ମାନ ଅକ୍ଷୁର୍ଣ ରଖିବା ପାଇଁ ଆପ୍ରାଣ ଚେଷ୍ଟା କରୁଥିଲେ । କିନ୍ତୁ ସମସ୍ତ କ୍ଷେତ୍ରରେ ଇଂରେଜ ମାନଙ୍କ ହସ୍ତକ୍ଷେପ ଓ ଚକ୍ରାନ୍ତ ଯୋଗୁଁ ଲୋକମାନେ ସେମାନଙ୍କୁ ଅବିଶ୍ୱାସ କଲେ, ଆଦିବାସୀମାନେ ସେମାନଙ୍କର ସ୍ୱଧୀନତା, ସ୍ୱାତନ୍ତ୍ର୍ୟ ଓ ଧର୍ମ ବିଶ୍ୱାସ ଉପରେ ହସ୍ତକ୍ଷେପ ଯୋଗୁଁ ବିଦ୍ରୋହୀ ହୋଇଉଠିଲେ । ଇଂରେଜ ମାନଙ୍କ ଖଜଣା ବୃଦ୍ଧି ବ୍ୟବସ୍ଥା ଯୋଗୁଁ ଅଧିକାଂଶ ଜମିଦାର ନିଜର ସୁରକ୍ଷା ପାଇଁ ଅତି ଅଳ୍ପ ଅର୍ଥ ରଖି ଆଦାୟର ଦୁଇ-ତୃତୀୟାଂଶ ଖଜଣା ବାବଦକୁ ଦେଉଥିଲେ ।
  • ଆଶୁ କାରଣ: ଘୁରୀକୁ ୧୮୩୬ ମସିହାରେ ଇଂରେଜ ସାମ୍ରାଜ୍ୟ ସହ ମିଶ୍ରଣ କରାଗଲା ।ଏହି ଜମିଦାରୀରେ ଭଞ୍ଜ ରାଜଙ୍କ ପୁନଃ ପ୍ରତିଷ୍ଠାର କୌଣସି ସଂକେତ ନ ଦେଖାଯିବା ଯୋଗୁଁ ଜନ ଅସନ୍ତୋଷ ଇଂରେଜ ମାନଙ୍କ ବିରୋଦ୍ଧରେ ପ୍ରବଳରୁ ପ୍ରବଳତର ହେଲା ।

  • ଧର୍ମଗତ କାରଣ: ଖ୍ରୀଷ୍ଟିୟାନ୍‌ ପାଦ୍ରୀ ମାନଙ୍କ କାର୍ଯ୍ୟକଳାପ ଫଳରେ ଅନେକ ଆଦିବାସୀଙ୍କ ଧର୍ମାନ୍ତରୀକରଣ ଘୋଷଣା ସରଳ ବିଶ୍ୱାସୀ ସ୍ଥାନୀୟ ଆଦିବାସୀମାନଙ୍କ ମଧ୍ୟରେ ତୀବ୍ର ଅଲୋଡନ ସୃଷ୍ଟି କଲା । ତେଣୁ ସେମାନଙ୍କ ଧର୍ମ ବିଶ୍ୱସକୁ ବଜାୟ ରଖିବା ପାଇଁ ବିଦ୍ରୋହର ପନ୍ଥା ଅବଲମ୍ବନ କରିଥିଲେ ।

For Latest Quiz, Gk Join Our Telegram Channel @Gk_Odia Click here


କମଳଲୋଚନ ଦୋରା ବିଶୋଇଙ୍କ ନେତୃତ୍ୱରେ ଘୁମୁସର ବିଦ୍ରୋହ(୧୮୧୫-୧୮୩୭)

କମଳଲୋଚନ ଥିଲେ ଘୁମୁସର ଜମିଦାରୀର ଦୋରା ଅଥବା ମୁଖ୍ୟ ବିଶୋଇ ବା ଅଧିକାରୀ । ସେ ମଧ୍ୟ ମାଳୁଆ କନ୍ଧ ଅଞ୍ଚଳର ମୁଖ୍ୟ ଥିଲେ । ସେ ଘୁମୁସର ରାଜ୍ୟର ସେନ୍ନଧ୍ୟକ୍ଷ ମଧ୍ୟ ଥିଲେ । ସେ ଧନଞ୍ଜୟ ଭଞ୍ଜଙ୍କଦ୍ୱାରା କନ୍ଧମାନଙ୍କ ମୁଖ୍ୟ ରୂପେ ନିଯୁକ୍ତି ପାଇଥିଲେ ।

