ଓଡିଶାରେ ବୌଦ୍ଧ ଧର୍ମ | BUDDHISM IN ODISHA

@_ustad
0

BUDDHISM IN ODISHA

ବୌଦ୍ଧ ଧର୍ମ ଗୌତମ ବୁଦ୍ଧଙ୍କଦ୍ୱାରା ପ୍ରବର୍ତ୍ତିତ ହୋଇଥିଲା। ଏହି ଧର୍ମରେ ଈଶ୍ୱରଙ୍କ ଅସ୍ତିତ୍ୱ ସ୍ୱୀକୃତ ନୁହେଁ ତଥା ଜୀବହିଂସା ଓ ଜାତିଭେଦ ନିଷିଦ୍ଧ ଅଟେ । ସମୟକ୍ରମେ ପ୍ରାଚ୍ୟ ଜଗତରେ ବ୍ୟାପକ ଭାବରେ ଏହି ଧର୍ମ ପ୍ରଚାରିତ ହୋଇଥିଲା। ବର୍ତ୍ତମାନ ଚୀନ୍, ଜାପାନ, ଶ୍ରୀଲଙ୍କା ଦେଶରେ ବହୁତ ଲୋକ ବୌଦ୍ଧଧର୍ମାବଲମ୍ୱୀ ଅଟନ୍ତି। 

ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ବୁଦ୍ଧଦେବଙ୍କ ଜୀବନ— କାଳରେ ଉତ୍କଳର ଦୁଇ ଜଣ ବଣିକ ପଣ୍ୟ ଦ୍ରବ୍ୟ ସହ ମଗଧକୁ ଯାଉଯାଉ ବାଟରେ ବୁଦ୍ଧଦେବଙ୍କୁ ଭେଟି ତାଙ୍କ— ଠାରୁ ଦୀକ୍ଷା ଗ୍ରହଣ କରି ତାଙ୍କଠାରୁ ନଖ ଓ କେଶ ଆଣି ଉତ୍କଳକୁ ଫେରି ଆସି ତାହା ରଖିବାପାଇଁ ଗୋଟିଏ ଚୈତ୍ୟ ନିର୍ମାଣ କରିଥିଲେ। 

ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଅଶୋକ ଉତ୍କଳ ଜୟ କରିବାପରେ ବୌଦ୍ଧ ଧର୍ମ ଉତ୍କଳରେ ବହୁଳ ଭାବରେ ପ୍ରଚାର ପ୍ରସାର କରିଥିଲେ।

ରାଜା ନାଗାର୍ଜୁନଙ୍କର ଖ୍ରୀଷ୍ଟୀୟ ଦ୍ଵିତୀୟ ଶତାବ୍ଦୀରେ ଓଡ଼ିଶାର ରାଜାଙ୍କୁ ବୌଦ୍ଧ ଧର୍ମରେ ଦୀକ୍ଷିତ କରିବା କଥା ତିବ୍ୱତର ଇତିହାସରୁ ମିଳେ। 

ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀରେ ଚୀନ ପରିବ୍ରାଜକ ହୁଏନସାଁ ଉତ୍କଳକୁ ଆସିଲାବେଳେ ଉତ୍କଳରେ ହୀନଯାନ ଓ ମହାଯାନ ସମ୍ପ୍ରଦାୟଙ୍କ ମଧ୍ୟରେ ତୀବ୍ର ବାଦାନୁବାଦ ଲାଗି ମହାଯାନ ବୌଦ୍ଧଧର୍ମ ନିର୍ବିବାଦରେ ପ୍ରଚାରିତ ହେଲା। ଉତ୍କଳର ପ୍ରାଚୀନ ଶିଳ୍ପରେ ମହାଯାନ ସମ୍ପ୍ରଦାୟର ବ୍ୟବହୃତ ଅନେକ ମନ୍ତ୍ର ଖୋଦିତ ଅଛି । ଉତ୍କଳରେ ପ୍ରଚଳିତ ତନ୍ତ୍ର ମତ ବୌଦ୍ଧ ମତରୁ ଉଦ୍ଭବ ବୌଦ୍ଧ ଧର୍ମର ତନ୍ତ୍ରମତ ବା ତନ୍ତ୍ର ଯାନ (ବଜ୍ର ଯାନ) ରୁ ଉତ୍କଳରେ ସହଜ ଯାନର ସୃଷ୍ଟି ହୋଇଥିଲା। 

