ମାହାରୀ ନୃତ୍ୟ -MAHARI DANCE ODIA

@_ustad
0
Mahari nrutya, Mahari nacha Itihasa, Mahari, Mahari History Odia, Mahari dance Odia, Mahari Odia, Mahari dance information, Mahari Nrutya Odia, Mahari

Mahari nrutya, Mahari nacha Itihasa, Mahari, Mahari History Odia, Mahari dance Odia, Mahari Odia, Mahari dance information, Mahari Nrutya Odia, Mahari

ମାହାରୀ ନୃତ୍ୟ ସମ୍ପର୍କରେ ବିବରଣୀ

ମାହାରି ନୃତ୍ୟ ଓଡିଶାର ଏକ ଧାର୍ମିକ ନୃତ୍ୟ । ଓଡିଶା ଇତିହାସରେ ଦେବଦାସୀ ପ୍ରଥା ଥିଲା ଯେଊଁଥିରେ ନୃତ୍ୟଙ୍ଗନା ମାନେ ଭଗବାନଙ୍କ ସେବାରେ ନିଜକୁ ସମର୍ପି ଦେଇଥାନ୍ତି । ଏହି ନୃତ୍ୟଙ୍ଗନା ମାନଙ୍କୁ ମାହାରି ଏବଂ ଏମାନଙ୍କ ନୃତ୍ୟ କୁ ମହାରି ନୃତ୍ୟ କୁହଯାଏ । ରାଜା ଚୋଡଗଙ୍ଗଦେବଙ୍କ ସମୟରେ ପୁରି ଜଗନ୍ନାଥ ମନ୍ଦିରରେ ମାହାରି ମାନଙ୍କୁ ନିଯୁକ୍ତ କରାଯାଇଥିଲା । ତାଙ୍କପରେ ଅନଙ୍ଗଭୀମଦେବ ପୁରି ମନ୍ଦିରରେ ନାଟ୍ୟମଣ୍ଡପ ନିର୍ମାଣ କରିଥିଲେ କିନ୍ତୁ ଏହି ନାଟ୍ୟ ମଣ୍ଡପରେ ଯେଉଁମାନେ ନୃତ୍ୟ କରୁଥିଲେ ସେମନଙ୍କୁ ନାଚୁଣି, ବା ଗୌଡାସନି ନାମରେ ଜଣାଜାଉଥିଲା ହେଲେ ନୃତ୍ୟ ଶୈଳି ମାହାରି ନୃତ୍ୟ ଥିଲା। ମାହାରୀ ନୃତ୍ୟର ଏକ ଭିନ୍ନ ନାମ ଅଛି, ଯାହାକୁ ସମର୍ପଦ ନିୟୋଗ କୁହାଯାଏ । (36)ଛତିଶା ନିଯୋଗ ମଧ୍ୟରେ ଏହା ମଧ୍ୟ ଏକ ନିଯୋଗର ଅଂଶବିଶେଷ । ମୋଟ 35 ନିଯୋଗ ପୁରୁଷ ସେବାୟତଙ୍କ ପାଇଁ ଉର୍ଦ୍ଦିଷ୍ଟ ଥିବା ବେଳେ ଗୋଟିଏ ନିଯୋଗ କେବଳ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ । ଆଉ ସେ ପୁଣି ମାହାରୀ ନୃତ୍ୟ ପାଇଁ । କାଳକ୍ରମେ ମୂଳ ଦେବଦାସୀ ଶଶିମଣି ଦେବୀଙ୍କ ଦେହାନ୍ତ ପରେ ଏହି ସେବା ଶ୍ରୀମନ୍ଦିରରେ ଲୋପ ପାଇଯାଇଛି । କିନ୍ତୁ ବର୍ତ୍ତମାନ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାକୁ ବର୍ତ୍ତମାନ କିଛି ନୃତ୍ୟଶିଳ୍ପୀ ମାହାରୀ ନୃତ୍ୟ ପରିବେଷଣ କରୁଛନ୍ତି ।ଏମାନେ ରଥ ଯାତ୍ରା, ଝୁଲଣ ଯାତ୍ର ଏବଂ ଦୋଳ ଯାତ୍ରା ଆଦିରେ ନୃତ୍ୟ ପରିବେଷଣ କରିଥାଆନ୍ତି ।

