ନିଜର ପ୍ରାଥମିକ ଶିକ୍ଷା ସୁଭାଷ କଟକ ର ରେଭେନସା କଲେଜିଏଟ ସ୍କୁଲ ରେ ପୂରଣ କରିଥିଲେ ପରେ କଲିକତା ରୁ ଉଚ୍ଚ ଶିକ୍ଷା ଗ୍ରହଣ କରିବା ସହ ୧୯୨୦ ରେ ଆଇସିଏସ (ଇଣ୍ଡିଆନ ସିଭିଲ ସାର୍ଭିସ)ପରୀକ୍ଷା ରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ମାତ୍ର ଦେଶପ୍ରେମ ଓ ସମାଜ ରେ ବିପ୍ଲବ ଆଣିବା ଚିନ୍ତାଧାରା ରେ ଅନୁପ୍ରାଣିତ ସୁଭାଷ ୧୯୨୧ ମସିହା ରେ ଏହି ବୃତ୍ତି କୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ଏହା ପରେ ପରେ ସେ ଯାହା ଦେଶ ଓ ସମାଜ ପାଇଁ କରିଥିଲେ ତାହା ଚିରବନ୍ଦିତ, ପ୍ରେରଣାଦାୟୀ ଓ ଉଦାହରଣିୟ ହୋଇରହିଛି। ଯେଉଁ ଚାକିରି ପାଇଁ ସମସ୍ତେ ଚାତକ ରୂପେ ଚାହିଁ ବସିଥାନ୍ତି ତାକୁ ହାତମୁଠାରେ ପାଇସାରି ; ପ୍ରତ୍ୟାଖ୍ୟାନ କରିବା ସହ ନିଜର ସମ୍ପୂର୍ଣ ଜୀବନ ଦେଶ ଓ ଦେଶବାସୀଙ୍କୁ ଉତ୍ସର୍ଗ କରିଥିଲେ। ଏଥରୁ ନେତାଜୀଙ୍କର ନିଜର ମାତୃଭୂମି ଓ ସମାଜ ପାଇଁ ଅନନ୍ୟ ଭଲପାଇବା ଓ ସମର୍ପଣ ନିଦର୍ଶିତ ହେବା ସହ ସ୍ପଷ୍ଟ ହୁଏ କିଭଳି ସମାଜ ଓ ଦେଶର ସ୍ଵାର୍ଥ ପାଇଁ ସେ ନିଜର ସ୍ଵାର୍ଥ ଓ ସୁଖ କୁ ଜଳାଞ୍ଜଳି ଦେଇଥିଲେ।
- ଆହୁରି ପଢ଼ନ୍ତୁ: ବୀର ସୁରେନ୍ଦ୍ର ସାଏଙ୍କ ଜୀବନୀ -Biography of Surendra sai in Odia
- ପ୍ରେରଣାର ଉତ୍ସ ନେତାଜୀ ସୁଭାଷ ଚନ୍ଦ୍ର ବୋଷ
- ଅନାଲୋଚିତ ପାଇକ ବିଦ୍ରୋହ
- ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ଆଦିବାସୀ
- ଓଡିଶାର ପାଇକ ବିଦ୍ରୋହ ପ୍ରଥମ ଭାରତୀୟ ମୁକ୍ତି ସଂଗ୍ରାମ ଅଟେ
- ପାଇକ ବିଦ୍ରୋହ- ସ୍ୱାଧୀନତା ସଂଗ୍ରାମର ପ୍ରଥମ ସ୍ଫୁଲିଙ୍ଗ
- ଜୟୀ ରାଜଗୁରୁ - ଓଡିଶାର ମହାନ ସଂଗ୍ରାମୀ ନେତା - Jayi Rajguru biography in Odia
ତାଙ୍କର ଦୃଢ ଆତ୍ମବିଶ୍ଵାସ, ଅନନ୍ୟ ବିଚାରଧାରା ଓ ଦେଶ ପ୍ରତି ସମପର୍ଣ ସମଗ୍ର ଦେଶବାସୀଙ୍କୁ ତାଙ୍କ ପ୍ରତି ଆକର୍ଷିତ କରୁଥିଲା। ୧୯୩୯ ମସିହା ରେ ସେ ଭାରତ ଜାତୀୟ କଂଗ୍ରେସ ର ସଭାପତି ପଦ ମଣ୍ଡନ କରିଥିଲେ ମାତ୍ର କିଛି ମୌଳିକ ବିଚାର ଧାରା ମେଳ ନ ଖାଇବାରୁ, ସେ ଫୋରୱାର୍ଡ ବ୍ଲକ ନାମିତ ଏକ ନୂତନ ରାଜନୈତିକ ସଂଘଠନ ପ୍ରତିଷ୍ଠା କଲେ । ସଂଗ୍ରାମୀମାନଙ୍କର ଏହି ଗୋଷ୍ଠୀ ପର ମୂହୁର୍ତ୍ତ ରେ ‘ଆଜାଦ ହିନ୍ଦ ଫୌଜ’ ଭାବେ ପରିଚିତ ହୋଇଥିଲା। ଉଦେଶ୍ୟ ଥିଲା ଖଣ୍ଡା ର ଜବାବ ଖଣ୍ଡା ରେ ଦେବା, ଏହାକୁ ଚରିତାର୍ଥ କରିବାକୁ ଏସିଆ ଓ ୟୁରୋପ ର ନାନା ଦେଶ ଘୁରି ବୁଲିଥିଲେ ନେତାଜୀ।
ଭାରତୀୟ କଂଗ୍ରେସ ର ସଭାପତି ଥାଇ ମଧ୍ୟ ଚିନ୍ତାଧାରା ମେଳ ନ ଖାଇବାରୁ ଏଥରୁ ଓହରି ନିଜର ସଂଘଠନ ଗଠନ କରିବା ସହ ଏହାକୁ ସଫଳ କରିବାପାଇଁ ଦେଶ ବିଦେଶରେ ତାଙ୍କ ସଂଘର୍ଷ ଆମକୁ ତାଙ୍କର ଲକ୍ଷ ସ୍ଥଳୀ କୁ ପହଞ୍ଚିବା ପାଇଁ ଦୃଢ ଇଛା ଶକ୍ତି ତ୍ୟାଗ ଓ ନିର୍ଭୀକତାର ପରିଚୟ ଦିଏ।
ମତାନ୍ତର ଓ ମତପାର୍ଥକ୍ୟ ଥିବା ସତ୍ତ୍ୱେ ବ୍ୟକ୍ତିଗତ ସ୍ଵାର୍ଥ ଓ ଉଚ୍ଚ ହେବା ଲାଳସା କେବେ ହେଲେ ନେତାଜୀଙ୍କୁ ସ୍ପର୍ଶ କରିନଥିଲା। ବିଦେଶ ରେ ଥିବା ବେଳେ ଏକ ଛୋଟ ଘଟଣା ଟି ଏହାର ଉଦାହରଣ। ଏକଦା ନେତାଜୀ ଜାପାନ ରେ ଥିବାବେଳେ ତତ୍କାଳୀନ ଜାପାନ ପ୍ରଧାନମନ୍ତ୍ରୀ ଜେନରେଲ ତୋଜୋ ତାଙ୍କ ଭାଷଣରେ ଉଲ୍ଲେଖ କଲେ କି , ନେତାଜୀ ହେବେ ସ୍ଵାଧୀନ ଭାରତର ସର୍ବେ ସର୍ବା ।ଏହା ଶୁଣିବା କ୍ଷଣି ନେତାଜୀ ଦୃଢ ପ୍ରତିବାଦ କରି ତୀବ୍ର ସ୍ଵରରେ କହିଲେ – ଏପରି ମନ୍ତବ୍ୟ ଦେବାରେ ଜେନରେଲ ତୋଜୋଙ୍କର କୌଣସି ଅଧିକାର ନାହି । ସ୍ଵାଧୀନ ଭାରତରେ କିଏ କଣ ହେବ ତାହା ନିର୍ଧାରଣ କରିବେ ଭାରତବାସି । ମୁ ଭାରତମାତର ଏକ ଦୀନହୀନ ସେବକ ମାତ୍ର , ଭାରତର ସର୍ବେ ସର୍ବା ହେବାର ଯୋଗ୍ୟତା ରହିଛି ମହାତ୍ମା ଗାନ୍ଧୀ, ମୌଳନା ଅବୁଲ କାଲାମ ଆଜାଦ ଓ ପଣ୍ଡିତ ଜୱାହରଲାଲ ନେହରୁଙ୍କର। ନେତାଜିଙ୍କର ଏଭଳି ଉତ୍ତର ରେ ଜେନରେଲ ତୋଜୋ ବିସ୍ମିତ ହୋଇଯାଇଥିଲେ।
କେବହେଲେ ନିଜ ପ୍ରଶଂସା ଓ ତୋଷାମଦିଆପଣର ବଶବର୍ତ୍ତୀ ନ ହୋଇ ସେ ସର୍ବଦା ନିଜ ଦେଶ ଓ ଦେଶବାସୀଙ୍କ ସ୍ନମାନ ଓ ସ୍ଵାଭିମାନ ପାଇଁ ସେ ଲଢେଇ କରିଥିଲେ।