ଚକରା ବିଶୋଇଙ୍କ ନେତୃତ୍ୱରେ ଘୁମୁସର ବିଦ୍ରୋହ(୧୮୪୪-୧୮୫୬)

ଓଡ଼ିଶା ଇତିହାସରେ ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭାବରେ ଖ୍ୟାତ ଏହି ଚକରା ବିଶୋଇ, ଘୁମୁସୁରରେ ୧୮୨୩ ମସିହାରେ ଜନ୍ମଗ୍ରହଣ କରିଥିଲେ । ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ବୀର ଯୋଦ୍ଧା ଓ ଫିରିଙ୍ଗି ବିରୋଧରେ ଦେଶପାଇଁ ଲଢ଼ି ଜୀବନ ଦେଇଥିବା ଜଣେ କନ୍ଧ ବରପୁତ୍ର ।

୧୮୨୩ ମସିହା ପୌଷ ମାସ ଶାମ୍ବଦଶମୀ ଦିନ ଘୁମୁସର ଗାଁର ଶ୍ୟାମ ବିଶୋଇଙ୍କର କୋଳମଣ୍ଡନ କରିଥିଲେ ଏହି ମହାନ ସ୍ବାଧୀନତା ସଂଗ୍ରାମୀ । ଶ୍ୟାମ ବିଶୋଇଙ୍କର ଗାଁ ଲୋକମାନଙ୍କୁ ଓ ଆଖ ପାଖ ଗାଁର ମୁଖିଆମାନଙ୍କୁ ଡାକି ଭୋଜିଭାତ କରି ଖାଇବାକୁ ଦେଇଥିଲେ ଏବଂ ସେଦିନ ପିଲାଟିର ନାଁ ଚକରା ଦିଆଯାଇଥିଲା ।

ଚକରାଙ୍କର ପିତାଙ୍କ ବିଷୟରେ ବିଭିନ୍ନ ଗବେଷକ ବିଭିନ୍ନ ମତ ଦେଇଛନ୍ତି । ଗବେଷକ ଅନନ୍ତ ପଦ୍ମନାଭ ପଟ୍ଟନାୟକ ଦୋହରା ବିଶୋଇଙ୍କୁ ଚକରାଙ୍କର ପିତା ବୋଲି କ‌ହିଥିଲେ ।

ଚକରା ବିଶୋଇ ପିଲାଟି ଦିନରୁ ସ୍ୱାଧୀନତା ସଂଗ୍ରାମ ପ୍ରତି ଆକୃଷ୍ଟ ହୋଇଥିଲେ । ତାଙ୍କର ବାଲ୍ୟ ଜୀବନ ନିଘଞ୍ଚ ଅରଣ୍ୟ ଭିତରେ କେତେ ଆଦିବାସୀ ସମ୍ପ୍ରଦାୟର ପିଲାଙ୍କ ମଧ୍ୟରେ କଟିଥିଲା । ତାରକା ନାମ୍ନୀ ବାଳିକା ଥିଲା ସେମାନଙ୍କ ମଧ୍ୟରେ ଅନ୍ୟତମ । ପରବର୍ତ୍ତୀ ସମୟରେ କୈଶୋର ପ୍ରାପ୍ତି ପରେ ସେ ତାରକାଙ୍କୁ ବିବାହ କରିଥିଲେ ।

କନ୍ଧମାନଙ୍କ ଭିତରେ ନାନାଦି ଉପଜାତି ରହିଥାନ୍ତି । ସେମାନଙ୍କ ଭିତରେ “କୁଇ” ଓ “କୁବି” ପ୍ରଧାନ । ଏହି ଆଦିବାସୀମାନେ ଓଡ଼ିଶାରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଓଡ଼ିଶା ଇତିହାସରେ ଯେଉଁ କେତେଜଣ ଆଦିବାସୀ ନେତା ଦେଶ ପାଇଁ ବଳିଦାନ ଦେଇଛନ୍ତି ସେମାନଙ୍କ ଭିତରୁ ଚକରା ବିଶୋଇ ଓ ଦୋହରା ବିଶୋଇ ଅନ୍ୟତମ ।

କଳାହାଣ୍ଡି ମେରିଆ ବଳିର ସୁଯୋଗ ନେଇ “କନ୍ଧମେଳି” ଜରିଆରେ ଚକରା ବିଶୋଇ ଲୋକଙ୍କୁ ଫିରିଙ୍ଗିମାନଙ୍କ ବିରୋଧରେ ମତାଇ ଆନ୍ଦୋଳନ କରିଥିଲେ ଓ ବିଦେଶୀମାନଙ୍କ ହାତରେ ଧରାପଡ଼ି ପ୍ରାଣ ଦେଇଥିଲେ ।

ଚକରା ବିଶୋଇ ବ୍ରିଟିଶ ସରକାରଙ୍କ ବିରୋଧରେ ୧୮୪୨ରୁ ୧୮୫୬ ପର୍ଯ୍ୟନ୍ତ ଦୀର୍ଘ ବର୍ଷ ଧରି ସଂଗ୍ରାମ କରିଥିଲେ । ତାଙ୍କର ଏହି ସଂଗ୍ରାମ ସମଗ୍ର ଭାରତ ବର୍ଷରେ ବିପ୍ଳବର ବ‌ହ୍ନି ଜଳାଇଥିଲା । ଫଳରେ ୧୮୫୭ର ସିପାହୀ ବିଦ୍ରୋହର ସୂତ୍ରପାତ ହେଲା । ଚକରାଙ୍କର ଗରିଲା ଯୁଦ୍ଧରେ ବ୍ରିଟିଶସେନା ସମ୍ମୁଖୀନ ହୋଇ ନପାରି ତାଙ୍କୁ ସନ୍ଧି କରିବାକୁ ଅନେକ ପ୍ରଲୋଭନ ଦେଖାଇଥିଲା, ମାତ୍ର ସେତେବେଳେ ସେ ପ୍ରତ୍ୟୁତ୍ତର ରଖିଥିଲେ, “ମୁଁ ଆଉ କିଛି ଚାହେଁନା, ମୁଁ ଚାହେଁ ମୋର ଜନ୍ମମାଟିର ମୁକ୍ତି ।”

ଚକରାଙ୍କୁ ଧରିବା ପାଇଁ ଭାରତର ତ‌ତ୍କାଳୀନ ବଡ଼ଲାଟ ଡ଼େଲହାଉସୀ ମାନ୍ଦ୍ରାଜ ପ୍ରେସିଡ଼େନ୍‌ସିକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଏହାର ପ୍ରତ୍ୟୁତ୍ତରରେ ଇଷ୍ଟଇଣ୍ଡିଆ କମ୍ପାନୀର ବୋର୍ଡ଼ ଅଫ୍‌ କଣ୍ଟ୍ରୋଲର ପ୍ରେସିଡ଼େଣ୍ଟଙ୍କ ନିକଟକୁ ଏକ ପତ୍ରରେ ଲେଖିଥିଲେ, “ଚକରା ବିଶୋଇ ହେଉଛନ୍ତି ଜଣେ ଦୁଃସାହସୀ ବିଦ୍ରୋହୀ । ତାଙ୍କୁ ଧରିବା ପାଇଁ ପର୍ବତ କନ୍ଦରରୁ ଉପତ୍ୟକା ପର୍ଯ୍ୟନ୍ତ ଖୋଜା ଚାଲିଛି । ହେଲେ ତାଙ୍କର ସନ୍ଧାନ ପାଇବା କଷ୍ଟକର ହୋଇପଡ଼ିଛି । ତଥାପି ତାଙ୍କୁ ଓ ତାଙ୍କର ଅନୁଗାମୀମାନଙ୍କୁ ଦିନେ ନା ଦିନେ ଧରାଯିବ ।”

ଦୁଃଖ ଓ ପରିତାପର ବିଷୟ ଇଁରେଜ ଶାସନ ଭଳି ଆଜି ମଧ୍ୟ ଗଞ୍ଜାମ ତଥା ଓଡ଼ିଶା, ଶାସକର ଚକ୍ରବିହ୍ବରେ ପେଶି ହେଇଚାଲିଛି ଚକରା ବିଶୋଇ ପରି ମୁକ୍ତିପାଗଳ ମୁକ୍ତିଯୋଦ୍ଧାଙ୍କ ପ୍ରେରଣା ପ୍ରତିଟି ଓଡ଼ିଆର ହୃଦୟରେ ସ୍ପନ୍ଦନଶୀଳ ହେଉ, ଏହା ହିଁ କାମନା । 

ପିତା ଶ୍ୟାମ ବିଶୋଇ ଓ ପିତୃବ୍ୟ ଦୋରା ବିଶୋଇଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଚକରା ବିଶୋଇ ଇଂରେଜ ବିରୋଧୀ ପ୍ରସିଦ୍ଧ କନ୍ଧ ନେତାଭାବରେ ପରିଚିତ ହେଲେ । ସେ ଘୁମୁସର ଅଞ୍ଚଳ ଛାଡି ଅନୁଗୁଳ ଅଞ୍ଚଳରେ ଗୋପନରେ ରହୁଥିଲେ । ୧୮୪୪ ମସିହାରେ ସେ ବୌଦର କନ୍ଧନେତା ବୀର କହ୍ଁରଙ୍କ ଠାରୁ ନିମନ୍ତ୍ରଣ ପାଇ କନ୍ଧ ବିଦ୍ରୋହରେ ଯୋଗଦେଲେ । ବୀର କହ୍ଁର ଚକରା ବିଶୋଇଙ୍କ ପ୍ରଧାନ ସହାୟକ ଓ ଅନୁଗୁଳର ରାଜା ସୋମନାଥ ସିଂହ ତାଙ୍କର ପୃଷ୍ଠପୋଷକ ଥିଲେ । ଚକରାଙ୍କ ଇଂରେଜ ମାନଙ୍କ ବିରୁଦ୍ଧରେ କ୍ରୋଧର କାରଣ

  1. ଇଂରେଜ ମାନଙ୍କଦ୍ୱାରା ନିହତ ତାଙ୍କ ବାପା ଓ କକାଙ୍କ ମୃତ୍ୟୁର ପ୍ରତିଶୋଧ ନେବା
  2. ନିଜ ଖୁଡୀ ଓ ମାଁଙ୍କ ଦୁଃଖରେ ମର୍ମାହତ ହୋଇ ସଂଗ୍ରାମ କରିବା ପାଇଁ ସଂକଳ୍ପ
  3. ନିଜର ପ୍ରଧାନ ସହାୟକ ବୁଣୀଆ ସର୍ଦ୍ଦାରଙ୍କୁ ଇଂରେଜ ମାନଙ୍କଦ୍ୱାରା ନିର୍ମମ ହତ୍ୟା
  4. ମେରିଆ ପ୍ରଥାର ଉଛେଦ
  5. ଘୁମୁସରର ଦେଶପ୍ରେମୀଙ୍କ ସହଯୋଗ ଓ ଉତ୍ସାହ ପ୍ରଦାନ

ବିପ୍ଳବ ର ଫଳାଫଳ

ସେତେବେଳର ଗଭର୍ଣ୍ଣର ଜେନେରାଲ ଡେଲିହାଉସୀ ଚକରା ବିଶୋଇଙ୍କୁ ଧରାଇଦେବା ବିନିମୟରେ ତିନିହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ଚକରା ବିଶୋଇ ସୋନପୁର ରାଜାଙ୍କ ଆଶ୍ରୟ ନେଇଥିବାର ଇଂରେଜଶାସକ ଜାଣିବାକୁ ପାଇଲେ । ସେ ଚକରା ବିଶୋଇକୁ ସମର୍ପଣ କରିବାକୁ ଆଦେଶଦେଲେ । ବୌଦ ରାଜା ଚକରା ବିଶୋଇଙ୍କୁ ସାହାଯ୍ୟ କରୁଥିବାର ସନ୍ଦେହକରି ତାଙ୍କ ସମ୍ପରି ବାଜ୍ୟାପ୍ତ କରିବାକୁ ଚେତାବନୀ ଦେଇଥିଲେ । 