ମାହାରୀ ନୃତ୍ୟ  ଓ ଦେବଦାସୀ

୫୦ ଦଶକ ର ମାହାରୀ ନୃତ୍ୟ ଶିଳ୍ପୀ
ମାହାରୀ ନୃତ୍ୟ ଓଡିଶାର ଏକ ମୁଖ୍ୟ ନୃତ୍ୟକଳା । ଏହାର ଉତ୍ପତ୍ତି ଓଡିଶାର ମନ୍ଦିର ମାନଙ୍କରୁ ହୋଇଥିଲା। ଓଡିଶାର ଇତିହାସ ଓ ପୁରାତନ ତଥ୍ୟ ଅନୁଯାୟୀ ଜଣାଯାଏ ଯେ ପୂର୍ବେ ଓଡିଶାରେ “ଦେବଦାସୀ” ପ୍ରଥା ପ୍ରଚଳିତ ଥିଲା । ଏହି ପ୍ରଥା ଅନୁସାରେ ପିତା ମାତା ତାଙ୍କର କନ୍ୟା ସନ୍ତାନକୁ ଇଶ୍ବରଙ୍କ ଉଦ୍ଦେଶ୍ୟରେ ସମର୍ପଣ କରୁଥିଲେ। ଏହି କନ୍ୟାମାନେ ମନ୍ଦିରରେ ଜୀବନ ଯାପନ କରୁଥିଲେ ଏବଂ ଇଶ୍ବରଙ୍କ ସେବା ନିମନ୍ତେ ଏମାନେ ସଙ୍ଗୀତ ଏବଂ ନୃତ୍ୟ ପରିବେଷଣ କରୁଥିଲେ । ଏହି “ଦେବଦାସୀ” ମାନଙ୍କୁ ସାଧାରଣତଃ “ମାହାରୀ” ବୋଲି କୁହାଯାଉଥିଲା ।ଦେବଦାସୀ ସମ୍ପୁର୍ଣ୍ଣ ଭାବେ ନିଜକୁ ମହାପ୍ରଭୁଙ୍କ ପାଖରେ ସମର୍ପଣ କରିଦିଅନ୍ତୁ। ଶେଷ ଜୀବନ ଯାଏଁ ମହାପ୍ରଭୁଙ୍କୁ ହିଁ ନିଜର ସ୍ବାମୀ ଵୋଲି ମାନନ୍ତି। ତେବେ ଏ ସେବା ପ୍ରଚଳନ କରାଯାଇଥିଲା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପାରମ୍ପରିକ ସଂଗୀତରେ ନୃତ୍ୟ ପରିବେଷଣ କରିବା। ଏହା ଓଡି଼ଶୀ ଓ ଗୋଟିପୁଅର ଏ ସମିଶ୍ରଣ ନୃତ୍ୟ ବୋଲି ଧରାଯାଏ। ମହାପ୍ରଭୁଙ୍କ ପହଡ଼ ବା ନିଦ୍ରା ଯିବା ପୂର୍ବରୁ ତାଙ୍କ ସମ୍ମୁଖରେ ଜୟଦେବଙ୍କ ରଚିତ ଗୀତଗୋବିନ୍ଦ ଗାନକରି, ନୃତ୍ୟ ପରିବେଷଣ କରାଯାଏ। କିନ୍ତୁ ବର୍ତ୍ତମାନ ଏହି ସେବା ଆଉ ନାହିଁ କିନ୍ତୁ କିଛି କିଛି ମଞ୍ଚରେ ଏହା ବର୍ତ୍ତମାନ ପରିବେଷଣ କରାଯାଉଛି। ଏହାର ବ୍ୟାପ୍ତି ପ୍ରମୁଖ ଭାବେ ଗୁରୁ ପଙ୍କଜ ଚରଣ ଦାଶଙ୍କ ଦ୍ବାରା ହୋଇଥିଲା। ସେ ହେଉଛନ୍ତି ମାହାରୀ ନୃତ୍ୟର ଜଣେ ଅନନ୍ୟ ନାୟକ ସେ ମାହାରୀରକୁ ଅନେକ ସ୍ଥାନରେ ପରିବେଷଣ କରି ଏକ ସ୍ବତନ୍ତ୍ର ସ୍ଥାନ ଦେଇଥିଲେ। ବର୍ତ୍ତମାନ “ଗୁରୁ ପଙ୍କଜ ଚରଣ ଦାଶ ଗବେଷଣା ଅନୁଷ୍ଠାନ” ଦ୍ବାରା “ମାହାରୀ ସମ୍ମାନ” ମଧ୍ୟ ପ୍ରଦାନ କରାଯାଉଛି। ସେ ଯାହା ହେଉନା କାହିଁ ଏହାର ବ୍ୟାପ୍ତି ଆଉ ସେତେଟା ନାହିଁ କି ଆଉ ନାହାନ୍ତି ଦେବଦାସୀ। ତେଣୁ ଏହା ଲୁଚି ଲୁଚି ଯାଉଛି। 

