
Gajapati who married Muslim-ଓଡ଼ିଶା ଗଜପତି ମହାରାଜା ୨ୟ ରାମଚନ୍ଦ୍ର ଦେବ 1727 -37 ,ତତ୍କାଳୀନ କଟକ ନାଏବ ନିଜାମ୍ ମୁର୍ଷିଦ୍ କୁଲିଖାନ୍ ର କନ୍ୟା ରେଜିଆ ଓରଫ୍ ସୁରୀୟାଙ୍କୁ ପ୍ରେମ କରି ବିବାହ କଲେ,ଏହାପରେ ଯବନୀ ରାଣୀ ଙ୍କ ନାମହେଲା ସୂର୍ଯ୍ୟମଣି ମହାଦେବୀ *ମାଦଳାପାଞ୍ଜି କହେ ଏ ରାଜା ନବାବଙ୍କ ଝିଅଙ୍କୁ ହରିଲେ,ଜାତି ଭ୍ରଷ୍ଟାହେଲେ ,ପଠାଣଙ୍କ ସଙ୍ଗେ ଆତଜାତହେଲେ।
ସେହି ସମୟରେ ଶ୍ରୀକ୍ଷେତ୍ର ପୁରୀକୁ ଯବନ ଆକ୍ରମଣ ବୃଦ୍ଧି ପାଇଥାଏ । ଭୟଭୀତ ଅବସ୍ଥାରେ ଥାଆନ୍ତି ରାଜ୍ୟବାସୀ । ସବୁଠାରୁ ସୁରକ୍ଷିତ ଖୋର୍ଦ୍ଧା ନଅରଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାତାୟାତ ପଥରେ ନିୟୋଜିତ ହୋଇଥାନ୍ତି ଦୁର୍ଦ୍ଧଷ ପାଇକ ସେନା। ମହାପ୍ରଭୁଙ୍କ ପର୍ଯ୍ୟନ୍ତ କୌଣସି ଅକ୍ରମଣକାରୀ ଯେପରି ନ ପହଞ୍ଚିବେ, ସେହି ବ୍ୟବସ୍ଥା ହୋଇଥାଏ। କିନ୍ତୁ ଉତ୍କଳର ସୈନ୍ୟବଳ, ବଙ୍ଗଳା ନବାବଙ୍କ ସୈନ୍ୟବଳ ତୁଳନାରେ କମ୍ ଥିବାରୁ ତାଙ୍କୁ ପ୍ରତିହତ କରିବା ଅସମ୍ଭବ ଥିଲା।
ପତିତ ଜନଙ୍କୁ ଉଦ୍ଧାର ପାଇଁ ଶ୍ରୀମନ୍ଦିର ସିଂହଦ୍ଵାର ଗୁମୁଟର କାନ୍ଥ ରେ ଜାତିହରା ଗଜପତି ଦ୍ବିତୀୟ ରାମଚନ୍ଦ୍ର ଙ୍କ ଦ୍ଵାରା 1736 ମସିହାରେ ପତିତପାବନ ମୂର୍ତ୍ତି ପ୍ରତିଷ୍ଠା କରାଯାଇଥିଲା , କାରଣ ସ୍ଵୟଂ ଗଜପତି ଜାତି ହରାଇ ହାଫିଜ୍ କାଦର ଘୋଷିତ ହେଲେ , ଗଜପତି ଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା ହୋଇଥିଲା ।
