Biography Of Chakhi Khuntia In Odia
- ଚନ୍ଦନ ହଜୁରୀ
- ଜନ୍ମ ଓ ଜନ୍ମସ୍ଥାନ - ଶାମ୍ବ ଦଶମୀ, ୧୮୨୭ ହରଚଣ୍ଡୀ ସାହି, ପୁରୀ, ପୁରୀ
- ମୃତ୍ୟୁ-୧୮୭୦, ପୁରୀ
- ଜାତୀୟତା-ଭାରତୀୟ
- ପ୍ରସିଦ୍ଧି-ସ୍ୱାଧୀନତା ସଂଗ୍ରାମୀ,
- ଜୀବନସାଥି-ସୁନ୍ଦରମଣୀ
- ବାପା ବୋଉ-ଭୀମସେନ ହଜୁରୀ (ରଘୁନାଥ ଖୁଣ୍ଟିଆ),କମଳାବତୀ ଦେବୀ
ପ୍ରାରମ୍ଭିକ ଜୀବନ
ଖୁଣ୍ଟିଆ ୧୮୨୭ ମସିହା ଶାମ୍ବ ଦଶମୀ ତିଥିରେ ପୁରୀର ହରଚଣ୍ଡୀ ସାହିରେ ପିତା ରଘୁନାଥ ଖୁଣ୍ଟିଆ (ଭୀମସେନ ହଜୁରୀ)ଙ୍କ ଔରସ୍ୟରୁ ଓ ମାତା କମଳାବତୀ ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । ରଘୁନାଥ ଖୁଣ୍ଟିଆ ଜଗନ୍ନାଥଙ୍କର ଅଙ୍ଗଲାଗି ସେବକ ଥିଲେ । ସେବା ଛଡ଼ା ସେ ପୁରୀକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଗୁମାସ୍ତାଗିରି କରୁଥିଲେ । ଯାତ୍ରୀ ବ୍ୟବସାୟରେ ସେ ଉତ୍ତର ଓ ପଶ୍ଚିମ ଅନେକ ଅଞ୍ଚଳ ଯାଉଥିଲେ । ତାଙ୍କ ସମୟରେ "ବିଠୁର" (ବର୍ତ୍ତମାନର ଉତ୍ତର ପ୍ରଦେଶ) ମଧ୍ୟ ଥିଲା ତାଙ୍କ ଯିବା ଆସିବା ଅଞ୍ଚଳ । ସେ ଓଡ଼ିଶା ବାହାରୁ ଆସୁଥିବା ଯାତ୍ରୀଙ୍କର ଜଗନ୍ନାଥ ଦର୍ଶନ ଓ ରହିବାର ସେ ବନ୍ଦୋବସ୍ତ କରୁଥିଲେ । ତାଙ୍କର ଗସ୍ତ ସମୟରେ ସେ ବାଜିରାଓ ପରି ପ୍ରମୁଖ ମାନ୍ୟଗଣ୍ୟ ଲୋକଙ୍କ ସହ ପରିଚିତ ଥିଲେ ।
ଜନ୍ମ ସମ୍ବନ୍ଧିତ କିମ୍ବଦନ୍ତୀ
କିମ୍ବଦନ୍ତୀ ରହିଛି ଯେ ଭୀମସେନଙ୍କର ବଂଶରକ୍ଷା ପାଇଁ ସନ୍ତାନଟିଏ ନ ଥିବାରୁ ପତ୍ନୀ କମଳାବତୀ ବହୁତ ବ୍ରତ ମାନସିକ କରୁଥିଲେ । ଶେଷରେ ୧୮୨୭ ମସିହା କାର୍ତ୍ତିକ ମାସ ଶୁକ୍ଳପକ୍ଷ ବଡ଼ ଏକାଦଶୀ ଦିନ ଭୀମସେନ ଜଗନ୍ନାଥଙ୍କର ଚନ୍ଦନ ବେଶରେ ବ୍ୟସ୍ତ ଥିବା ବେଳେ ଖବର ପାଇଲେ ଯେ ତାଙ୍କର ପୁଅଟିଏ ହୋଇଛି ବୋଲି । ସେଥି ଲାଗି ପୁଅଟିର ନା ରଖିଲେ ଚନ୍ଦନ । ବୃଦ୍ଧ ବୟସରେ ଚନ୍ଦନ ଏକମାତ୍ର ସନ୍ତାନ ହୋଇଥିବାରୁ ଚନ୍ଦନ ସମସ୍ତଙ୍କ ସ୍ନେହ ଶ୍ରଦ୍ଧା ଲାଭ କରି ତେଣୁ ବହୁତ ଦୁଷ୍ଟ ହେଲେ । ଛୁରୀ ପରି ତୀକ୍ଷ୍ଣ ହୋଇଥିବାରୁ ଛୁଆଟିକୁ କିଛି ଲୋକ ଛାଖୁ ବା ଚାଖି ଡାକିଲେ । ପରବର୍ତ୍ତୀ ସମୟରେ ସେ ନାମ ହୋଇଗଲା ଚାଖି ବା ଚାଖି ଖୁଣ୍ଟିଆ । ଅନ୍ୟ ଏକ ଲୋକକଥା ଅନୁସାରେ ପିଲାବେଳେ ତାଙ୍କର ଖାଦ୍ୟପେୟ ପ୍ରତି ବିଶେଷ ରୁଚି ନଥିଲା, ତେଣୁ ସେ ଚାଖି ଚାଖି ଖାଦ୍ୟ ଖାଉଥିଲେ, ତେଣୁ ସେ ଚାଖି ଖୁଣ୍ଟିଆ ଭାବେ ପରିଚିତ ହୋଇଥିଲେ ।
