ଓଡିଶା ଓ ଓଡିଆ ସଂସ୍କୃତିରେ ମକର ସଙ୍କ୍ରାନ୍ତି | Makar Sankranti In Odia

@_ustad
0

ଓଡିଶାବାସୀଙ୍କ ଜନ ଜୀବନ ଉପରେ ବାର ମାସରେ ତେର ପର୍ବର ଭୂମିକା ଗୁରୁତ୍ଵପୂର୍ଣ୍ଣ । ବର୍ଷ ମଧ୍ୟରେ ଯେତେ ଗୁଡିଏ ସଙ୍କ୍ରାନ୍ତି ପାଳନ କରାଯାଏ ତନ୍ମଧ୍ୟରୁ ମକର ସଙ୍କ୍ରାନ୍ତି , ପଣା ସଙ୍କ୍ରାନ୍ତି, ବିଷୁବ ସଙ୍କ୍ରାନ୍ତି ପ୍ରଧାନ । ଏହି ସଙ୍କ୍ରାନ୍ତି ମାନଙ୍କର ନିଷ୍ଠା ସହ ପାଳନ ହେତୁ ହିନ୍ଦୁ ଧର୍ମ , ସଭ୍ୟତା ଓ ଓଡିଆ ସଂସ୍କୃତିର ବୈଶିଷ୍ଠ୍ୟ ପ୍ରତିଫଳନ ହୁଏ । ଆବଳବୃଦ୍ଧବନିତା ମକର ସଙ୍କ୍ରାନ୍ତି ପର୍ବକୁ ଉପଭୋଗ କରିବା ସହ ଏହା ସହ ଜଡିତ ପୂଜା ଆରାଧନା କୁ ବେସ ନିଷ୍ଠା ସହ ପାଳନ କରିଥାନ୍ତି

ଏହି ପର୍ବ ପ୍ରତ୍ୟକ ବର୍ଷ ଜାନୁଆରୀ 14 ତାରିଖରେ ପାଳିତ ହୋଇଥାଏ । ହଜାର ହଜାର ବର୍ଷ ପୂର୍ବେ ଏହି ସଙ୍କ୍ରାନ୍ତି ମହାପର୍ବର ଯେତିକି ବିଶେଷତ୍ଵ ଥିଲା ଆଜି ବୈଜ୍ଞାନିକ ଯୁଗରେ ମଧ୍ୟ ଏହି ପର୍ବର ସେତିକି ପ୍ରଭାବ ଏବଂ ଲୋକପ୍ରିୟତା ବଜାୟ ରହିଛି । ମକର ସଙ୍କ୍ରାନ୍ତି ଏପରି ଏକ ପର୍ବ ଯାହାକି ଆମର ରାଷ୍ଟ୍ରୀୟତା , ସଂସ୍କୃତିକ ଚେତନାର ଅବିଚ୍ଛେଦ୍ୟ ଅଙ୍ଗ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ  ।

ସଙ୍କ୍ରାନ୍ତି ଶବ୍ଦର ଅର୍ଥ ହେଉଛି ସୂର୍ଯ୍ୟଙ୍କ ଏକ ରାଶି ରୁ ଅନ୍ୟ ରାଶି କୁ ସଂକ୍ରମଣ ବା ପ୍ରବେଶ କରିବା । ଅତଏବ ଯେଉଁ ରାଶିରେ ସୂର୍ଯ୍ୟ ପ୍ରବେଶ କରନ୍ତି , ସେହି ରାଶିର ନାମାନୁସାରେ ସଙ୍କ୍ରାନ୍ତିକୁ ନାମିତ କରାଯାଇଥାଏ ।  ହିନ୍ଦୁ ଧର୍ମର ପ୍ରାଚୀନ ଗ୍ରନ୍ଥ , ପୁରାଣ ଇତିହାସ , ଏବଂ ମହାଭାରତ ଓ ରାମାୟଣ ରେ ମକର ସଙ୍କ୍ରାନ୍ତି ସମ୍ପର୍କରେ ଅନେକ ଚର୍ଚ୍ଚା ଦେଖିବାକୁ ମିଳେ । ମହାଭାରତରେ ଲେଖା ଅଛି ଯେ, ମହାଭାରତ ଯୁଦ୍ଧର ମହାନାୟକ ପିତାମହ ଭୀଷ୍ମ ବୀର ଅର୍ଜୁନଙ୍କ ଶରବ୍ୟ ହୋଇ ଶରଶଯ୍ୟାରେ ଶୋଇରହିଥିଲେ । ପିତାମହ ଭୀଷ୍ମଙ୍କୁ ଇଚ୍ଛାମୁତ୍ୟୁ ବରପ୍ରାପ୍ତି ହୋଇଥିବାରୁ ସେ ଏକ ଶୁଭ ମୁହୂର୍ତ୍ତରେ ଶରୀର ତ୍ୟାଗ କରିବାକୁ ଇଚ୍ଛାକରି ଅପେକ୍ଷା ରତଥିଲେ । ପବିତ୍ର ମକର ସଙ୍କ୍ରାନ୍ତି ପ୍ରତ୍ୟୁଷରେ ସେ ଭଗବାନ ଶ୍ରୀକୃଷ୍ଣ ଏବଂ ପାଣ୍ଡବ ମାନଙ୍କ ସମ୍ମୁଖରେ ପ୍ରାଣ ତ୍ୟାଗ କରିଥିଲେ ।