ନେତାଜୀ ହିଂସା କୁ ଭଲ ପାଉଥିଲେ ତାହା ଏକ ଭ୍ରାନ୍ତ ଧାରଣା, ସେ ଅହିଂସା ର ପକ୍ଷ ରେ ଥିଲେ ମାତ୍ର ଆବଶ୍ୟକ ସ୍ଥଳେ ହିଂସା ର ପନ୍ଥା କୁ ସମର୍ଥନ କରୁଥିଲେ। ଉକ୍ତ ଘଟନା ଟି ନେତାଜିଙ୍କ ଅହିଂସା ଓ ଦେଶବାସୀଙ୍କ ପାଇଁ ଦରଦ ର ବକ୍ଷାଣ କରେ। ଏକଦା ଜାପାନ ର ସେନା ଅଧକ୍ଷ୍ୟ ନେତାଜିଙ୍କ ପାଖକୁ ଆସି କହିଲେ ‘କଲିକତା ମହାନଗରୀ ଉପରେ ଆମେ ଆକାଶମାର୍ଗରୁ ବୋମା ବର୍ଷଣ ନିମନ୍ତେ ଠିକ କରିଛୁ- ଏଥିରେ ଆପଣକ ମତ? ‘ ନେତାଜୀ ନିଜ ତୀବ୍ର ପତିକ୍ରିୟା ପ୍ରକାଶ କରିକି କହିଲେ , ‘ଏକ ସୌନ୍ଦର୍ଜ୍ୟମୟୀ ମହାନଗରୀ ବୋମାମାଡରେ ବିଧ୍ଵସ୍ତ ହେଉ ମୁ ଚାହେ ନା, ମୋର ଦେଶବାସୀଙ୍କୁ ଦେବାକୁ ଚାହେଁ ମୁ ଆଶା ଭରସା ଧ୍ଵଂସ କି ଯନ୍ତ୍ରଣା ନୁହେଁ । ଇଂଲଣ୍ଡ’ ର ପତନ ପରେ ଆମେ ବହୁ ବିମାନ କଲିକତା ର ଆକାଶ ପଥରେ ଉଡାଇବୁ ମାତ୍ର ସେହି ବିମାନ ଗୁଡିକ ରୁ ବୋମା ନିକ୍ଷେପ ହେବନି, ନିକ୍ଷେପ ହେବ ହଜାର ହଜାର ତିରଙ୍ଗା ପତାକା , ବୋମା ଅପେକ୍ଷା ଏହି ତିରଙ୍ଗା ପତକାଗୁଡିକ ବ୍ରିଟିଶ ସାମ୍ରାଜ୍ୟବାଦର ଧ୍ଵଂସ ନିମନ୍ତେ ବହୁଗୁଣ କାର୍ଯ୍ୟ କରିବା। ନେତାଜିଙ୍କର ଏହି ମନ୍ତବ୍ୟ ଶୁଣି ଜାପାନୀ ସେନା ଅଧକ୍ଷ୍ୟ ତାଙ୍କର ପ୍ରସ୍ତାବିତ କାର୍ଯ୍ୟକର୍ମରୁ ବିରତ ହୋଇଥିଲେ ।
କେବେ ହେଲେ କୌଣସି ପଦ ପଦବି ପ୍ରତି ଲାଳସା ରଖି ବା ବ୍ୟକ୍ତିଗତ ସ୍ଵର୍ଥ୍ୟ ନିମନ୍ତେ ନିଜ ଜାତି, ଦେଶ ଓ ଦେଶବାସୀଙ୍କର ସମମଙ୍କୁ ବଳିଦେବା ପାଇଁ ସେ ଆଦୌ ଆଗ୍ରହୀ ନଥିଲେ।ଏହା ଥିଲା ତାଙ୍କ ଜୀବନର ମହାନ ଆଦର୍ଶ।ଜାତୀୟ କଂଗ୍ରେସ ସହ ସମ୍ପର୍କ ଛିନ୍ନ ଓ ବହୁ ବାର ଜେଲ ଦଣ୍ଡ ରେ ଭାଙ୍ଗିନପଡି ସେ ଜେଭଳି ନିଜ ବୁଦ୍ଧିମତ୍ତା ଚାତୁର୍ଯ୍ୟ ସହ ଆଜଦ ହିନ୍ଦ ଫୌଜ ର ନିର୍ମାଣ କରିଥିଲେ ତାହା ଚମତ୍କାର ଓ ଅନୁକରଣୀୟ ।
କେବଳ ନେତାଜୀଙ୍କର ଜନ୍ମ ଉତ୍କଳ ରେ ଏହା ଉପରେ ଗର୍ବିତ ନ ହୋଇ ତାଙ୍କର ଆଦର୍ଶ, ଦୃଢ ଇଛାଶକ୍ତି ଓ ପ୍ରତିକୂଳ ପରିବେଶରେ କିଭଳି ଅନ୍ୟ ଆଗରେ ମୁଣ୍ଡ ନ ନୂଆଇ ଜାତି ଓ ଦେଶର ଉତ୍ଥାନ କରିହେବ ତାହା ପ୍ରତି ଆମ୍ଭେ ସମସ୍ତେ ଦ୍ରୁଷ୍ଟି ଦେବା ଜରୁରୀ। ତାଙ୍କର ଏହି ସବୁ ଗୁଣରୁ ଅନୁପ୍ରାଣିତ ହୋଇ ଯଦି ଆଜିର ଓଡିଆ ଯୁବଗୋଷ୍ଠୀ କାର୍ଯ୍ୟ କରିବ ତେବେ ଆମ ରାଜ୍ୟ ନିକଟ ଭବିଷ୍ୟତ ରେ କେବେ ମଧ୍ୟ ପଛୁଆ ଓ ଅବେହେଳିତ ରାଜ୍ୟ ଭାବେ ପରିଚୟ ପାଇବନାହଁ।
ଉତ୍ସ-ସ୍ୱାଭିମାନ ଓଡିଶା wordpress