RAKTA TIRTHA ERAM IN ODIA:
ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଭୂମିକା:
Eram (ଇରମ), ଓଡ଼ିଶାର ଭଦ୍ରକ ଜିଲ୍ଲାର ବାସୁଦେବପୁର ଠାରୁ ମାତ୍ର ୧୬ କି.ମି. ଦୂରତ୍ୱରେ ଅବସ୍ଥିତ । ସ୍ଥାନଟି ଚାରି ଦିଗରୁ ବଙ୍ଗୋପସାଗର ତଥା କଂସବାଳ ଓ ଗମେଇ ନଦୀଦ୍ୱାରା ଘେରା ହୋଇରହିଛି ।
ଏହି ପ୍ରାକୃତିକ ସୀମା ହେତୁ ପୋଲିସ ଏବଂ ପ୍ରଶାସନିକ ବ୍ୟକ୍ତିଙ୍କ ପାଇଁ ଏହି ସ୍ଥାନକୁ ପ୍ରବେଶ କରିବା ଏତେ ସହଜ ନୁହେଁ।
ଗୋପାବନ୍ଧୁ ଦାସ, ହରେକୃଷ୍ଣ ମହତାବ ଙ୍କ ପରି କଂଗ୍ରେସ ନେତାମାନେ ଭାରତ ଛାଡ ଆନ୍ଦୋଳନ ବିଷୟରେ ବାର୍ତ୍ତା ବାଣ୍ଟିବା , ସାଧାରଣ ସଭା ପାଇଁ ଇରମ ଗ୍ରାମ କୁ ବ୍ୟବହାର କରିଥିଲେ।
1942 ଜନ ଆକ୍ରମଣ ଘଟଣା:
ଇରମ ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ଗୁପ୍ତଭାବେ ବୈଠକ କରିବା ପାଇଁ ପ୍ରକୃଷ୍ଠ ଥିଲା। କାରଣ ହେଲା ଏହା ଏପରି ଏକ ସ୍ଥାନ ଯେଉଁଠାରେ ପ୍ରାକୃିତକ ଭାବେ ପାହଡ ସମୁଦ୍ର ଏବଂ ନଦୀ ଦ୍ବାରା ଆବଦ୍ଧ ଥିଲା। ଫଳରେ ଇଂରେଜମାନେ କିଛି ଜାଣିବା କଷ୍ଟକର ଥିଲା।
ଏହି ସ୍ଥାନର ମଝିରେ ଗୋଟିଏ ଖୋଲା ପଡିଆ ଥିଲା। ସେହି ପଡିଆ ଚାରିପଟୁ ଆବଦ୍ଧ ଥିବା ବେଳେ ଗୋଟିଏ ପଟେ ଯିବା ଆସିବା ପାଇଁ ରାସ୍ତାଟିଏ ଥିଲା। ଏହା ଗୁପ୍ତଭାବେ ଇଂରେଜ ସରକାରଙ୍କ ବିରୋଧରେ ସଭା କରିବା ସ୍ବାଧୀନତା ସଂଗ୍ରାମଙ୍କ ପାଇଁ ବେଶ୍ ଭଲ ସ୍ଥାନ ଥିଲା। ୧୯୨୦ରୁ ଆରମ୍ଭ କରି ଏହି ପଡିଆରେ ପ୍ରମୁଖ ଜାତୀୟତାବାଦୀ ନେତୃବୃନ୍ଦ ଯଥା ଉତ୍କଳମଣୀ ଗୋପବନ୍ଧୁ ଦାସ, ଉତ୍କଳକେଶରୀ ହରେକୃଷ୍ଣ ମହତାବ ଆଦି ବୈଠକ କରି ଆସୁଥିଲେ। “ଭାରତଛାଡ ଆନ୍ଦୋଳନ” ସମୟରେ ଏହି ପଡିଆରେ ଅନେକ ଜାତୀୟତାବାଦୀ ସଭା ସମିତି ମଧ୍ୟ ଆୟୋଜିତ ହୋଇଥିଲା।ଏହି ଗୁପ୍ତ ସ୍ଥାନରେ ବିଭିନ୍ନ ସମୟରେ ବୈଠକ ହେଉଛି ବୋଲି ଇଂରେଜ ଶାସକ ଜାଣିପାରିଲେ। ଫଳରେ ଏହାର ଜବାବ ଦେବା ପାଇଁ ସେମାନେ ଏକ ସଭାକୁ ଅପେକ୍ଷା କରି ରହିଥିଲେ।
