Mahavatar Babaji In Odia
ଏହି ଜ୍ଞାନ ବିନା ମଣିଷ ବଞ୍ଚି ପାରିବ। କିନ୍ତୁ ମଣିଷ ବିନା ଏ ଜ୍ଞାନ ବଞ୍ଚି ପାରିବ ନାହିଁ।
ବ୍ୟାୟାମ କଲେ ଯେପରି ଶରୀର ପୁଷ୍ଟ ହୁଏ ଠିକ୍ ସେମିତି ଏହି ବିଦ୍ୟା ଦ୍ୱାରା ସ୍ନାୟୁମାନେ ପୁଷ୍ଟ ହୁଅନ୍ତି। ସ୍ନାୟୁ ପୁଷ୍ଟହେଲେ କଣ ଲାଭହୁଏ ସେ କଥା ସମସ୍ତଙ୍କୁ ଜଣା।
ବିଷୟ: ନାଗ-ଲୋକର ରହସ୍ୟ କଣ ଜାଣନ୍ତୁ?
ତାମିଲନାଡୁ ର କୌଣସି ଏକ ଗାଆଁ ରେ ବ୍ରାହ୍ମଣ ପରିବାରଟିଏ ଥିଲା। ସ୍ୱାମୀ, ସ୍ତ୍ରୀ ଓ ଏଗାର/ବାରବର୍ଷ ର ପୁଅଟିଏ ମିଶି ଛୋଟ ପରିବାର। ପୁଅଟିର ନାଁ ନାଗରାଜ। ବାପା ତାର ଗୋଟେ ମନ୍ଦିର ର ପୂଜକ କାମ କରୁଥିଲେ। ଥରେ କେହି ଜଣେ ଭକ୍ତ ପୁଜାରୀ ଙ୍କୁ ପାଚିଲା ପଣସଟିଏ ଉପହାର ଦେଇଥିଲା। ପଣସଟି ଆକାରରେ ବହୁତ ବଡ଼ ଥିଲା। ପୁଜାରୀ ସେଇଟିକୁ ନେଇ ନିଜ ଘରେ ଦେଇ ଆସିଲେ।
ଘରକୁ ପଣସ ଆସିଲେ ବା କେହି ଉପହାର ଦେଲେ ବଂଶସାରା ଖାଇବାର ପରମ୍ପରା ତାଙ୍କର ଥାଏ। ତେଣୁ ନାଗରାଜଙ୍କ ମାଆ, ଦାଦା ଓ ବଡବାପା ଘରକୁ ନିମନ୍ତ୍ରଣ କରିବାକୁ ଚାଲିଗଲେ। କଥା ହୋଇ ଆସୁ ଆସୁ କିଛି ସମୟ ବିତିଗଲା। ସେହି ସମୟ ଭିତରେ ପଣସଟିରୁ କିଛି ଚାଖିବାକୁ ଯାଇ ନାଗରାଜ ପୁରା ପଣସଟି ଖାଇଦେଲେ। ମାଆ ଘରକୁ ଫେରି ଏ ଘଟଣା ଦେଖି ତାଙ୍କ କ୍ରୋଧ ଖୁବ୍ ବଢିଗଲା। ନିମନ୍ତ୍ରିତ ଅତିଥି ଆସିଲେ ଲଜ୍ଜିତ ହେବାକୁ ପଡ଼ିବ ବୋଲି ଭାବି ଖୁବ ରାଗିଗଲେ। କ୍ରୋଧରେ ଜ୍ଞାନ ଶୂନ୍ୟ ହୋଇ, ଗୋଟେ ଶାଢି ନାଗରାଜଙ୍କ ପାଟିରେ ପୁରାଇ ଗର୍ଜନ କଲେ, ରାକ୍ଷସ, ଗୋଟେ ପଣସ ଏକା ଖାଇଦେଲୁ। ପେଟ ପୁରିିନଥିବା। ଏଇଟା ଖା।
ନାଗରାଜଙ୍କ ପାଟିରେ ଶାଢ଼ୀଟି ପଶିବାରୁ ସେ ଅଣନିଶ୍ୱାସି ହୋଇ ଗଁ ଗଁ ହେଲେ । ଏତିକି ବେଳେ ତାଙ୍କ ବାପା ଆସି ପହଞ୍ଚିଗଲେ ଓ ତାଙ୍କୁ ବଞ୍ଚେଇ ଦେଲେ। ତା ପରଠାରୁ ସବୁଦିନେ ତାଙ୍କୁ ସାଙ୍ଗରେ ମନ୍ଦିର କୁ ନେଇ ଚାଲିଲେ।
