ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୯ - କାମଳୀ
ଅନୁସୃଜନ - ଜ୍ୟୋତି ନନ୍ଦ
- ଆଶ୍ଚର୍ଯ୍ୟ ଚର୍ଯ୍ୟା ଚୟ - Ascharya Charya Chaya Free eBook PDF download
- ଚର୍ଯ୍ୟା ଗୀତିକା - Charya Gitika - ଡକ୍ଟର ଖଗେଶ୍ବର ମହାପାତ୍ର - Dr. Khageswar mahapatra eBook free PDF download
କରୁଣା ନୌକାରେ ଭରିଛି ସୁନା
ରୂପା ରଖିବାର ଯାଗା କେଉଁଠି ?
ଯାଆରେ କାମଳୀ ଆକାଶ ଦେଶେ
ଗତ ଜନମ କି ଫେରସ୍ତ ଏଠି ?
ଖୁଣ୍ଟିକୁ ଓପାଡ଼ି ଦଉଡ଼ି ସହ
ବାହି ନେ କାମଳି ଗୁରୁ ଉପଦେଶେ
ଆଗରେ ବସିଣ ଚାହୁଁ ଚାରିଦିଗ
ହାଲ ନାହିଁ ଡଙ୍ଗା ବାହିବ କେ ସେ ।
ବାମ ଡାହାଣକୁ ଯାଆ ମିଶାଇ
ପଥରେ ମିଳନ ମହାସୁଖ ହୋଇ ।