List of tribes in odisha | st caste list in odisha 2020 | 10 tribes of odisha | tribes of odisha - Wikipedia | vulnerable tribal groups of odisha | tribes of odisha pdf | tribes in odisha upsc | tribes of odisha in Odia
ଆମ ଓଡ଼ିଶାରେ 62 ପ୍ରକାରର ଆଦିବାସୀ ସମ୍ପ୍ରଦାୟ ଅଛନ୍ତି।ଏମାନଙ୍କ ମଧ୍ୟରୁ ବଗଟା, ବାଇଗା, ବଂଜରା, ବାଥୁଡି, ଭଠାଡା, ଭୂୟାଁ, ଭୂମିଆ, ଭୂମିଜ, ଭୂନିଜା, ବିନିଝାଲ, ବିଂଝିଆ, ବିରହର, ବଣ୍ଡାପରଜା, ଡ଼ଲ, ଦେସୁଆଭୂମିଜ, ଧାରୁଆ, ଦିଡ଼ାୟି, ଗଦାବା, ଗଣ୍ଡିଆ, ଘରା, ହୋ, ଗଣ୍ଡ, ହଲବା, ଜାତପୁ, ଜୁଆଙ୍ଗ, କନ୍ଧ, ଜବାର, କୋଲହ, କୋଲ, କୋଲି, ମଲହର, ଜୁଆଙ୍ଗ, କୋରା, କୋଣ୍ଡାଦୋରା, ଅରୁଆ, ସଉଁଟି, ଶବର, ସାନ୍ତାଳ, ପେଣ୍ଟିଆ, ଖଜୁଆର, ପାରେଙ୍ଗା, ଔରାନ୍, ଅମନାତ୍ୟ, ମୁଣ୍ଡାରୀ, ମୁଣ୍ଡା, ମିର୍ଦ୍ଧାସ୍, ମାତ୍ୟ, ମାନ୍କିରଡ଼ିଆ, ମାହାଲି, ଲୋଧା, କୁଲିସ, କୋୟା, କୋଟିଆ, କରୁଆ ଆଦି ପ୍ରମୁଖ । ଭାରତରେ 645 ପ୍ରକାରର ଅଛନ୍ତି।ଆମ ଆଦିବାସୀ ମାନଙ୍କ ଅଧିକାର ସୁରକ୍ଷା ଉପରେ ସମ୍ବିଧାନରେ ବି ବର୍ଣ୍ଣନା କରାଯାଇଅଛି । ପ୍ରଥମେ ସମ୍ବିଧାନର ଧାରା (୪)ରେ ସ୍ପଷ୍ଟ କୁହାଯାଇଛି ଯେ ରାଷ୍ଟ୍ର୍ରର ନିର୍ଦ୍ଦେଶମୂଳକ ନୀତି(Directive Principle of the State Policy) ଅନୁସାରେ ରାଷ୍ଟ୍ର ଗରିବ ଓ ଦୁର୍ବଳ ଶ୍ରେଶୀ ଯଥା ଅନୁସୂଚିତ ଜାତି ଓ ଜନଜାତିମାନଙ୍କୁ ସମସ୍ତ ଶୋଷଣ ଓ ଅତ୍ୟାଚାରରୁ ରକ୍ଷା କରିବ । ଏହାଛଡ଼ା ସମ୍ବିଧାନ ଧାରା ୨୪୪, ୨୪୪(କ), ୨୭୫(୧), ୩୪୨, ୩୩୮(କ) ଓ ୩୩୯ ଆଦି ଆଦିବାସୀ ମାନଙ୍କର ସ୍ୱାର୍ଥ, ବିକାଶ ଓ ସୁରକ୍ଷା ପାଇଁ ଉଦ୍ଦିଷ୍ଟ । ସମ୍ବିଧାନ ବିଶ୍ଲେଷଣ କରିଲେ ଜଣାପଡ଼େ ଯେ ୨୦୯ଟି ଧାରା ଓ ଦୁଇଟି ସ୍ୱତନ୍ତ୍ର ଅନୁସୂଚୀ ଆଦିବାସୀମାନଙ୍କ ପାଇଁ ଉଦ୍ଦିଷ୍ଟ । ଏହାଛଡ଼ା କେତୋଟି ସ୍ୱତନ୍ତ୍ର ଆଇନ ମଧ୍ୟ ଆଦିବାସୀଙ୍କୁ ସୁରକ୍ଷା ଦେବାପାଇଁ ସ୍ୱତନ୍ତ୍ର ଭାବେ କାର୍ଯ୍ୟକାରୀ ହେଉଛି । ସେଗୁଡ଼ିକ ହେଲା ୧୯୭୬ ମସିହାର ନାଗରିକ ସୁରକ୍ଷା ଆଇନ, ୧୯୮୯ ମସିହାର ହରିଜନ ଆଦିବାସୀ ଅତ୍ୟାଚାର ନିରୋଧ ଆଇନ, ୧୯୫୬ ମସିହାର ଓଡ଼ିଶା ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଓସାଟିପ୍ (OSATIP) ଆଇନ, ୧୯୯୬ ମସିହାର ପେସା ଆଇନ, ୨୦୦୬ ମସିହାର ଜଙ୍ଗଲ ଜମି ଅଧିକାର ଆଇନ ଆଦି ଅନେକ କିଛି । ଓଡ଼ିଶାରେ ଆଦିବାସୀ ଅଞ୍ଚଳ ପାଇଁ ଅନେକ ସ୍ୱତନ୍ତ୍ର ଆଇନ୍ କରାଯାଇଛି । ସେଗୁଡ଼ିକ ହେଲା ୧୯୬୦ ମସିହାର ଓଡ଼ିଶା ସଂସ୍କାର ଆଇନ୍, ୧୯୬୭ ମସିହାର ମହାଜନୀ ଋଣ ନିରୋଧ ଆଇନ୍, ୧୯୬୨ ମସିହାର ଓଡ଼ିଶା ଜମି ବନ୍ଦୋବସ୍ତ ଆଇନ୍ ଆଦି ଅନେକ କିଛି ।
ଓଡ଼ିଶା ଭଳି ଅନ୍ୟ ରାଜ୍ୟ ଯଥା ଆନ୍ଧ୍ର, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଓ ଛତିଶିଗଡ଼ ଆଦି ରାଜ୍ୟରେ ଆଦିବାସୀ ମାନଙ୍କର ସୁରକ୍ଷା ପାଇଁ ଅନେକ ଆଇନ୍ ଓ ନୀତି ମଧ୍ୟ ପ୍ରଣୟନ କରାଯାଇଛି।ଆଦିବାସୀମାନଙ୍କ କଲ୍ୟାଣ ଓ ବିକାଶ ପାଇଁ ଅନେକ କିଛି ଅନୁଷ୍ଠାନ ଓ ଅଫିସ ମଧ୍ୟ କେନ୍ଦ୍ର ସରକାର ଖୋଲିଛନ୍ତି । ସେଗୁଡ଼ିକ ଭିତରେ ଆଦିବାସୀ ମନ୍ତ୍ରଣାଳୟ, ଜାତୀୟ ଅନୁସୂଚିତ ଜନଜାତି କମିଶନ, ଆଦିବାସୀ ଉପଯୋଜନା ବା Tribal Sub-Plan ଟ୍ରାଇଫେଡ଼୍ ଆଦି ଅନ୍ୟତମ । ଏହାକୁ ବିଚାରକୁ ନେଇ ରାଜ୍ୟ ସରକାରମାନେ ମଧ୍ୟ ବିଭିନ୍ନ ବିଭାଗ ଓ ଅନୁଷ୍ଠାନ ସୃଷ୍ଟି କରିଛନ୍ତି । ଉଲ୍ଲେଖନୀୟ ବିଷୟ ହେଲା ଯେ, ସମ୍ବିଧାନକୁ ଆଧାର କରି ଆଦିବାସୀ ଉପଦେଷ୍ଟା କମିଟି ବା Tribal Advisory Council ପ୍ରତ୍ୟେକ ଆଦିବାସୀ ଅଧ୍ୟୁଷିତ ରାଜ୍ୟରେ ଗଢ଼ାଯାଇଛି । ଏହି ଉପଦେଷ୍ଟା କମିଟିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟପାଳଙ୍କୁ ବିଭିନ୍ନ ପ୍ରସ୍ତାବ ଦେବା । ଓଡ଼ିଶାରେ ଆହୁରି ମଧ୍ୟ ଟି.ଡି.ସି.ସି ଓ ଲ୍ୟାମ୍ପସ ଆଦି ଅନୁଷ୍ଠାନ ଆଦିବାସୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ କରିବା ପାଇଁ ଗଢ଼ା ହୋଇଛି । ଆଦିବାସୀ ଉପଯୋଜନା ବା ଟ୍ରାଇବଲ୍ ସବ୍-ପ୍ଲାନ୍ ଅନୁଯାୟୀ ଜାତୀୟ ବଜେଟର ଶତକଡ଼ା ୮ ଭାଗ ଓ ରାଜ୍ୟ ବଜେଟ୍ର ଶତକଡ଼ା ୨୨ ଭାଗ ଆଦିବାସୀମାନଙ୍କ ପାଇଁ ଉଦ୍ଦିଷ୍ଟ ରହିବ । ଏହା ଯଦି ଠିକ୍ ଭାବେ ବିନିଯୋଗ କରାଯାଇଥାଆନ୍ତା, ଆଦିବାସୀ ଅଞ୍ଚଳରେ ଆଦିବାସୀମାନଙ୍କ ହିତରେ ବହୁତ କିଛି କାର୍ଯ୍ୟକ୍ରମ ହାତକୁ ନିଆଯାଇଥାଆନ୍ତା ।
ଆମ ଆଦିବାସୀ ପରମ୍ପରା ସବୁଠୁ ନିଆରା । ସେମାନଙ୍କ କଥାବର୍ତ୍ତା, ଭାବଭଙ୍ଗୀ, ଜୀବନଶୈଳୀ, ସଚ୍ଚୋଟତା ସବୁକିଛି ଅଲଗା । ବିଶେଷ କରି ସେମାନେ ନିରୀହ ଏବଂ ଅତ୍ୟନ୍ତ ସାଧାରଣ ଜୀବନଯାପନ କରୁଥିବା ଜନଜାତି । ଓଡ଼ିଶାର ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଛକୁଣ୍ଡ ନଦୀର ଉତ୍ତର ପଶ୍ଚିମ ପାର୍ବତ୍ୟ ଅଞ୍ଚଳରେ ‘ବଣ୍ଡା’ ନାମକ ଏକ ଆଦିବାସୀ ସଂପ୍ରଦାୟ ବାସ କରନ୍ତି ।ଖଇରାପୁଟ ବ୍ଳକର ପ୍ରାୟ ୩୨ଟି ଗ୍ରାମରେ ସୀମିତ ଅଞ୍ଚଳରେ ବାସ କରୁଥିବା ଏହି ଜନଜାତିର ସ୍ବାତନ୍ତ୍ର୍ୟ ହେଲା ସେମାନଙ୍କର ବେଶଭୂଷା ଓ ଦୁର୍ଦ୍ଧଷ ଜୀବନଶୈଳୀ। ବଣ୍ଡା ପୁରୁଷମାନେ ପ୍ରାୟ ସବୁବେଳେ ଧନୁତୀର ପାଖରେ ରଖିଥାନ୍ତି। ମହିଳାମାନେ ଗଳାରେ ଧାତବ ବଳା ପିନ୍ଧନ୍ତି ଓ ମାଳି ଗୋଛାଏ ବେକରୁ ଝୁଲାଇ ଥାନ୍ତି। ଏହି ଜାତିର ମୁଖ୍ୟ ଦେବତା ପାଟଖଣ୍ଡା ମହାପ୍ରଭୁ ଏକ ଲମ୍ବା ଖଣ୍ଡା ରୁପରେ ମୁଦୁଲିପଡା ଗାଁ ନିକଟରେ ଏକ ବରଗଛ ଉପରେ ରଖାହୋଇଥାନ୍ତି।ଓଡ଼ିଶାର ଆଦିବାସୀ ଜନଜାତିଙ୍କ ମଧ୍ୟରେ କନ୍ଧମାନଙ୍କର ସଂଖ୍ୟା ସବୁଠାରୁ ଅଧିକ ।ସେମାନଙ୍କ ମଧ୍ୟରେ କୁଟିଆ କନ୍ଧ, ଡୋଙ୍ଗରିଆ କନ୍ଧ ଓ ଦେଶିଆ କନ୍ଧ ଆଦି ଅନେକ ଭିନ୍ନ ଭିନ୍ନ ସଂପ୍ରଦାୟର କନ୍ଧ ଅଛନ୍ତି।ଏମାନେ ମୁଖ୍ୟତଃ କନ୍ଧମାଳ ଜିଲ୍ଲା, ରାୟଗଡା ଜିଲ୍ଲାର ନିୟମଗିରି ପର୍ବତଶ୍ରେଣୀ ଓ କଳାହାଣ୍ଡି ଅଞ୍ଚଳରେ ଦେଖାଯାନ୍ତି ।ଏମାନେ ଶାନ୍ତିପ୍ରିୟ ଓ ଅତି ସରଳ ଜୀବନ ଯାପନ କରନ୍ତି । ଜଙ୍ଗଲ ଓ ପାର୍ବତ୍ୟ ପରିବେଶ ସହିତ ଅତି ଅନ୍ତରଙ୍ଗ ଭାବରେ ଜଡ଼ିତ ଏହି ଜନଜାତିର ନୃତ୍ୟ, ସଂଗୀତ ଓ ସାମାଜିକ ପରମ୍ପରା ପରିବେଶ ସହିତ ଏକ ସନ୍ତୁଳିତ ଜୀବନଶୈଳୀର ସୂଚନା ଦିଏ।ଶଉରା ଜାତିର ଆଦିବାସୀମାନେ ଆମ ଦେଶର ସୁବଠାରୁ ଆଦିମ ଜନଜାତି ବୋଲି ବିଶ୍ବାସ କରାଯାଏ।ଲାଞିଆ ଶଉରା ଏହି ଜନଜାତିର ଗୋଟିଏ ସଂପ୍ରଦାୟ।ଓଡ଼ିଶାର ରାୟଗଡ଼ା ଓ ଗଜପତି ଜିଲ୍ଲାର ମାଳ ଅଞ୍ଚଳରେ ଲାଞିଆ ଶଉରାମାନେ ବହୁ ସଂଖ୍ୟାରେ ଦେଖିବାକୁ ମିଳନ୍ତି।ପୋଡୁଚାଷରେ ଏମାନଙ୍କର ଦକ୍ଷତା ଅତି ଭଲ। ଏମାନେ ଖୁବ୍ କଳାପ୍ରିୟ ।ବଂଶୀ ଓ ତୂରୀ ଆଦି ବିବିଧ ବାଦ୍ୟଯନ୍ତ୍ରର ପ୍ରୟୋଗ ଓ ସୁନ୍ଦର ଝୋଟିର ଚିତ୍ରକଳାରେ ଏମାନେ ଖୁବ୍ ପାରଙ୍ଗମ ।ତା’ଛଡା କୃଷିକର୍ମ ଓ ସାମାଜିକ ଜୀବନରେ ଏମାନଙ୍କର ନୂଆ ନୂଆ ପ୍ରଣାଳୀ ପ୍ରୟୋଗ କରିବାର ଆଗ୍ରହ ଅତ୍ୟନ୍ତ ଲକ୍ଷଣୀୟ ।କିନ୍ତୁ ଆଜି ଦେଶ ଡିଜିଟାଲ ହେବାକୁ ଯାଉଥିବା ବେଳ ସେମାନେ ଆଜି ବି ଅବହେଳିତ । ଆମ ଦେଶ ଜନସଂଖ୍ୟାର ପ୍ରାୟ ୮.