VOYANICH MANUSCRIPT IN ODIA | ଭୟନିଚ୍‌ ପାଣ୍ଡୁଲିପି ଏକ ରହସ୍ୟ

@_ustad
0
ଭୟନିଚ୍‌ ପାଣ୍ଡୁଲିପି ଏକ ରହସ୍ୟ-VOYANICH MANUSCRIPT IN ODIA
ଏହି ଦୁନିଆ ରହସ୍ୟରେ ଭରପୂର। କିଛି ରହସ୍ୟକୁ ମଣିଷ ଉନ୍ମୋଚନ କରିବାରେ ସଫଳ ହୋଇଥିବା ବେଳେ ଆଉ କିଛି ରହସ୍ୟ ରହିଛି, ଯାହାକୁ ଉନ୍ମୋଚନ କରିବା ପାଖାପାଖି ଅସମ୍ଭବ। ଆପଣ ବହୁ ପୁରୁଣା ପୁସ୍ତକ ଓ ପାଣ୍ଡୁଲିପି ଦେଖିଥିବେ। କିଛି ଲୋକ ଏହାକୁ ପଢ଼ିଥିବେ ମଧ୍ୟ। ହେଲେ ଭୟନିଚ୍‌ ପାଣ୍ଡୁଲିପି ଏପରି ଏକ ପୁସ୍ତକ ଯାହାକୁ ଆଜି ପର୍ଯ୍ୟନ୍ତ କେହି ପଢ଼ିପାରିନାହାନ୍ତି। ୨୪୦ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକକୁ କୁହାଯାଉଛି ଦୁନିଆର ସବୁଠାରୁ ରହସ୍ୟମୟ ପୁସ୍ତକ।

ଐତିହାସିକଙ୍କ ମତରେ, ଏହି ରହସ୍ୟମୟ ପୁସ୍ତକ ୬୦୦ ବର୍ଷର ପୁରୁଣା। କାର୍ବନ ଡେଟିଙ୍ଗ୍‌ରୁ ଜଣାପଡ଼େ କି, ୧୫ଶ ଶତାବ୍ଦୀରେ ଏହାକୁ ହାତରେ ଲେଖାଯାଇଥିଲା। ତେବେ ଏଥିରେ କ’ଣ ଲେଖା ହୋଇଛି ଏବଂ କେଉଁ ଭାଷାରେ ଲେଖା ହୋଇଛି, ତାହାକୁ ଆଜି ପଯ୍ୟର୍ନ୍ତ କେହି ବୁଝିପାରି ନାହାନ୍ତି।
୧୫ଶ ଶତାବ୍ଦୀରେ ଲେଖାଯାଇଥିବା ଏହି ପୁସ୍ତକରେ ରହିଛି ୨୪୦ ପୃଷ୍ଠା। ଏଥିରେ ଏମିତି ଭାଷାରେ କିଛି ଲେଖା ଯାଇଛି, ଯାହାକୁ କେହି ବି ବୁଝିପାରୁନାହାନ୍ତି। ଏଥିରେ ବହୁତଗୁଡିଏ ଗଛଲତାର ଚିତ୍ର ରହିଛି। ଆଶ୍ଚର୍ଯ୍ୟ କରିବାର କଥା ହେଲା ଏପରି ଗଛଲତା ପୃଥିବୀରେ କେଉଁଠି ବି ଦେଖିବାକୁ ମିଳିନଥାଏ।


For Latest Quiz, Gk Join Our Telegram Channel @Gk_Odia Click here

ବହୁତ ପ୍ରଫେସ୍‌ନାଲ କ୍ରେପ୍ଟୋଗ୍ରାଫର୍‌, ଏପରିକି ଆମେରିକାନ ଓ ବ୍ରିଟିଶ୍‌ କୋଡ୍ ବ୍ରେକର୍ସ ମଧ୍ୟ ଏହି ପୁସ୍ତକକୁ ବୁଝିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି। ଏଥିପାଇଁ ଏହାକୁ ଦୁନିଆର ସବୁଠାରୁ ଅଧିକ ରହସ୍ୟମୟ ପୁସ୍ତକର ମାନ୍ୟତା ମିଳିଛି।
କାର୍ବନ୍‌ ଡେଟିଙ୍ଗ ଦ୍ୱାରା ଏହା ଜଣାପଡ଼ିଛି ଯେ ପୁସ୍ତକଟି ୧୪୦୪ରୁ ୧୪୩୮ ମଧ୍ୟରେ ଲେଖାଯାଇଛି। ଏହି ପାଣ୍ଡୁଲିପର ନାଁ ଇଟାଲୀର ଜଣେ ବହି ଡିଲର୍‌ Wilfrid Voynich ଙ୍କ ନାଁ ଅନୁସାରେ ରଖାଯାଇଛି। ୧୯୧୨ ରେ ସେ ଏହି ପୁସ୍ତକଟିକୁ କିଣିଥିଲେ। ପୁସ୍ତକରେ ମଣିଷଠାରୁ ଆରମ୍ଭ କରି ଗଛଲତା ପଯ୍ୟର୍ନ୍ତ, ସମସ୍ତ ଚିତ୍ର ଅଙ୍କାଯାଇଛି। କିନ୍ତୁ ସବୁଠାରୁ ଚକିତ କଲା ଭଳି କଥା ହେଉଛି, ଏହି ପୁସ୍ତକରେ ଏମିତି ଅନେକ ଗଛଲତା ଚିତ୍ରିତ ହୋଇଛି, ଯାହାକି ପୃଥିବୀରେ କୌଣସି ଗଛଲତା ସହିତ ମେଳ ଖାଉନି।

