Surendra sai | Surendra sai jibani | Surendra sai bio | Surendra sai biography | Surendra sai bio in odia | Surendra sai biography in odia | Surendra sai jibani odia | odia pathshala | odia pathshala Surendra sai | freedom fighter Surendra sai bio | Surendra sai jayanti | odia pathshala blog
ବୀର ସୁରେନ୍ଦ୍ର ସାଏ (୨୩ ଜାନୁଆରୀ ୧୮୦୯ - ୨୮ ଫେବୃଆରୀ ୧୮୮୪) ଭାରତୀୟ ସଶସ୍ତ୍ର ସଂଗ୍ରାମର ମହାନାୟକ, ମୁକ୍ତି ସଂଗ୍ରାମର ଅଗ୍ରଣୀ ସେନାପତି, ଓଡିଆ ମାଟିର ଲଢୁଆ ପୁଅ ତଥା ଜଣେ ସାହସୀ ଆଦିବାସୀ ନେତା ରୂପେ ବୀର ସୁରେନ୍ଦ୍ର ସାଏ ଙ୍କ ନାମ ଇତିହାସ ର ଅମର ପୃଷ୍ଠାରେ ଚିର ଜାଜ୍ବଲ୍ଯମାନ ।ଦେଶ ମାତୃକାର ସେବାରେ ନିଜର ସମଗ୍ର ଜୀବନକୁ ଉତ୍ସର୍ଗ କରି ସେ ଯେଉଁ ଦେଶ ଭକ୍ତିର ନିଦର୍ଶନ ଦେଇଛନ୍ତି, ତାହା ବାସ୍ତବିକ ଚିର ସ୍କରଣୀୟ ।
୧୮୦୯ ମସିହା ଜାନୁଆରୀ ୨୩ ତାରିଖ ଦିନ ଖିଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରି ସମ୍ବଲପୁର ଚୌହାଣ ରାଜବଂଶର ଦାୟାଦବୀର ବୀର ସୁରେନ୍ଦ୍ର ସାଏ ମାତ୍ର ୧୮ ବର୍ଷ ବୟସରେ ମା' ମାଟିର ମୁକ୍ତି ପାଇଁ ଶକ୍ତିଶାଳୀ ଇଂରେଜ ଶାସନ ବିରୁଦ୍ଧରେ ଆରମ୍ଭ କରିଥିଲେ ସଶସ୍ତ୍ର ସଂଗ୍ରାମ । ପିତା ଧରମ ସଂହ ଓ ମାତା ରେବତୀ ଦେବୀଙ୍କ ର ସେ ଥିଲେ ସୁଯୋଗ୍ୟ ସନ୍ତାନ ।ନିଜ କକାଙ୍କ ସାହାଯ୍ୟରେ ସେ ଘୋଡା ଚଢା ଓ ତୀର ଚାଳନା ସମେତ ଅନ୍ୟାନ୍ୟ ପ୍ରଶିକ୍ଷଣ ପାଇଥିଲେ । ସମ୍ବଲପୁର ସମେତ ପଶ୍ଚିମ ଓଡିଶାର ଅଧିକାଂଶ ଅଂଚଳକୁ ଇଂରେଜ ଶାସନ କବଳରୁ ରକ୍ଷାକରିବା ସହିତ ଓଡିଶା ତଥା ସମଗ୍ର ଭାରତ ବର୍ଷରୁ ଇଂରେଜ ଶାସନ ହଟାଇବା ପାଇଁ ସେ କରିଥିଲେ ବଜ୍ର ଶପଥ ।
