ଭକ୍ତ କେତେ ପ୍ରକାର ? କେଉଁ ଭକ୍ତ ଭଗବାନଙ୍କର ପ୍ରିୟ ଭକ୍ତ ତାହା ଭକ୍ତିଯୋଗକୁ ଆଶ୍ରୟ କରି ଆଲୋଚନା କରାଯାଇଛି

@_ustad
0

Types Of Bhakt In Odia

What are the four types of Devotees and how are they difined in Odia
-ସାଧାରଣ ଭାବରେ ଭଗବତପ୍ରେମୀ , ନାମ ସଂକୀର୍ତ୍ତନ , ରଟନ କରୁଥିବା ବ୍ୟକ୍ତିଙ୍କୁ ଭକ୍ତ କୁହାଯାଏ । କିନ୍ତୁ ଭଗବାନ ଶ୍ରୀକୃଷ୍ଣ ଶ୍ରୀମଦ୍ ଭଗବତ୍ ଗୀତାରେ ଅର୍ଜୁନଙ୍କୁ ଭକ୍ତମାନଙ୍କର ପ୍ରକାରଭେଦ ବିଷୟରେ ସୂଚନା ଦେଇଛନ୍ତି । ଭକ୍ତ ମୁଖ୍ୟତଃ ୪ ପ୍ରକାର । ଯଥା— ( ୧ ) ଆର୍ତ୍ତ , ( ୨ ) ଅର୍ଥାର୍ଥୀ , ( ୩ ) ଜିଜ୍ଞାଷୁ , ( ୪ ) ଜ୍ଞାନୀ । 

( ୧ ) ଆର୍ତ୍ତ – ବିପଦରେ ସମ୍ମୁଖୀନ ହୋଇ ଯେଉଁମାନେ ଭଗବାନଙ୍କ ଶରଣ ଯାଚନା କରନ୍ତି ସେହି ବ୍ୟକ୍ତିମାନଙ୍କୁ ଆର୍ତ୍ତଭକ୍ତ କୁହାଯାଏ । ଯଥା— ସାଲବେଗ , ଦ୍ରୌପଦୀ , ଗଜ , ମୃଗୁଣୀ , ମାର୍କଣ୍ଡେୟ ଋଷି ପ୍ରଭୃତି । 

( ୨ ) ଅର୍ଥାର୍ଥୀ – ଯେଉଁ ଭକ୍ତ ସ୍ଵଅଭିଳାଷ ପୂରଣ ନିମନ୍ତେ ଭଗବାନଙ୍କ ନିକଟରେ ଶରଣାର୍ଥୀ ହୁଅନ୍ତି ସେହି ଭକ୍ତମାନଙ୍କୁ ଅର୍ଥାର୍ଥୀଭକ୍ତ କୁହାଯାଏ । ଯଥା— ଧ୍ରୁବ । 

( ୩ ) ଜିଜ୍ଞାଷୁ – ଯେଉଁ ଭକ୍ତ ପରମେଶ୍ଵରଙ୍କ ବିଷୟରେ ଜାଣିବା ନିମନ୍ତେ ଅତ୍ୟନ୍ତ ଉତ୍କଣ୍ଠିତ ବା ବ୍ୟାକୁଳ ସେହି ଭକ୍ତମାନଙ୍କୁ ଜିଜ୍ଞାସୁ ଭକ୍ତ କୁହାଯାଏ । ଯଥା— ଅର୍ଜୁନ , ପାର୍ବତୀ , ଉଦ୍ଧବ ଇତ୍ୟାଦି । 

( ୪ ) ଜ୍ଞାନୀ - ଯେଉଁ ଭକ୍ତମାନେ ଭଗବାନ୍‌ଙ୍କୁ ଜାଣନ୍ତି ସେହି ଭକ୍ତମାନଙ୍କୁ ଜ୍ଞାନୀଭକ୍ତ କୁହାଯାଏ । ଯଥା— ପ୍ରହଲ୍ଲାଦ , ବଶିଷ୍ଠ , କପିଳ ପ୍ରଭୃତି । 

