ଘଟକେଶ୍ୱର ଏକ ନୂତନ ପର୍ଯ୍ୟଟନସ୍ଥଳୀ- ଗଞ୍ଜାମ ପର୍ଯ୍ୟଟନ -Ghatakeswar Mandir Ganjam

@_ustad
0

 

Ghatakeswar-mandir

ଗୋଟିଏ ପାର୍ଶ୍ୱରେ ବାରମାସୀ ଗହକଟା ନାଳ ବୋହି ଯାଉଥିବା ବେଳେ ଅନ୍ୟ ପଟେ ଗାଁକୁ ଘେରି ରହିଛି ପୂର୍ବଘାଟ ପର୍ବତମାଳାର କେରାଣ୍ଡିମାଳ ପାହାଡ ।

ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକର ଆଦିବାସୀ ଅଧ୍ୟୁଷିତ ଘଟକେଶ୍ୱର ଗାଁ ଏବେ ବେଶ ଚର୍ଚ୍ଚାରେ ରହିଛି ।

ଗୋଟିଏ ପାଶ୍ୱର୍ରେ ବାରମାସୀ ଗହକଟା ନାଳ ବୋହି ଯାଉଥିବା ବେଳେ ଅନ୍ୟ ପଟେ ଗାଁକୁ ଘେରି ରହିଛି ପୂର୍ବଘାଟ ପର୍ବତମାଳାର କେରାଣ୍ଡିମାଳ ପାହାଡ ।

ପାହାଡ ଉପରେ ରହିଛି ପ୍ରାକୃତିକ ଦୃଶ୍ୟରେ ଭରା ପ୍ରଭୁ ଘଟକେଶ୍ୱର (ମହାଦେବ)ଙ୍କ ପ୍ରାଚୀନ ମନ୍ଦିର । ସ୍ଥାନଟି ପିକନିକ ପାଇଁ ବେଶ ଅନୁକୂଳ ବ୍ରହ୍ମପୁର-ଚିକିଟି ରାସ୍ତାରେ ଥିବା ଘଟକେଶ୍ୱରରେ ବର୍ଷସାରା ପ୍ରାକୃତିକ ଦୃଶ୍ୟରାଜି ପରିଲକ୍ଷିତ ହୁଏ ।

ଶୀତ ଦିନେ, ବିଶେଷ କରି ଶ୍ରାବଣ ଓ କାର୍ତିକ ମାସରେ ଏହି ସ୍ଥାନକୁ ପର୍ଯ୍ୟଟକଙ୍କ ଆଗମନ ଅଧିକ ହୋଇଥାଏ ।ସେହିପରି ଶିବରାତ୍ରୀ ଉପଲକ୍ଷେ ଶହ ଶହ ଭକ୍ତଙ୍କ ଗହଳି ପ୍ରଭୁ ଘଟକେଶ୍ୱରଙ୍କ ପୀଠରେ ଜମିଥାଏ।

ବ୍ରହ୍ମପୁର ଅଂଚଳର ପ୍ରାଚୀନ ମନ୍ଦିରଗୁଡିକ ମଧ୍ୟରୁ ଅନ୍ୟତମ ପ୍ରଭୁ ଘଟକେଶ୍ୱରଙ୍କ ମନ୍ଦିର ମହୁରୀ ରାଜାନାରାୟଣ ନରେନ୍ଦ୍ର ଦେବଙ୍କ ଦ୍ୱାରା ପ୍ରାୟ ୫ ଶହ ବର୍ଷ ପୂର୍ବେ ଜଙ୍ଗଲ ଭିତରେ ନିର୍ମିତ ହୋଇଥିଲା

ରାଜ୍ୟକୁ ପ୍ରଭାବିତ କରିଥିବା ଅନେକ ବାତ୍ୟା ଓ ସମୟର ମୁକସାକ୍ଷୀ ଏହି ମନ୍ଦିରଟି । ଶାନ୍ତ ବାତାବରଣ ପାଇଁ ଲୋକେ ସ୍ଥାନଟିକୁ ପସନ୍ଦ କରିଥାନ୍ତି ବୋଲି କହିଛନ୍ତି ଘଟକେଶ୍ୱର ବିକାଶ କମିଟିର ଉପସଭାପତି ଚନ୍ଦ୍ରଧ୍ୱଜ ସାହୁ ।