28 ସେପ୍ଟେମ୍ବର 1942 ରେ, ସେତେବେଳେ ସନ୍ଧ୍ୟା ପ୍ରାୟ ୬.୩୦ ହୋଇଥିଲା। ଦୁଃର୍ଭାଗ୍ୟ ବସତଃ ସେଠାରେ ସେହି ଦିନ ଏକ ବିରାଟ ଜନସଭାର ଆୟୋଜନ କରାଯାଇଥିଲା। ଇରମ ମେଲଣ ଗ୍ରାଉଣ୍ଡରେ ଏକ ବିଶାଳ ସମାବେଶ ବ୍ରିଟିଶ ରାଜଙ୍କ ବିରୋଧରେ ହୋଇଥିଲା। ଏହି ସଭାର ସୂଚନା ପାଇ ବାସୁଦେବପୁର ପୋଲିସ ଷ୍ଟେସନରୁ ଡିଏସପି କୁଞ୍ଜବିହାରୀ ମହାନ୍ତିଙ୍କ ନେତୃତ୍ୱରେ ଏକ ପୋଲିସ ଫୋର୍ସ ଇରମ ଅଭିମୁଖେ ଯାଇଥିଲ। ଡିସିପି କୁଞ୍ଜବିହାରୀ ମହାନ୍ତି ମେଲଣ ଗ୍ରାଉଣ୍ଡରେ ପହଞ୍ଚି ସତର୍କ ନକରି ଜନତାଙ୍କୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ।
ଯେପରି ଜଲିଆନାୱାଲାୱାଗ ଠାରେ ଜେନେରାଲ ଡାୟର ଗୁଳି ଚଳାଇବାକୁ କହିଥିଲେ । ସେହିଭଳି DSP କୁଞ୍ଜବିହାରୀ ମହାନ୍ତି ଏଠାରେ ଜନତାଙ୍କୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ ।
ଘଟଣାସ୍ଥଳରେ କିଛି ମିନିଟ୍ ମଧ୍ୟରେ 29 ଜଣଙ୍କର ମୃତ୍ୟୁ ହୋଇଥିଲା । ଏବଂ 50 ରୁ ଅଧିକ ଆହତ ହୋଇଥିଲେ।
ଏହି ଘଟଣା ପାଇଁ, Eram ଦ୍ୱିତୀୟ ଜଲିଆନୱାଲା ୱାଗ ଭାବରେ ବିବେଚନା କରାଯାଏ ।
ଇରମ ଶହୀଦମାନଙ୍କ ତାଲିକା:
- କୃଷ୍ଣଚନ୍ଦ୍ର ସ୍ୱାଇଁ, ପଢୁଆଁ-କୁମାରପୁର
- ଭବନ ରାଉତ, ପଢୁଆଁ- ନନ୍ଦପୁର
- ନିଧି ମାହାଳିକ, ପଢୁଆଁ
- ବୃନ୍ଦାବନ ପଣ୍ଡା, ପଢୁଆଁ
- ଉପ ମଲ୍ଲିକ, ନୂଆ ଗାଁ
- କୃପାସିନ୍ଧୁ ବେହେରା, ଶଂଖାରୁ
- ପରି ବେୱା, ଇରମ, ବାସୁଦେବପୁର
- ଗୋପାଳ ଚନ୍ଦ୍ର ଦାସ, ପଢୁଆଁ
- ବିଶ୍ୱନାଥ ଦାସ, ପଢୁଆଁ
- ବିଜୁଳି ଦାସ, ପଢୁଆଁ
- ହୃଷିକେଷ ବେହେରା, ପଢୁଆଁ
- ମଦନ ପଲାଇ, ପଢୁଆଁ
- ବଲ୍ଲଭ ବେହେରା, ପଢୁଆଁ
- ମାଘ ମାହାଳିକ, ପଢୁଆଁ
- ଭୁଆ ମାଝି, ପଢୁଆଁ
- କାଳୀ ମାଝି, ପଢୁଆଁ-କୁମାରପୁର
- ରାଧୁ ମାହାଳିକ, ପଢୁଆଁ- ମୂଳଡିହୀ
- ଧ୍ରୁବ ଚରଣ ଦେ, ପଢୁଆଁ
- ବାସୁଦେବ ସାହୁ, ପଢୁଆଁ
- ହରି ବେହେରା, ପଢୁଆଁ
- ଦିବାକର ପାଣିଗ୍ରାହୀ, ଗୁଡ, କେଶଗଡିଆ
- ରାମ ମାଝି, ପଢୁଆଁ-କୁମାରପୁର
- ମଣି ବେହେରା, ପଢୁଆଁ
- କତି ସାହୁ, ଈଶ୍ୱରପୁର
- ରତ୍ନାକର ପାଣି, ସୁଦର୍ଶନପୁର
- ମଣି ପ୍ରଧାନ, ସୁଆଣ-ସୁଦର୍ଶନପୁର
- ପରି ଦାସ, ସୁଆଣ
- ଶଙ୍କର ମଲ୍ଲିକ, ଅଧୁଆଁ
- ଗୋବିନ୍ଦ ରାଉତ, ଆର୍ତୁଗାଁ
ସେହି ଶହୀଦମାନଙ୍କ ସ୍ମୃତିପୀଠ ଭାବରେ, ଇରମରେ ଏକ ସ୍ମୃତିସ୍ତମ୍ଭ ତିଆରି କରାଯାଇଛି ଓ ଆଜି ଏହା ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଗଣିତ ହେଇଛି ।