ଗଜପତି ଙ୍କୁ ଶ୍ରୀମନ୍ଦିର ପ୍ରବେଶ ନିଷେଧ ହେଲା ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ରାଜଗୁରୁ , ମୁକ୍ତିମଣ୍ଡପ ପରାମର୍ଶ ରେ ପତିତପାବନ ମୂର୍ତ୍ତି ପ୍ରତିଷ୍ଠା ହେଲା ଅରୁଣ ଙ୍କ ନିକଟରେ ରହି ଗଜପତି ପତିତପାବନ ଦର୍ଶନ କଲେ । ଘଟଣା କ୍ରମେ ଗଜପତି ରାମଚନ୍ଦ୍ର ଦେବ ଯବନୀ ରାଣୀ ସୂର୍ଯ୍ୟମଣି ଶ୍ରୀନଅର ଛାଡ଼ି 1736 , ବୈଶାଖ ମାସ ରାତିରେ ପଳାୟନ କରି ନରସିଂହ ପୁର ରାଜାଙ୍କ ଅତିଥି ହୋଇ ,ଲକ୍ଷପଡା ଗଡ଼ରେ ନିବାସ କଲେ । ଆତ୍ମଗୋପନ ତୁଲ୍ୟ ଲକ୍ଷପଡା ଗଡ଼ରେ 1 ବର୍ଷ 10 ମାସ ରହିବା ପରେ 1737 ଡିସେମ୍ବର ଶେଷ ସପ୍ତାହ ରେ ଗଜପତି ଏବଂ ଯବନୀ ରାଣୀ ବିଷପାନ କରି ଆତ୍ମହତ୍ୟା କଲେ , ଗୋଟିଏ ଜୁଇ ରେ ମହାନଦୀ କୂଳ ରେ ଉଭୟ ଙ୍କ ଦାହହେଲା ଆଜି ବି ସେହି ସ୍ଥାନ କୁ ମହାଶ୍ମଶାନ କୁହାଯାଏ।
ସେଦିନ ସମ୍ବଲପୁର ରାଜା ଅଜିତ ସିଂହ ଜଗନ୍ନାଥଙ୍କ ଦର୍ଶନ ପାଇଁ ମହାନଦୀ ରେ ନଉକା ଯୋଗେ ଶ୍ରୀକ୍ଷେତ୍ର ଯାଉଥିଲେ , ଏହି ଘଟଣାରେ ସେଠି ପହଞ୍ଚି ଗଜପତି ଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ।ଗଜପତି ରାମଚନ୍ଦ୍ର ଦେବ ଥିଲେ ମହାନ୍ ଦେଶଭକ୍ତ , ଜଗନ୍ନାଥ ଙ୍କ ସୁରକ୍ଷା ପାଇଁ ମୁସଲମାନ ଶକ୍ତି ସହ ଅନେକ ଲଢେଇ କରିଥିଲେ।
ଆହୁରି ପଢ଼ନ୍ତୁ: 'ମେରିଆ' ଏକ ବଳି ପ୍ରଥାର କାହାଣୀ- Meria Bali Ra Kahani
ଗଜପତି ଙ୍କ ଦୂରଦୃଷ୍ଟି ଥିଲା ଯବନୀ କୁ ବିବାହ କଲେ ,ଶ୍ରୀମନ୍ଦିର ଉପରେ ଆକ୍ରମଣ ହେବନି,ତାହା ସତ ହୋଇଥିଲା ,1736 ପରେ ଶ୍ରୀମନ୍ଦିର ଉପରେ ଆଉ ଆକ୍ରମଣ ହୋଇନଥିଲା,ପ୍ରେମ ପାଇଁ କିମ୍ବା ଜଗନ୍ନାଥଙ୍କ ସୁରକ୍ଷା ପାଇଁ ଘଟଣା କ୍ରମେ ଥରେ ଓଡ଼ିଶାର ଜଣେ ଗଜପତି ଆତ୍ମହତ୍ୟା କରିଥିଲେ।
ତଥ୍ୟ:ଉତ୍କଳ ଇତିହାସ ର ଅଜ୍ଞାତ ଅଧ୍ୟାୟ(1969)
