
Cinnamon farming in Odisha, Cinnamon farming seeds, Dalchini balasore, Dalchini in Odia, Dalchini farming in Odia, Dalchini farming in Odia, Odia pathshala, Odiapathshala
Cinnamon Farming in Odisha
ଜଳବାୟୁ :-
ସମୁଦ୍ର ପତ୍ତନ ଠାରୁ ଆରମ୍ଭ କରି ୧୦୦୦ ମିଟର ଉଚ୍ଚ ସ୍ଥାନ ପର୍ଯ୍ୟନ୍ତ ଅଞ୍ଚଳରେ ଡାଲଚିନି ଚାଷ କରାଯାଇପାରିବ । ଏ ଫସଲ ବାର୍ଷିକ ୨୦୦ ରୁ ୨୫୦ ସେ.ମି. ବର୍ଷା ଆବଶ୍ୟକ କରେ ।
ମୃତ୍ତିକା :-
ଗଭୀର ନିଗିଡା ଦୋରସା , ବାଲି ଦୋରସା ଓ ନାଲି ଦୋରସା ମାଟି ଡାଲଚିନି ଚାଷ ପାଇଁ ଉପଯୁକ୍ତ । ସନ୍ତସନ୍ତିଆ ମାଟିରେ ଡାଲଚିନି ଗଛ ଭଲ ବଢ଼େ ନାହିଁ ।
କିସମ :-
ନଭଶ୍ରୀ ଓ ନିତ୍ୟଶ୍ରୀ
ନିତ୍ୟଶ୍ରୀ ଅପେକ୍ଷା ନଭଶ୍ରୀରୁ ଅଧିକ ଅମଳ ମିଳେ ଓ ପ୍ରତିବର୍ଷ ଅଧିକ ନୂତନ ଗଜା କାଣ୍ଡ ବାହାରେ ।
ବଂଶ ବିସ୍ତାର :-
ମଞ୍ଜିରୁ ଚାରା ପ୍ରସ୍ତୁତ କରାଯାଏ । ପାଚିଲା ଫଳରୁ ମଞ୍ଜି ବାହାର କରାଯାଇ ମଞ୍ଜି ଉପରେ ଲାଗିଥିବା ରସକୁ ଭଲଭାବରେ ଧୋଇ ସାଙ୍ଗେ ସାଙ୍ଗେ ଖତମାଟି ଥିବା ଜରିମୁଣାରେ ପୋତାଯାଏ । ୨-୩ ସପ୍ତାହରେ ମଞ୍ଜି ଗଜା ହୁଏ । ୮-୧୦ ମାସର ଚାରା ଲଗାଇବା ପାଇଁ ଉପଯୁକ୍ତ ହୁଏ । ଗୁଟି କଲମୀ ଓ ଏୟାରଲେୟାରିଂ ପଦ୍ଧତିରେ ମଧ୍ୟ ଚାରା ପ୍ରସ୍ତୁତ କରାଯାଏ । ମାତ୍ର ଏହି ଚାରା ଶୀଘ୍ର ବଢ଼େ ନାହିଁ।
ଲଗାଇବା ସମୟ :-
ଜୁନ , ଜୁଲାଇ , ଅଗଷ୍ଟ ଏହି ତିନିମାସ ଡ଼ାଲଚିନି ଲଗେଇବା ପାଇଁ ବେଶ୍ ଉପଯୁକ୍ତ ।
ଲଗାଇବା ଦୂରତା :-
୨ ମିଟର × ୨ ମିଟର ( ହେକ୍ଟର ପ୍ରତି ୨୫୦୦ଟି ଗଛ )
ଗାତର ଆକାର :-
୪୫ ସେ.ମି. × ୪୫ ସେ.ମି. × ୪୫ ସେ.ମି.
ଖତସାର :-
ସାରର ନାମ ଲଗାଇବା ବେଳ ୨ୟ ବର୍ଷ ୩ୟରୁ ପ୍ରତି ବର୍ଷ
ଖତ ୧୫ କି.ଗ୍ରା. ୧୫ କି.ଗ୍ରା. ୧୫ କି.ଗ୍ରା.
