ବୈଷ୍ଣବ ପଦାବଳୀ - ବିରୋହ କଣ୍ଠିତା ବା ସଖୀ ପ୍ରତି ଶ୍ରୀରାଧା

@_ustad
0
ବୈଷ୍ଣବ ପଦାବଳୀ - 'ବିରୋହତ୍କଣ୍ଠିତା' ବା 'ସଖୀ ପ୍ରତି ଶ୍ରୀରାଧା'
କବି - କୁଳମଣି ରାଜେନ୍ଦ୍ର

       କହ ଗୋ ଦୂତୀ ମୋତେ କାହିଁ ଗଲେ ହରି ଗୋ ।ପଦ।

ଶିଖଣ୍ଡଚୂଳିଆ ସେ ମୋ ନବଘନ କାଲା ଗୋ,
ପିଣ୍ଡରୁ ପରାଣ କେ ମୋ ହରି ଘେନି ଗଲା ଗୋ ।୧।

ଯେଣିକି ଚାହିଁଲେ ନେତ୍ରେ ତା' ରୂପ ଦିଶିଲା ଗୋ,
ଅସନ ବସନ ବିଷ ପରାଏ ହୋଇଲା ଗୋ ।୨।

ଯେତେ ରୂପେ ଆମ୍ଭଠାରେ ସେ ମୁହାଁସ କଲେ ଗୋ
ଏବେ ସେ ମୂର୍ଚ୍ଛିବେ ବୋଲି ପରତେ ନ ଥିଲା ଗୋ ।୩।

ଗୋପପୁୁର ଜନଶିରୀ ଶ୍ରୀନନ୍ଦନନ୍ଦନ ଗୋ
ଆସିବେ ବୋଲି ନଇଲେ କି ବିଚାରୀ  ମନ ଗୋ ।୪।

କୁଳମଣି ରାଜଇନ୍ଦ୍ର କୃଷ୍ଣପାଦେ ଚିନ୍ତି ଗୋ
କହନ୍ତି ଏ ରସେ ରାଧା ବିରହ ଭାରତୀ ଗୋ ।୫।

Tag:: Sakhi prati radha, Vaishnava padabali Odia, Biroha kanthita, ବୈଷ୍ଣବ ପଦାବଳୀ, ବିରୋହ କଣ୍ଠିତା, ସଖୀ ପ୍ରତି ଶ୍ରୀରାଧା, Odia pathshala

Post a Comment

0Comments

Post a Comment (0)