ସମ୍ବଲପୁରର ରାଜା ଓ ତାଙ୍କ ପୁତ୍ର ମହାରାଜ ସାଏଙ୍କୁ ମରହଟ୍ଟାମାନେ ବନ୍ଦୀ କରିଥିଲେ । ସେମାନଙ୍କୁ ମୁକ୍ତି କରିବା ପାଇଁ ରାଣୀ ରତନ କୁମାରୀ ଇଂରେଜଙ୍କର ସାହାଯ୍ୟ ଚାହିଁଥିଲେ । ୧୮୦୪ ମସିହାରେ ଇଂରେଜ ମାନଙ୍କ ସହାୟତା ରେ ସେମାନେ ମୁକ୍ତ ହୋଇଥିଲେ ମଧ୍ୟ । ଏହାପରେ ସମ୍ବଲପୁର ଏକ ପ୍ରକାର ଇଂରେଜ ମାନଙ୍କ ହାତକୁ ଚାଲି ଆସିଥିଲା ।୧୮୨୭ ମସିହାରେ ସମ୍ବଲପୁର ରାଜାଙ୍କର ମୃତ୍ୟୁ ହୋଇଥିଲା ।
- ଆହୁରି ପଢ଼ନ୍ତୁ: ଅନାଲୋଚିତ ପାଇକ ବିଦ୍ରୋହ
- ପାଇକ ବିଦ୍ରୋହ- ସ୍ୱାଧୀନତା ସଂଗ୍ରାମର ପ୍ରଥମ ସ୍ଫୁଲିଙ୍ଗ
- ଓଡିଶାର ପାଇକ ବିଦ୍ରୋହ ପ୍ରଥମ ଭାରତୀୟ ମୁକ୍ତି ସଂଗ୍ରାମ ଅଟେ
- ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ଆଦିବାସୀ
- ଘୁମୁସର ବିଦ୍ରୋହ ୧୮୧୫-୧୮୫୬ - Ghumusar rebellion in Odia
- ରକ୍ତ ତୀର୍ଥ ଇରମ- RAKTA TIRTHA ERAM IN ODIA
- ବାଣପୁର ବିଦ୍ରୋହ - Banapur Rebellion
- ଦୋହରା ବିଷୋୟୀ - ଦୋରା ବିଶୋଇ ଙ୍କ ଜୀବନୀ - Dora bisoi Biography in Odia
- ଚକରା ବିଷୋୟୀ ଙ୍କ ଜୀବନୀ - Chakara Bishoyi Biography in Odia
- ତାପଙ୍ଗ ଦଳ ବେହେରା - ସାମନ୍ତ ମାଧବ ଚନ୍ଦ୍ର ରାଉତରାୟ ଙ୍କ ଜୀବନୀ - Madhab Chandra Routray biography in Odia
- ରିଣ୍ଡୋ ମାଝୀ ଙ୍କ ଜୀବନୀ - Rindo Majhi Biography In Odia
- ବକ୍ସି ଜଗବନ୍ଧୁ ଙ୍କ ଜୀବନୀ 1773-1829 - Bakshi Jagabandhu Biography in Odia
- ପିଣ୍ଡିକି ବାହୁବଳେନ୍ଦ୍ର ଙ୍କ ଜୀବନୀ - Pindiki Bahubalendra Biography in Odia
- କୃତ୍ତିବାସ ପାଟଶାଣୀ ଙ୍କ ଜୀବନୀ - Krutibas patasani Biography in Odia
- ପଦ୍ମନାଭ ଛୋଟରାୟ ଙ୍କ ଜୀବନୀ -ପାଇକ ବିଦ୍ରୋହ- Padmanabha Chhotray Biography in Odia
- ରାଜା ସୋମନାଥ ସିଂହ ଙ୍କ ଜୀବନୀ - Raja Somanath Singh Biography in Odia
- ଜୟୀ ରାଜଗୁରୁ - ଓଡିଶାର ମହାନ ସଂଗ୍ରାମୀ ନେତା - Jayi Rajguru biography in Odia