୬ ପ୍ରତିଶତ ଆଦିବାସୀ । ମଧ୍ୟପ୍ରଦେଶରେ ସବୁଠୁ ଅଧିକ ଆଦିବାସୀ ପରିବାର ବସବାସ କରନ୍ତି । ତେବେ ଓଡ଼ିଶାରେ ମଧ୍ୟ ବହୁତ ସଂଖ୍ୟକ ଆଦିବାସୀ ରହିଛନ୍ତି । ଜନସଂଖ୍ୟାର ପ୍ରାୟ ୨୪ ପ୍ରତିଶତ ଆଦିବାସୀ । ବିଶେଷ କରି ଅବିଭକ୍ତ କୋରାପୁଟ, ମୟୁରଭଞ୍ଜ ଓ ସୁନ୍ଦରଗଡ଼ରେ । ସେହିପରି କଳାହାଣ୍ଡି, ବଲାଙ୍ଗୀର, ବାରିପଦା, ଫୁଲବାଣୀରେ ମଧ୍ୟ ବସବାସ କରୁନ୍ତି ଅନେକ ଆଦିବାସୀ । ଏମାନଙ୍କ ମଧ୍ୟରେ ଜୁଆଙ୍ଗ, ଭୂୟାଁ, ସାନ୍ତାଳ, କନ୍ଧମାନଙ୍କ ସଂଖ୍ୟା ଅଧିକ । ଏକ ଭିନ୍ନ ଜୀବନ ବିତାଇଥାନ୍ତି ଏମାନେ । ବିଶେଷ କରି ସେମାନେ ପରିବାର ପରିପୋଷଣ ପାଇଁ ସାଙ୍ଗ ହୋଇ ଜୀବଜନ୍ତୁ ଶିକାର କରିବା, ମାଛ ମାରିବା, ବିଭିନ୍ନ ପ୍ରକାରର ଜଙ୍ଗଲ ଜାତ ଦ୍ରବ୍ୟ ଯଥା: ଲାଖ, ମହୁ, ଝୁଣା, ମହୁଲି, କେନ୍ଦୁପତ୍ର ସଂଗ୍ରହ କରି ବଜାରରେ ବିକ୍ରୀ କରି ପରିବାର ପରିପୋଷଣ କରନ୍ତି । ତା’ଛଡ଼ା ଏମାନେ ଅନେକ ଚାଷବାସ ମଧ୍ୟ କାରିଥାନ୍ତି । ପାହଡ଼ ଅଞ୍ଚଳରେ ବସବାସ କରୁଥିବାରୁ ଏମାନଙ୍କୁ ପାହାଡ଼ି ଜନଜାତି କୁହାଯାଏ । ସରକାର ଆଦିବାସୀମାନଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି । କିନ୍ତୁ କେତେକ ହାତ ଗଣତି ଜିଲ୍ଲାରେ ଏସବୁ ପହଞ୍ଚୁଥିବା ବେଳେ ଅନ୍ୟ ସବୁଠି ପୂର୍ବପରି ସମାନ ଅବସ୍ଥା । କେଉଁଠାକୁ ରାସ୍ତା ନାହିଁ ତ, କେଉଁଠି ବିଜୁଳି ଆଲୋକ ଦେଖିବା ସାତସପନ । ଅନେକ ଅଞ୍ଚଳରେ ଅପପୃଷ୍ଠି ରୋଗର ଶିକାର ହୋଇ ମୃତ୍ୟୁ ବରଣ କରୁଛନ୍ତି ଅନେକଲୋକେଦିବାସୀ ଜନଜାତି ମଧ୍ୟରୁ ସାନ୍ତାଳ, ବଣ୍ଡା , ମୁଣ୍ଡା, ଓରାମ ଓ ମହାଲି ପ୍ରମୁଖ ।