ଏହି ପାଣ୍ଡୁଲିପିରେ କ’ଣ ଲେଖାଯାଇଛି ତାହା ଜଣାପଡ଼ି ନଥିଲେ  ବି ଏଥିରେ କିଛି ଶବ୍ଦ ଲାଟିନ୍‌ ଓ ଜର୍ମାନ ଭାଷାରେ ଥିବା ଜଣାପଡ଼ିଛି।
ଶୁଣିବାକୁ ମିଳେ, ପୁସ୍ତକରେ ଅନେକ ପୃଷ୍ଠା ରହିଥିଲା। କିନ୍ତୁ ସମୟାନୁସାରେ, ଏହାର କେତେକ ପୃଷ୍ଠା ଖରାପ ହୋଇଗଲା। ବର୍ତ୍ତମାନ କେବଳ ୨୪୦ ପୃଷ୍ଠା ଏଥିରେ ରହିଛି। ଯଦିଓ ପୁସ୍ତକ ବିଷୟରେ କିଛି ଖାସ୍‌ କଥା ଜଣାପଡ଼ିନାହିଁ, ତଥାପି ଏହା ନିଶ୍ଚିତ ଯେ ଏଥିରେ ଲିଖିତ କିଛି ଶବ୍ଦ ଲାଟିନ୍‌ ଏବଂ ଜର୍ମାନ ଭାଷାରେ ରହିଛି।

ଏହି ପୁସ୍ତକକୁ ୬ଟି ଅଲଗା ଅଲଗା ଭାଗରେ ବଣ୍ଟା ଯାଇଛି। ପ୍ରତିଟି ଭାଗରେ କୌଣସି ବିଷୟ ଉପରେ କୁହାଯାଇଛି। ସବୁ ଭାଗରେ ଅଲଗା ଅଲଗା ଚିତ୍ର ରହିଛି। ଚିତ୍ରକୁ ଦେଖି ଏତିକି ଅନୁମାନ ଲଗାଯାଛି ଯେ ଏଥିରେ ଖଗୋଳ (Astronomy), ଜୀବବିଜ୍ଞାନ (Biology), ବ୍ରହ୍ମାଣ୍ଡ ବିଜ୍ଞାନ (Cosmology), ହର୍ବାଲ ଜ୍ଞାନ (Herbal Knowledge), ଔଷଧ (Medicine), ରନ୍ଧନ  ବିଦ୍ୟା (Recipes) ବିଷୟରେ ଉଲ୍ଲେଖ ରହିଛି। ହେଲେ ଏହା କେବଳ ଏକ ଅନୁମାନ। ଏହାର କୌଣସି ପ୍ରମାଣ ଆଜି ପର୍ଯ୍ୟନ୍ତ ମିଳିପାରି ନାହିଁ।
କିଛି ଲୋକଙ୍କ କହିବା କଥା, ଏହି ପୁସ୍ତକକୁ ଏମିତି ଢଙ୍ଗରେ ଲେଖାଯାଇଛି, ଯେମିତି ଏହାର ରହସ୍ୟକୁ ଲୁଚାଯାଇପାରେ। ତେବେ ସେହି ରହସ୍ୟ କ’ଣ, ତାହା କେବଳ ପୁସ୍ତକର ଲେଖକ ହିଁ ଜାଣିଥିବେ। ହୋଇପାରେ କି, ଆଗାମୀ ସମୟରେ ଏହି ରହସ୍ୟମୟ ପୁସ୍ତକକୁ ପଢ଼ାଯାଇପାରେ।

https://blog.odiabook.in/2023/06/voyanich-manuscript-in-odia.html

Post a Comment

0Comments

Post a Comment (0)