- ବୀର ସୁରେନ୍ଦ୍ର ସାଏଙ୍କ ଜୀବନୀ - Biography of Surendra sai in Odia
ରାଜା ଅପୁତ୍ରିକ ଥିବାରୁ ଇଂରେଜ ସରକାର ରାଣୀ ରତନ କୁମାରୀଙ୍କ ହାତରେ ଜାଣିଶୁଣି ଶାସନ ଭାର ଦେଇଥିଲେ । ମାତ୍ର ପ୍ରକୃତ ପକ୍ଷେ ସୁରେନ୍ଦ୍ର ସାଏ ଥିଲେ ଶାସନ ପାଇଁ ଦାବିଦାର । ଏହାପରେ ଆଦିବାସୀ ଜମିଦାର ବିଦ୍ରୋହ ଆରମ୍ଭ କରିଥିଲେ ।ବଳରାମ ସିଂହଙ୍କ ସହିତ ସୁରେନ୍ଦ୍ର ସାଏ ଏହାର ନେତୃତ୍ବ ନେଇଥିଲେ ।
ବୀର ସୁରେନ୍ଦ୍ର ସାଏ ନିଜ ଜୀବନର 37 ବର୍ଷ(1827 ରୁ 1864) କାରାଗାରରେ କାଟି ନିଜ ବୀରତ୍ବର ପରିଚୟ ପ୍ରଦାନ କରିଛନ୍ତି । ସେହି ମହାନ ବୀରଙ୍କ ସମ୍ମାନାର୍ଥେ ଉଭୟ ଓଡିଶା ଓ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ତାଙ୍କର ଅମର ସ୍ମୃତି କୁ ମନେ ପକାଇବା ନିମନ୍ତେ 2009 ରେ ୟୁନିଭରସିଟି କଲେଜ ଅଫ୍ ଇଂଜିନିୟରିଂ ବୁର୍ଲା ବଦଳରେ ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜୀ ବୁର୍ଲା କରାଗଲା ।
ସେ ଦୁଇଟି ପର୍ଯ୍ୟାୟରେ ଆରମ୍ଭ କରିଥିଲେ ତାଙ୍କ ସ୍ବାଧୀନତା ସଂଗ୍ରାମର ସଫଳ ଯାତ୍ରା । ପ୍ରଥମ ପର୍ଯ୍ୟାୟ ଥିଲା 1827 ରୁ 1840 ଓ ଦ୍ବିତୀୟ ପର୍ଯ୍ୟାୟ ଥିଲା 1857 ରୁ 1864 । ତାଙ୍କ ସ୍ବାଧୀନତା ସଂଗ୍ରାମର ପ୍ରଥମ ପର୍ଯ୍ୟାୟ ଥିଲା ବିକ୍ଷିପ୍ତ ଓ ଶିଥିଳ ଏବଂ ଦ୍ବିତୀୟ ପର୍ଯ୍ୟାୟ ଥିଲା ସୁସଂଗଠିତ ଓ ଯୋଜନାବନ୍ଧ ।
- ଆହୁରି ପଢ଼ନ୍ତୁ: ଜୟୀ ରାଜଗୁରୁ - ଓଡିଶାର ମହାନ ସଂଗ୍ରାମୀ ନେତା - Jayi Rajguru biography in Odia
- ପ୍ରେରଣାର ଉତ୍ସ ନେତାଜୀ ସୁଭାଷ ଚନ୍ଦ୍ର ବୋଷ
- ଅନାଲୋଚିତ ପାଇକ ବିଦ୍ରୋହ
- ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ଆଦିବାସୀ
- ଓଡିଶାର ପାଇକ ବିଦ୍ରୋହ ପ୍ରଥମ ଭାରତୀୟ ମୁକ୍ତି ସଂଗ୍ରାମ ଅଟେ
- ପାଇକ ବିଦ୍ରୋହ- ସ୍ୱାଧୀନତା ସଂଗ୍ରାମର ପ୍ରଥମ ସ୍ଫୁଲିଙ୍ଗ
- ଜୟୀ ରାଜଗୁରୁ - ଓଡିଶାର ମହାନ ସଂଗ୍ରାମୀ ନେତା - Jayi Rajguru biography in Odia