ଚକରା ବିଶୋଇ ଯୁବ କନ୍ଧମାନଙ୍କୁ ନେଇ ବିଦ୍ରୋହ ଚାଲୁରଖିଲେ । ଇଂରେଜଶାସକ ବିଦ୍ରୋହ ଦମନ କରିବାକୁ ପ୍ରତ୍ୟକ୍ଷ ଶାସନ ନିଜ ହାତକୁ ନେଲେ । କନ୍ଧମାଳ ଇଂରେଜ ହାତକୁ ଗଲା । ଚକରା ବିଶୋଇ ଘୁମୁସର ଗଲେ । ଘୁମୁସର ରାଜ ପରିବାର ତାଙ୍କ ରହିବା ଚାହିଁଲେ ନାହିଁ । ଫଳରେ ସେ କଳାହାଣ୍ଡିର ମଦନପୁର ଓ ପରେ ବଲାଙ୍ଗୀରର ପାଟଣାକୁ ଚାଲି ଆସିଲେ । ତାଙ୍କୁ ଧରିବାପାଇଁ ଚାରିଆଡ଼େ ପରୱାନା ପଠାଗଲା , ମାତ୍ର ସବୁ ବିଫଳ ହେଲା । ସେ ଧରାପଡ଼ିଲେ ନାହିଁ । ୧୮୫୬ ସୁଦ୍ଧା ତାଙ୍କ ବିଷୟରେ କିଛି ଖବର ମିଳିଲା ନାହିଁ । ସେ ନିଖୋଜ ରହିଗଲେ । ବହୁ ବାଧାବିଘ୍ନ ମଧ୍ୟରେ ଶକ୍ତିଶାଳୀ ଇଂରେଜ ସରକାରଙ୍କ ବିରୁଦ୍ଧରେ ସେ ମୃତ୍ୟୁ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ବିଦ୍ରୋହ ଚାଲୁ ରଖିଥିଲେ । 

ଏହି ବିଦ୍ରୋହରେ କନ୍ଧମାନେ ଦୁଇଜଣ ରାଜକର୍ମଚାରୀ ଓ ୪୮ ଜଣ ସିପାହୀଙ୍କୁ ହତ୍ୟା କରିଥିଲେ । ଅନ୍ୟ ପକ୍ଷରେ ବିଦ୍ରୋହ ଦମନପାଇଁ ନିଯୁକ୍ତ ରସେଲ୍‍ ସାହେବ କନ୍ଧ ନେତାମାନଙ୍କୁ ନିର୍ମମ ଭାବରେ ହତ୍ୟା କଲେ । କାରଣ କନ୍ଧମାନଙ୍କ ମଧ୍ୟରେ ଭୟ ସଂଚାର କରି ଇଂରେଜମାନେ ବିଦ୍ରୋହ ଦମନ କରିବାକୁ ପ୍ରୟାସ କରୁଥିଲେ । କମଳ ଲୋଚନ ଦୋରା ବିଶୋୟୀ ଅନୁଗୋଳରେ ଆତ୍ମଗୋପନ କରିଥିବା ବେଳେ ସେଠାକାର ରାଜା ସୋମନାଥ ସିଂହ ତାଙ୍କୁ ଧରାଇ ଦେଇ ଇଂରେଜମାନଙ୍କ ହାତରେ ସମର୍ପଣ କଲେ । ଦୋରା ବିଶୋୟୀ ମୃତ୍ୟୁ ପର୍ଯ୍ୟନ୍ତ ମାଡ୍ରାସ୍‍ ନିକଟସ୍ଥ ଗୁଟିରେ କାରାରୁଦ୍ଧ ରହିଲେ ।