ବୟସ୍କ ଲୋକେ କହନ୍ତି ଦିନେ ଏହି ଅଂଚଳରେ ମହାବଳ ବାଘ, ହାତୀ, ଚିତାବାଘ, ବିଭିନ୍ନ ପ୍ରକାରର ସାପ ଓ ଅନ୍ୟ ଜୀବଜନ୍ତୁ ବିଚରଣ କରୁଥିଲେ ।

ଆଖପାଖ ଗାଁ ଲୋକେ ମୁଖ୍ୟ ରାସ୍ତା ଠାରୁ ମାତ୍ର ୩୦୦ ମିଟର ଦୂରତାରେ ଥିବା ମନ୍ଦିରକୁ ରାସ୍ତା ନିର୍ମାଣ କରିବା ସହ ସ୍ଥାନଟି ସଫା କରିଛନ୍ତି ।

ଘଂଚ ଜଙ୍ଗଲ ଘେରା ଏହି ସ୍ଥାନଟି ପରିବେଶ ପର୍ଯ୍ୟଟନ ପ୍ରେମୀଙ୍କ ପସନ୍ଦର ସ୍ଥାନ ପାଲଟିଛି । ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ହରିଣ ଦେଖିବା ଅନ୍ୟତମ ଆକର୍ଷଣ ।

ଏହା ବ୍ୟତୀତ ବଣୁଆ କୁକୁର, ବିଲୁଆ, ଜଙ୍ଗଲୀ ବିଲେଇ ଆଦି ଏହି ଅଂଚଳରେ ବସବାସ କରନ୍ତି । ସ୍ଥାନଟିକୁ ପରିବେଶ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରିବାକୁ ଆମେ ସରକାରଙ୍କୁ ପ୍ରସ୍ତାବ ଦେଇଛୁ ବୋଲି ବିକାଶ କମିଟି ସମ୍ପାଦକ କହିଛନ୍ତି ।

ଏଠାରେ ରହିବାର ବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକମାନେ ବର୍ଷାଦିନେ ବେଶ ଅସୁବିଧା ଭୋଗିଥାନ୍ତି । ସରକାର ଗୃହ ନିର୍ମାଣ ପାଇଁ ୩୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।

ଏବେ ନିର୍ମାଣ କାମ ଚାଲିଛି । ସ୍ଥାୟୀ ପାନୀୟ ଜଳ ପ୍ରକଳ୍ପ ଓ ସୌରଶକ୍ତି ଚାଳିତ ବିଦ୍ୟୁତ ବ୍ୟବସ୍ଥାର ଆବଶ୍ୟକତା ରହିଛି ।

ଅଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ହରିଣ ପାର୍କ ବ୍ୟତୀତ ପିଲାଙ୍କ ମନୋରଞ୍ଜନ ପାଇଁ ମଧ୍ୟ ପାର୍କ ନିର୍ମାଣର ଆବଶ୍ୟକତା ରହିଛି ।

ଘଟକେଶ୍ୱର ମନ୍ଦିର ବୁଲିବାକୁ ଆସିଥିବା ବେଳେ ପର୍ଯ୍ୟଟକମାନେ ମହୁରୀକାଳୁଆ, କେରାଣ୍ଡିମାଳରେ ଥିବା ଦେବୀଙ୍କ ମନ୍ଦିର, ପଂଚାମାରେ ଥିବା ପ୍ରାଚୀନ ଗଣେଶ ମନ୍ଦିର ଓ ମା ସିଦ୍ଧ ଭୈରବୀ ମନ୍ଦିର ଆଦି ବୁଲିପାରିବେ ।

Tag: Ghatakeswar, Ghatakeswar mandir, Ghatakeswar odisha, Ghatakeswar history, Ghatakeswar , Ghatakeswar ganjam odisha, Ghatakeswar image, Ghatakeswar temple, Ghatakeswar Ganjam district, Ghatakeswar dikhaye, Ghatakeswar dikhao, History of Ghatakeswar, Ghatakeswar google map, Ghatakeswar history in odia, Ghatakeswar temple image, Ghatakeswar temple in orissa, Ghatakeswar ka video, Ghatakeswar mahashivratri, Ghatakeswar mandir photos odisha , Ghatakeswar mandir, Ghatakeswar shiv mandir, Ghatakeswar ka mandir, Ghatakeswar shivratri mela, Ghatakeswar odia video, Ghatakeswar temple odisha , Ghatakeswar

Post a Comment

0Comments

Post a Comment (0)