ବୈଷ୍ଣବ ପଦାବଳୀ - 'ବାସକସଜ୍ଜା ଶ୍ରୀରାଧା'

@_ustad
0
 ବୈଷ୍ଣବ ପଦାବଳୀ - 'ବାସକସଜ୍ଜା ଶ୍ରୀରାଧା'(ରାଗ - କୋମାଦୀ)କବି - ଗୁଣମଣି ସୁତ

 



ଶ୍ୟାମମଣି ଆସିବେ ମୋହର ରେ ମଣ୍ଡିଥିବି କେଳିପୁର
ଘଷିଥିବି ପରା ଘନସାର ଅଙ୍ଗେ
କେଶ କରି ଫୁଲ ଭର ରେ । (ଘୋଷା)
ଏଥୁ କି ଆଉ ମୋ ଲାଭ ରେ ସଜନୀ,

ସେ ଯେବେ ହେବେ ସୁଲଭ,


ସବୁ ଅଳଙ୍କାର ମଣ୍ଡନ୍ତି ସିନା ମୋ


ଦେହରେ ପ୍ରାଣବଲ୍ଲଭ ।୧।



ଅତର ପନୀର ସିଞ୍ଚି ରେ ସଜନୀ


ସେବତୀ ପାଖୁଡ଼ା ବିଞ୍ଚି,


ସଜାଡ଼ି ପଲଙ୍କ ଅଙ୍କେ ବସିଥିବି


ପ୍ରିୟ ପାଇଁ ଅଧେ ମୁଞ୍ଚି ।୨।



ରତନ ଦୀପ ଉଜ୍ଜ୍ୱଳ ରେ ସଜନୀ


ଦେଖି ମୁଖ ଚୁମ୍ବି ଭୋଳେ,


ଦନ୍ତେ କ୍ଷୀନ କରି ବିଡ଼ିଆ ଅଧିକ


ଭୁଞ୍ଜାଇବି ଧରି କୋଳେ ।୩।



ମୋ ନ ଆସିବାରୁ ଶେଯେ ରେ ସଜନୀ,


ନ ବସୁ ଆସି ମୋ ଶେଯେ,


ନୟନ ବେନି ବେନି କରେ ବୁଜନ୍ତେ


ବୋଲି କି ବୋଲିବି ଲାଜେ ।୪।



ଗୁଣମଣି-ସୁତ କହିଲେ ସଜନୀ,


ମନୋରଥ ମୋର ଏହି,


ଦମ୍ପତି ରସରେ ମାତି ନ ଜାଣିଲି


ରଜନୀ ଯିବାର ପାହି ।୫।



ଶବ୍ଦାର୍ଥ
ମଣ୍ଡନ୍ତି - ପିନ୍ଧନ୍ତି ବା ଖଞ୍ଜନ୍ତି
ଘନସାର - କର୍ପୁର ବା ଚନ୍ଦନ
ପନୀର - ଭୂମିରେ ସିଞ୍ଚାଯିବା ସୁବାସିତ ଜଳ
 ମୁଞ୍ଚି - ସଞ୍ଚି
କ୍ଷୀନ  - ଦନ୍ତ ଚିହ୍ନ କରି
ରସରେ - ଆନନ୍ଦରେ 

Post a Comment

0Comments

Post a Comment (0)