ଚାଟ୍ ତିଆରି ପ୍ରଣାଳୀ - How To prepare chat in odia

@_ustad
0
Chana Chaat (White Chickpea Chaat Snack)




How to make chaat at home in odia

ଆବଶ୍ୟକ ସାମଗ୍ରୀ (Ingredients Of Preparing Chat)- ପିଆଜ, ଅଦା ଓ ରସୁଣ ପେଷ୍ଟ, ଡାଲଚିନ୍‌ ପାଉଡର, ଚାଟ୍‌ ମସଲା, କଟା ପିଆଜ,ଆଳୁ, ମଟର, କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଧନିଆ ପତ୍ର, ଲୁଣ, ହଳଦୀ, କଲର ପାଉଡର, ଝୁରା ସେଓ, ଟମାଟୋ ପେଷ୍ଟ।

ଆହୁରି ପଢ଼ନ୍ତୁ: ପନୀର୍ ପକୋଡା (Panir Pakoda recipes in Odia)







ପ୍ରସ୍ତୁତି ପ୍ରଣାଳୀ (Method Of Making Chat In Odia)-ପ୍ରଥମେ ଗୋଟା ଆଳୁ ଓ ମଟରକୁ ପାଣିରେ ସିଝାନ୍ତୁ। ଆଳୁ ଓ ମଟର ସିଝିଲା ପରେ ଅଲାଗା ଅଲାଗା ପ୍ଲେଟ୍‌ରେ ତାକୁ ବାହାର କରି ଦିଅନ୍ତୁ। ଆଳୁ ଥଣ୍ଡା ହେଲା ପରେ ତାକୁ ଭଲଭାବରେ ଚକଟୁନ୍ତୁ। ଏହାପରେ କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ କଟା ପିଆଜ ପକାନ୍ତୁ। ପିଆଜ ଭଲ ଭାବରେ ଭାଜି ହେବା ପରେ ସେଥିରେ ଅଦା, ରସୁଣ ଓ ପିଆଜ ପେଷ୍ଟ ପକାନ୍ତୁ। ପରେ ସେଥିରେ ଟମାଟୋ ପେଷ୍ଟ ପକାନ୍ତୁ। ମସଲାକୁ ଭଲ ଭାବରେ ଚଲାନ୍ତୁ। ପରେ ସେଥିରେ ଲଙ୍କା ପାଉଡର, ଜିରା ପାଉଡର ଓ ଧନିଆ ପାଉଡର ପକାନ୍ତୁ। କିଛି ସମୟ ପରେ ସେଥିରେ ଚାଟ ମସଲା ପକାଇ ଭଲ ଭାବେ ଗୋଳାନ୍ତୁ। ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ। ପରେ ହଳଦୀ ଓ କଲର ପାଉଡର ପକାନ୍ତୁ। କିଛି ସମୟ ପରେ ମସଲାରେ ଅଳ୍ପ ପାଣି ଦିଅନ୍ତୁ। ମସଲାଟି ହୋଇଯିବା ପରେ ସେଥିରେ ଚକଟି ରଖିଥିବା ଆଳୁ ଓ ମଟର ପକାନ୍ତୁ। ତାକୁ ଅଳ୍ପ ପାଣି ଦେଇ ଚଲାନ୍ତୁ। କିଛି ସମୟ ପରେ ସେଥିରେ ଚାଟ ମସଲା, ଲଙ୍କା ଜିରା ଓ ଧନିଆ ପାଉଡର ପକାନ୍ତୁ। ତାକୁ ଭଲ ଭାବରେ ଚଲାନ୍ତୁ। ସେଥିରେ ଅଳ୍ପ କଲର ପାଉଡର ଓ ଧନିଆ ପତ୍ର ପକାନ୍ତୁ। ପରେ ଡାଲଚିନ୍ ପାଉଡର ପକାନ୍ତୁ। କିଛି ସମୟ ଛାଡିଦିଅନ୍ତୁ। ପରେ ତାକୁ ପ୍ଲେଟ୍‌କୁ କାଢ଼ି ଆଣନ୍ତୁ। ପ୍ରସ୍ତୁତ ହୋଇଗଲା ଚାଟ୍।




For Latest Quiz, Gk Join Our Telegram Channel @Gk_Odia (ODISHA GK) Click here

Keywords: How to make Chaat at home in Hindi, How to make papdi chaat, How to make papdi chaat, How to make chaat masala at home

Post a Comment

0Comments

Post a Comment (0)