ଭୁତପ୍ରେତଙ୍କ ରହସ୍ୟ- ଭାଗ 1 (Read Mystery of Ghost Part I In Odia)
ରାକ୍ଷସ, ଡାହାଣୀ, ବ୍ରହ୍ମରାକ୍ଷସ, ଭୁତ, ପିତାଶୁଣୀ, ଚଣ୍ଡୀ, ଦୈତ୍ୟ, ଏଭଳି ଭୟଙ୍କର ଶବ୍ଦର କାଳ୍ପନିକ ରୂପ ସମ୍ବନ୍ଧରେ ନିଶ୍ଚିତ ପିଲା ଦିନରୁ କାହାଣୀ ମାନଙ୍କରେ ଆମେ ଅବଗତ ହୋଇଥାଉ ।ତେବେ ଏସବୁ ଯଦି ଆପଣ ଗୋଟିଏ ଯୋନିର ପରିସରଭୁକ୍ତ ଭାବୁଥାନ୍ତି ତେବେ ଭୁଲ ।ଏସବୁର ଯୋନି ସ୍ଵତନ୍ତ୍ର ଏବଂ ପରସ୍ପର ଠାରୁ ଭିନ୍ନ ।ସାଧାରଣତଃ ଯୋନିକୁ ତନ୍ତ୍ରଶାସ୍ତ୍ର ଅନୁସାରେ ତିନି ଭାଗରେ ବିଭକ୍ତ କରାଯାଏ ।
- ସାତ୍ତ୍ଵିକ ଯୋନି
- ରାଜସିକ ଯୋନି
- ଏବଂ ତାମସିକ ଯୋନି
- ସାତ୍ତ୍ଵିକ ଯୋନିରେ ଉଦ୍ଭିଦ,
ରାଜସିକ ଯୋନିରେ ଅଗ୍ନି, ମନୁଷ୍ୟ, ହିଂସ୍ର ପ୍ରାଣୀ, ନାଗ, ଯକ୍ଷ, ସରୀସୃପ, ଇତ୍ୟାଦି ପରିସର ଭୁକ୍ତ ।ଏମାନଙ୍କ ଠାରେ ସାଧାରଣତଃ ଶ୍ରେଷ୍ଠତା ର ପ୍ରତିଯୋଗୀତା ଚାଲିଥାଏ ।କାରଣ ରାଜା ହେଉଛନ୍ତି ଶ୍ରେଷ୍ଠର ପ୍ରତୀକ ।କେବଳ ଏତିକି ନୁହେଁ ଶ୍ରେଷ୍ଠତା ହେଉଛି ଏମାନଙ୍କ ଗୁଣ ।
ତୃତୀୟ ପରିସର ହେଉଛି ତାମସିକ ଯୋନିର ପରିସର ।ଯେଉଁଥିରେ ରାଜସିକ ଯୋନି ଠାରୁ ବହୁ ଶକ୍ତିଶାଳୀ ଜୀବଙ୍କ ଜନ୍ମ ସୃଷ୍ଟି ହୁଏ ।ଭୁତ, ପ୍ରେତ, ରାକ୍ଷସ, ଡାହାଣୀ, ଚିରୁଗୁଣୀ, ପିତାଶୁଣୀ, ଚଣ୍ଡୀ, ମାଦଳ, ଯଖ, ଚାମୁଣ୍ଡା ମାନଙ୍କ ସ୍ଥାନ ଏଥିରେ ରହିଥାଏ ।
ଆହୁରି ପଢନ୍ତୁ- ଭୁତ ପ୍ରେତଙ୍କ ରହସ୍ୟ ପ୍ରଥମ ଭାଗ
ଉପରୋକ୍ତ ଯୋନିରେ ଜନ୍ମ ନିମନ୍ତେ ଆତ୍ମାକୁ ତା’ର କର୍ମବଳ ନିର୍ଣ୍ଣୟ କରିଥାଏ ।ଯଦି ଆତ୍ମା ସୁକର୍ମ କରେ ତେବେ ସାତ୍ତ୍ଵିକ ଯୋନିରେ ଜନ୍ମ ଲାଭ କରି ଜନ୍ମମୃତ୍ୟୁ ଚକ୍ରରୁ ମୁକ୍ତି ପାଇଯାଏ ।ହିନ୍ଦୁ ଶାସ୍ତ୍ରର ଗରୁଡ ପୁରାଣରେ ରଚିତ ହୋଇଛି ଯେ ପାପାତ୍ମା ମାନଙ୍କୁ ସୂର୍ଯ୍ୟାଲୋକ ପ୍ରାପ୍ତ ହୁଏ ନାହିଁ ।ଅର୍ଥାତ ମୃତ୍ୟୁ ପରେ ସେମାନଙ୍କୁ ଏପରି ସ୍ଥଳରେ ରହିବାକୁ ପଡେ ଯେଉଁଠାରେ ସର୍ବଦା ଅନ୍ଧକାରମୟ ।{odia research file}ଆତ୍ମା ପ୍ରେତରେ ପରିଣତ ହେବା ପଛରେ ତା’ ମୃତ୍ୟୁର ମଧ୍ୟ ଠିକ ସେତିକି ଗୁରୁତ୍ଵ ରହିଛି ଯେତିକି ତା’ର କର୍ମ ।