
ଏଣିକି ମଣିଷଙ୍କୁ କାମୁଡ଼ିବାକୁ ଭୟ କରିବେ ମଶା । ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ଏହା ସତ । ବୈଜ୍ଞାନିକମାନେ ଏଭଳି ଔଷଧ ତିଆରି କରୁଛନ୍ତି, ଯାହା ମଣିଷର ରକ୍ତକୁ ମଶା ଏବଂ ଅନ୍ୟ ପରଜୀବୀଙ୍କ ପାଇଁ ବିଷାକ୍ତ କରିଦେବ । ଫଳରେ ମଣିଷକୁ କାମୁଡ଼ିବା ଦ୍ୱାରା ସେମାନଙ୍କ ମୃତ୍ୟୁ ସୁନିଶ୍ଚିତ । କେନିଆ ସ୍ଥିତ ଲିଭର୍ପୁଲ୍ ସ୍କୁଲ୍ ଅଫ୍ ଟ୍ରପ୍କିକାଲ୍ ମେଡିସିନ୍ରେ ହୋଇଥିବା ଗବେଷଣାରୁ ଏହା ଜଣାପଡ଼ିଛି । ବୈଜ୍ଞାନିକଙ୍କ ଅନୁସାରେ, ଏଣିକି ମ୍ୟାଲେରିଆକୁ ନେଇ ଆଉ ଚିନ୍ତା କରିବାର ମଧ୍ୟ କୌଣସି କାରଣ ନାହିଁ । ଏହି ଔଷଧର କୌଣସି ପାଶ୍ୱର୍ପ୍ରତିକ୍ରିୟା ନାହିଁ । ଏହା ମଣିଷ ଶରୀରରେ ରକ୍ତକୁ କେବଳ ମଶା ଏବଂ ପରଜୀବୀଙ୍କ କ୍ଷତି ପାଇଁ ବ୍ୟବହାର କରାଯିବ । ୧୯୮୦ରେ ମଧ୍ୟ ଏଭଳି ଏକ ଔଷଧ ପ୍ରସ୍ତୁତ ହୋଇଥିଲା; ଯାହା ଫାଇଲେରିଆସିସ୍ ସମେତ ଅନେକ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୋଇଥିଲା ।