ବିଶ୍ୱ ପ୍ରସିଦ୍ଧ ପିପିଲି ଚାନ୍ଦୁଆ-World Famous Pipili Chandua

@_ustad
0
Pipili chandua, Pipili chandua design, Pipili chandua market, Pipili chandua umbrella, Pipili chandua shop, Pipili chandua price, Pipili chandua online, Pipili chandua images, Pipili chandua bag, buy Pipili chandua online, Pipili chandua contact number, pictures of Pipili chandua, Pipili chandua image


ଚାନ୍ଦୁଆ ଓଡ଼ିଶାର ଏକ ପୁରାତନ ହସ୍ତକଳା । ଓଡ଼ିଶାର ପିପିଲି ଚାନ୍ଦୁଆ ତିଆରି ଓ ରପ୍ତାନୀ କ୍ଷେତ୍ରରେ ଦେଶ ବିଦେଶରେ ସୁନାମ ଅର୍ଜନ କରିଛି ।ପୁରୀ, କୋଣାର୍କ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ପିପିଲି ଚାନ୍ଦୁଆ କିଣିବାକୁ ବିଲକୁଲ ଭୁଲି ନଥାନ୍ତି । ଆଉ ସମୟ ପରିବର୍ତ୍ତନ ସହ ଚାନ୍ଦୁଆ କାରିଗର ନିଜର ଡିଜାଇନରେ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ କେବଳ ଚାନ୍ଦୁଆ ତିଆରି ହେଉ ଥିବାବେଳେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ କାରିଗର ଏବେ ଚାନ୍ଦୁଆରେ ଡିଜାଇନିଂ ପର୍ସ, ୱାଲ ହ୍ୟାଙ୍ଗିଙ୍ଗ, ଟେବୁଲ କ୍ଲଥ, ଲ୍ୟାମ୍ପେଡ଼ ଝାଲର ଇତ୍ୟାଦି ତିଆରି କରୁଛନ୍ତି।


ପିପିଲି ଚାନ୍ଦୁଆ
-ଚାନ୍ଦୁଆରେ ଅଙ୍କା ଯାଉଥିବା ମୟୂର, ରାହୁମୁଣ୍ଡ, ଶୁଆ, କଦଳୀପତ୍ର, ନୀଳଚକ୍ର, ଗଦା, ତୁଳସୀପତ୍ର ଓ ବେଲପତ୍ର ପରି ଆଦି ସୂକ୍ଷ୍ମ କାମ ଛୁଞ୍ଚି ସୂତାରେ ମହିଳାମାନେ କରନ୍ତି । ଏହାପରେ ପୁରୁଷ ଲୋକମାନେ ମେସିନରେ ଏସବୁ ଯୋଡେଇ କରିଥାଆନ୍ତି। ସୂତା, ଲେସ୍‌, ଚୁମୁକି, କାଚ, ମାଳି, ଭେଲବେଟ କପଡା ଆଦି କଞ୍ଚାମାଲ ଗୁଜୁରାଟର ସୁରଟ ଓ କୋଲକାତାରୁ ଆଣି କାରିଗର ହାତ ଓ ମେସିନରେ ତିଆରି କରି ବିକ୍ରି କରନ୍ତି ।

ଜଗନ୍ନାଥ ଙ୍କ ପ୍ରିୟ ପିପିଲି ଚାନ୍ଦୁଆ: ହେରାପଞ୍ଚମୀ ଦିନ ମଠ ପରିସରରେ ଚାନ୍ଦୁଆ ନିର୍ମାଣ କାର୍ଯ୍ୟ ଅନୁକୂଳ ହୁଏ । ନିଳାଦ୍ରୀ ବିଜେ ଦିନ ରତ୍ନ ସିଂହାସନରେ ଚାନ୍ଦୁଆ ବନ୍ଧାହୁଏ ।


ଏହି ଚାନ୍ଦୁଆ ଏବେ ଶିଳ୍ପରେ ପରିଣତ ହୋଇଥିବା ବେଳେ ପିପିଲି ଅଞ୍ଚଳର ହଜାର ହଜାର ପରିବାରର ମୁଖ୍ୟ ରୋଜଗାରର ମାଧ୍ୟମ ହୋଇଛି । ଚାନ୍ଦୁଆ ଓଡିଶା ହସ୍ତକଳାର ଏକ ପୁରାତନ ଅଙ୍ଗ । ଏହା ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ପୂର୍ବରୁ ପିପିଲିର ଚାନ୍ଦୁଆ କାରିଗର ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଚାନ୍ଦୁଆ ନିର୍ମାଣ କରି ଯୋଗାଉଥିଲେ । କେବଳ ସେତିକି ନୁହେଁ ସାରା ରାଜ୍ୟକୁ ପିପିଲିରୁ ଚାନ୍ଦୁଆ ବିଭିନ୍ନ ପର୍ବପର୍ବାଣୀ ପାଇଁ ଯାଉଥିଲା । ମୁଖ୍ୟତଃ ଛତ୍ରୀ, ତ୍ରାସ, ଆଲଟ, ଚାମର, ଦୋଳ ବିମାନ ମଣ୍ଡଣି ଆଦି ପୂର୍ବକାଳରେ ତିଆରି ହେଉଥିଲା ।

