ଇଲୁମିନାଟି ବିଷୟରେ କିଛି ରୋଚକ ତଥ୍ୟ | AMAZING FACT OF ILLUMINATI IN ODIA

@_ustad
0
Illuminate meaning in Odia

Illuminate meaning in Odia

Illuminati facts in Odia: କଣ ଆପଣ ଇଲୁମିନାଟିର ନାମ ଶୁଣିଛନ୍ତି ।ବର୍ତ୍ତମାନ ଦୁନିଆରେ ଯଦି ସବୁଠାରୁ ରହସ୍ୟମୟ ସମୂହ ରହିଛି ତେବେ ସେ ହେଉଛି ଇଲୁମିନାଟି ।ଇଲୁମିନାଟି ହେଉଛି ଏକ ସମୂହ ।ଯେପରି ଅନେକ ଲୋକ ମିଶି ଏକ ସମୂହ ଓ ଅନେକ ସମୂହ ମିଶି ସମୁଦାୟ ହୁଏ ଠିକ ସେହିପରି ଅନେକ ଲୋକ ମିଶି ଏକ ରହସ୍ୟମୟ ସମୂହର ଗଠନ କରିଛନ୍ତି ଯାହାକୁ ଇଲୁମିନାଟି କୁହାଯାଏ ।ଇଲୁମିନାଟି ଏକ ବହୁ ପ୍ରାଚୀନ ସମୂହ ଯାହା ବିଷୟରେ ପ୍ରାୟତଃ କୌଣସି ତଥ୍ୟ ନାହିଁ ଅଥବା ଜଣାପଡିନି କି କେବେ ଜଣା ପଡ଼ିପାରିବ ନାହିଁ କହିଲେ ଭୁଲ ହେବନି କାରଣ ଏହି ସମୂହ ବର୍ତ୍ତମାନ ଦୁନିଆରେ ଜୀବିତ ଅଛି କି ନାହିଁ ଏହାକୁ ନେଇ ବହୁ ମତ ପାର୍ଥକ୍ୟ ଦେଖାଯାଉଛି।

