ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୧୧ - କାହ୍ନୁ-Charjya gitika kanhupa 11

@_ustad
0

ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୧୧ - କାହ୍ନୁ 
ଅନୁସୃଜନ - ଜ୍ୟୋତି ନନ୍ଦ

 କାଳର ଶକତ ଖୁଣ୍ଟି ଓପାଡ଼ି
ବ୍ୟାପକ ବିବିଧ ବନ୍ଧନ ତାଡ଼ି ।

ସହଜ ନଳିନୀ କୁଞ୍ଜେ ପ୍ରବେଶ
ମାତାଲ କାହ୍ନୁ ଯେ ତୃପ୍ତ ହରଷ ।

ଯେଉଁ ପରି ହସ୍ତୀ ହସ୍ତୀନୀ ରମେ
କାମ କଳଧ୍ୱନୀ ଜଳ ବର୍ଷଣେ ।

ଷଡ଼ଗତି ସବୁ ସ୍ୱଭାବେ ଶୁଦ୍ଧ
ଭାବାଭାବେ କିଛି ନାହିଁ ବିରୁଦ୍ଧ ।

ଦଶଦିଶେ ରଖି ଦଶ ରତନ
ବିଦ୍ୟା-କରୀକୁ କରଇ ଦମନ ।

Post a Comment

0Comments

Post a Comment (0)