ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୭ - ଭୁସୁକୁ | CHARYA GITIKA 7- BHUSUKU ODIA

@_ustad
0

 ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୭ - ଭୁସୁକୁ
ଅନୁସୃଜନ - ଜ୍ୟୋତି ନନ୍ଦ

ଏବେ କାହାକୁ ଧରି କାହାକୁ ଦେବି ଛାଡ଼ି
ମୋ ଚାରିପଟେ ପଡ଼ଇ ହାକା ହାକା ରଡ଼ି ।
ମାଉଁସ ପାଇଁ ସିଏ ହେଲା ନିଜ ବଇରି
ମିରିଗକୁ ଛାଡ଼ିଦେବ କେଉଁଠି ଶିକାରୀ ।

ହରିଣ ଯେ, ଖାଏନା ଘାସ ପିଏନା ପାଣି,
ଜାଣେନା କେଉଁଠି ଅଛି ତା' ହରିଣ ରାଣୀ ।

ଏ ବଣ ଛାଡ଼ି ଚାଲି ଯା' ଦୂର ଦୂରାନ୍ତରେ
ଭ୍ରାନ୍ତ ତୁହି ଦେଖିବୁନି କେବେ କେଉଁଠାରେ ।

ଛୁଟନ୍ତ ସେଇ ହରିଣ ଯିବ ନାହିଁ ଦେଖା,
ଭୁସୁକୁର ଏ ପାଠ ନ ବୁଝେ ମୂଢ଼ ସଖା ।

Post a Comment

0Comments

Post a Comment (0)