ତାଙ୍କ ଜୀବନୀ ଓ ୧୮୫୭ରେ ତାଙ୍କର ଭୂମିକା
- ସେ ପିଲାବେଳେ ଚାଟଶାଳିରେ ଓଡିଆ ଓ ସାହିତ୍ୟ ଅଧ୍ୟୟନ କରିବା ସହ ପରେ ପୁରୀକୁ ଆସୁଥିବା ତୀର୍ଥ ଯାତ୍ରୀଙ୍କ ସହ ସଂଯୋଗ ସ୍ଥାପନ ପାଇଁ ସେ ହିନ୍ଦୀ ଶିକ୍ଷାଲାଭ କରିଥିଲେ।
- ଏହାବ୍ୟତୀତ ସେ ଭାରତୀୟ ଇତିହାସ ଓ ଭୂଗୋଳ ଅଧ୍ୟୟନ କରିବାକୁ ଅଧିକ ରୁଚି ରଖୁଥିଲେ ଏବଂ ଓଡିଆ ବୀରଙ୍କ ବୀରତ୍ଵ ବିଷୟରେ ଜାଣିବାକୁ ତାଙ୍କର ବିଶେଷ ଆଗ୍ରହ ଥିଲା ।
- ଏହାବାଦ୍ ସେ ଆଖଡା ବା ଜାଗାଘରରେ ଶାରୀରିକ କ୍ରିୟା ଅର୍ଥାତ କୁସ୍ତି କସରତ ମଧ୍ୟ କରୁଥିଲେ।
- ମାତ୍ର ୧୨ ବର୍ଷ ବୟସରେ ଚାଖି ସୁନ୍ଦରମଣିଙ୍କୁ ବିବାହ କରିଥିଲେ।
- ଚାଖି ଖୁଣ୍ଟିଆଙ୍କ ପିତା ମନୁବାଈ (ରାଣୀ ଲକ୍ଷ୍ମୀବାଈ)ଙ୍କ ଘରେ କୌଳିକ ଯଜମାନ ଥିଲେ, ତେଣୁ ସେ ତାଙ୍କ ସହ ବନ୍ଧୁତ୍ଵ ରଖିବା ସହ ତାଙ୍କୁ ଦେଖା କରିବାକୁ ଆସୁଥିଲେ ।
- ରାଣୀ ଲକ୍ଷ୍ମୀବାଈଙ୍କ ସ୍ଵାମୀ ଗଦାଧର ରାଓଙ୍କ ମୃତ୍ୟୁ ପରେ ସେ ତାଙ୍କ ଏକମାତ୍ର ପୁତ୍ରକୁ ମଧ୍ୟ ହରାଇଥିଲେ ।
- ବ୍ରିଟିଶ ସରକାର ଲକ୍ଷ୍ମୀବାଈଙ୍କ ରାଜ୍ୟ ଅକ୍ତିଆର୍ କରିବା ପ୍ରୟାସ କଲାବେଳେ ଏହାର ତୀବ୍ର ବିରୋଧ କରିଥିଲେ ଲକ୍ଷ୍ମୀବାଈ।
- ଏହି ସମୟରେ ଲକ୍ଷ୍ମୀବାଈ ଚାଖି ଖୁଣ୍ଟିଆଙ୍କ ସହଯୋଗ ନେଇଥିଲେ ଓ ଚାଖି ତାଙ୍କ ସିପାହୀମାନଙ୍କ ମୁଖ୍ୟ ପରାମର୍ଶଦାତା ରହିଥିଲେ. ସେଥିଲାଗି ତାଙ୍କୁ ହଜୁରୀ ପଣ୍ଡା ବୋଲି ମଧ୍ୟ କୁହାଯାଉଥିଲା ।
- ମାଟି କୁସ୍ତିରେ ପ୍ରସିଦ୍ଧ ରଖିଥିବା ଏହି ଯୋଦ୍ଧା ସିପାହୀମାନଙ୍କୁ ତାଲିମ ଦେବା ସହ ଇଂରେଜଙ୍କ ବିରୋଧରେ ସଂଗ୍ରାମ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ ।
- ସେଥିପାଇଁ ତାଙ୍କୁ ଅନେକ ଥର ବ୍ରିଟିଶ ସରକାର ବନ୍ଦୀ କରିଥିଲେ ।
- ଅନ୍ତିମ ସମୟରେ ସେ ପୁରୀରେ ଅତିବାହିତ କରିବା ସହ ସାହିତ୍ୟ ସାଧନା ଓ କବିତା ରଚନାରେ ଅନେକ ସମୟ ବିତାଉଥିଲେ ।
- ଏହି ମହାନ ଯୋଦ୍ଧା, କବି ଓ ବିଦ୍ରୋହୀଙ୍କ ୧୮୭୦ ମସିହାରେ ଦେହାନ୍ତ ହୋଇଥିଲା ।
- ମାତ୍ର ୪୩ ବର୍ଷରେ ମୃତ୍ୟୁବରଣ କରିଥିବା ଏହି ମହାନ ବିପ୍ଲବୀଙ୍କ ଜୟନ୍ତୀ ରାଜ୍ୟ ସରକାରଙ୍କ ଦ୍ଵାରା ଲିପିବଦ୍ଧ ଜନ୍ମ ତାରିଖ ଅନୁସାରେ ପାଳନ କରାଯାଉଛି ।