ଆହୁରି ପଢ଼ନ୍ତୁ: VOYANICH MANUSCRIPT IN ODIA - ଭୟନିଚ୍ ପାଣ୍ଡୁଲିପି ଏକ ରହସ୍ୟ
ସେଇ ଘଟଣା ପରେ ନାଗରାଜଙ୍କ ମନ ବଦଳି ଗଲା। ମାଆଙ୍କ ପ୍ରତି ଆଗ୍ରହ ରହିଲାନାହିଁ। ଘରକୁ ଯିବାପାଇଁ ଇଚ୍ଛା ହେଲାନାହିଁ। ସବୁବେଳେ ମନ୍ଦିର ପିଣ୍ଡାରେ ବସି ରହିଲେ, ଉଦାସ ଓ ମୌନ ହୋଇ।
ହଠାତ୍ ଦିନେ କେହି ଜଣେ ମନ୍ଦିର ପରିସରରୁ ତାଙ୍କୁ ଅପହରଣ କରି ନେଇଗଲା। କଲିକତାର ଜଣେ ଧନୀ ବ୍ୟକ୍ତି ଙ୍କୁ ବିକ୍ରି କରିଦେଲା। ନାଗରାଜ ଧନୀ ବ୍ୟକ୍ତିଙ୍କ ଘରେ ଘରୋଇ ଚାକର ହିସାବରେ ଠିକ୍ ଓ ଭଲକାମ କରୁଥିଲେ। କିନ୍ତୁ ନିରବ ରହୁଥିଲେ। ସେଠ୍ ଜୀ ଙ୍କ ମନରେ କଣ ଭାବନା ଆସିଲା କେଜାଣି ସେ ନାଗରାଜଙ୍କୁ ମୁକ୍ତ କରିଦେଲେ।
ତା'ପରେ କଲିକତାର ଗଳିକନ୍ଦିରେ ଏଣେତେଣେ ବୁଲୁ ବୁଲୁ ନାଗରାଜ ଦଳେ ପରିବ୍ରାଜକ ସାଧୁଙ୍କ ହାବୁଡରେ ପଡିଗଲେ। ହୃଷ୍ଟପୃଷ୍ଟ ପିଲାଟିଏ ଦେଖି, ଭଲ ସେବା କରିବ ଭାବି ସେମାନେ ତାଙ୍କୁ ସାଙ୍ଗରେ ନେଇଗଲେ।
Mahabatar babajiକ୍ରମେ ତାଙ୍କର ଜୀବନ ବଦଳି ଗଲା। ସେହି ସାଧୁମାନଙ୍କ ସହିତ ହିମାଳୟରେ ରହିବା ବେଳେ କେବଳ ସାଧୁସନ୍ଥ ଙ୍କ ସହିତ ମିଶିବା, ତାଙ୍କର ସେବା କରିବା, ସାଧନ କରିବା, ତପସ୍ୟା କରିବାରେ ଜୀବନ ବିତିବାରେ ଲାଗିଲା।
କୈଳାସ ନିବାସୀ ଭଗବାନ ଯୋଗୀ ଶିବଙ୍କ ଠାରୁ ଦୁଇଜଣ ଦିକ୍ଷିତ ହୋଇଥିଲେ।ଜଣେ ନନ୍ଦି ଦେବ ଓ ଜଣେ ଅଗସ୍ତ୍ୟ ମୁନି। ଏହି ନାଗରାଜ, ଅଗସ୍ତ୍ୟ ଙ୍କ ଠାରୁ ଦିକ୍ଷା ନେଇଥିଲେ। କିଛି ଦିନର ତପସ୍ୟା ପରେ ଗୁରୁଙ୍କ ନିର୍ଦେଶ କ୍ରମେ ନାଗରାଜ ଶ୍ରୀଲଙ୍କା ର ଜଣେ ଗୁରୁଙ୍କ ପାଖକୁ ଗଲେ। ସେଠାରେ କିଛି ଦିନର ତପସ୍ୟା ପରେ ଦକ୍ଷିଣ ଭାରତର ଏକ ପର୍ବତରେ ଜଣେ ଗୁରୁଙ୍କ ପଖରେ ନୂତନ ସାଧନାରେ ରତ ରହିଲେ। ଶେଷରେ ପୁଣି ଫେରିଲେ ହିମାଳୟ କୁ।
ଯାହାଙ୍କୁ ଏବେ ଆମେ ମହାବତାର ବାବାଜୀ ନାମରେ ଜାଣିଛନ୍ତି। ସେ କବୀରଙ୍କର ଓ ସମୟକ୍ରମେ ଆଦି ଶଙ୍କରାଚାର୍ଯ୍ୟ ଙ୍କର ଦୀକ୍ଷା ଗୁରୁ ହେଲେ।
ବ୍ରିଟିଶ ଶାସନ ସମୟରେ ଏକ ବିଚିତ୍ର ଘଟଣାକ୍ରମରେ ବାବାଜୀ ମହାଶୟ, ଶ୍ୟାମାଚରଣ ଲାହିଡିଙ୍କୁ ଦୀକ୍ଷା ପ୍ରଦାନ କରି ସମାଜରେ ଏହାର ପ୍ରସାର ପାଇଁ ନିର୍ଦ୍ଦେଶ ଦେଲେ।
ଆହୁରି ପଢ଼ନ୍ତୁ: ଯୋଗୀର ଆତ୍ମଚରିତ Autobiography Of A Yogi - ପରମହଂସ ଯୋଗାନନ୍ଦ - Paramhansa Yoganand - Odia Pdf Book Free Download
ଲାହିଡି ମହାଶୟଙ୍କର ଶିଷ୍ୟ ହେଲେ ଯୁକ୍ତେଶ୍ୱର ଗିରି। ତାଙ୍କ ଶିଷ୍ୟ ହେଲେ ପରମହଂସ ଯୋଗାନନ୍ଦ,Autobiography of a yogi ର ଲେଖକ।
ଲାହିଡି ମହାଶୟ ଦୁଇଟି ଶାଖାର ଶିଷ୍ୟମାନଙ୍କୁ ଦୀକ୍ଷା ଦେଉଥିଲେ। ଯୁକ୍ତେଶ୍ୱର ଥିଲେ ସନ୍ନ୍ୟାସୀ। ସେପରି ସଂସାରୀ ମାନଙ୍କ ର ଗୋଟେ ଧାରା ପ୍ରବାହିତ ହେଉଥିଲା। ଲାହିଡି ମହାଶୟ, ଭୁପେନ୍ଦ୍ରନାଥ ସାନ୍ୟାଲ ମହାଶୟଙ୍କୁ ଦୀକ୍ଷା ଦେଇ ସଂସାରୀ ମାନଙ୍କ ପାଖକୁ ପଠାଇଲେ। ତାଙ୍କଠାରୁ ଦୀକ୍ଷା ନେଲେ ପାଟନା ର ଜ୍ୱାଳାପ୍ରସାଦ ତିୱାରୀ। ତାଙ୍କ ଠାରୁ ସମ୍ବଲପୁର ର ଲିଙ୍ଗରାଜ ପୁରୋହିତ ମହାଶୟ। ତାଙ୍କଠାରୁ ସମ୍ବଲପୁର ର ସହଦେବ ଶତପଥୀ ମହାଶୟ।
ଋଷି ପତଞ୍ଜଳି ମଗଧ ର ଏକ ଜଙ୍ଗଲରେ ସାଧନା କରୁଥିବା ସମୟରେ, କଳିଙ୍ଗ ସମ୍ରାଟ ଖାରବେଳ ତାଙ୍କ ଆଶ୍ରମରେ ଆଶ୍ରୟ ନେଇଥିଲେ -(ଉତ୍କଳ ପ୍ରସଙ୍ଗ)।
କ୍ରିୟାଯୋଗ ଭାରତୀୟ ଦର୍ଶନର ଏକ ଦୁର୍ଲଭ ବିଦ୍ୟା। ଏହା ଠାକୁର ପୂଜା,ଓଷା,ପର୍ବ ପର୍ବାଣି ପରମ୍ପରା ର କାର୍ଯ୍ୟକ୍ରମ ମାନଙ୍କ ଠାରୁ ଆନେକ ଦୂରରେ।
ମୂଳ ଲେଖା - Harekrushna Sahu Facebook post