ଦୋହରା ବିଷୋୟୀ - ଦୋରା ବିଶୋଇ ଙ୍କ ଜୀବନୀ | DORA BISOI BIOGRAPHY IN ODIA

@_ustad
0
ଦୋହରା ବିଷୋୟୀ - ଦୋରା ବିଶୋଇ ଙ୍କ ଜୀବନୀ -  Dora bisoi Biography in Odia

Dora bisoi in Odia
: ଦୋହରା ବିଷୋୟୀ, ଜଣେ ସ୍ୱାଧୀନତା ସଂଗ୍ରାମୀ । ସେ ଓଡ଼ିଶାର କଳାହାଣ୍ଡି ଜିଲାର "କନ୍ଧମେଳି"ରେ ଭାଗନେଇଥିବା ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ବୀର ଯୋଦ୍ଧା ଓ ଫିରିଙ୍ଗି ବିରୋଧରେ ଦେଶପାଇଁ ଲଢ଼ି ଜୀବନ ଦେଇଥିବା ଜଣେ କନ୍ଧ ବରପୁତ୍ର ।
ସ୍ୱାଧୀନତାରେ ଭୂମିକା

୧୮୩୬ ମସିହାରେ ଘୁମୁସରର ରାଜା ଥିଲେ ଧନଞ୍ଜୟ ଭଞ୍ଜ ଏବଂ ତାଙ୍କର ପ୍ରଧାନ ସେନାପତି ଥିଲେ ଦୋହରା ବିଷୋୟୀ । ଧନଞ୍ଜୟ ଭଞ୍ଜ ଇଂରେଜମାନଙ୍କୁ ରାଜସ୍ୱ ପୈଠ ନ କରିବାରୁ ତାଙ୍କୁ ଗାଦିଚ୍ୟୁତ କରିଦିଆଯାଇଥିଲା ଏବଂ ସେତେବେଳେ ଇଂରେଜମାନଙ୍କ ବିରୋଧରେ ଏକ ବିପ୍ଳବ ଆରମ୍ଭ ହୋଇଥିଲା ଏବଂ ଏହାର ନେତୃତ୍ୱ ନେଇଥିଲେ ଦୋହରା ବିଷୋୟୀ । ସେ ୧୮୩୫ରୁ ୧୮୩୭ ଯାଏଁ ଏହି ବିପ୍ଳବକୁ ଜାରି ରଖିଥିଲେ ।

କନ୍ଧମାନଙ୍କ ଭିତରେ ନାନାଦି ଉପଜାତି ମାନ ରହିଥାନ୍ତି । ସେମାନଙ୍କ ଭିତରେ "କୁଇ" ଓ "କୁବି" ପ୍ରଧାନ । ଏହି ଆଦିବାସୀମାନେ ଓଡ଼ିଶାରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଓଡ଼ିଶା ଇତିହାସରେ ଯେଉଁ କେତେଜଣ ଆଦିବାସୀ ନେତା ଦେଶ ପାଇଁ ବଳିଦାନ ଦେଇଛନ୍ତି ସେମାନଙ୍କ ଭିତରୁ ଚକରା ବିଷୋୟୀ ଓ ଦୋହରା ବିଷୋୟୀ ଅନ୍ୟତମ ।

ଚକରା ବିଷୋୟୀଙ୍କ ସହ ସେ କଳାହାଣ୍ଡି ମେରିଆ ବଳିର ସୁଯୋଗ ନେଇ "କନ୍ଧ ମେଳି" ଜରିଆରେ ସେ ଲୋକଙ୍କୁ ଫିରିଙ୍ଗିମାନଙ୍କ ବିରୋଧରେ ମତାଇ ଆନ୍ଦୋଳନ କରିଥିଲେ ଓ ବିଦେଶୀମାନଙ୍କ ହାତରେ ଧରାପଡ଼ି ପ୍ରାଣ ଦେଇଥିଲେ ।ଦୋହରାଙ୍କ ନେତୃତ୍ୱରେ କନ୍ଧମାନେ ଧନୁତୀର ସାହାଯ୍ୟରେ ୧୩ ଜଣ ଇଂରେଜ ସୈନ୍ୟ ଏବଂ ୨ ଜଣ ଇଂରେଜ ସେନାପତିଙ୍କୁ ହତ୍ୟ କରିଥିଲେ ।ଦୋହରାଙ୍କୁ ଅନୁଗୋଳଠାରେ ବନ୍ଦୀ କରାଯାଇଥିଲା ଏବଂ ମାନ୍ଦ୍ରାଜରେ ତାଙ୍କର ମୃତ୍ୟୁ ହୋଇଥିଲା ।

Tag: ଦୋହରା ବିଷୋୟୀ, ଦୋରା ବିଶୋଇ ଙ୍କ ଜୀବନୀ, Dora bisoi Biography in Odia, ଘୁମୁସର ବିଦ୍ରୋହ, ଘୁମୁସର କନ୍ଧ ବିଦ୍ରୋହ

Post a Comment

0Comments

Post a Comment (0)