- କାର୍ତ୍ତିକ ମାସରେ ପ୍ରତିଦିନ ସକାଳେ ଖଳିପେଟ ରେ ଦୁଇ, ତିନିଟି ଲେଖା ତୁଳସୀ ପତ୍ର ଚୋବାଇ ଖାଇଲେ ବର୍ଷ ସାରା କୌଣସି ରୋଗ ହୁଏନାହିଁ।
- ତୁଳସୀ ଗଛ ନିକଟରେ ବସିଲେ କିମ୍ବା ଠିଆ ହେଲେ ମାନସିକ ଏକାଗ୍ରତା ସୃଷ୍ଟିହୁଏ। ଏହା ମନରେ ସତ୍ୱିକ ଭାବ ସୃଷ୍ଟି କରେ ।
- କୁହାଯାଏ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ସମୟରେ ପିଇବା ପାଣି ଓ ଖାଦ୍ୟଦ୍ରବ୍ୟ ରେ ତୁଳସୀ ପତ୍ର ପକାଇ ରଖିଲେ ଗ୍ରହଣର କୌଣସି ପ୍ରଭାବ ପଡେ ନାହିଁ।
- ଗାଧୋଇ ସାରି ତୁଳସୀ ମୂଳ ମାଟି ରେ ଚିତା ପିନ୍ଧିଲେ ସମସ୍ତ କାର୍ଯ୍ୟ ସିଦ୍ଧ ହୁଏ।
Tulsi leaves eating benefits in odia
ଆହୁରି ପଢ଼ନ୍ତୁ: ତ୍ରିଫଳା ଆୟୁର୍ବେଦର ଅମୃତ ଔଷଧି
- ତୁଳସୀ ଗଛ ର ବାସ୍ନା ରକ୍ତ ବିକର ଦୂର କରେ।
- ଗଲା ରେ ତୁଳସୀ ମାଳ ଧାରଣ କଲେ ଶରୀର ସବୁବେଳେ ସୁସ୍ଥ ଓ ସତେଜ ରୁହେ।
- ଖାଇସାରିବା ପରେ ତୁଳସୀ ପତ୍ର ଚୋବାଈ ଖାଇଲେ ପାଟି ର ଦୁର୍ଗନ୍ଧ ଦୂର ହୁଏ ଓ ଦାନ୍ତ ପୋକ ଖାଏ ନାହିଁ।
- ତୁଳସୀ ପତ୍ର ର ରସ ଦେହରେ ମାଲିସ୍ କଲେ ହାଡ଼ ଶକ୍ତ ହୁଏ।
- ଦେହର କାନ୍ତି ବୃଦ୍ଧି ହୁଏ, ଶରୀର ନିରୋଗ ରହେ।