ସେହିପରି  ଶିବ ମାହାତ୍ମ୍ୟରେ ଲେଖା ଅଛି ଯେ , ମକର ସଙ୍କ୍ରାନ୍ତି ଦିନ ସ୍ନାନ ସମାପ୍ତ କରି ଶିବ ପାର୍ବତୀ ଙ୍କୁ ହୃଦୟରେ ସ୍ମରଣ କରି, ବ୍ରାହ୍ମଣଙ୍କୁ ତିଳ ଏବଂ ସୋରିଷ ମିଶ୍ରିତ ଅନ୍ନ ଦାନ କଲେ  ପୁନଃଜନ୍ମ ହୁଏ ନାହିଁ ।ଏତଦବ୍ୟତୀତ ବ୍ରହ୍ମାଣ୍ଡ ପୁରାଣରେ ଲେଖା ଅଛି ଯେ , ମା’ ଯୋଶଦା ମକର ସଙ୍କ୍ରାନ୍ତିର ଦିନ ହିଁ ଦହି ମନ୍ଥନ କରି ଗତକ ବ୍ରାହ୍ମଣ ଙ୍କୁ ଦାନ କରାଯାଇଥିବାରୁ ତାଙ୍କୁ ଶ୍ରୀ କୃଷ୍ଣଙ୍କ ପରି ପୁତ୍ର ପ୍ରାପ୍ତି ହୋଇଥିଲେ ।

ଓଡିଶାର ବିଭିନ୍ନ ପ୍ରାନ୍ତରେ ପବିତ୍ର ମକର ସଙ୍କ୍ରାନ୍ତି ପର୍ବକୁ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରାଯାଇଥାଏ । ମୟୂରଭଞ୍ଜ ଅଞ୍ଚଳରେ ମକର ପର୍ବକୁ ବର୍ଷରେ ଆରମ୍ଭ ଦିବସ ରୂପେ ପାଳନ କରାଯାଇଥାଏ । ବିଶେଷ କରି ମୟୂରଭଞ୍ଜ , ସୁନ୍ଦରଗଡ , କେନ୍ଦୁଝର ଜିଲ୍ଲାର ପ୍ରମୁଖ କୃଷକ ଜାତି କୁଡୁମୀ ବା ମହାନ୍ତ ମାନେ ତାଙ୍କର ହାଲ ପହ୍ନା ବା ପ୍ରଥମ ହାଳାଚାରର ହଳଚାଳନା ମାଧ୍ୟମରେ କୃଷି ବର୍ଷକୁ ସ୍ଵାଗତ କରିବାର ପରମ୍ପରା ରହି ଆସିଛି ।

ମକର ସଙ୍କ୍ରାନ୍ତି ଦିନ ପିଲା ଠାରୁ ଯୁବକ ପର୍ଯ୍ୟନ୍ତ ସମସ୍ତେ ଅତି ନିର୍ମିମେଶ ନୟନ ରେ ଚାହିଁ ରହି ଥାନ୍ତି । ପୂଜା ଆରାଧନା ସହ ଏହି ସଙ୍କ୍ରନ୍ତିରେ ଗୁଡି ଉଡାଇବାର ନିଆରା ପରମ୍ପରା ରହିଛି।

ଏହି ପରମ୍ପରା କୁ ମନେ ରଖିବା ପାଇଁ ଐତିହ ନଗରି କଟକ ଏବଂ ଭୁବନେଶ୍ଵର ଠାରେ ବିଭିନ୍ନ ସ୍ଥାନରେ ଗୁଡି ଉଡା ପ୍ରତିଯୋଗୀତା ଆୟୋଜନ କରାଯାଇଥାଏ।ବିଶେଷ କରି ମହାନଦୀ ପଠା ଏବଂ ଧବଳେଶ୍ଵର ପୀଠ ନିକଟରେ ଅତି ଆନନ୍ଦ ଓ ଉଦ୍ଦୀପନାର ସହ ସମସ୍ତେ ଗୁଡି ଉଡାଇ ଥାନ୍ତି ।

Post a Comment

0Comments

Post a Comment (0)