ଦୋରା ବିଶୋୟୀ ଗିରଫ୍‍ ହେବା ପରେ ମଧ୍ୟ କନ୍ଧ ମେଳି ବନ୍ଦ ହୋଇ ନଥିଲା । ୧୮୪୬ରେ ଏହାର ମୁଖ୍ୟ ସର୍ଦ୍ଦାର ଥିଲେ ଦୋରା ବିଶୋୟୀଙ୍କ ପୁତୁରା ଚକ୍ରା ବିଶୋୟୀ । ସେ ମୃତ ଧନଞ୍ଜୟଙ୍କ ପୁତ୍ର ପୀତାମ୍ବର ଭଞ୍ଜଙ୍କୁ ଘୁମୁସରର ରାଜା ଘୋଷଣା କରି ବିଦ୍ରୋହକୁ ଏକ ବଳିଷ୍ଠ ରୂପ ଦେଇଥିଲେ । ତାଙ୍କ ପ୍ରତି ମୁଖ୍ୟତଃ ଦେଶୀୟା କନ୍ଧ, ପାଇକ ଓ ବୌଦ୍ଧ ଅଞ୍ଚଳର କନ୍ଧମାନଙ୍କ ସମର୍ଥନ ରହିଥିଲା । ଘୁମୁସର ମାଳ ଅଞ୍ଚଳର କନ୍ଧମାନେ ଚକ୍ରା ବିଶୋୟୀଙ୍କୁ ସମର୍ଥଦେଇ ନ ଥିଲେ ।

କନ୍ଧ ବିଦ୍ରୋହରେ ସମତଳ ଅଞ୍ଚଳର ଲୋକଙ୍କ ଫସଲ ଓ ଗ୍ରାମଗୁଡ଼ିକ ଉପରେ ଆକ୍ରମଣ ହୋଇଥିଲା । ଏହାର କାରଣ ହେଲା, ଯେଉଁସବୁ ଔପନିବେଶିକ ପରିବର୍ତ୍ତଯୋଗୁଁ କନ୍ଧମାନେ କଷ୍ଟ ପାଉଥିଲେ, ତା'ର କିଛି ଲାଭ ସମତଳ ଅଞ୍ଚଳର ଲୋକଙ୍କୁ ମିଳୁଥିଲା । ଉଦାହରଣ ସ୍ୱରୂପ, ଜମି ହରାଉଥିବା କନ୍ଧର ଜମି ସମତଳ ଅଞ୍ଚଳରେ ବାସ କରୁଥିବା ସାହୁକାର ଓ ମହାଜନ ହାତକୁ ହସ୍ତାନ୍ତର ହେଉଥିଲା ।

ଏହି ସମୟରେ (୧୮୪୬-୫୪) କନ୍ଧ ବିଦ୍ରୋହର ମୁକାବିଲାପାଇଁ ପ୍ରଥମେ କେପଟେନ୍‍ ମେକଫରସନ୍‍ (Captain Mcpherson) ଓ ପରେ ବ୍ରିଗେଡ଼ିଅର୍‍ ଜେନେରାଲ୍‍ ଡାଇସ୍‍(Brigadier General Dice) ନିଯୁକ୍ତ ହୋଇଥିଲେ । ଇଂରେଜ ଦମନ ନୀତିଯୋଗୁଁ ⁠ ନବଘନ କୋହେନ୍‍ ନାମକ ଜଣେ କନ୍ଧ ସର୍ଦ୍ଦାର ୧୮୪୭ରେ ଆତ୍ମସମର୍ପଣ କଲେ । ମୁଖ୍ୟ ସର୍ଦ୍ଦାର ଚକ୍ରା ବିଶୋୟୀଙ୍କୁ ଧରାଇ ଦେବାପାଇଁ ସରକାର ୩୦୦୦ଟଙ୍କା ପୁରସ୍କାର ଘୋଷଣା କଲେ । ୧୮୫୪ ଓ ୧୮୫୫ରେ ଘୁମୁସର ଓ କଳାହାଣ୍ତିରେ କନ୍ଧମାନେ ଗ୍ରାମରେ ପଶି ଲୁଟତରାଜ କଲେ । ଏହା ପଛରେ ଚକ୍ରା ବିଶୋୟୀ ଅଛନ୍ତିି ବୋଲି ଇଂରେଜମାନେ ସନ୍ଦେହ କଲେ ସିନା, ବିଶୋୟୀଙ୍କୁ ଧରି ପାରିଲେ ନାହିଁ । ଚକ୍ରା ବିଶୋୟୀ ମୃତ୍ୟୁ ପର୍ଯ୍ୟନ୍ତ ଆତ୍ମସମର୍ପଣ ସୁଦ୍ଧା କରି ନଥିଲେ ।

