Amazing facts about giraffe in Odia
Facts about Giraffes in Odia: ଜିରାଫ ଏକ ଶାକାହାରୀ ପ୍ରାଣୀ ଅଟେ ।ଜିରାଫ ପ୍ରାୟତଃ ମାନୁଷ୍ୟ ମାନଙ୍କ ସହ ରହିବାପାଇଁ ଭଲପାଆନ୍ତି ।ତେଣୁ ସେମାନେ ମନୁଷ୍ୟ ମାନଙ୍କର କୌଣସି କ୍ଷତି କରନ୍ତି ନାହିଁ ।ଜିରାଫ ଏକ ଶାନ୍ତିପୂର୍ଣ୍ଣ ପ୍ରାଣୀ ଅଟେ ।କଣ ଆପଣମାନେ ଜାଣନ୍ତି ?ଜିରାଫ ବିଷୟରେ କିଛି ଏପରି ତଥ୍ୟ ରହିଛି ଯାହାକୁ ବୋଧହୁଏ ପ୍ରାୟତଃ ଆମେ ଜାଣିନଥାଉ ।ତେବେ ଆଜିର ଏହି ପୋଷ୍ଟାଟି ହେଉଛି ଜିରାଫ ବିଷୟରେ କିଛି ବିଶେଷ ତଥ୍ୟ ଉପରେ ଆଧାରିତ । ତେବେ ସମୟ ବିଳମ୍ବ ନକରି ଆସନ୍ତୁ ଜାଣିବା ଜିରାଫ ବିଷୟରେ କିଛି ଅଜଣା ତଥ୍ୟ (Interesting facts about giraffes that no one knows in odia) ।ଆହୁରି ପଢ଼ନ୍ତୁ: ସୌର ଜଗତ ବିଷୟରେ କିଛି ରୋଚକ ତଥ୍ୟ - Amazing fact of Solar Syastem
- ବର୍ତ୍ତମାନ ଦୁନିଆରେ ଯଦି ସବୁଠାରୁ ଉଚ୍ଚତମ ପ୍ରାଣୀ ଖୋଜାଯାଏ ତେବେ ସବୁଠୁ ପ୍ରଥମେ ଜିରାଫର ସଂଖ୍ୟା ଆସିବ ।
- ଜିରାଫର ଗୋଡର ଉଚ୍ଚତା ପାଖାପାଖି ‘୬’ ଫୁଟ ଅଟେ ।ଯାହା ଏକ ସାଧାରଣ ମନୁଷ୍ୟର ଉଚ୍ଚତା ଠାରୁ ମଧ୍ୟ ଆହୁରି ଅଧିକ ଉଚ୍ଚ ।
- ଜିରାଫ ସର୍ବଦା ବୃକ୍ଷର ଊପରିଭାଗରୁ ପତ୍ର ଭକ୍ଷଣ କରିଥାଏ ।ଏହା କାରଣ ଏପର୍ଯ୍ୟନ୍ତ ଜଣାପଡିନଥିଲେ ସୁଦ୍ଧା ବୈଜ୍ଞାନିକମାନେ ମତ ଦେଉଛନ୍ତି ଯେ ଜିରାଫର ଲାମ୍ବା ଗୋଡ ଓ ବେକ ଯୋଗୁଁ ସେ ଏପରି କରିଥାଏ ।
- ଏକ ପୁରୁଷ ଜିରାଫ 18ଫୁଟ ପର୍ଯ୍ୟନ୍ତ ବଢିପାରେ ଯେବେକୀ ମହିଳା ଜିରାଫ ମାନେ 14ଫୁଟ ପର୍ଯ୍ୟନ୍ତ ବଢିପାରନ୍ତି ।
- ଜିରାଫ ମାନେ ସମୂହଜନକ ରୂପେ ବାସ କରନ୍ତି ଯେବେକି ଗୋଟିଏ ସମୂହରେ 12ଜଣ ଜିରାଫ ସଦସ୍ୟ ରୁହନ୍ତି ।ଜିରାଫମାନେ ଦିନକୁ 20 ମିନିଟରୁ ବେଶୀ ଶୁଅନ୍ତି ନାହିଁ ।
- ଓଟ ଯେପରି ପାଣି ବିନା ଅନେକ ଦିନ ପର୍ଯ୍ୟନ୍ତ ବଞ୍ଚିପାରେ ଠିକ ସେହିପରି ଜିରାଫ ମଧ୍ୟ ପାଣି ବିନା ଅନେକ ଦିନ ବଞ୍ଚିପାରେ ।