ପ୍ରଥମ ପର୍ଯ୍ୟାୟ ବିଦ୍ରୋହ:
ସେତେବେଳେ କ୍ୟାପ୍ଟେନ୍ ହିଗ୍ନସ୍ଙ୍କ ଅଧିନାୟକତ୍ୱରେ ସମ୍ବଲପୁରରେ ଇଂରେଜମାନଙ୍କ ରାମଗଡ଼ ବାଟାଲିୟନ୍ ଅବସ୍ଥାପିତ ହୋଇଥାନ୍ତି । ସୁରେନ୍ଦ୍ର ସାଏଙ୍କ ପକ୍ଷରୁ ତାଙ୍କ ଅନୁଗାମୀମାନେ ଧନୁଶର ଧରି ଗରିଲା ଯୁଦ୍ଧ କରିଥିବାରୁ ଇଂରେଜ ସୈନ୍ୟମାନେ ତାର ମୁକାବିଲା କରିପାରି ନଥିଲେ । ପରେ ହଜାରୀବାଗ୍ର କ୍ୟାପ୍ଟେନ୍ ଉଇଲକିନସନ୍ଙ୍କ ନିର୍ଦ୍ଦେଶରେ ଆଉ ଏକ ସୈନ୍ୟବାହିନୀ ସମ୍ବଲପୁରରେ ଆସି ଯୋଗ ଦେଲେ । ଏହାପରେ ବିଦ୍ରୋହ କିଛି ମାତ୍ରାରେ ଦମନ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ପ୍ରଶମିତ ହୋଇପାରି ନଥିଲା । ଇଂରେଜମାନେ ବାଧ୍ୟ ହୋଇ ରାଣୀ ମୋହନ କୁମାରୀଙ୍କୁ ଗାଦିଚ୍ୟୁତ କରି ପୁନର୍ବାର ରାଜବଂଶର ଦୂର ସମ୍ପର୍କୀୟ ବ୍ୟକ୍ତି ନାରାୟଣ ସିଂହଙ୍କୁ ସମ୍ବଲପୁର ରାଜଗାଦି ପ୍ରଦାନ କଲେ । ମାତ୍ର ସେ ଥିଲେ ସମ୍ପୂର୍ଣ୍ଣ ଅଯୋଗ୍ୟ । ଏହା ଫଳରେ ପୁଣି ବିଦ୍ରୋହ ମୁଣ୍ଡ ଟେକିଲା । ୧୮୩୭ ଖ୍ରୀଷ୍ଟାବ୍ଦରେ ରାସପୂର୍ଣ୍ଣିମା ମଧ୍ୟରାତ୍ରିରେ ଦେବ୍ରୀଗଡ଼ଠାରେ ସୁରେନ୍ଦ୍ର ସାଏ, ଉଦ୍ଦ୍ୟନ୍ତ ସାଏ, ବଳରାମ ସିଂହ ଓ ଲୋଚନପୁର ଜମିଦାର ବଳଭଦ୍ର ଦେଓ ମିଳିତ ହୋଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରୁଥିବା ସମୟରେ ଇଂରେଜମାନେ ଅଚାନକ ସେଠାରେ ପହଞ୍ଚି ବଳଭଦ୍ର ଦେଓଙ୍କୁ ହତ୍ୟା କଲେ । ସୌଭାଗ୍ୟକ୍ରମେ ସୁରେନ୍ଦ୍ର ସାଏ ତାଙ୍କ ଭାଇମାନଙ୍କ ସହ କୌଶଳ କରି ଖସି ଯାଇଥିଲେ । ଇଂରେଜଶାସନର ନିଷ୍ପତ୍ତି ବିରୋଧରେ ସୁରେନ୍ଦ୍ର ସାଏ ତାଙ୍କ ସମର୍ଥକମାନଙ୍କୁ ଧରି ସ୍ୱର ଉତ୍ତୋଳନ କରିବା ହେତୁ ୧୮୪୦ ମସିହାରେ ଦକ୍ଷିଣ-ପଶ୍ଚିମ ସୀମାନ୍ତର ତତ୍କାଳୀନ ଇଂରେଜ ଏଜେଣ୍ଟ କର୍ଣ୍ଣେଲ ଆଉସ୍ଳେଙ୍କ ସହାୟତାରେ ସମ୍ବଲପୁରର ଦେହୁରୀପାଲିରୁ ସୁରେନ୍ଦ୍ର ସାଏ, ଉଦ୍ଦ୍ୟନ୍ତ ସାଏ ଓ କାକା ବଳରାମ ସିଂହଙ୍କୁ ଇଂରେଜମାନେ ଗିରଫ କରିଥିଲେ । ସୁରେନ୍ଦ୍ରଙ୍କୁ ପାଞ୍ଚବର୍ଷ ଓ ଅନ୍ୟମାନଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରି ହଜାରୀବାଗ ଜେଲରେ ରଖାଯାଇଥିଲା । ଏହିଠାରେ ସୁରେନ୍ଦ୍ର ସାଏଙ୍କ ପ୍ରଥମ ପର୍ଯ୍ୟାୟ ସଂଗ୍ରାମର ଯବନିକା ପଡ଼ିଲା ।
