
ଆମ କୁନାବାବୁ ବନେ
କାନ୍ଦିଲେ କାନ୍ଦିବ ଦିନକେ ଛନେ
ଖେଲୁଥିବି ମନେମନେ
ମୋ କୁନା ରେ ।
ଆହାରେ ମୋ ଧନମାଲୀ
ଆମର କୁନାକୁ କେ ଦେଲା ଗାଲି ରେ
ଧନ, ରସ ବହେ ଥାଲି ଥାଲି, ମୋ ଧନରେ ।
ହାଣ୍ଡିର ଚାଉଲ ଉଣା
କୁନାର ବୁଆ ତ ଯାଇଚେ ଜୟପାଟଣାରେ
ଧନ, କୁନାକୁ ଆଣିଦେବେ ଗଣ୍ଠିର ସୁଣା,
ମୋର ପୁଅରେ ।
ତୁଇ ଖାଇଲେ ତୁନି ହୁଅନା, ମୋ ଧନରେ ।
ଆମ କୁନା ବାବୁ ବନେ
ଭୋକ ଲାଗିଗଲେ କାନ୍ଦିବ ଛନେ
ମୋ ମାଲୀରେ ।
ଧନ, ହସୁଥିବ ମନେମନେ,
ମୋ ଧନରେ ।