ଜନଜାତି ପରମ୍ପରାରେ ସେମାନଙ୍କ ଇଷ୍ଟଦେବୀ ଓ ଦେବତାଙ୍କ ଗୁରୁତ୍ୱ ଅଧିକ ।ସମସ୍ତ ଆଦିବାସୀ କୁଟୀରରୁ ସେମାନଙ୍କ ଉତ୍କୃଷ୍ଟ ଜୀବନଶୈଳୀ ପ୍ରତିଫଳିତ ହୋଇଥାଏ। ନାଲି, କଳା ରଙ୍ଗର ମାଟିରେ ଲିପାଯାଇଥିବା ଆକର୍ଷଣୀୟ କୁଡ଼ିଆ ଓ ତା’ ଆଗରେ ଲଗାଯାଇଥିବା ବିଭିନ୍ନ ପ୍ରକାରର ଗଛଲତା ରହିଥାଏ। କୁଟୀରଗୁଡ଼ିକରେ ଆଦିମ ଜନଜାତିମାନେ ସେମାନଙ୍କ ଇଷ୍ଟଦେବୀ ଓ ଦେବତାମାନଙ୍କୁ ରଖି ପାରମ୍ପରିକ ରୀତିନୀତିରେ ପୂଜା କରନ୍ତି । କେଉଁଠି ମାଟି ମା’ଙ୍କୁ ସନ୍ତୁଷ୍ଟ ରଖିବାକୁ ପୂଜା କରନ୍ତି ତ କେଉଁଠି ସୁଖ, ଶାନ୍ତି ଓ ଭଲ ଫସଲ ପାଇଁ ପୂଜାର ଆୟୋଜନ କରନ୍ତି। କୁଟିଆ କନ୍ଧଙ୍କ ଇଷ୍ଟଦେବତା ଧରଣୀ ପେନୁଙ୍କୁ ପ୍ରତ୍ୟହ ସକାଳେ ଓ ସନ୍ଧ୍ୟାରେ ପାରମ୍ପରିକ ରୀତିନୀତି ସହ ଦୀପ, ଧୂପ ଅର୍ପଣ କରାଯାଇ ପୂଜା କରାଯାଏ। ଧରଣୀ ପେନୁ ଅର୍ଥାତ୍ ମାଟି ମା’ଙ୍କ ସହ କୁଟୀରରେ କଟେଇ ପେନୁ ଓ ମା’ ଭୈରବୀଙ୍କୁ ରଖାଯାଇ ପୂଜାର୍ଚ୍ଚନା କରାଯାଏ। ମାଟି ମା’ଙ୍କୁ ସନ୍ତୁଷ୍ଟ ନ ରଖିଲେ ତାଙ୍କ କୋପରେ ଫସଲ ଭଲ ଅମଳ ହୁଏନାହିଁ ବୋଲି ସେମାନଙ୍କ ବିଶ୍ୱାସ ରହିଛି, ଯେଉଁଥିପାଇଁ କିଛିବର୍ଷ ବ୍ୟବଧାନରେ ପୋଡ଼ୁଅ ପର୍ବ ପାଳନ କରାଯାଇଥାଏ। ଏହି ପର୍ବରେ ମା’ଙ୍କୁ ସନ୍ତୁଷ୍ଟ କରିବାକୁ କୁକୁଡ଼ା, ଛେଳି, ମେଣ୍ଢା, ଘୁଷୁରି ଆଦିଙ୍କୁ ବଳି ଦିଆଯାଇଥାଏ। ସେହିପରି ଗାଈ, ବାଛୁରୀଙ୍କ ସୁସ୍ଥତା ଏବଂ ହଜିଯାଇଥିବା ଗାଈ, ବାଛୁରୀଙ୍କ ପାଇଁ ପାଉଡ଼ି ଭୂୟାଁମାନେ ବିଶିରି ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରୁଛନ୍ତି। ଏହାବ୍ୟତୀତ ଡଙ୍ଗରିଆ କନ୍ଧ, ସାନ୍ତାଳ, ଗଣ୍ଡ, କୋୟା, ଜୁଆଙ୍ଗ ଆଦି ସମ୍ପ୍ରଦାୟର ମାରାଂ ବାଙ୍ଗା, ମା’ ମାଣିକେଶ୍ୱରୀ, ବଡ଼ାମମଣି, ବାଟଦେବତା, କୁଟେଇବାଲୀ ଆଦି ଦେବଦେବୀ ପୂଜା କରନ୍ତି।