ପୃଥିବୀରେ ପ୍ରାୟ ପନ୍ଦର ହଜାର ରୁ ଅଧିକ ଭାଷା ରହିଛି। ସେଥି ମଧ୍ୟରୁ କେତେକ ଭାଷା ରେ କୋଟି କୋଟି ଲୋକ କଥାବାର୍ତ୍ତା ହେଉଥିବା ବେଳେ ଅନ୍ୟ କେତେକ ଭାଷା ରେ ମାତ୍ର କେଇ ଶହ ଲୋକ କଥାବାର୍ତ୍ତା ହୁଅନ୍ତି। ଭାଷା ଗୋଟିଏ ଗୋଟିଏ ପ୍ରବହ ମାନ ନଈ ପରି । କେତେଗୁଡିଏ କ୍ଷୁଦ୍ର କ୍ଷୁଦ୍ର ପାର୍ବତ୍ୟ ଝରଣା ମିଶି ନଈ ରେ ପରିଣତ ହୁଅନ୍ତି ।ଏହି ନଈ ନିଜର ଗତି ପଥ ରେ କେତେ ଶାଖା ନଦୀ ସୃଷ୍ଟି କରନ୍ତି; କେତେ ଉପନଦୀ ମଧ୍ୟ ସେଥିରେ ମିଶନ୍ତି। ସେହି ପରି ମଣିଷ କ୍ଷୁଦ୍ର କ୍ଷୁଦ୍ର ଗୋଷ୍ଠୀ ର କଥିତ ଉପଭାଷା ମିଶି ଗୋଟିଏ ଭାଷା କୁ ଜନ୍ମ ଦିଏ।ସମୟ କ୍ରମେ ଏହି ଭାଷା ଏଇ ଅନ୍ୟାନ୍ୟ ଭାଷା ର କେତେକ ଶବ୍ଦ ମିଶିଯାଇ ତାହାକୁ ପୁଷ୍ଟ କରେ ; ସେହି ପରିପୃଷ୍ଟ ଭାଷାରୁ ବହୁ ଉପଭାଷା ମଧ୍ୟ ସୃଷ୍ଟି ହୋଇ ଥାଏ। କେତେକ ଭାଷା ସ୍ରୋତ ହଜାର ହଜାର ବର୍ଷ ଧରି ନିଜର ଗତି ପଥ ବଦଳାଇ ଅନ୍ୟାନ୍ୟ ଭାଷା ମିଳିଯାଇ ରୂପାନ୍ତରିତ ହୋଇଥାନ୍ତି। ବିଭିନ୍ନ ଭାଷାଭାଷୀ ମାନଙ୍କର ମିଳନ ହେତୁ ଭାଷା ର ମୂଳ ସ୍ୱରୂପ ରେ କେତେକ ପରିବର୍ତ୍ତନ ମଧ୍ୟ ଆସିଥାଏ।
ହଜାର ବର୍ଷ ପୂର୍ବରୁ ଆମର ଏହି ଭାଷା ର( ଓଡ଼ିଆ ଭାଷା) ର ସ୍ୱରୂପ ଯାହା ଥିଲା, ଆଜି ତାହା ନାହିଁ। ଏପରିକି ସାରଳା ଦାସ ଙ୍କ ଲିଖିତ ଓଡିଆ ମହାଭାରତ ର ଭାଷା ଓ ଆଜି ର ପ୍ରଚଳିତ ଓଡ଼ିଆ ଭାଷା ମଧ୍ୟରେ ଆମେ ବହୁତ ପାର୍ଥକ୍ୟ ଲକ୍ଷ୍ୟ କରି ପାରିବା। ବିଭିନ୍ନ ଭାଷାଭାଷୀ ମାନଙ୍କ ର ମିଳନ, ବିଦେଶୀ ମାନଙ୍କର ଆଗମନ, ବ୍ୟବସାୟ ବାଣିଜ୍ୟ , ବିଜ୍ଞାନ ର ନୂତନ ନୂତନ ଉଦ୍ଭାବନ ଓ ଆବିଷ୍କାର ହେତୁ କେତେ ନୂଆ ନୂଆ ଶବ୍ଦ ଆମ ଭାଷା କୁ ଆସିଛି ଓ ଆସୁଛି। ସେହିପରି ଆମ ଭାଷା ରୁ କେତେକେତେ ଶବ୍ଦ ଅନ୍ୟାନ୍ୟ ଭାଷା କୁ ମଧ୍ୟ ସମ୍ପ୍ରସାରିତ ହୋଇ ଯାଉଛି ।ଏହି ପ୍ରକାର ଆଦାନ ପ୍ରଦାନ ପୃଥିବୀର ସବୁଭାଷା ରେ ଲାଗି ରହିଛି। ତଦ୍ୱାରା ପ୍ରତ୍ୟେକ ଭାଷାର ଶବ୍ଦଭଣ୍ଡାର ବଢ଼ିବାରେ ଲାଗିଛି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ତଥା ଗମନାଗମନ ର ଉନ୍ନତି ହେତୁ ଆଜି ପୃଥିବୀ ବାସୀ ପରସ୍ପର ନିକଟତର ହୋଇଗଲେଣି। ଏହାଫଳରେ ଆଦାନ ପ୍ରଦାନ ପ୍ରକ୍ରିୟା ତଥା ନୂତନ ନୂତନ ଶବ୍ଦ ର ଆହରଣ ଦ୍ରୁତ ଗତି ରେ ବଢିବାକୁ ଲାଗିଛି।
ଭାଷାର କିଛି ରୋଚକ ତଥ୍ୟ (Some Amazing Fact Of Language In Odia)
- ପପୁଆ ନିଉଗିନି ରେ ପୃଥିବୀ ରେ ସର୍ବାଧିକ ୮୩୯ ଟି ଭାଷା ରହିଛି।
- ଭାରତରେ ପ୍ରାୟ ୭୮୦ରୁ ଅଧିକ କଥିତ ଭାଷା ରହିଛି ।ଏହା ପୃଥିବୀର ଦ୍ଵିତୀୟ ସର୍ବାଧିକ କଥିତ ଭାଷା ଅଟେ।
- ଭାରତ ରେ ୨୨ଟି ସମ୍ବିଧାନିକ ମର୍ଯ୍ୟାଦା ଯୁକ୍ତ ଭାଷା ଅଛି।
- ଭାରତ ରେ ୬ଟି ଶାସ୍ତ୍ରୀୟ ଭାଷା- ତାମିଲ(୨୦୦୪ମସିହା),ସଂସ୍କୃତ(୨୦୦୫ ମସିହା),ତେଲୁଗୁ(୨୦୦୮ମସିହା), କନ୍ନଡ଼(୨୦୦୮ମସିହା), ମାଲୟଲମ(୨୦୧୩ମସିହା), ଓଡ଼ିଆ(୨୦୧୪ମସିହା)ରେ ମାନ୍ୟତା ପ୍ରାପ୍ତ ହୋଇଛି।
https://blog.odiabook.co.in
https://blog.odiabook.co.in/2025/04/language-is-flexible.html