ବିଶେଷ ଭାବେ ଏହି ମାହାରୀ ପରମ୍ପରା ପୁରୀ ଶ୍ରୀମନ୍ଦିରରେ ପ୍ରଚଳିତ ଥିଲା । ଚୋଡଗଙ୍ଗ ଦେବଙ୍କ ରାଜୁତି ସମୟରେ ମାହାରୀ ମାନେ ନିଯୋଜିତ ହୋଇଥିଲେ ଶ୍ରୀ ମନ୍ଦିରରେ। ମାହାରୀ ସେବା ଦୁଇ ଭାଗରେ ବିଭକ୍ତ। ଯଥା-ଭିତର ଗାଭଣୀ ଏବଂ ବାହାର ଗାଭାଣୀ । ମାହାରୀମାନେ ୯ ବର୍ଷ ବୟସରେ ଶ୍ରୀ ଜଗନ୍ନାଥଙ୍କୁ ବିବାହ କରିଥାନ୍ତି ।






ମାହାରୀର ଅର୍ଥ

ମାହାରୀ” ଶବ୍ଦର ଅର୍ଥ “ମହାନାରୀ”। ଏହି ନାରୀମାନେ ମହାପ୍ରଭୁଙ୍କର ପରିତୋଷ ନିମନ୍ତେ ରାତ୍ର କାଳରେ ଗୀତଗୋବିନ୍ଦ ଗାନ କରି ନୃତ୍ୟ ପରିବେଷଣ କରିଥାନ୍ତି । ବର୍ତ୍ତମାନ ଏହି ପରମ୍ପରା ଶ୍ରୀ ମନ୍ଦିରରେ ବନ୍ଦ କରାଯାଇଛି । ଚୋଡଗଙ୍ଗ ଦେବଙ୍କ ଶାସନ କାଳରେ ଏହି ପରମ୍ପରାକୁ ମଞ୍ଚରେ ପରିବେଷଣ କରିବାର ମାନ୍ୟତା ମିଳିଥିଲା । କୁହାଯାଏ ପୂର୍ବ କାଳରେ ମଞ୍ଚରେ ମାହାରୀ ନୃତ୍ୟ ପରିବେଷଣ କଲା ସମୟରେ କଳାକାର ମାନେ ଖୁବ ନୀତି ନିୟମ ମାନି ପରିବେଷଣ କରୁଥିଲେ । ଯେପରି :- ପରିବେଷଣ ପୂର୍ବରୁ ପରିଷ୍କାର ପରିଚ୍ଛନ୍ନ ହୋଇ ବସ୍ତ୍ର ପରିଧାନ କରିବେ । ପରିବେଷଣ କରିବା ସମୟରେ ଦର୍ଶକଙ୍କ ଆଡକୁ ଦୃଷ୍ଟି ଦେବେ ନାହିଁ , ପରିବେଷଣ କରିବା ପୂର୍ବରୁ ଆରାଧ୍ୟ ଜଗନ୍ନାଥଙ୍କ ପୂଜା କରିବେ ।

ସମଗ୍ର ବିଶ୍ବରେ ପରିଚିତ ହୋଇଥିବା ଓଡିଶୀ ନୃତ୍ୟର ମୂଳଦୁଆ ଏହି ମାହାରୀ ନୃତ୍ୟରୁ ଆରମ୍ଭ ହୋଇଥିଲା । ତେଣୁ ଓଡିଶୀ ଏବଂ ମାହାରୀ ରେ ସାମଞ୍ଜସ୍ୟ ଦେଖା ଯାଇଥାଏ । ବର୍ତ୍ତମାନ ସମୟରେ ମାହାରୀ ନୃତ୍ୟକୁ ସାରା ବିଶ୍ବରେ ପରିଚିତ କରାଇବା ପାଇଁ ଅନେକ ଗୁଡିଏ ପଦକ୍ଷେପ ନିଆଯାଉଛି ଏବଂ ଅନେକ କଳାକାର ମଧ୍ୟ ମାହାରୀ ନୃତ୍ୟରେ ନିଜକୁ ବିଶ୍ବ ଦରବାରରେ ପରିଚିତ କରାଇ ପାରିଛନ୍ତି । ଯଥା-ରୂପଶ୍ରୀ ମହାପାତ୍ର, ସୁହାଗନଳିନୀ ଦାସ

Mahari nrutya, Mahari nacha Itihasa, Mahari, Mahari History Odia, Mahari dance Odia, Mahari Odia, Mahari dance information, Mahari Nrutya Odia, Mahari

Post a Comment

0Comments

Post a Comment (0)