ଭୂମି ଦୁନ୍ଦୁଭିର ସ୍ରଷ୍ଟା କିଏ? ସେହି ଆଦିବାସୀମାନେ । ଆଜି ଆମେ ଯେଉଁସବୁ ବାଦ୍ୟଯନ୍ତ୍ର ଦେଖୁଛନ୍ତି ଇତିହାସରେ ବିଶେଷ କରି ଧ୍ୱନିର ଇତିହାସ କୁହେ ଯେ ଭୂମି ଦୁନ୍ଦୁଭି ସର୍ବପ୍ରଥମ ବାଦ୍ୟଯନ୍ତ୍ର ।କେଉଁବାଦ୍ୟ କାଷ୍ଠରେ ତିଆରି ପୁଣି କେଉଁଟା ମାଟିରେ । କେଉଁଟା ଲୌହରେ ତ ପୁଣି କେଉଁଟା କାଂସରେ । କେଉଁଟା ସାମାଜିକ କାମରେ ଲାଗୁଛି ତ କେଉଁଟା ଖାଲି ମନୋରଞ୍ଜନ କରୁଛି । କେଉଁ କେଉଁ ବାଦ୍ୟଯନ୍ତ୍ରରେ ଏକକ ସମ୍ଭାବନା ଅଛି ତ କେଉଁଥିରେ କେଉଁଥିରେ ଦୈତ୍ୟ ସମ୍ଭାବନା ଅଛି । କେଉଁ କେଉଁ ବାଦ୍ୟଯନ୍ତ୍ରରେ ଗୋଷ୍ଠିର ଆବଶ୍ୟକତା ଅଛିତ କେଉଁ କେଉଁ ନୃତ୍ୟ ସେହି ଧାରା ଅନୁସାରେ ଅଛି । ଏହିଭଳି ଭାବେ ଆମ ଆଦିବାସୀ ଜାତିର ପରମ୍ପରା, ସଂସ୍କୃତି, ଭାଷା, କହିବାର ଅନ୍ଦାଜ, ଜୀବନପ୍ରଣାଣୀ, ସବୁଠୁ ସୁନ୍ଦର ଏବଂ ବେଶ ଉଚ୍ଚ କୋଟିର । ଯୁବ ସମାଜ ହିସାବରେ ଆମର କେବଳ କର୍ତ୍ତବ୍ୟ ରହିବ ଯେମିତି ସେମାନଙ୍କୁ ଉପଯୁକ୍ତ ସମ୍ମାନ ଆଉ ଉଚିତ ଜୀବନଧରଣର ମାନ ଯୋଗାଇ ଦେବାକୁ ଆମେ ପ୍ରୟାସ କରିବା ।ସେମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବାକୁ ସଚେତନ କରାଇବା ।ଏତିକି କରିପାରିଲେ ଆମେ ସମସ୍ତେ ସହରରେ ରହୁଥିବା ଜୀବନ ସଫଳ ହେବ।
Tags: Saura tribe of Odisha, Kondh tribe of Odisha, Bonda tribe of Odisha, Gadaba tribe of Odisha, Gond tribe of Odisha, Mankidia tribe of Odisha, Bhumia tribe of Odisha, Santhal tribe of Odisha, Ho tribe of Odishat, Tribe in Odisha, Tribes of Odisha upsc, 5 tribes of Odisha