Chandua
Pipili Chandua

ସରକାର ଙ୍କ ପ୍ରୋତ୍ସାହନ- ପିପିଲି ଚାନ୍ଦୁଆକୁ ବିଶ୍ବ ଦରବାରରେ ପହଞ୍ଚାଇବା ଓ କାରିଗରଙ୍କୁ ରୋଜଗାର ବଢାଇବା ଉଦ୍ଦଶ୍ୟରେ ରାଜ୍ୟ ସରକାର ଚାନ୍ଦୁଆ ସୋସାଇଟି ଗଠନ କରିଥିଲେ । ଏଥିରେ 30 ଜଣ ଚାନ୍ଦୁଆ କାରିଗର ସଦସ୍ୟ ଅଛନ୍ତି । ତେବେ ପୁରୀ ଭୁବନେଶ୍ବର ନୂତନ ରାଜପଥ ପାଇଁ ପିପିଲିରେ ବାଇପାସ ରାସ୍ତା ହେବା ପରେ ପର୍ଯ୍ୟଟକ ଆଉ ପିଲିଲି ପଟେ ଆସୁ ନଥିବା ହେତୁ ବ୍ୟବସାୟ ମାନ୍ଦା ପଡିଯାଇ ଥିବା ଚାନ୍ଦୁଆ କାରିଗର କହିଛନ୍ତି।

ସେହିପରି ରାଜ୍ୟ ସରକାର ଚାନ୍ଦୁଆ କାରିଗରଙ୍କୁ ସ୍ବତନ୍ତ୍ର ଆର୍ଥିକ ସାହାଯ୍ୟ ପ୍ରଦାନ କଲେ ଚାନ୍ଦୁଆ କାରିଗର ଅଧିକ ଚାନ୍ଦୁଆ ଉତ୍ପାଦନ କରିବା ନେଇ ମତ ଦେଇଛନ୍ତି । ଅନ୍ୟପଟେ ପର୍ଯ୍ୟଟକଙ୍କ ଗାଡିକୁ ପିପିଲି ଦେଇ ଯିବାକୁ ସରକାର ବ୍ୟବସ୍ଥା କରିବା ଉଚିତ ବୋଲି ଚାନ୍ଦୁଆ ବ୍ୟବସାୟୀ କହିଛନ୍ତି ।

Chandua

ଦିଲ୍ଲୀ ଦରବାରଠୁ ବଲିଉଡ ଦୁନିଆ, ସବୁଠି ପିପିଲି ଚାନ୍ଦୁଆ ଛାପ ଛାଡିଛି । ଓଡିଶାର ଏହି ହସ୍ତଶିଳ୍ପ ରାଜ୍ୟର ପରିଚୟ ହୋଇଥିବାରୁ ଏହାର ଉନ୍ନତି ଦିଗରେ ସରକାର ତୁରନ୍ତ ଆଗେଇ ନଆସିଲେ ଅଗାମୀ ଦିନରେ ଏହି ଶିଳ୍ପ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି।

ଚାନ୍ଦୁଆ ଶିଳ୍ପ ବର୍ତ୍ତମାନ ସଂକଟରେ- ସଙ୍କଟରେ ପିପିଲି ଚାନ୍ଦୁଆ। ଯେଉଁ ଚାନ୍ଦୁଆ ପାଇଁ ଓଡିଶା ସାରା ଦେଶ ବିଦେଶରେ ନାଁ କରିଛି ତାହା ଆଜି ବୁଡ଼ି ଯିବାକୁ ବସିଛି। ପୂର୍ବରୁ ଚାନ୍ଦୁଆ ତିଆରି କରି ପିପିଲି ଅଞ୍ଚଳର ହଜାର ହଜାର ପରିବାର ଗୁଜୁରାଣ ମେଣ୍ଟାଉ ଥିବା ବେଳେ ଆଜି ତାହା ଦୁର୍ବିଷହ ହୋଇପଡ଼ିଛି। ଆନ୍ତର୍ଜାତିକ ବଜାରରେ ଚାନ୍ଦୁଆର ପ୍ରଚାର ପ୍ରସାର କମିଥିବା ବ୍ୟବସାୟୀମାନେ କହୁଥିବା ବେଳେ ଚାନ୍ଦୁଆ ଭଳି ପୁରାତନ ହସ୍ତ କାରିଗରଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଗତି କରୁଛି।ପିପିଲିର ଲ୍ୟାମ୍ପ ସେଡ ଚାଇନାରେ ପ୍ରସ୍ତୁତ ହେବା ପରେ ଦେଶ ବିଦେଶରେ ପିପିଲି ଚାନ୍ଦୁଆର ଚାହିଦା କମିଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ। ବ୍ୟବସାୟୀ ଓ କାରିଗରଙ୍କୁ କଞ୍ଚାମାଲ ଯୋଗାଉଥିବା ଉତ୍କଳିକା ମଧ୍ୟ ମାନ୍ଦା ଅବସ୍ଥା ଦେଇ ଗତି କରୁଛି। 

Tag: Pipili chandua, Odisha Pipili chandua design, Pipili chandua market, Pipili chandua umbrella, Pipili chandua shop, Pipili chandua price, Pipili chandua online, Pipili chandua images, Pipili chandua bag, buy Pipili chandua online, Pipili chandua contact number, pictures of Pipili chandua, Pipili chandua image


Post a Comment

0Comments

Post a Comment (0)