ଉଭୟ ପାରଳାଖେମୁଣ୍ତି ଓ ଘୁମୁସର ବିଦ୍ରୋହକୁ ଅନୁଧ୍ୟାନ କଲେ ଜଣାଯାଏ ଯେ,ଏଥିରେ ଆଦିବାସୀମାନଙ୍କର ଭୂମିକା ମୁଖ୍ୟ ଥିଲା । ଅବଶ୍ୟ ରାଜାଙ୍କ ହାତରେ ନେତୃତ୍ୱ ରହିଥିଲା, କାରଣ ପାରମ୍ପରିକ ଭାବରେ ସେ ଲୋକଙ୍କ ସ୍ୱାଭାବିକ ନେତା ଥିଲେ । ମାତ୍ର ଅସଲ ଦାୟିତ୍ୱ ରହିଥିଲା ଆଦିବାସୀ ସର୍ଦ୍ଦାରମାନଙ୍କ ହାତରେ । ଦୀର୍ଘ କାଳ ଧରି ଚାଲିଥିବା ଏହି ବିଦ୍ରୋହରେ ପାରମ୍ପରିକ ଅସ୍ତ୍ରଶସ୍ତ୍ରର ବ୍ୟବହାର ହୋଇଥିଲା । ଆଦିବାସୀମାନେ ନିଜ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ପ୍ରତିକ୍ରିୟା ପ୍ରକାଶ କରିବାକୁ ଯାଇ ଇଂରେଜ ପ୍ରଶାସନର ବିଭିନ୍ନ ପ୍ରତୀକ ଓ ହିତାଧିକାରୀଙ୍କ ଉପରେ ଆକ୍ରମଣ କରୁଥିଲେ । ସମତଳ ଅଞ୍ଚଳସ୍ଥିତ ଘର ଓ ଫସଲ ମଧ୍ୟ ନଷ୍ଟ କରୁଥିଲେ । ଅନ୍ୟ ପକ୍ଷରେ, ସଭ୍ୟ ବୋଲାଉଥିବା ଇଂରେଜମାନେ ମଧ୍ୟ ଆଦିବାସୀଙ୍କ ମନରେ ଭୟ ସଂଚାରପାଇଁ ବିଦ୍ରୋହୀମାନଙ୍କୁ ନିର୍ମମ ଭାବରେ ହତ୍ୟା କରୁଥିଲେ ଏବଂ ଆଦିବାସୀ କନ୍ଧମାନଙ୍କ ଚାଷ ଜମିକୁ ପୋଡ଼ି ଦେଉଥିଲେ । ୧୮୦୩ରେ ଉତ୍ତର ସରକାର ବା ଉପକୂଳ ଓଡ଼ିଶା ଅଧିକୃତ ହେବା ପୂର୍ବରୁ ପାରଳାଖେମୁଣ୍ତିରେ ବିଦ୍ରୋହ ଆରମ୍ଭ ହୋଇ ସାରିଥିଲା । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୁଏ ଯେ, ଇଂରେଜମାନେ ଯେଉଁ ଅଞ୍ଚଳକୁ ପ୍ରଥମେ ଦଖଲ କଲେ, ସେଠି ପ୍ରଥମେ ଇଂରେଜବିରୋଧୀ ବିଦ୍ରୋହ ଆରମ୍ଭ ହେଲା । ଇଂରେଜମାନଙ୍କ ଉପରେ ଲୋକଙ୍କର କ୍ଷୋଭ ପଛରେ ବଡ଼ କାରଣ ହେଲା, ଔପନିବେଶିକ ଦ୍ରୁତ ସାମାଜିକ ଓ ଆର୍ଥିକ ପରିବର୍ତ୍ତନ । ପରିବର୍ତ୍ତନ ଯୋଗୁଁ କ୍ଷତି ସହିଥିବା ଗୋଷ୍ଠୀ ବିଦ୍ରୋହ କରି ନିଜର ପ୍ରତିକ୍ରିୟା ପ୍ରକାଶ କରୁଥିଲେ ।


Post a Comment

0Comments

Post a Comment (0)