Photo of serango forest range near Gumma Gada |
ସେଦିନ ପୁର୍ବଘାଟ ପର୍ବତମାଳା ର ଜୀରାଙ୍ଗ ଅରଣ୍ୟ ଭିତରୁ ମହାରାଜ ଙ୍କୁ ପ୍ରାୟୋଜିତ ଆକ୍ରମଣ କରାଯାଇ ବିଶାଖାପାଟଣା ରେ ବନ୍ଦୀ କରାଗଲା । ଗଞ୍ଜାମ ସମେତ ସାରା ରାଇଜ ରେ ଚହଳ ସୃଷ୍ଟି କଲା ଏ ଖବର । ୧୭୮୦ ଅକ୍ଟୋବର ୩ତାରିଖ ରେ (ଖୋରଧା ପାଇକ ବିଦ୍ରୋହ ଯଥେଷ୍ଟ ପୁର୍ବରୁ) ଗୋରା ସାହେବ ଙ୍କ ଏପରି କାର୍ଯ୍ୟ ସତେ ଯେପରି ଏ ଜାତି ର ଓଡ଼ିଆ ପାଇକ ଦେହ ଭିତରେ ତୀକ୍ଷ୍ଣ ଶର ର ଆଘାତ ଅନୁଭୁତ କରାଇଲା । ଗୁମ୍ମା ଗଡ଼, ସେରଙ୍ଗ ତଥା ଜୀରାଙ୍ଗ ସମେତ ଅନେକ ମାଳ ଅଞ୍ଚଳ ରେ ମେଳି ବସିଲା । କହି ରଖିବା କୁ ଚାହେଁ ଯେ ଏହା ର ଯଥେଷ୍ଟ ପୁର୍ବ ରୁ ଅର୍ଥାତ୍ ୧୭୬୮ ମସିହା ରେ ଏଠାରେ ପାଇକ ମେଳି ଦେଖାଯାଇଥିଲା ଇଂରେଜ ମାନଙ୍କ ବିରୋଧ ରେ। ଯାହାର ଅକ୍ରୋଶ ର ଶିକାର ହେବାକୁ ପଡ଼ିଥିଲା ତତ୍କାଳୀନ ରାଜା ଜଗନ୍ନାଥ ନାରାୟଣ ଗଜପତି ଙ୍କୁ ।
ଚଳଚଞ୍ଚଳ ହୋଇପଡିଲେ ଦୋରା ଓ ବିଶୋୟୀ ମାନେ। ଚାରିଆଡେ ଖେଳିଲା ବିଦ୍ରୋହ ର ନିଆଁ । ଏହି ପଣବନ୍ଦୀ ର ପଛରେ ଥିବା ମୁଖ୍ୟ ଲୋକ ଟି ଥିଲେ Kernel Peach . ଯେ କି ବଙ୍ଗଳା ରୁ ପାରଳାଖେମୁଣ୍ଡି କୁ ସୈନ୍ୟ ପ୍ରେରଣ କରିଥିଲେ ଉକ୍ତ କାର୍ଯ୍ୟ ପାଈଁ । ରାତାରାତି ବିଶାଖାପାଟଣା ଚଳିଲେ ପ୍ରାୟ ଦୁଇ ଶହ ପାଇକ । ସେତିକି ବେଳେ ବିଶାଖାପାଟଣା ରେ ପହଞ୍ଚି ଥିଲେ ତୃତୀୟ କର୍ଣ୍ଣାଟ ସମର ରେ ଭାଗ ନେବାକୁ ଯାଉଥିବା ଗୋରା ସାହେବ ଓ ସେମାନଙ୍କ ସୈନ୍ୟ ମାନେ ।ବିଶ୍ରାମ ଛାଉଣି ପଡ଼ିଥାଏ କିଛି ଦିନ ପାଈଁ। ଉତ୍ତର ସରକାର ଙ୍କ ମାଡ୍ରାସ ଗଭର୍ଣର ହାଉସ ରେ ନୈଶ୍ୟ ଭୋଜ ଚାଲିଛି, ସେତିକିବେଳେ ଓଡ଼ିଆ ପାଇକ ମାନଙ୍କ ଆକ୍ରମଣ ନୈଶ୍ୟଭୋଜ କୁ ରକ୍ତଭୋଜି ରେ ପରିଣତ କଲା । ଅସ୍ତ୍ରଶସ୍ତ୍ର କୁ ଛାଡ଼ି କିଏ ହସ୍ତଗତ କଲା ତ କିଏ ଭୟଭୀତ ହୋଇ ଆତ୍ମ ରକ୍ଷାର୍ଥେ ପଳାୟନ କଲା ଅନ୍ୟ ସ୍ଥାନ କୁ । ଖାଲି ଏତିକି ନୁହେଁ , ସେମାନଙ୍କ ବସ୍ତ୍ର ଗୁଡିକୁ ନିଆଁ ଲଗାଇଦିଆଗଲା । ଅନେକ ଅଫିସର ନିଜର ପ୍ରାଣ ହରାଇଲେ ଏହି ଅତର୍କିତ ଆକ୍ରମଣରେ ପାଇକ ମାନେ ସେତିକି ରେ ଶାନ୍ତ ହୋଇନଥିଲେ । ଶେଷ ରେ Captain Yungstun ଙ୍କୁ ବନ୍ଦୀ କରି ସେରଙ୍ଗ ଜଙ୍ଗଲ ରେ ବନ୍ଦୀ କଲେ । ଏହା ପରେ ଇଂରେଜ ସରକାର ଙ୍କୁ ଏକ ଚିଠି ମଧ୍ୟମ ରେ ଜଣାଇଲେ ଯେ , ଯଦି ସେମାନେ ତାଙ୍କ ରାଜା ଙ୍କୁ ମୁକ୍ତ ନକରନ୍ତି , ୟଙ୍ଗଷ୍ଟନ ବି ମୁକ୍ତି ପାଇବେ ନାହିଁ ।
ଫଳତଃ ରାଜା ମୁକ୍ତ ହେଲେ । ଏହା ପରେ ବି ବିଦ୍ରୋହ ର ନିଆଁ ପ୍ରଶମିତ ହୋଇନଥିଲା । ଯେଉଁ ଓଡ଼ିଆ ପାଇକ ପୁରୋଧା ଓ ନାରୀ ନେତ୍ରୀ ମାନେ ଏହି ମେଳି କୁ ସକ୍ରିୟ ଓ ଜୀବିତ ରଖି କାର୍ଯ୍ୟ କରୁଥିଲେ।