ଗୋଖାଦ୍ୟ "ଗିନି ଘାସ ଚାଷ"- Green guinea grass farming in Odia

@_ustad
0

Green guinea grass farming in Odia

ଜଳବାୟୁ :-

ଗିନି ଘାସର ବୃଦ୍ଧି ପାଇଁ ଉଷ୍ଣ ଓ ଆର୍ଦ୍ର ଜଳବାୟୁ ସହ ଅଳ୍ପ ମେଘୁଆ ଓ ଝିପିଝିପି ବର୍ଷା ଆବଶ୍ୟକ । ସର୍ବନିମ୍ନ ଉତ୍ତାପ ୧୫° ସେଲସିୟସ୍ ଓ ସର୍ବୋଚ୍ଚ ୩୮° ସେଲସିୟସରେ ଏହି ଫସଲ ଭଲ ବଢ଼ିପାରେ । ଏହା ବାର୍ଷିକ ୧୫୦୦  ମି.ମି. ବୃଷ୍ଟିପାତ ସହ୍ୟ କରିପାରେ । କିନ୍ତୁ ସନ୍ତସନ୍ତିଆ ସ୍ଥାନରେ ବଢ଼ିପାରେ ନାହିଁ । ଅତ୍ୟଧିକ ଖରା ଓ ତୁଷାରପାତ ଏହି ଚାଷ ପାଇଁ କ୍ଷତିକାରକ ।

ମୃତ୍ତିକା :-

ଉର୍ବର, ଗଭୀର, ଦୋରସା ଓ ଚିକ୍କଣ ଦୋରସା ମାଟି ଗିନିଘାସ ଚାଷ ପାଇଁ ଉପଯୁକ୍ତ । ବାଲିଦୋରସା ମାଟିରେ ଅଧିକ ଜୈବିକ ଖତ ପ୍ରୟୋଗ ଦ୍ଵାରା ମଧ୍ୟ  ଏହି ଚାଷ କରାଯାଇପାରିବ । ଅମ୍ଳ ଓ ଲୁଣି ମାଟି ଅଞ୍ଚଳରେ ଏହାର ବୃଦ୍ଧି ସୀମିତ ହୋଇଥାଏ ।

କିସମ :-

ଉନ୍ନତ କିସମ ମଧ୍ୟରେ ହାମିଲ୍ , ରିଭରସଡେଲ୍ , ପି.ଜି.ଜି.- ୫୧୮, ମାକ୍ୟୁନ୍ , ଲଲଲପି.ଜି.ଜି.-୧୦୧ ଓ କୋଇମ୍ବାଟୁର-୧

ଜମି ପ୍ରସ୍ତୁତି :-

ଗିନିଘାସ ଏକ ସବୁଦିନିଆ ଗୋଖାଦ୍ୟ ଫସଲ ହୋଇଥିବାରୁ ଓ ୩-୪ ବର୍ଷ ଗୋଟିଏ ଜମିରେ ରହୁଥିବାରୁ ଭଳରୂପେ ଚାଷ କରି ବାଳୁଙ୍ଗା ଦମନ କରିବା ଆବଶ୍ୟକ । ପ୍ରଥମେ ଜମିକୁ ଏକ ଓଡ଼ ଲୁହା  ଲଙ୍ଗଳ ଦ୍ଵାରା ଓ ପରେ ତିନି ଓଡ଼ ଦେଶୀ ଲଙ୍ଗଳ କିମ୍ବା କଲଟିଭେଟରରେ ଚାଷ କରି ମଇ ଦିଆଯାଏ । ଜମିରୁ ବଳକା ପାଣି ନିର୍ଗତ ହେବା ପାଇଁ ଜମିକୁ ସାମାନ୍ୟ ଢାଲୁ କରାଯାଏ ।

ଖତସାର :-

ଶେଷ ଓଡ଼ ଚାଷ ବେଳେ ହେକ୍ଟର  ପ୍ରତି ୨୦ ଟନ୍ ସଢ଼ା ଗୋବର ଖତ ପ୍ରୟୋଗ କରିବା ଉଚିତ୍ । ମଞ୍ଜି ବୁଣିବା ସମୟରେ ଧାଡିରେ ହେକ୍ଟର ପ୍ରତି ୪୦ କି.ଗ୍ରା. ଯବକ୍ଷାରଜାନ୍, ୪୦ କି.ଗ୍ରା. ଫସଫରସ୍ ଓ ୪୦ କି.ଗ୍ରା. ପଟାସ୍ ସାର ପ୍ରୟୋଗ କରି ମଞ୍ଜି ବୁଣାଯାଏ । ପ୍ରତ୍ୟେକ ଥର ଅମଳ ପରେ ହେକ୍ଟର ପ୍ରତି ୨୫ କି.ଗ୍ରା. ଯବକ୍ଷାରଜାନ୍ ପ୍ରୟୋଗ କରାଯାଏ ।