ଦ୍ୱିତୀୟ ପର୍ଯ୍ୟାୟ ବିଦ୍ରୋହ:
କାରାଦଣ୍ଡର ଅବଧି ସରିବା ପରେ ମଧ୍ୟ ଇଂରେଜମାନେ ସୁରେନ୍ଦ୍ରଙ୍କୁ ମୁକ୍ତ କରିନଥିଲେ । ୧୮୪୯ ସେପ୍ଟେମ୍ବରରେ ବ୍ରିଟିଶଦ୍ୱାରା ଅବସ୍ଥାପିତ ରାଜା ନାରାୟଣ ସିଂହଙ୍କ ମୃତ୍ୟୁ ପରେ ମଧ୍ୟ ସୁରେନ୍ଦ୍ର ସାଏଙ୍କୁ ଇଂରେଜମାନେ ଗାଦିରୁ ବଞ୍ଚିତ କରିଥିଲେ । ୧୮୫୭ରେ ଭାରତର ସିପାହୀମାନେ ଇଂରେଜ ସରକାରଙ୍କ ବିରୁଦ୍ଧରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ (ସିପାହୀ ବିଦ୍ରୋହ) ଆରମ୍ଭ କରିଥିଲେ । ସେହିବର୍ଷ ଜୁଲାଇ ମାସ ୩୦ ତାରିଖ ଦିନ ରାମଗଡ଼ରୁ ଆସିଥିବା ଯବାନ ମାନେ ‘ଛୋଟା ବର୍ଦ୍ଧମାନର ପଲଟନ’ ସହ ମିଶି ହଜାରିବାଗ ଜେଲ ଭାଙ୍ଗି ସୁରେନ୍ଦ୍ର ସାଏଙ୍କ ସମେତ ୩୨ ଜଣ ବନ୍ଦୀଙ୍କୁ ମୁକ୍ତ କରି ଦେଇଥିଲେ । ଦୀର୍ଘ ୧୭ବର୍ଷ ପରେ ସୁରେନ୍ଦ୍ର ଓ ତାଙ୍କ ଭାଇ ଉଦନ୍ତ ସାଏ ମୁକ୍ତ ହୋଇଥିଲେ । ସୁରେନ୍ଦ୍ର ପୁନଶ୍ଚ ବନ୍ଦୀ କରିବା ପାଇଁ ଇଂରେଜ ସରକାର ତାଙ୍କୁ ଧରିବା ପାଇଁ ୨୫୦ ଟଙ୍କାର ପୁରସ୍କାର ଘୋଷଣା କରିବା ସହ ଗୁପ୍ତଚର ନିୟୋଜିତ କରିଥିଲେ ।
ମୁକ୍ତି ପାଇ ସୁରେନ୍ଦ୍ର ସାଏ ସଙ୍ଗେ ସଙ୍ଗେ ସମ୍ବଲପୁର ଫେରି ଆସିଲେ ଏବଂ ସମ୍ବଲପୁରବାସୀଙ୍କୁ ସୁସଙ୍ଗଠିତ କରି ପୁନର୍ବାର ସଂଗ୍ରାମ କରିବାକୁ ଆଗେଇ ଆସିଲେ । ଦେବ୍ରୀଗଡ଼ ହେଲା ସୁରେନ୍ଦ୍ରଙ୍କ ସଂଗ୍ରାମର କେନ୍ଦ୍ରସ୍ଥଳ । କୌଶଳକ୍ରମେ ସୁରେନ୍ଦ୍ର ସାଏ ପ୍ରଥମେ ସମ୍ବଲପୁର ଅଞ୍ଚଳରେ ଥିବା ଇଂରେଜମାନଙ୍କର ବାହ୍ୟ ଯୋଗାଯୋଗ ସମ୍ପର୍କ ଛିନ୍ନ କଲେ । ବଡ଼ ବଡ଼ ପଥର ଖଣ୍ଡ ରଖି ରାସ୍ତା ଅବରୋଧ କରିବା ସହ ପାହାଡ଼ ଉପରେ ଥିବା ଶିଆଳୀ ଲତାରେ ବଡ଼ ବଡ଼ ପଥରକୁ ବାନ୍ଧିରଖି ଆବଶ୍ୟକ ସ୍ଥଳେ ଲତାକୁ କାଟି ଦେଉଥିଲେ । ଫଳରେ ପଥରଖଣ୍ଡମାନ ପଡ଼ି ଇଂରେଜମାନଙ୍କୁ ଆଘାତ ଦେଉଥିଲା । ଅନ୍ୟ ପକ୍ଷରେ ଇଂରେଜମାନଙ୍କ ଗୁଳିଗୁଳା ଘଞ୍ଚ ଜଙ୍ଗଲରେ ଥିବା ଗଛଗୁଡ଼ିକରେ ବାଜି ସବୁ ନଷ୍ଟଭ୍ରଷ୍ଟ ହୋଇଯାଉଥିଲା । ପାହାଡ଼ ମଧ୍ୟସ୍ଥ ଘଞ୍ଚ ଜଙ୍ଗଲରେ ସୁରେନ୍ଦ୍ରଙ୍କ ପକ୍ଷର ଆକ୍ରମଣକାରୀମାନେ ଲୁଚିଛପି ଗରିଲା ଯୁଦ୍ଧ କରିବା ପାଇଁ ବେଶ୍ ସୁବିଧା ପାଉଥିଲେ । ଇଂରେଜମାନଙ୍କ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆଗରେ ସମ୍ବଲପୁରବାସୀଙ୍କ ଧନୁତୀର, ବର୍ଚ୍ଛା, ଖଣ୍ଡା, ନିଆଁଧରା ବନ୍ଧୁକ ଆଦି ବିଶେଷ କିଛି କାମ ଦେବ ନାହଁ ବୋଲି ସେ ଗରିଲା ଯୁଦ୍ଧର ଆଶ୍ରୟ ନେଇଥିଲେ । ୧୮୬୧ରେ ମେଜର ଇମ୍ପେଙ୍କୁ ସମ୍ବଲପୁରର ଡେପୁଟୀ କମିଶନର ରୂପେ ନିଯୁକ୍ତି ଦିଆଗଲା । ମେଜର ଇମ୍ପେ ଯୁଦ୍ଧନୀତି ପରିତ୍ୟାଗ କରି ଶାନ୍ତି ନୀତି ଅନୁସରଣ କଲେ । ସୁରେନ୍ଦ୍ର ସାଏଙ୍କ ବିରୁଦ୍ଧରେ ଯୁଦ୍ଧ ବନ୍ଦ ଘୋଷଣା କଲେ । ଆତ୍ମସମର୍ପଣ କରିଥିବା ବିଦ୍ରୋହୀମାନଙ୍କୁ କ୍ଷମା ପ୍ରଦାନ କରି ସେମାନଙ୍କର ବାଜ୍ୟାପ୍ତ ସମ୍ପତ୍ତି ଫେରସ୍ତ କରି ଦିଆଯିବାର ନିଷ୍ପତ୍ତି ନେଲେ । ଏହାପରେ ସୁରେନ୍ଦ୍ରଙ୍କର ଭାଇ ଓ ପୁତ୍ର ଆତ୍ମସମର୍ପଣ କରିଥିଲେ । ସେମାନଙ୍କୁ ଇମ୍ପେ ସମ୍ମାନର ସହ ଖିଣ୍ଡା ଗ୍ରାମରେ ଆଶ୍ରୟ ଦେଇଥିଲେ । ପରେ ପରେ ୧୮୬୨ ମସିହା ମଇ ମାସ ୧୬ ତାରିଖ ଦିନ ରାତିରେ ଘୋର ଜଙ୍ଗଲ ମଧ୍ୟରେ ଇମ୍ପେ ସାହେବଙ୍କ ସହ ସୁରେନ୍ଦ୍ର ସାଏଙ୍କର ସାକ୍ଷାତ ହେଲା ଏବଂ ସେହିଠାରେ ସୁରେନ୍ଦ୍ର ସାଏ ଆତ୍ମସମର୍ପଣ କରିଥିଲେ । ୧୮୬୩ରେ ଇମ୍ପେ ସାହେବଙ୍କର ମୃତ୍ୟୁ ହେବାରୁ ସମ୍ବଲପୁରର ରାଜନୈତିକ ପରିସ୍ଥିତି ବଦଳିଗଲା । ମେଜର ଇମ୍ପେଙ୍କ ସ୍ଥାନରେ କ୍ୟାପ୍ଟେନ୍ କମ୍ବରଲେଜ୍ ନିଯୁକ୍ତି ପାଇଲେ । କମ୍ବରଲେଜ୍ ଉଚ୍ଚ ପୋଲିସ୍ ଅଫିସର କ୍ୟାପ୍ଟେନ୍ ଷ୍ଟୁଆର୍ଟ ଓ ମିଷ୍ଟର ବେରିଲ୍ଙ୍କ ସହାୟତାରେ ୧୮୬୪ ମସିହା ଜାନୁଆରୀ ୨୩ ତାରିଖ ରାତ୍ର ୧୧ ଘଣ୍ଟା ସମୟରେ ସୁରେନ୍ଦ୍ର ସାଏ ଓ ତାଙ୍କ ପରିବାରବର୍ଗ ଶୋଇଥିବା ସମୟରେ ତାଙ୍କ ଘର ଉପରେ ଚଡ଼ାଉକରି ସେମାନଙ୍କୁ ବନ୍ଦୀ କଲେ । ସେହି ରାତ୍ରିରେ ସେମାନଙ୍କୁ ରାୟପୁର ନିଆଗଲା । ପରେ ସେମାନଙ୍କୁ ନାଗପୁର ଜେଲ୍ ଓ ଆଜୀବନ ଦେଶାନ୍ତର ଦଣ୍ଡରେ ଦଣ୍ଡିତ କରାଯାଇ ୧୮୬୬ ମସିହାରେ ଅସୀରଗଡ଼ ଦୁର୍ଗକୁ ପଠାଇ ଦିଆଗଲା ।
ଶେଷ ଜୀବନ:
ଇଂରେଜମାନଙ୍କୁ କଡ଼ା ଜବାବ ଦେବା ପାଇଁ ୭ ଅକ୍ଟୋବର ୧୮୫୭ରେ ୧୨ଶହ ଲୋକଙ୍କ ସହ ସମ୍ବଲପୁର ସହରରେ ପ୍ରବେଶ କରିଥିଲେ । ବିଶ୍ୱାସଘାତକର ଶିକାର ହୋଇଥିବା ସୁରେନ୍ଦ୍ର ତାଙ୍କ ଜନ୍ମଦିନ (୨୩ ଜାନୁଆରୀ ୧୮୬୪)ରେ ଦୁଇଜଣ ସ୍ଥାନୀୟ ଲୋକ ଦୟାନିଧି ମେହର ଓ ମୋହନ ସିଂହଙ୍କ ଯୋଗୁଁ ଦ୍ୱିତୀୟ ଥର ପାଇଁ ଗିରଫ ହୋଇଥିଲେ । ଗିରଫ ସୁରେନ୍ଦ୍ର ସାଏଙ୍କୁ ମଧ୍ୟ ପ୍ରଦେଶର ବୁରହାନପୁର ଜିଲ୍ଲାସ୍ଥ ଅସୀରଗଡ଼ ଦୁର୍ଗରେ ବନ୍ଦୀ କରାଯାଇଥିଲା ।ସେବେଠାରୁ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବନ୍ଦୀ ଜୀବନ କାଟିଥିଲେ ସୁରେନ୍ଦ୍ର ସାଏ । ୧୮୮୪ ଫେବୃଆରୀ ୨୮ ତାରିଖରେ ଅସୁରଗଡ଼ ଦୁର୍ଗରେ ହିଁ ସୁରେନ୍ଦ୍ର ସାଏଙ୍କ ପରଲୋକ ହୋଇଥିଲା
ସମ୍ମାନ:
ସୁରେନ୍ଦ୍ରସାଏଙ୍କ ସମ୍ମାନାର୍ଥେ ୨୦୦୯ ମସିହାରେ ୟୁନିଭର୍ସିଟି କଲେଜ୍ ଅଫ୍ ଇଞ୍ଜିନିଅରିଂ, ବୁର୍ଲାର ନାମ ବଦଳାଇ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି, ବୁର୍ଲା କରାଯାଇଥିଲା ।
--ବୁର୍ଲାଠାରେ ସ୍ଥିତ ଭେଷଜ ମହାବିଦ୍ୟାଳୟର ନାମ ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ ଦିଆଯାଇଅଛି ।
--୨୦୦୫ରେ ଭାରତ ସରକାର ସଂସଦ ପରିସରରେ ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ ।
--ଭାରତ ସରକାର ସୁରେନ୍ଦ୍ର ସାଏଙ୍କ ସମ୍ମାନାର୍ଥେ ଡାକ ଟିକଟ ଛପାଇଥିଲେ ।
ବିବାଦ:
ଥରେ ଜଣେ ଇତିହାସକାର ଯୁକ୍ତି କରିଥିଲେ। ସୁରେନ୍ଦ୍ର ସାଏଙ୍କୁ କାହିଁକି ସ୍ବାଧୀନତା ସଂଗ୍ରାମୀ କୁହାଯିବ ବୋଲି ପ୍ରଶ୍ନ କରିଥିଲେ। କହିଥିଲେ ‘ସୁରେନ୍ଦ୍ର ସାଏ ଦେଶ ପାଇଁ ନୁହେଁ, ନିଜ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଲଢ଼ିଥିଲେ। ତାଙ୍କୁ ରାଜଗାଦି ମିଳିଲାନି ବୋଲି ସେ ଇଂରେଜ ଓ ଇଂରେଜଙ୍କ ହାତର କାଠପିତୁଳା ତତ୍କାଳୀନ ସମ୍ବଲପୁର ରାଜାଙ୍କ ବିରୋଧରେ ଲଢ଼େଇ କରୁଥିଲେ। ଏଥିପାଇଁ ତାଙ୍କୁ ଜାତୀୟ ମୁକ୍ତିଯୋଦ୍ଧା କହିବା ଯୁକ୍ତିଯୁକ୍ତ କି’ ବୋଲି ପ୍ରଶ୍ନ କରିଥିଲେ। କିନ୍ତୁ ଯେତେବେଳେ ସେ ସୁରେନ୍ଦ୍ରଙ୍କ ଜୀବନୀ ଓ ତାଙ୍କ ସଂଗ୍ରାମର ସଂପୂର୍ଣ୍ଣ ଦସ୍ତାବେଜ ପଢ଼ିଥିଲେ ସେତେବେଳେ ସେ ମତ ବଦଳାଇଥିଲେ। ସୁରେନ୍ଦ୍ର କେବଳ ଜାତୀୟ ସଂଗ୍ରାମୀ ନଥିଲେ ବରଂ ସମ୍ବଲପୁର ସ୍ବାଭିମାନର ଏକ ସ୍ପର୍ଧିତ ଉଚ୍ଚାରଣ ଥିଲେ ବୋଲି ସେ କହିଥିଲେ।
surendra sai in odia, ବୀର ସୁରେନ୍ଦ୍ର ସାଏ ଜୀବନୀ ଓଡିଆ, surendra sai jayanti, ବୀର ସୁରେନ୍ଦ୍ର ସାଏ ଜୟନ୍ତି, veer surendra sai age, ବୀର ସୁରେନ୍ଦ୍ର ସାଏ ଙ୍କ ବୟସ, about surendra sai, ବୀର ସୁରେନ୍ଦ୍ର ସାଏ ବିଷୟରେ, surendra sai birthday, ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଦିନ, surendra sai biography, ବୀର ସୁରେନ୍ଦ୍ର ସାଏ ଆତ୍ମ ଜୀବନୀ, veer surendra sai biography in odia, surendra sai cast, veer surendra sai death, ବୀର ସୁରେନ୍ଦ୍ର ସାଏ ଙ୍କ ମୃତ୍ୟୁ ତାରିଖ, veer surendra sai odia debate, ବୀର ସୁରେନ୍ଦ୍ର ସାଏ ତର୍କ ପ୍ରତିଯୋଗିତା, veer surendra sai essay in odia language, ବୀର ସୁରେନ୍ଦ୍ର ସାଏ ରଚନା ଓ ପ୍ରବନ୍ଧ ଓଡିଆ ରେ, surendra sai history, ବୀର ସୁରେନ୍ଦ୍ର ସାଏ ଇତିହାସ, veer surendra sai history in odia, ବୀର ସୁରେନ୍ଦ୍ର ସାଏଙ୍କ ଇତିହାସ ଓଡିଆ, Odia pathshala, Odiapathshala