- ଜିରାଫ ପ୍ରତିଦିନ ପ୍ରାୟତଃ 34କିଲୋଗ୍ରାମ ପର୍ଯ୍ୟନ୍ତ ଖାଦ୍ୟ ଭକ୍ଷଣ କରିଥାଏ ।
- ଜିରାଫ ମାତ୍ର 5ବର୍ଷ ବୟସରେ ଗର୍ଭ ଧାରଣ କ୍ଷମତା ପ୍ରାପ୍ତକରେ ।ଏପରିକି ଜିରାଫ ନିଜ ସନ୍ତାନକୁ ଜନ୍ମ ଦେବାପାଇଁ ପାଖାପାଖି 15ମାସର ସମୟ ନେଇଥାଏ ।
- ଜିରାଫ ଜନ୍ମଦେଉଥିବା ସନ୍ତାନର ଉଚ୍ଚତା ପ୍ରାୟତଃ ‘୬’ ଫୁଟ ହେବା ସହ ଓଜନ 70 କିଲୋଗ୍ରାମ ହୋଇଥାଏ ।ଏବଂ ସନ୍ତାନ ଜନ୍ମ ହେବାର 30ମିନିଟ ମଧ୍ୟରେ ଠିଆ ହେବା ସହ 10 ଘଣ୍ଟା ମଧ୍ୟରେ ଦୌଡିବା ଆରମ୍ଭ କରେ ।
- ଯଦିଓ ଜିରାଫ ମାନଙ୍କ ସଂଖ୍ୟା ଦ୍ରୁତ ଗତିରେ କମିବାକୁ ଲାଗିଛି ତଥାପି ଆଫ୍ରିକା ହେଉଛି ବିଶ୍ଵର ପ୍ରଥମ ଦେଶ ଯେଉଁଠାରେ ସର୍ବାଧିକ ଜିରାଫ ଦେଖିବାକୁ ମିଳନ୍ତି ।
- ପ୍ରାଣୀ ବିଶେଷଜ୍ଞ ମତ ପ୍ରଦାନ କରନ୍ତି ଯେ ଜିରାଫ ତେନ୍ଦୁଆ ଓ ଓଟର ସମିଶ୍ରଣ ଜୀବ ।ଅର୍ଥାତ ଜିରାଫ ଦେଖିବାପାଇଁ ଠିକ ଓଟ ଭଳି ହୋଇଥିବା ସମୟରେ ତା ଶରୀରରେ ଥିବା ପଟା ଦାଗ ତେନ୍ଦୁଆ ଭଳି ହୋଇଥାଏ ।
- ତେବେ ଯଦି ଜିରାଫର ଆକାରକୁ ଦେଖାଯାଏ ତେବେ ତାର ଗୋଡ 12ଇଞ୍ଚ ହୋଇଥିବା ସମୟରେ ବେକ ୬ଫୁଟ ବିଶିଷ୍ଟ ଲମ୍ବ ହୋଇଥାଏ ।
- ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଜିରାଫର ଖାଦ୍ୟର ପାଚନକ୍ରିୟା ପାଇଁ ଚାରୋଟି ପାକସ୍ଥଳୀ ରହିଛି ।
- ପୁରୁଷ ଜିରାଫ ମହିଳା ଜିରାଫଙ୍କ ତୁଳନାରେ ବେଶୀ ଲମ୍ବ ଓ ଓଜନ ବିଶିଷ୍ଟ ।
- ବୈଜ୍ଞାନିକ ମାନେ ଏହା ବିଶ୍ଵାସ କରନ୍ତିଜେ ଜିରାଫ ଶରୀରରେ ଥିବା ଦାଗ ରୁ ତାର ବୟସ ମପାଯାଇପାରିବ ଜିରାଫର ବୟସ ବଢିବା ସହ ଏହି ରଙ୍ଗ ଗାଢ ହୋଇ ହୋଇଯାଏ ।
- ଜିରାଫର ସଂଖ୍ୟା କମିବାର ମୁଖ୍ୟ କାରଣ ହେଉଛନ୍ତି ମଣିଷ, କୁମ୍ଭୀର ଓ ବାଘ ।ଜିରାଫ ଏମାନଙ୍କ ଠାରୁ ବଞ୍ଚିବାପାଇଁ ନିଜ ଗୋଡର ସାହାଯ୍ୟ ନିଏ ।
- ଏକ ଜିରାଫର ହାରାହାରି ବୟସ ସୀମା ହେଉଛି 25 ବର୍ଷ ।
For Latest Quiz, Gk Join Our Telegram Channel @Gk_Odia Click here