ଶ୍ରୀ ଜଗନ୍ନାଥ ପୁସ୍ତକ ପୃଷ୍ଠା ୨୧୮ରୁ
ନାଏବ ନବାବ ମୁର୍ଶିଦ କୁଲି ଖାଁଙ୍କ ଝିଅ ଯାହାକୁ ରାମଚନ୍ଦ୍ର ଦେବ ବିବାହ କରିଥିଲେ ତାଙ୍କର ପ୍ରକୃତ ନାମ କ'ଣ ଜାଣି ହେଉନାହିଁ । ତାଙ୍କର ନାମ ସୌରିୟା (ମତାନ୍ତରେ ରେଜିଆ) କୁହାଯାଇଛି । ବିବାହ ପରେ ତାଙ୍କର ନାମାନ୍ତର ହେଲା ସୂର୍ଯ୍ୟମଣି ମହାଦେଈ ।
ଏହି ବିବାହ ପରେ ମଧ୍ୟ କେତେକ ଦାନପତ୍ରରେ ରାମଚନ୍ଦ୍ର ଦେବଙ୍କ ନାମ ବ୍ୟବହୃତ ହୋଇଥିବାରୁ ରାମଚନ୍ଦ୍ର ଦେବ ମୁସଲମାନ ନାମ ଗ୍ରହଣ କରିଥିବା ସନ୍ଦେହଜନକ ମନେ କରାଯାଇଛି । ସେ ଧର୍ମ ପରିବର୍ତ୍ତନ କରିଥିବାଯୋଗୁଁ ଶ୍ରୀଜଗନ୍ନାଥ ମନ୍ଦିର ଭିତରକୁ ଯାଇ ଦର୍ଶନରୁ ବଞ୍ଚିତ ହେବାଯୋଗୁଁ ସିଂହଦ୍ୱାର ଗୁମୁଟରେ ପତିତପାବନ ମୂର୍ତ୍ତିି ପ୍ରତିଷ୍ଠା କରାଯାଇଥିଲା; ଯାହାଙ୍କୁ ସେ ଦର୍ଶନ କରୁଥିଲେ ବୋଲି କୁହାଯାଇଛି । କିନ୍ତୁ ପତିତପାବନ ମୂର୍ତ୍ତିି ରାମଚନ୍ଦ୍ର ଦେବ (୨ୟ)ଙ୍କ ପ୍ରାୟ ଏକଶତ ବର୍ଷ ପୂର୍ବରୁ ସେଠାରେ ସ୍ଥାପିତ ହୋଇଥିଲା ବୋଲି ପ୍ରଫେସର ଗଗନେନ୍ଦ୍ର ନାଥ ଦାଶ ମତ ଦେଇଛନ୍ତି ।
ରାମଚନ୍ଦ୍ର ଦେବ ଆଠଗଡ଼ରୁ ଫେରିଆସି କେତେମାସ ଖୋର୍ଦ୍ଧା ସିଂହାସନରେ ବସିଥିବା ଜଣାଯାଏ । ପରେ ମୀର ହବିବ ପଟିଆର ରାଜା ପଦ୍ମନାଭ ଦେବଙ୍କୁ ରାମଚନ୍ଦ୍ର ଦେବଙ୍କ ପରିବର୍ତ୍ତେ ଖୋର୍ଦ୍ଧା ରାଜଗାଦିରେ ବସାଇଥିଲେ । ରାମଚନ୍ଦ୍ର ଦେବ ରାଜ୍ୟଭ୍ରଷ୍ଟ ହୋଇ ସାମନ୍ତ ରାଜା ନରସିଂହପୁର ରାଜାଙ୍କ ରାଜ୍ୟରେ ଆଶ୍ରୟ ନେଇଥିଲେ । ନରସିଂହପୁରର ସାମନ୍ତ ରାଜାଙ୍କ ନାମ ଥିଲା ମନ୍ଦରଧର ମାନସିଂହ ହରିଚନ୍ଦନ ମହାପାତ୍ର । ରାମଚନ୍ଦ୍ର ଦେବ ତାଙ୍କର ପତ୍ନୀ ସୂର୍ଯ୍ୟମଣି