
II ଓଡିଆ ଢଗଢମାଳି-୧ II
------------------------
ଅକାଳେ ରଙ୍କୁଣୀ କଲା ବେଉସା,
ଲାଭ ଖାଇଗଲା ଚୁଟିଆ ମୂଷା।
ଅକାଳେ ଇଲିଶି ପାଇଛି,
କଣ୍ଟାମଣ୍ଟା କରି ଗିଳୁଛି।
ଅଖାଇ କରିଛି ଓଷା
ଡୋଲିକ ଚାଉଳ ଓଳିକେ ଖାଇଛି,
ଦାନ୍ତ ଅଛି ଦରଘଷା।
- ଆହୁରି ପଢ଼ନ୍ତୁ: ଓଡ଼ିଆ ଲୋକଵାଣୀ —୨ (Odia Lokabani)
- ଓଡ଼ିଆ ଲୋକଵାଣୀ —୧ (Odia Lokabani)
- (ଓଡ଼ିଆ ଗ୍ରାମାର ଲୋକବାଣୀ) Odia Grammar Lokabani
- ଓଡ଼ିଆ ଲୋକ କଥା ଢଗ ଢମାଳି - Odia Loka katha O Dhaga Dhamali
- ଓଡିଆ ଢଗଢ଼ମାଳି - Odia dhagadhamali
- ଓଡ଼ିଆ ଲୋକବାଣୀ —(କ) - Odia Lokabani
- ଓଡିଆ ଢଗଢମାଳି-୧ -Odia Dhaga dhamali-1
ଅଖାଇ ନାନୀ ସରୁ କାଟେଣୀ
ବସି ଖାଇ ଚୁଲି ମୁଣ୍ଡେ,
ଘଇତା ପାଖରେ ସକେଇ ହୁଏ
କିଛି ଦେଇନାହିଁ ତୁଣ୍ଡେ।
ଅଖାଇ ମଙ୍ଗଳା ଚଣ୍ଡୀ,
ଭାତ ଖାଉ ନାହିଁ, ପେଜ ଖାଉ ନାହିଁ
କେମିତି ବହିଛି ଗଣ୍ଡି?
(ଓଡିଆ ସମାଜରେ ଅନେକ ରୁଚିକର ଓ ମଜାଳିଆ ସାମାଜିକ ଢଗଢମାଳି ପ୍ରଚଳିତ ଅଛି। ସେ ସବୁର ପ୍ରୟୋଗ ଦ୍ୱାରା ପରସ୍ପର ଭିତରେ କଥାବାର୍ତ୍ତାରେ ସାଙ୍ଗିତିକତା ଭରି ଯାଉଥିଲା। ଅଳ୍ପରେ ବହୁତ କଥା ମଧ୍ୟ ବୁଝି ହେଉଥିଲା। ସେ ସବୁକୁ ଅନେକ ଲେଖକ ସଂଗ୍ରହ କରି ରଖିଛନ୍ତି। କିଛି ପଢନ୍ତୁ ଓ ଏହାର ଅର୍ଥ ବାହାର କରନ୍ତୁ।)
Tag: ଓଡିଆ ଢଗଢମାଳି, odia dhaga, Odia dhaga dhamali, ଓଡ଼ିଆ ଢଗଢ଼ମାଳି, ଓଡ଼ିଆ ଢ଼ଗଢମାଳି, ଓଡ଼ିଆ ଢ଼ଗଢ଼ମାଳି, ଓଡିଆ ଢ଼ଗଢମାଳି, Odia Dhagadhamali