ବର୍ତ୍ତମାନ ଆବିଷ୍କୃତ ତିବ୍ୱତୀୟ ଗ୍ରନ୍ଥମାନଙ୍କରୁ ପ୍ରମାଣ ମିଳେ ଯେ ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀରେ ଶେଷ ଭାଗରେ ରାଜା ମୁକୁନ୍ଦଦେବ ବୌଦ୍ଧମାନଙ୍କୁ ଆଦର କରୁଥିଲେ। ବଳରାମ ଦାସ ଓ ଅଚ୍ୟୁତାନନ୍ଦ ଦାସ ପ୍ରଭୃତିଙ୍କୁ ଓଡ଼ିଶାରେ ୧୬ଶ ଶତାବ୍ଦୀରେ ବୌଦ୍ଧ ରୂପେ ଗ୍ରହଣ କରାଯାଇ ପାରେ ଉତ୍କଳୀୟ ଯୋଗୀ—ବୈଷ୍ଣବମାନଙ୍କୁ ବୌଦ୍ଧ ବୋଲି ମାନିବାକୁ ହେବ ସହଜିଆ ବୈଦ୍ଧମାନଙ୍କ ସଙ୍ଗେ ଉତ୍କଳୀୟ ଯୋଗୀ—ବୌଦ୍ଧମାନଙ୍କର ସାମଞ୍ଜସ୍ୟ ଅଛି।

ଓଡ଼ିଆ ଭାଗବତର ଜଗନ୍ନାଥ ଦାସ ବ୍ରାହ୍ମଣ ଥିଲେହେଁ ସେ ଓଡ଼ିଆ ରାମାୟଣର ଶୂଦ୍ର ବଳରାମ ଦାସଙ୍କଠାରୁ ମନ୍ତ୍ର ଗ୍ରହଣ କରିଥିଲେ। ଶୁଦ୍ରଠାରୁ ବ୍ରାହ୍ମଣର ମନ୍ତ୍ର ଗ୍ରହଣ ହିନ୍ଦୁ ଶାସ୍ତ୍ରାନୁମୋଦିତ ନୁହେଁ, କିନ୍ତୁ ବୌଦ୍ଧ 'ଜାତକ' ଗ୍ରନ୍ଥରେ ଏହା ଅନୁମୋଦିତ ବୌଦ୍ଧ ଜାତକମାଳାରେ ଗଳ୍ପ ସହିତ ଦିନକୃଷ୍ଣ ଦାସଙ୍କ 'ପ୍ରସ୍ତାବସିନ୍ଧୁ'ରେ ଥିବା ଶିଅଳଠାରୁ ବ୍ରାହ୍ମଣର ମନ୍ତ୍ର ଗ୍ରହଣ ଗଳ୍ପର ମେଳ ଅଛି। ଉତ୍କଳୀୟ ବୈଷ୍ଣବ ସମାଜ ବୌଦ୍ଧଧର୍ମଦ୍ୱାରା ପ୍ରଭାବିତ ହୋଇଥିଲା ଅଚ୍ୟତାନନ୍ଦ ଦାସ ଆଦିଙ୍କ ଶୂନ୍ୟ ଉପାସନା ବୈଦ୍ଧଧର୍ମ ଛଡ଼ା ଆଉ କିଛି ନୁହିଁ ବୌଦ୍ଧ ସହଜ— ଯାନ ସାହିତ୍ୟ ସଙ୍ଗେ ଉତ୍କଳୀୟ ବୈଷ୍ଣବ ସାହିତ୍ୟର ଅନେକ ସାମଞ୍ଜସ୍ୟ ଅଛି—ଶ୍ରୀ ବିନାୟକ ମିଶ୍ର ସହକାର ୧୧

ବୁଦ୍ଧଦେବ ଉପଦେଶ ଦେଇଅଛନ୍ତି. "ହେ ଭିକ୍ଷୁଗଣ! ତୁମ୍ଭେମାନେ ଦୁଇ ଅନ୍ତକୁ ତ୍ୟାଗ କରି ମଧ୍ୟମ ମାର୍ଗ (ମଧ୍ୟମା ପ୍ରତିପଦା) ଅବଲମ୍ୱନ କରିବ ଏ ଦୁଇ ଅନ୍ତ ଯଥା—୧ କାମ ବା ବିଷୟସୁଖଲାଭ ପାଇଁ ଯତ୍ନ ଓ ୨ ଶରୀରର କ୍ଳେଶ ଦେବା ଏ ଦୁଇ ଅନ୍ତକୁ ତ୍ୟାଗ କରିବ।