ଯବକ୍ଷାରଜାନ୍ ୧୦୦ ଗ୍ରାମ୍ ୨୦୦ଗ୍ରାମ୍ ୫୦୦ ଗ୍ରାମ୍
ଫସଫରସ୍ ୧୦୦ ଗ୍ରାମ୍ ୨୦୦ ଗ୍ରାମ୍ ୫୦୦ ଗ୍ରାମ୍
ପଟାସ୍ ୧୦୦ଗ୍ରାମ୍ ୨୦୦ ଗ୍ରାମ୍ ୫୦୦ ଗ୍ରାମ୍
ଜଳସେଚନ :-
ବର୍ଷା ଋତୁ ବ୍ୟତୀତ ଅନ୍ୟ ସମସ୍ତ ସମୟରେ ଜଳସେଚନ ଆବଶ୍ୟକ । ଶୀତ ଋତୁ ଅପେକ୍ଷା ଗ୍ରୀଷ୍ମ ଋତୁରେ ବାରମ୍ବାର ଜଳସେଚନ ଆବଶ୍ୟକ ହୁଏ ।
କାଣ୍ଟଛାଣ୍ଟ ( କାଟିବାର ବା ଗଛ ଡୋଳେଇବାର ପ୍ରକ୍ରିୟା ) :-
ଗଛ ତିନିବର୍ଷ ହୋଇଯିବା ପରେ ଜୁଲାଇ-ଅଗଷ୍ଟ ମାସରେ ମାଟି ଠାରୁ ୧୫ ସେ.ମି. ଉଚ୍ଚାରେ ଗଛଗୁଡିକ କାଟିଦେଇ ଥୁଣ୍ଟାଟି ମୂଳ ମାଟିରେ ଘୋଡାଇ ଦିଅନ୍ତୁ । ଏହାଦ୍ୱାରା ୨-୩ ସପ୍ତାହ ମଧ୍ୟରେ ଚାରିପଟୁ ନୂଆ କାଣ୍ଡ ବାହାରିବ ।
ଅମଳ :-
ଦୁଇ ବର୍ଷିଆ ଦଳଗୁଡିକ କାଟି ଚୋପା ଛଡ଼ାଯାଏ । ବର୍ଷା ଆରମ୍ଭରେ ଲାଲ୍ କଅଁଳିଆ ନୂଆ ପତ୍ର ବାହାରେ । ନୂଆ ଲାଲ୍ ପତ୍ର ଗୁଡ଼ିକ ସବୁଜ ହେବା ସଙ୍ଗେ ସଙ୍ଗେ ଦୁଇ ବର୍ଷିଆ ଡାଳଗୁଡିକ କାଟି ଦିଅନ୍ତୁ । ଏହି ସମୟରେ ଚୋପାତଳୁ ଲାଳୁଆ ରସ ବାହାରୁଥାଏ ଯାହାକି ଚୋପା ଛଡ଼ାଇବା ପାଇଁ ଉପଯୁକ୍ତ ଅଟେ । ୧.୨୫ ସେ.ମି.ରୁ ୨ ସେ.ମି. ମୋଟ ବିଶିଷ୍ଟ ଡାଳ / କାଣ୍ଡର ଧୂଷର ପଡିଥିବା ଅଂଶ ଚୋପା ଛଡ଼ାଇବା ପାଇଁ ରଖନ୍ତୁ । ଡାଳର ଅଗିଲା ଅଂଶ ଚୋପା ଛଡ଼ାଇବା ପାଇଁ ଉପଯୁକ୍ତ ନୁହେଁ । ଅଗିଲା ଡାଳପତ୍ର ଗୁଡିକରୁ ମୂଲ୍ୟବାନ ତେଲ ବାହାର କାରାଯାଏ । ଉପଯୁକ୍ତ ଡାଳ ଗୁଡିକରୁ ସେହିଦିନ ଉପର ଧୂଷର ରଙ୍ଗଟି ବାଉଁଶ ପାଟିଆ ସାହାଯ୍ୟରେ ଛଡାଇ ଦିଅନ୍ତୁ । ଛୁରୀ ସାହାଯ୍ୟରେ କାଣ୍ଡର ଉପରୁ ତଳ ଯାଏଁ ଗୋଟିଏ ଲମ୍ବ ଗାର କାଟନ୍ତୁ । ତାପରେ କାଣ୍ଡରୁ ଧୀରେ ଧୀରେ ଚୋପା / ଖୋଳପା ଗୁଡିକ ବିଡ଼ା ବାନ୍ଧି ପ୍ରଥମେ ତିନି ଦିନ ଛାଇରେ ପରେ ତିନିଦିନ ଖରାରେ ରଖନ୍ତୁ । ଖୋଳପା ଗୁଡିକ ଧୂଷର ରଙ୍ଗ ହୋଇଯିବା ପରେ ବ୍ୟବହାର / ବିକ୍ରୟ ପାଇଁ ଉପଯୁକ୍ତ ହୁଏ । ଏହି ଖୋଳପା ଗୁଡିକୁ କୁଇଲ କୁହାଯାଏ । ଶୁଖିଲା ଖୋଳପାର ରଙ୍ଗ , ଆକାର , ମୋଟା , ସ୍ୱାଦ ଓ ଗନ୍ଧ ଅନୁସାରେ ଡାଲଚିନିର ଗୁଣ ଓ ବଜାର ଦର ନିର୍ଭର କରେ।