ଯେଉଁ ବ୍ୟକ୍ତି ସମସ୍ତ ପ୍ରାଣୀଙ୍କଠାରେ ଶତ୍ରୁରହିତ ନିଃସ୍ଵାର୍ଥ ଭାବରେ ସମସ୍ତଙ୍କର ଶ୍ରଦ୍ଧାଭାଜନ ହୋଇଥିବ , ଦୟାନିପୁଣ , ମମତ୍ଵ ରହିତ , ଅହଂକାର ରହିତ , ସୁଖଦୁଃଖ ପ୍ରାପ୍ତିରେ ସମଭାବାପନ୍ନ , କ୍ଷମାଶୀଳ , ମନ ଏବଂ ଇନ୍ଦ୍ରିୟଗୁଡ଼ିକୁ ଶରୀର ମାଧ୍ୟମରେ ବଶ କରି ନିରନ୍ତର ସନ୍ତୁଷ୍ଟ ରହନ୍ତି , ମୋ’ଠାରେ ଦୃଢ଼ନିଶ୍ଚୟ ହୋଇଥାନ୍ତି , ମୋ’ଠାରେ ମନ ବୁଦ୍ଧି ଅର୍ପଣ କରିଦେଇଥିବା ଭକ୍ତ ମୋର ପ୍ରିୟ ଅଟେ । ଯାହାଙ୍କ ଦ୍ଵାରା କୌଣସି ଜୀବ ଉଦ୍‌ବିଗ୍ନ ହୁଏ ନାହିଁ କି ସେ ନିଜେ କୌଣସି ଜୀବ ଦ୍ବାରା ଉଦ୍‌ବିଗ୍ନ ହୁଅନ୍ତି ନାହିଁ , ପୁନଶ୍ଚ ଯେ ହର୍ଷ - ଅମର୍ଷ - ଭୟ - ଉଦ୍‌ବେଗାଦିରୁ ରହିତ ସେହି ଭକ୍ତ ମୋର ପ୍ରିୟ ଅଟେ । ଯେ ଆକାଂକ୍ଷା ରହିତ , ଯାହାର ଅନ୍ତ ଏବଂ ବାହ୍ୟ ଶୁଦ୍ଧ , ଦକ୍ଷ , ପକ୍ଷପାତ ରହିତ ଓ ଦୁଃଖରୁ ମୁକ୍ତ ଅଟନ୍ତି , ସେହି ସର୍ବାରମ୍ଭତ୍ୟାଗୀ ଭକ୍ତ ମୋର ପ୍ରିୟ ଅଟେ । ଯଥା—

  •  ଯସ୍ମାନ୍ମୋଦ୍ଵିଜତେ ଲୋକୋ ଲେକାନ୍ମୋଜତେ ଚ ଯଃ । ହର୍ଷମର୍ଷଭୟୋଦ୍ ବେଗୈର୍ମୁକ୍ତୋ ଯଃ ସ ଚ ମେ ପ୍ରିୟଃ ।।( ଭକ୍ତିଯୋଗ - ୧୫ ) 
  • ଅନପେକ୍ଷ ଶୁଚିର୍ଦକ୍ଷ ଉଦାସୀନୋ ଗତଜ୍ୟତଃ ।
    ସର୍ବାରମ୍ଭ ପରିତ୍ୟାଗୀ ଯୋ ମଦଭକ୍ତଃ ସ ମେ ପ୍ରିୟଃ ॥ ( ଭକ୍ତିଯୋଗ - ୧୬ )



 ଯେ କେବେ ହର୍ଷିତ ହୁଅନ୍ତି ନାହିଁ , ଦ୍ବେଷ କରନ୍ତି ନାହିଁ , ଶୋକ କରନ୍ତି ନାହିଁ କି କାମନା କରନ୍ତି ନାହିଁ , ଯେ କି ଶୁଭ - ଅଶୁଭ ସକଳ କର୍ମର ତ୍ୟାଗୀ ଅଟନ୍ତି ସେହି ଭକ୍ତିମାନ୍ ପୁରୁଷ ମୋର ପ୍ରିୟ ଅଟେ । ଯେ ଶ୍ରତୁ ମିତ୍ରଠାରେ ଓ ମାନ ଅପମାନରେ ସମ ତଥା ଶୀଘ୍ର ଶୀତ-ଉଷ୍ମ ଓ ସୁଖଦୁଃଖାଦି ଦ୍ଵନ୍ଦ୍ବରେ ସମ ଏବଂ ଆସକ୍ତି ରହିତ , ସେ ନିନ୍ଦା ଓ ସ୍ତୁତିକୁ ସମଚକ୍ଷୁରେ ଦେଖନ୍ତି , ଯେ ମନଶୀଳ ଏବଂ ଯେକୌଣସି ପ୍ରକାର ଶରୀର ନିର୍ବାହ ହେବାରେ ସର୍ବଦା ସନ୍ତୁଷ୍ଟ ରହନ୍ତି ଓ ବାସସ୍ଥାନ ପ୍ରତି ମମତ୍ଵ ଓ ଆସକ୍ତି ରହିତ ଅଟନ୍ତି , ସେହି ସ୍ଥିରବୁଦ୍ଧି ଭକ୍ତମାନ ପୁରୁଷ ମୋର ପ୍ରିୟ ଅଟନ୍ତି । ଯେଉଁ ଶ୍ରଦ୍ଧାଯୁକ୍ତ ପୁରୁଷମାନେ ମୋ ପରାୟଣ ହୋଇ ଉପରୋକ୍ତ ଧର୍ମମୟ ଅମୃତକୁ ନିଷ୍କାମ ପ୍ରେମ ଭାବରେ ସେବନ କରନ୍ତି ସେହି ଭକ୍ତମାନେ ମୋର ଅତିଶୟ ପ୍ରିୟ ଅଟନ୍ତି ।

Keywords: Types of bhakts, 4 types of devotees (bhaktas) – as defined by bhagvad gita, What Is Bhakti Yoga Its Types, Benefits & Practice Guide, Different Types of Devotees, Different kinds and types of devotees, Gita chapter 7.16 Four types of devotees, Four Types Of Devotees You Can Encounter In Bhakti Life, Four Kinds of Bhaktas, The 4 Types of Devotees, Gita 7.16 - Essence of Bhagavad Gita, 4 Types of Devotees - Bhagwad Gita Blog

Post a Comment

0Comments

Post a Comment (0)