ଲାଭଦାୟକ ଚାଷ "ଗୋଲମରିଚ ଚାଷ" -Black Pepper Farming

@_ustad
0
black pepper farming in odisha, black pepper farming seeds, gol maricha odisha, gol maricha in odia, gol maricha farming in odia, gol maricha farming in odia, odia pathshala, odiapathshala

ଜଳବାୟୁ :-

ଉଷ୍ମ , ଆର୍ଦ୍ର ଜଳବାୟୁ , ୧୭୫ ରୁ ୨୦୦ ସେ.ମି. ହାରାହାରି ବାର୍ଷିକ ବୃଷ୍ଟିପାତ  ଏବଂ ୧୦ ଡିଗ୍ରୀ ସେଲସିୟସରୁ ୪୦ ଡିଗ୍ରୀ ସେଲସିୟସ ଉତ୍ତାପ ରହୁଥିବା ଅଞ୍ଚଳ ଉପଯୁକ୍ତ ସମୁଦ୍ର ପତ୍ତନ ଠାରୁ ୧୫୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ସ୍ଥାନରେ ଚାଷ କରାଯାଇପାରେ । ଓଡିଶାର ରାୟଗଡା, କୋରାପୁଟ, ପୁରୀ, ମୟୁରଭଞ୍ଜ, ନବରଙ୍ଗପୁର, ମାଲକାନଗିରି, ଫୁଲବାଣୀ, ଗଞ୍ଜାମ, ଗଜପତି, କଳାହାଣ୍ଡି, ଢେଙ୍କାନାଳ, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାମାନଙ୍କରେ ଲାଭଜନକ ଭାବେ ଗୋଲମରିଚ ଚାଷ କରାଯାଇପାରିବ ।

ମୃତ୍ତିକା :-

ନିଗିଡା, ବାଲିଦୋରସା, ନାଲିଦୋରସା, ପଟୁଦୋରାସା ମାଟି ଗୋଲମରିଚ ଚାଷ ପାଇଁ ଉପଯୁକ୍ତ । ସନ୍ତସନ୍ତିଆ ମାଟିରେ ଏହା ଚାଷ କରାଯାଇପାରିବ ନାହିଁ ।

କିସମ :-

ପନିୟୁର -୧, ପନିୟୁର-୨, ପନିୟୁର -୩, ପନିୟୁର -୪ ପନିୟୁର-୫, ଶ୍ରୀକର, ବାଲାନକୋଟା, କାଲୁଭାଲି, କାରିମୁମୁଣ୍ଡା, କୁଥିରାଭାଲି, ପଞ୍ଚମୀ, ନାରାୟାକୋଡ଼ି, କୋଟାନଡ଼ନ ।

ଆଶ୍ରୟ ଗଛ :-

ଗୋଲମରିଚ ଏକ ଲତା ଜାତୀୟ ଗଛ ହୋଇଥିବାରୁ ଏହା ଅଳ୍ପ ଛାଇରେ ଗୁଆ, ନଡ଼ିଆ, ଦେବଦାରୁ, ଶା, ପାଲଧୁଆ, ସିଲଭରଓକ, ଆମ୍ବ, ପଣସ, ଚମ୍ପା ଆଦି ସମଳ ଗଛର ଆଶ୍ରାରେ  ମାଡି ବହୁବର୍ଷ ପର୍ଯ୍ୟନ୍ତ ଫଳ ଦିଏ । ତେଣୁ ଗୋଲମରିଚ ଗଛ ଲଗାଇବାର ୨-୩ ବର୍ଷ ପୂର୍ବରୁ ୩ ମିଟର ବ୍ୟବଧାନରେ ଆଶ୍ରାଗଛ ଲଗାଯାଏ। ତେବେ ପିଜୁଳି, କଦଳୀ, ଲେମ୍ବୁ, କମଳା, ଡାଳିମ୍ବ, ବରକୋଳି ବ୍ୟତୀତ ଅନ୍ୟାନ୍ୟ ଫଳବଗିଚାରେ ଗୋଲମରିଚ ଚାରା ଲଗାଯାଇପାରିବ ।

ଲଗାଇବା ଦୂରତା :-

ଆଶ୍ରା ଗଛର ଉତ୍ତର ଦିଗର ଗଛ ମୂଳରୁ ୩୦ ସେ.ମି. ଗାତ ଖୋଳାଯାଏ । ଗୁଆ, ନଡ଼ିଆ ବଗିଚାରେ ଗଛମୂଳକୁ ୧-୧.୫ ଛାଡି ଗାତ ଖୋଳାଯାଏ । ଏଥିରେ ବର୍ଷେ ଦୁଇବର୍ଷ ପାଇଁ ( ଗଛ ବଢ଼ିବା ପର୍ଯ୍ୟନ୍ତ ) ଅସ୍ଥାୟୀ ଆଶ୍ରା ( ଡାଳ ଆଦି ) ପୋତାଯାଏ ।

ଲଗାଇବା ସମୟ :-

ଜୁନ ମାସ ଠାରୁ ଜୁଲାଇ ମାସ ପର୍ଯ୍ୟନ୍ତ ଏହା ଲଗାଯାଇପାରିବ ।

ଗାତର ଆକାର :-

୫୦ ସେ.ମି. ×  ୫୦ସେ.ମି. ×  ୫୦ ସେ.ମି.