ସହିତ ସେଠାକୁ ଯାଇଥିଲେ (ମତାନ୍ତରେ ଏକାକୀ) । ସେଠାରେ ଗୁରୁତର ବ୍ୟାଧିରେ ପଡ଼ି ତାଙ୍କର ଦେହାନ୍ତ ହୋଇଥିଲା (ମତାନ୍ତରେ ରାଜା ଓ ରାଣୀ ସୂର୍ଯ୍ୟମଣି ଉଭୟେ ବିଷପାନ କରି ଆତ୍ମହତ୍ୟା କରିଥିଲେ) । ନରସିଂହପୁର ପାଏକପଡ଼ା ଗଡ଼ଠାରୁ କ୍ରୋଶମାତ୍ର ଦୂର ଲକ୍ଷପଡ଼ା ଗ୍ରାମରେ ବିଷପାନ କରି ଆତ୍ମହତ୍ୟା କରିବା କୁହାଯାଏ । ଖ୍ରୀ: ୧୭୩୭ ଡିସେମ୍ବର କିମ୍ବା ୧୭୩୮ ଜାନୁଆରିରେ ଏହି ଘଟଣା ଘଟିଥିଲା । ସେମାନଙ୍କର ଶବଦାହ (ମତାନ୍ତରେ ସମାଧିସ୍ଥ) ନରସିଂହପୁରର ଘୋରାଡ଼ିଆ ଗ୍ରାମ ନିକଟସ୍ଥ ଅରଣ୍ୟରେ ହୋଇଥିଲା । ଏହି ଅରଣ୍ୟ ମହାଶ୍ମଶାନ ନାମରେ ପରିଚିତ ।
ମୀର ହବିବ ପଟିଆ ରାଜା ପଦ୍ମନାଭଙ୍କୁ ୩.୫.୧୭୩୬ ତାରିଖରୁ ଖୋର୍ଦ୍ଧା ସିଂହାସନରେ ବସାଇଥିଲେ । ସିଂହାସନର ନ୍ୟାଯ୍ୟ ଅଧିକାରୀ ରାମଚନ୍ଦ୍ର ଦେବଙ୍କ ପୁତ୍ର ବୀରକେଶରୀ ଦେବ ଘୁମସରର ଚକାପାଦମାଳ ଓ ଅନୁଗୁଳ ମାଳରେ ଆଶ୍ରୟ ନେଇଥିଲେ । ଘୁମୁସରର ରାଜା ଘନଭଞ୍ଜ ବୀରକେଶରୀଙ୍କୁ ଖୋର୍ଦ୍ଧା ରାଜ୍ୟ ଅଧିକାରପାଇଁ ସୈନ୍ୟ ସାହାଯ୍ୟ ଦେଇଥିଲେ । ତେଣୁ ବୀରକେଶରୀ ରାଜା ଘନଭଞ୍ଜଙ୍କୁ "କ୍ଷତ୍ରିୟ ବର' ଉପାଧି ପ୍ରଦାନ କରିଥିଲେ । ଅନୁଗୁଳ ରାଜା ମଧ୍ୟ ସୈନ୍ୟ ସାହାଯ୍ୟ ଦେଇଥିଲେ । ଖୋର୍ଦ୍ଧା ରାଜ୍ୟ ଆକ୍ରମଣପାଇଁ ବୀରକେଶରୀ ପ୍ରସ୍ତୁତ ହେଉଥିବା ସମୟରେ ବଡ଼ମ୍ବା ସୀମା ବୈଦ୍ୟେଶ୍ୱରଠାରେ ତାଙ୍କୁ ମୁର୍ଶିଦ କୁଲି ଖାଁ 'ଟୀକା ଶିରୋପା' ଦେଇ ଖୋର୍ଦ୍ଧା ଶ୍ରୀନଅରରେ ବିଜେ କରାଇଲେ ଅର୍ଥାତ୍ ରାଜା କରାଇଲେ । ପଦ୍ମନାଭ ଦେବ ପଳାଇଯାଇ ପଟିଆରେ ରହିଲେ । ପଦ୍ମନାଭ ଦେବ ଭୋଗକଲେ ୩ ବର୍ଷ ।
୨୨୦ ଶ୍ରୀଜଗନ୍ନାଥ