ବୌଦ୍ଧମତ ଅନୁସାରେ ପୃଥିବୀର କୌଣସି ବସ୍ତୁ ନିତ୍ୟ ନୁହେଁ ନିତ୍ୟ ଚୈତନ୍ୟ ବୋଲି କିଛି ବସ୍ତୁ ନାହିଁ; ସବୁ ବିଜ୍ଞାନ ମାତ୍ର ଅଟେ ବୌଦ୍ଧମାନେ ଆତ୍ମାର ଅମରତ୍ୱ ସ୍ୱୀକାର କରନ୍ତି ନାହିଁ ଓ କର୍ମବାଦ ଉପରେ ଆସ୍ଥା ସ୍ଥାପନ କରନ୍ତି ମୃତ୍ୟୁ ପରେ ଶରୀରରେ ସମସ୍ତ ଅଂଶ ଓ ଆତ୍ମା ନଷ୍ଟ ହୋଇଯାଏ; କିନ୍ତୁ କର୍ମଫଳରୁ ଉକ୍ତ ନଷ୍ଟ ଅଂଶ ସ୍ଥାନରେ ନୂଆ ନୂଆ ଅଂଶ ଓ ନୂଆ ଅଂଶ ଓ ନୂଆ ଜୀବ ଉତ୍ପନ୍ନ ହୁଏ ଅତଏବ ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଜୀବରେ କେବଳ କର୍ମ ସୂତ୍ରରୂପେ ସମ୍ୱନ୍ଧ ବିଦ୍ୟମାନ ଥାଏ। ବୌଦ୍ଧ ଧର୍ମର ୨ ପ୍ରଧାନ ଶାଖା, ହୀନଯାନ ଓ ମହାଯାନ। ହୀନଯାନ ବୌଦ୍ଧ ମତ ବିଶୁଦ୍ଧ ଓ ପୁରାତନ ରୂପ ଅଟେ। ମହାଯାନ ହୀନଯାନର ବିସ୍ତୃତ ରୂପ ଅଟେ ଓ ଏଥିରେ ବହୁ ଦେବ — ଉପାସନା ଓ ତନ୍ତ୍ରୋକ୍ତ କ୍ରିୟାମାନେ ଅଛି ହୀନଯାନର ପ୍ରଚାର ବ୍ରହ୍ମଦେଶ, ଶ୍ୟାମ ଓ ସିଂହଳରେ ଏବଂ ମହାଯାନର ପ୍ରଚାର ତିବ୍ୱତ. ମଙ୍ଗୋଲିଆ, ଚୀନ, ଜାପାନ, ମାଞ୍ଚୁରିଆ ଆଦିରେ ହୋଇଅଛି। ଚିତ୍ତ ଚାଞ୍ଚଲ୍ୟ ଦୂର କରି କାମନାର ବିନାଶ ପୂର୍ବକ ଇନ୍ଦ୍ରିୟ ପ୍ରଭାବକୁ ନଷ୍ଟ କରି ସୁଖରୁ ଓ ଦୁଃଖରୁ ନିର୍ବାଣ ଲାଭ କରିବା ବୌଦ୍ଧ ଧର୍ମର ଶିକ୍ଷା ଅଟେ; ସଦ୍ଦୃଷ୍ଟି, ସତ୍ ସଂକଳ୍ପ, ସବ୍ୱାକ୍ୟ, ସବ୍ଦ୍ୟବହାର, ସଦୁପାୟରେ ଜୀବିକା ନିର୍ବାହ, ସଚ୍ଚେଷ୍ଟା ସତ୍ ସ୍ମୃତି ଓ ସମ୍ୟକ୍ ସମାଧି, ଏହି ଅଷ୍ଠବିଧ ଉପାୟରେ ଆତ୍ମୋତ୍କର୍ଷ ସାଧନ କରିବା ବୌଦ୍ଧ ଧର୍ମର ଉପଦେଶ ଦୟା, ବୃତ୍ତି ପରିଚାଳନା ଏଥିରେ ଉପଦେଶ ଦିଆଯାଇଛି । 

Post a Comment

0Comments

Post a Comment (0)