Satakadi Hota Biography In Odia :
ସାତକଡ଼ି ହୋତା, ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ସମ୍ପାଦକ ଅଟନ୍ତି । ଗଳ୍ପ, ଉପନ୍ୟାସ, କବିତା, ଅନୁବାଦ ଓ ଆତ୍ମଜୀବନୀ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ସେ ଲେଖନୀ ଚାଳନା କରିଛନ୍ତି । ସେ ଭାରତୀୟ ରେଳସେବାରୁ ଅବସର ନେଇସାରିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଓ ସମୟ ଖବରକାଗଜର ସମ୍ପାଦକଭାବରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି । ୧୯୮୫ମସିହାରେ "ଭୁବନେଶ୍ୱର ପୁସ୍ତକ ମେଳା" ଆରମ୍ଭ କରିବାରେ ସେ ଥିଲେ ଅନ୍ୟତମ ଉଦ୍ୟୋକ୍ତା ।
ଉତ୍ସ: https://www.telegraphindia.com/
- ଜନ୍ମ ଓ ଜନ୍ମସ୍ଥାନ - ୧୯୩୦
- ଜାତୀୟତା- ଭାରତୀୟ
- ଜୀବନସାଥି - ଗୀତା ହୋତା
- ସନ୍ତାନ - ରାଜୀବ
ସାତକଡ଼ିଙ୍କର ଏଯାବତ ୨୭ଟି ଗଳ୍ପ, ୨୧ଟି ଉପନ୍ୟାସ ଓ ଗୋଟିଏ କବିତାବହି ପ୍ରକାଶ ପାଇସାରିଛି । କବିତାରୁ ସେ ନିଜ ସାହିତ୍ୟ ସର୍ଜନା ଆରମ୍ଭ କରିଥିଲେ । ୧୯୬୭ରେ ତାଙ୍କର ପ୍ରଥମ ଉପନ୍ୟାସ "ବ୍ୟାକୁଳ ହୃଦୟ" ଓ ୧୯୭୧ରେ ପ୍ରଥମ ଗପ ପ୍ରକାଶ ପାଇଥିଲା ।
ରଚନାବଳୀ
ଉପନ୍ୟାସ
- ବ୍ୟାକୁଳ ହୃଦୟ (Byakula Hrudaya)
- ମୁହାଁମୁହିଁ (Muhanmuhin)
- ସ୍ବପ୍ନ ଶିଉଳୀ (Swapna Shiuli)
- ଏତେ ସ୍ବପ୍ନ ଏତେ ଆଲୋକ (Ete Swapna Ete Aloka)
- ଅନେକ ଦିଗନ୍ତ (Aneka Diganta)
- ଅଶାନ୍ତ ଅରଣ୍ୟ (Ashanta Aranya)
- ଅସମୟ (Asamaya)
- ଶତାବ୍ଦୀର ଶୋଷ (Shatabdira Sosha)
- ପ୍ରଥମ ଅଧ୍ୟାୟ (Prathama Adhyaya)
- ରାଜଧାନୀର ରଙ୍ଗ (Rajadhanira Ranga)
- କୃଶବିଦ୍ଧ (Krushabidhha)
- ପ୍ରତ୍ୟୁଷର ପ୍ରଶ୍ନ (Pratushyara Prashna)
- ଭଙ୍ଗାକାଚ (Bhangakacha)
- ସୂର୍ଯ୍ୟ ଉଇଁଲେ ସ୍ବପ୍ନ (Surya Uinile Swapna)
- ସଚିବାଳୟ (Sachibalaya)
- ସତ୍ୟନଗର (Satya Nagara)
- ଜନନୀ ଜନ୍ମଭୂମି (Janani Janmabhumi)
- ଦୀର୍ଘ ରୋମାଞ୍ଚକର ଯାତ୍ରା (Dirgha Romanchakara Jatra)
- ମୁକ୍ତିମନ୍ତ୍ର (Mukti Mantra)
- ଧର୍ମଯୁଦ୍ଧ (Dharma Juddha)
- ତୀର୍ଥଯାତ୍ରା (Tirtha Jatra)
- ଗଳ୍ପ ସଙ୍କଳନ
- କିରିବୁରୁ କନ୍ୟା (Kiriburu Kanya)
- ଫୁଲର ଗୋଟିଏ ସୁରଭି (Phulara Gotie Surabhi)
- ସାୟାହ୍ନର ଶୋଭା (Sayannara Sobha)
- ଅସତର୍କ ମୁହୂର୍ତ୍ତ (Asatarka Muhurtta)
- ଜଗନ୍ନାଥ ହସ (Jagannatha Hasa)
- ଶୋଣିତର ସ୍ୱପ୍ନ (Shonitara Swapna)
- ବେଗେ ସାହେବ (Bege Saheba)
- ନୀଳାଚଳକୁ ରାସ୍ତା (Nilachalaku Rasta)
- ମଧୁଲଗ୍ନ (Madhulagna)
- ମହାସ୍ନାନ (Mahasnana)
- ଲଙ୍ଗଳା ରାଜା (Langala Raja)
- ମୋ ଗଳ୍ପର ନାୟକ (Mo galpa ra nayaka)
- ଶେଷ ସମ୍ବଳ (Shesha Sambala)
- ସବା ଶେଷରେ (Saba Seshare)
- ଆକାର ଘର (Akara Ghara)
- ରାଜଧାନୀର ସକାଳ (Rajadhanira Sakala)
- କଥା ଅନେକ (Katha Aneka)
- ଦୀପ ଜଳିଲେ ଆଲୁଅ (Dwipa jalile Alua)
- ଶୁମ୍ଭ ନିଶୁମ୍ଭ (Shumbha Nishumba)
- ଷ୍ଟୁଆର୍ଟ ସାହେବ (Stuart Saheb)
- ମୋ ଗଳ୍ପ (Mo galpa)
ସମ୍ମାନ ଓ ପୁରସ୍କାର
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୮୭ (ଅଶାନ୍ତ ଅରଣ୍ୟ ପାଇଁ)
- ଶାରଳା ପୁରସ୍କାର - ୨୦୦୪ (ମୁକ୍ତିମନ୍ତ୍ର ଓ ଜନନୀ ଜନ୍ମଭୂମୀ)
- ସାହିତ୍ୟ ଭାରତୀ ସମ୍ମାନ - ୨୦୧୭
- ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ, ୨୦୦୦
ଉତ୍ସ: https://www.telegraphindia.com/