ପାଶ୍‌ଙ୍କର କବିତା - ଶହୀଦ ଭଗତ ସି

@_ustad
0
ପାଶ୍‌ଙ୍କର କବିତା 'ଶହୀଦ ଭଗତ ସିଂ'ଓଡ଼ିଆ ଅନୁବାଦକ - ଜ୍ୟୋତି ନନ୍ଦ

ପଞ୍ଜାବର ପ୍ରଥମ ଚିନ୍ତକ,
ସାମାଜିକ ସଂରଚନା ସମ୍ପର୍କରେ ଯିଏ
ବୈଜ୍ଞାନିକ ଆଖିରେ ରଖିଛି
ନିଜର ବିଚାର ।

ପ୍ରଥମ ବୌଦ୍ଧିକ ସେ, ଦେଖିଅଛି
ସାମାଜିକ ବିଷମତାରପୀଡ଼ାର,
କେତେ ଗହୀରରେ ରହିଥାଏ ଚେର 

ପ୍ରଥମ ଦେଶଭକ୍ତ,
ମନ ଭିତରେ ଯାହାର ରହିଥିଲା,
ସମାଜର ଯେତେ ଯେତେ ସୁଧାର ହେବ,
ସେ ସବୁର ଏକ ନିଶ୍ଚିତ ଦୃଷ୍ଟିକୋଣ 

ମହାନ ପଞ୍ଜାବୀପୁତ୍ର ସେ
ନିଜ ଭାବନା ଆଉ ବୁଦ୍ଧିର ମେଳକ
ମାନ୍ୟତାର କୁହୁଡ଼ିରେ ଆଶ୍ରା
ଲୋଡ଼ିନାହିଁ ଜମା ।

ଏମିତି ପଞ୍ଜାବୀ ସେ
ଦେଶଭକ୍ତିର ପ୍ରଦର୍ଶନକାରୀ ପ୍ରପଞ୍ଚରୁ
ସେ ମୁକ୍ତ ହୋଇଗଲା ।
ପଞ୍ଜାବର ବିଚାରଧାରାକୁ ତାହାର ଦାନ,
ସାଣ୍ଡର୍ସର ହତ୍ୟା
ଆସେମ୍ବ୍ଲିରେ ବୋମାମାଡ଼,
ଫାଶି ଦଉଡ଼ିରେ ଝୁଲି ପଡ଼ିବାଠୁ
କାହିଁ କେତେ ବେଶି ।

ଭଗତ ସିଂ ପ୍ରଥମ ଥର
ପଞ୍ଜାବକୁ
ବଣୁଆପହେଲବାନୀ ଆଉ ଅଶିକ୍ଷାରୁ
ବୁଦ୍ଧିବାଦର ରାସ୍ତା ଦେଖେଇଲା ।

ଯେଉଁ ଦିନ ଫାଶି ଦିଆ ହେବ,
କୋଠରୀରେ ତାହାର
ବହିଟିଏ ଲେନିନର ଥିଲା ।
ଗୋଟିଏ ପୃଷ୍ଠାରେ ରହିଥିଲା ସଯତ୍ନ ଭାଙ୍ଗ ।

ପଞ୍ଜାବର ଭାଷାକୁ
ତାହାର ସେଇ ଶେଷଦିନର
ପୃଷ୍ଠାର ଭାଙ୍ଗଠୁ, ଆଗକୁ ଯିବାକୁ ହେବ,
ଚାଲିବାକୁ ହେବ ଆଗକୁ ।.

Post a Comment

0Comments

Post a Comment (0)