ଆତ୍ମାର କର୍ମ ଦ୍ଵାରା ତା’ର ମୃତ୍ୟୁ ନିର୍ଣ୍ଣୟ ହୋଇଥାଏ ।ଏହି ମୃତ୍ୟୁର ନିର୍ଣ୍ଣୟ କାଳଚକ୍ରର ବଳୟ ସମୟ ସହ ମିଶି ସୃଷ୍ଟି ହୋଇଥାଏ ।ଅର୍ଥାତ ଆତ୍ମା ଯେଉଁ ଯୋନିରେ ଜନ୍ମ ଗ୍ରହଣ କରିଥାଏ ତାର ଘଟ ର ବିନାଶ କାଳଚକ୍ର ଦ୍ଵାରା ସମ୍ଭବ ହୋଇଥାଏ ।କାଳଚକ୍ରରେ ଜୀବ ର ପ୍ରବେଶ ସେତେବେଳେ ହୁଏ, ଯେବେ କର୍ମ ସହ ସମୟର ସଂଯୋଗ ହୁଏ ।ଏହି କର୍ମ ଓ ସମୟର ମହାମିଳନରେ ଯେଉଁ ବିନାଶ ସଂଗଠିତ ହୁଏ ତାହାକୁ ମହାପ୍ରୟାଣ କୁହାଯାଏ ।
ଭାଗବତରେ ଲେଖାଅଛି
ପ୍ରାଣୀର ଭଲମନ୍ଦ ବାଣୀ
ମରଣ କାଳେ ତାହା ଜାଣି ।।
ଅର୍ଥାତ ମୃତ୍ୟୁ ପୂର୍ବରୁ ପ୍ରାଣୀ ନିଜ ଜୀବନ କାଳରେ କରିଥିବା ସମସ୍ତ କାର୍ଯ୍ୟର ସୁଫଳତା ଓ କୁଫଳତା ନିଜ ଆଖିରେ ଦେଖିପାରେ ।ଯାହାକୁ କର୍ମଦହନ କୁହାଯାଏ ।ଉକ୍ତ ସମୟରେ କର୍ମଦହନ ପ୍ରଣାଳୀ ପରେ ପରବର୍ତ୍ତୀ କେଉଁ ଘଟ ବା ଯୋନିରେ ଜନ୍ମ ଲାଭ କରିବ ପ୍ରାଣୀ ସ୍ଵୟଂ ମୃତ୍ୟୁଶଯ୍ୟାଶାୟୀ ସମୟରେ ଦେଖିପାରେ ।
ଯୋନି ସହ ମୃତ୍ୟୁର ସମ୍ପର୍କ
ମୃତ୍ୟୁ ସାଧାରଣତଃ ତିନି ପ୍ରକାର ।
- ସୁଖମୃତ୍ୟୁ
- ଶୋକମୃତ୍ୟୁ
- ଅପମୃତ୍ୟୁ
ହତ୍ୟାଦ୍ଵାରା ମୃତ୍ୟୁ, ବିନା ସଂକେତରେ ହଠାତ ମୃତ୍ୟୁ, ଆତ୍ମହତ୍ୟା, ଦୁର୍ଘଟଣା ଜନିତ ମୃତ୍ୟୁ ହେଉଛି ଅପମୃତ୍ୟୁର ପରିସର ଭୁକ୍ତ ।ଏହି ମୃତ୍ୟୁକୁ ପ୍ରାପ୍ତ କରୁଥିବା ଆତ୍ମା ନିଜ ଘଟ(ଶରୀର)କୁ ଛାଡିବା ନିମନ୍ତେ ପ୍ରସ୍ତୁତ ନଥାଏ ।ଯଦ୍ୱାରା ସେ ମୃତ୍ୟୁ ପରେ ମଧ୍ୟ ନିଜ ଶରୀର ପ୍ରତି ଆକର୍ଷିତ ହେବାକୁ ଲାଗିଥାଏ ।ଯଦିଓ ସେ ଜାଣିଥାଏ ତା’ର ଶରୀରର ମୃତ୍ୟୁ ଘଟି ସାରିଛି ତଥାପି ସେ ଆତ୍ମା ନିଜ ଶରୀର ମୋହରେ ଆବଦ୍ଧ ହୋଇ ରହିଥାଏ ।ମୃତ୍ୟୁ ପୂର୍ବରୁ ଯେପରି ତା ଶରୀର ସହ କଠୋରପନ୍ଥୀ ହେବାର ଲକ୍ଷଣ ପ୍ରକାଶ ପାଇଥାଏ କିମ୍ବା ସଭିଙ୍କ ଠାରୁ ତିରସ୍କାର ମିଳିଥାଏ, ମୃତ୍ୟୁ ପରେ ଆତ୍ମା ତା ଶାରୀରିକ ଅଭ୍ୟାସକୁ ଜାରି ରଖେ ।
Keywords: What is the meaning of ghost spirit?, Mysteries and the Unexplained in Odia pathshala, Ghosts, Hauntings