ବୌଦ୍ଧତନ୍ତ୍ରର ଅୟମାରମ୍ଭ ଓ ଗୁପ୍ତ ରହସ୍ୟ | TANTRA IN BUDDHISM

@_ustad
0
Tantric Tradition In Buddhism Know In Odia, History Of Tantrayana In Odia, Vajrayan In Odia, Dark mystery of Tantra, Secret Of Tantra In Buddhism

Tantra in buddhism and mysteries In Odia

Tantra In Buddhism and Secret mystery: ସନାତନ ଧର୍ମକୁ ଛାଡିଦେଲେ ତନ୍ତ୍ରର ସବୁଠୁ ବେଶୀ ପ୍ରଭାବ ପଡିଛି ବୌଦ୍ଧ ଧର୍ମ ଉପରେ । ବୌଦ୍ଧ ଧର୍ମରେ ତନ୍ତ୍ର ପ୍ରବେଶ କରିବାପରେ ଏହା ଏକ ନୂତନ ରୂପ ଧାରଣ କଳା । ଐତିହାସିକ ଦୃଷ୍ଟିକୋଣରୁ ବିଚାର କାଲେ ଜଣାଯାଏ ଯେ ଗୁପ୍ତ ଶାସନ କାଳରେ ଧର୍ମର ପ୍ରାଧାନ୍ୟ ଦୃଢବେଗରେ ହ୍ରାସ ପାଇଲା । ଧର୍ମକୀର୍ତ୍ତିଙ୍କ ପରେ ବୌଦ୍ଧ ଧର୍ମରେ ପାଣ୍ଡିତ୍ୟ ପରାକାଷ୍ଠା ର ଏକ ମହାଶୂନ୍ୟ ସୃଷ୍ଟି ହେଲା । ମହାଜନ ବୌଦ୍ଧ ଧର୍ମ ଏକ ନୂତନ ରୂପରେ ଆବିର୍ଭୂତ ହେଲା । ଉପାସନାର ମୂଳ ବୌଦ୍ଧ ବିହାରରେ ଭିକ୍ଷୁ ଭିକ୍ଷୁଣୀ ମାନଙ୍କରେ ସାଂସାରିକ ବିଳାସ ବ୍ୟାସନରେ ମତିଳେ । କ୍ରମେ ଏହା ଫଳରେ ପ୍ରାୟ ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀ ବେଳକୁ ମହାଯାନ ତନ୍ତ୍ରଯାନରେ ପରିଣତ ହେଇଗଲା । ମହାଯାନର ସୂତ୍ରଗୁଡ଼ିକ ଧାରଣୀ ରୂପରେ ରୂପାନ୍ତରିତ ହୋଇ କ୍ରମେ ମନ୍ତ୍ର ଆକାରରେ ପ୍ରକାଶିତ ହେଲା । ବୌଦ୍ଧ ସାଧନାରେ ମୁଦ୍ରା, ମଣ୍ଡଲ, ଅଭିଷେକ, ସମାଧି, ପଞ୍ଚମକାରଦୀ ଭଳି ବିଶେଷ ପ୍ରକ୍ରିୟା ବିଶେଷ ଭାବେ ସାଧକ ଓଜଣ ସାଧାରଣଙ୍କୁ ଅକୃଷ୍ଟ କଳା । ମାରଣ, ସ୍ତମ୍ବନ, ମୋହନ, ବିଦ୍ଵେଷଣ, ଉଚ୍ଚାଟନ, ବଶୀକରଣ ଆଦି ଅଭିଚାର ଗୃହୀତ ହେଲା । ଏହା ଫଳରେ ମହାଯାନ ତନ୍ତ୍ରଯାନରେ ପରିଣତ ହେଲା ।

ତିଦ୍ଦତୀୟ ତନ୍ତ୍ର ସାହିତ୍ୟରୁ ଜଣାଯାଏ ଯେ ଉଡିୟାନ ତନ୍ତ୍ରଯାନର ଆଦିଭୂମି ଏବଂ ଏହି ପବିତ୍ର ଦେଶରେ ବହୁ ସିଦ୍ଧପାଦ ଜନ୍ମଗ୍ରହଣ କରି ତନ୍ତ୍ରଯାନର ବିଭିନ୍ନ ବିଭାଗର ପରିପ୍ରକାଶ କରିଥିଲେ । ସରହପଦ “ବୁଦ୍ଧପାଳତନ୍ତ୍ର” ପ୍ରବର୍ତ୍ତନ କାଲେ । ଆଚାର୍ଯ୍ୟ କମ୍ବଳପାଦ ଓ ପଦମବାଜରା “ହେ ବଜରତନ୍ତ୍ର” ସୃଷ୍ଟି କଲେ । ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀରେ ଇନ୍ଦ୍ରଭୂତି ତନ୍ତ୍ରଯାନକୁ ପରିମାର୍ଜିତ କରି ବଜ୍ରଯାନ ରୂପେ ପରିପ୍ରକାଶ କଲେ ।

Keywords: Tantric Tradition In Buddhism Know In Odia, History Of Tantrayana In Odia, Vajrayan In Odia, Dark mystery of Tantra, Secret Of Tantra In Buddhism, Buddhist Tantra In Odia, How Tantraism Started Among Buddhist

Post a Comment

0Comments

Post a Comment (0)