ଲଗାଇବା ସମୟ :-

କେବଳ ଶୀତଦିନ ( ଡ଼ିସେମ୍ବର-ଜାନୁୟାରୀ ) ବ୍ୟତୀତ ବର୍ଷ ସବୁ ସମୟରେ ଗିନିଘାସ ଲଗାଯାଇପାରେ । ଜୁନରୁ ଅଗଷ୍ଟ ମାସ ଏଥିପାଇଁ ସର୍ବୋକୃଷ୍ଟ ।

ଲଗାଇବା ପ୍ରଣାଳୀ :-

ଗିନିଘାସ ମଞ୍ଜି ବୁଣାଯାଇପାରେ ଓ ତଳି ପକାଇ ମାଣ୍ଡିଆ ଫସଲ ପରି ରୁଆଯାଇପାରେ । ଏକକ ଫସଲ ହିସାବରେ ଏହା ଧାଡ଼ିକୁ ଧାଡ଼ି ଓ ଗଛକୁ ଗଛ ୫୦ ସେ.ମି. ବ୍ୟବଧାନରେ ଲଗାଯାଏ ।

ବିହନ ପରିମାଣ :-

ଏକ ହେକ୍ଟର ଗିନିଘାସ ପାଇଁ ଧାଡ଼ିବୁଣା କଲେ ୫-୭.୫ କି.ଗ୍ରା. ବିହନ ଦରକାର ହୁଏ । ଏକକ ଫସଲ ହିସାବରେ ହେକ୍ଟରକୁ ୪୦,୦୦୦ ତଳି ଦରକାର ହୁଏ । ଗିନିଘାସର ମଞ୍ଜି ଛୋଟ ହୋଇଥିବାରୁ ମଞ୍ଜିକୁ ତଳି ଘେରାରେ ପକାଇ ୩୦ ଦିନରେ ତଳି ରୋଇଲେ ଗଛ ସଂଖ୍ୟା ଠିକ ରହେ । ମଞ୍ଜି ବୁଣିବା ପୂର୍ବରୁ ୧ କି.ଗ୍ରା. ମଞ୍ଜିକୁ ୨-୩ ଗ୍ରାମ୍ କ୍ୟାପଟାନ୍ ବା ଥିରାମ୍ ୧.୫ ଗ୍ରାମ୍ କାର୍ବେଣ୍ଡାଜିମରେ ବିଶୋଧନ କରିବା ଆବଶ୍ୟକ।

ଜଳସେଚନ :-

ମଞ୍ଜିବୁଣିବା ବା ତଳି ପକାଇବା ପରେ ୭ ଦିନ ଅନ୍ତରରେ ଦୁଇଥର ଜଳସେଚନ କରିବା ଉଚିତ୍ । ବର୍ଷାଦିନ ପରେ ପ୍ରତି ୧୫ ଦିନ ଓ ୧୦ ଦିନରେ ଥରେ ଜଳସେଚନ ଦରକାର ପଡ଼େ ।

ମିଶ୍ରିତ ଫସଲ :-

ଗିନି ଫସଲ ଏକ ଶସ୍ଯଜାତୀୟ ଫସଲ ହୋଇଥିବାରୁ ବର୍ଷାଦିନରେ ବରଗୁଡି, ଡ଼ଙ୍ଗରରାଣୀ, ଗୁଆଁର , ଶୀତଦିନେ ବରସିମ୍, ଲୁସର୍ଣ୍ଣ ଓ ଖରାଦିନେ ବରଗୁଡି ଅନ୍ତଃଫସଲ ହିସାବରେ ଚାଷକଲେ ସୁଷମ ଗୋଖାଦ୍ୟ ମିଳିପାରିବ ଓ ଜମିର  ଉର୍ବରତା ବଲବତ୍ତର ରହିବ।

Post a Comment

0Comments

Post a Comment (0)