ବଂଶ ବିସ୍ତାର :-

ଜାନୁୟାରୀ-ଫେବୃୟାରୀ ମାସରେ ୨-୩ ଟି ଗଣ୍ଡି ଥିବା ଡାଳ କାଟି ଚାରା ପ୍ରସ୍ତୁତ କରାଯାଏ । ୨-୩ ମାସ ପରେ ଚାରା ଲଗାଇବାପାଇଁ ଉପଯୁକ୍ତ ହୋଇଥାଏ ।

ଖତସାର :-

ଖତ ଓ ରାସାୟନିକ ସାର ବର୍ଷକୁ ଦୁଇଥର ମେ-ଜୁନ ମାସରେ ଓ ସେପ୍ଟେମ୍ବର-ଅକ୍ଟୋବର ମାସରେ ଗଛ ମୂଳଠାରୁ ଅଧମିଟର ଛାଡି ଗୋଲ ନାଳୀ କରି ପ୍ରୟୋଗ କରିବା ଦରକାର ।

ଗଛ ପ୍ରତି ସାର ପରିମାଣ :-

ଖତ

 ଗଛ ଲଗେଇବା ବେଳେ ୧୦ କି. ଗ୍ରା . , ଗଛ ୧ମ ବର୍ଷ ହେଲା ବେଳକୁ ୧୦ କି. ଗ୍ରା. , ୨ୟ ବର୍ଷ ବେଳକୁ ୧୦ କି. ଗ୍ରା. , ୩ୟ ବର୍ଷ ଓ ଉର୍ଦ୍ଧ୍ବର ଗଛକୁ ୧୫ କି.ଗ୍ରା ଖତ ଦେବା ଆବଶ୍ୟକ ।

ଯବକ୍ଷାରାଜାନ

 ଗଛ ଲଗେଇଲାବେଳେ ୩୫ ଗ୍ରାମ୍ , ଗଛ ୧ମ ବର୍ଷ ହେଲା ବେଳକୁ ୩୫ ଗ୍ରାମ୍ , ୨ୟ ବର୍ଷ ବେଳକୁ ୫୦ ଗ୍ରାମ୍, ୩ୟ ବର୍ଷ ଓ ଉର୍ଦ୍ଧ୍ବର ଗଛରେ ୧୦୦ ଗ୍ରାମ୍ ଯବକ୍ଷାରାଜାନ୍ ଦେବା ଆବଶ୍ୟକ ।

ଫସଫରସ୍

ଗଛ ଲଗେଇଲାବେଳେ ୨୦ ଗ୍ରାମ୍ , ଗଛ ୧ମ ବର୍ଷ ହେଲା ବେଳକୁ ୨୦ ଗ୍ରାମ୍ , ଗଛ ୨ୟ ବର୍ଷ ହେଲା ବେଳକୁ ୨୦ ଗ୍ରାମ୍, ୩ୟ ବର୍ଷ ଓ ଉର୍ଦ୍ଧ୍ବ ଗଛରେ ୪୦ ଗ୍ରାମ୍ ଫସଫରସ୍ ଦେବା ଆବଶ୍ୟକ ।

ପଟାସ୍

ଗଛ ଲଗେଇଲାବେଳେ ୫୦ ଗ୍ରାମ୍ , ଗଛ ୧ମ ବର୍ଷ ହେଲା ବେଳକୁ ୫୦ ଗ୍ରାମ୍, ଗଛ ୨ୟ ବର୍ଷ ହେଲାବେଳକୁ ୭୫ ଗ୍ରାମ୍, ଗଛ ୩ୟ ବର୍ଷ ଓ ଉର୍ଦ୍ଧ୍ବ ଗଛରେ ୧୫୦ ଗ୍ରାମ୍ ପଟାସ୍ ଦେବା ଆବଶ୍ୟକ ।

ଜଳସେଚନ :-

ଶୀତ ଓ ଗ୍ରୀଷ୍ମ ଋତୁରେ ବର୍ଷା ଆରମ୍ଭ ପର୍ଯ୍ୟନ୍ତ ଗଛମୂଳରେ ମନ୍ଦାକରି ପାଣି ମଡ଼ାଇବା ଦରକାର । ବୁନ୍ଦା ଜଳସେଚନ ଏ କ୍ଷେତ୍ରରେ ବେଶ ଉପାଦେୟ ।

ଅମଳ :-

ଜୁନ-ଜୁଲାଇ ମାସରେ ଫୁଲ ଧରି ଫଳ ଆରମ୍ଭ ହୁଏ ଏବଂ ମାର୍ଚ୍ଚ-ଏପ୍ରିଲ ମାସରେ ଫଳ ପାକଳ ହୁଏ । ପେନ୍ଥାରେ ଗୋଟିଏ ଦୁଇଟି ଫଳ ହଳଦିଆ ବା ଲାଲ ହେବା ଆରମ୍ଭ ହେଲେ ଫଳପେନ୍ଥା ତୋଳାଯାଏ । ପେନ୍ଥାରୁ ଫଳଗୁଡିକୁ ଅଲଗା କରି ଝୁଡ଼ିରେ ବା ଅଖାରେ ପୁରାଇ ଗରମ ପାଣିରେ ଏକ ମିନିଟ ବୁଡାଇ ବାହାର କରି ୬-୭ ଦିନ ଖରାରେ ଶୁଖାଯାଏ ।

Post a Comment

0Comments

Post a Comment (0)