Illuminati kya hai- ବାବେରିଆ ଯାହାକି ଜର୍ମାନୀର ଏକ ସହର ମଇ ମାସ ୧ତାରିଖ ୧୭୭୬ ମସିହାରେ ଏକ ଜର୍ମାନୀ ଦାର୍ଶନିକ ଯାହାଙ୍କ ନାମ ଥିଲା ଆଡମ ୱିସଫ୍ଟ(ADAM WEISHAUPT)ସେଏହି ସମୂହର ଗଠନ କରିଥିଲେ ।ଯାହାର ନାମକରଣ ସେ କରିଥିଲେ ଦ ଅର୍ଡର ଅଫ ଇଲୁମିନାଟି(The Order Of Illuminati) ।ଅର୍ଥାତ ଇଲୁମିନାଟିର ଆଦେଶ ।ସେ ସମୟର ଲୋକମାନେ ଏହା ବିଶ୍ଵାସ କରୁଥିଲେ ଯେ ଏହି ସମୂହର ଲୋକମାନଙ୍କ ପାଖରେ ଅଲୌକିକ ଶକ୍ତି ଥିଲା ।ଏପରିକି ଲୋକମାନେ ଏହା ମଧ୍ୟ ବିଶ୍ଵାସ କରୁଥିଲେ ଯେ ଏହି ସମୂହର ସଦସ୍ୟ ମାନେ ଅନ୍ୟମାନଙ୍କୁ ‘ଇନ୍ଦ୍ରଜାଲ’ ଦ୍ଵାରା ବଶୀଭୂତ କରିଦେଉଥିଲେ ।ସଂପୂର୍ଣ୍ଣ ବିଶ୍ଵ ଉପରେ ଶାସନ କରିବା ଥିଲା ଏହି ସମୂହର ଏକ ମାତ୍ର ମୁଖ୍ୟ ଉଦ୍ଦେଶ୍ୟ ।ଏମାନେ ଚାହିଁଥିଲେ ଯେ ସାରାବିଶ୍ଵବାସୀ ଙ୍କୁ ନିଜ ଇନ୍ଦ୍ରଜାଲ ବିଦ୍ୟାରେ ବଶ କରି ସେମାନଙ୍କୁ ନିଜ ଆଦେଶ ବଳରେ ପରିଚାଳିତ କରିବାପାଇଁ ।ପ୍ରାଚୀନ କିଛି ଗ୍ରନ୍ଥରୁ ଏହା ପ୍ରକାଶିତ ହୋଇଛି ଯେ ଏମାନଙ୍କର କୌଣସି ସ୍ଵତନ୍ତ୍ର ନିୟମ ନଥିଲା ।ଏମାନେ କେବଳ ପୃଥିବୀ ଉପରେ ଶାସନ କରିବାପାଇଁ ଚାହୁଁଥିଲେ ।ଅବା ତାହା କଳା ଯାଦୁ ଜରିଆରେ ହେଉ କିମ୍ବା ଅନ୍ୟ କୌଣସି ଖରାପ ଉପାୟରେ ହେଉ ।ସେଥିପାଇଁ ଇଲୁମିନାଟିର ସଦସ୍ୟ ମାନେ ସତ୍ୟ, ଧର୍ମ ଓ ନ୍ୟାୟ ଠାରୁ ଅଧିକ ଅନ୍ୟାୟ, ଅତ୍ୟାଚାର ଓ ଅଧର୍ମ ଉପରେ ବିଶ୍ଵାସ କରୁଥିଲେ ।ଏହି ସମୂହ ସେତବେଳର ସମସ୍ତ ସମୂହ ଠାରୁ ବହୁତ ଭିନ୍ନ ଥିଲା ।ଏହି ସମୂହ ସାରା ବିଶ୍ଵ ଉପରେ ଶାସନ କରିବାପାଇଁ ଚାହୁଁଥିଲା ସତ ମାତ୍ର ଯେକୌଣସି କାର୍ଯ୍ୟ ଏହି ସମୂହର ସଦସ୍ୟ ମାନେ କରୁଥିଲେ ତାହା ଅତ୍ୟନ୍ତ ଗୁପ୍ତ ଥିଲା ।ଏପରିକି ଏହି ସମୂହର ସଦସ୍ୟ ମାନେ କଣ କରୁଥିଲେ ତାହା ସାଧାରଣ ସମାଜ ଉପରେ କିଛି ଫରକ ପଡୁନଥିଲା ବୋଲି ଲୋକମାନେ ବିଶ୍ଵାସ କରନ୍ତି ।ଏମାନଙ୍କ ସମୂହର ଏକ ପ୍ରତୀକ ମଧ୍ୟ ରହିଛି ।

illuminati facts in Odia

(What is Illuminati) ତ୍ରିଭୁଜ ଚିତ୍ର ମଧ୍ୟରେ ଏକ ଖୋଲାଚକ୍ଷୁର ଚିହ୍ନ ।ଇଲୁମିନାଟିସମୂହର ସଦସ୍ୟଙ୍କ ହିସାବରେ ଏହି ଆଖି ସଇତାନ ମାନଙ୍କ ଭଗବାନ ‘ଲୁସିଫର’ର ଚକ୍ଷୁ ଅଟେ ।ଯାହା ଦୁନିଆରେ ଘଟୁଥିବା ସମସ୍ତ ଘଟଣାକୁ ଦେଖୁଛନ୍ତି ବୋଲି ବିଶ୍ଵାସ କରାଯାଏ ।କିନ୍ତୁ ପରବର୍ତ୍ତୀ କାଳରେ ‘ଚାର୍ଲସ ଥିଓଡର’ (Charles Theodore) ଜିଏକି ସେ ସମୟର ନୂତନ ଶାସକ ଥିଲେ ୧୭୮୫ ମସିହା ଅର୍ଥାତ ଠିକ ୧୧ବର୍ଷ ପରେ ଏହି ଗୁପ୍ତ ସମାଜକୁ ବନ୍ଦ କରିଦେଲେ ।ଏହାର କାରଣ ଥିଲା ରାଜପଦ ।ଅର୍ଥାତ ସେ ସମୟରେ ଇଲୁମିନାଟି ସମୂହ ଏତେ ଦ୍ରୁତ ଗତିରେ ବଢୁଥିଲା ଯେ ରାଜା ନିଜରାଜପଦ ହରାଇନବସନ୍ତୁ ସେଥିପାଇଁ ସେ ଏକ ସ୍ଵତନ୍ତ୍ର ସୈନ୍ୟ ଗୋଷ୍ଠୀର ଗଠନ କରି ଇଲୁମିନାଟି ସମୂହର ଦମନ କରିଦେଲେ ।ଏପରିକି ଏହି ସମୂହ ନିଜ କଳାଯାଦୁ ବଳରେ ବହୁତ ଶକ୍ତିଶାଳୀ ହୋଇଯାଉଥିଲା ।ଏହା ପରେ ଏହି ସମୂହର କଣ ହେଲା ସେକଥା କାହାରୀକୁ ଜଣାନାହିଁ ।ସେ ଇଲୁମିନାଟି ସମୂହରେ ପ୍ରାୟ ଦୁଇହଜାର ରୁ ଅଧିକ ସଦସ୍ୟ ଥିଲେ ।କିନ୍ତୁ ରାଜାଙ୍କ ଆକ୍ରମଣର କିଛି ଦିନ ଭିତରେ ଏମାନେ କେଉଁଆଡେ ଚାଲିଗଲେ ତାହା କାହାରୀକୁ ଜଣାନାହିଁ ।ଏଥିପାଇଁ କିଛି ଲୋକ ଏବେ ମଧ୍ୟ ବିଶ୍ଵାସ କରୁଛନ୍ତି ଯେ ଏହି ଇଲୁମିନାଟିଙ୍କ ପରବର୍ତ୍ତୀ ପିଢୀ ଏବେ ମଧ୍ୟ ଅଛନ୍ତି ଯେବେ କି ଅନ୍ୟ କିଛି ଲୋକ କହୁଛନ୍ତି ଇଲୁମିନାଟି ନାମକ କୌଣସି ସମୂହ ବର୍ତ୍ତମାନ ଦୁନିଆରେ ନାହିଁ ।ଏପରିକି କିଛି ଲୋକ ଏହା ବିଶ୍ଵାସ କରନ୍ତି ଯେ ଇତିହାସର ସବୁଠାରୁ ବଡ ଘଟଣା ଗୁଡିକର ପଛରେ ଏହି ଇଲୁମିନାଟି ସମୂହର ସଦସ୍ୟ ମାନଙ୍କର ହାତ ଥିଲା ।ଯେପରିକି ଫ୍ରାନ୍ସ ପରିବର୍ତ୍ତନ, ଅଶେଷିନେସନ ଅଫ ଜହନ ଏଫ କେନେଡି ଭଳି ଆହୁରି ଅନେକ ଘଟଣା ।କିନ୍ତୁ କୌଣସି ପ୍ରମାଣ ନାହିଁ ଯାହା ପ୍ରମାଣିତ କରିପାରିବ ଯେ ଏମାନଙ୍କୁ ଯେବେ ୧୭୮୫ ମସିହାରେ ଦମନ କରାଗଲା ସେତେବଳେ ଏମାନେ ବଞ୍ଚିଥିଲେ କି ନାହିଁ?ତେବେ ସାରା ଇଣ୍ଟର୍ନେଟରେ ଏପରି କିଛି ଗୁପ୍ତ ସମାଜ ରହିଛି ଯେଉଁମାନେ ନିଜକୁ ଇଲୁମିନାଟି ବୋଲି ଦାବି କରିଛନ୍ତି ।ମାତ୍ର ଯଦି ଇତିହାସର ପୃଷ୍ଠାକୁ ଦେଖାଯାଏ ତେବେ ଇଲୁମିନାଟିର ସଦସ୍ୟ କେବେ ନିଜକୁ କିମ୍ବା ନିଜ ସମାଜ ବିଷୟରେ କୌଣସି ତଥ୍ୟକୁ ଲୋକଲୋଚନାକୁ ଆଣିନାହାନ୍ତି ।


For Latest Quiz, Gk Join Our Telegram Channel @Gk_Odia Click here



 Keywords: Illuminati
Secret society In Odia, illuminati Facts, History, Suppression, & Conspiracy in Odia, Who are the Illuminati - and what do they control know In Odia, Illuminati Definition & Meaning - Odia


Post a Comment

0Comments

Post a Comment (0)