
ପ୍ରାଚୀନ ଓଡ଼ିଆ ଗଦ୍ୟ - 'ଅର୍ଥ ତାରେଣୀ'
ଶିଶୁ ଅନନ୍ତ (୧୬ଶ ଶତାବ୍ଦୀ)
ରବି, ଶନି, ଗୁରୁ ମଙ୍ଗଳବାରେ । ଏ ଚାରିବାରେ ଦକ୍ଷିଣେ ବହାଇ । ବାମକୁ ନ ଆସଇ । ସୂର୍ଯ୍ୟ ବରାଏ । ସୋମ ଶୁକ୍ର ବୁଧବାରେ ବହର ପ୍ରଥମୁଁ ଡାହାଣକୁ ନ ଯାଇ, ଯେବେ ସାତବାର ଏକ ପୁଡ଼ାକେ ବହଇ, ପରମ ରୂପକୁ ନ ଆସଇ । ଘଡ଼ି ଘଡ଼ି ବହୁଥିଲେ ଜାଣି ମୁଁ ଅଛି । ଶୁକ୍ର ମଙ୍ଗଳବାର ବୁଧବାରେ ଏ ତିନିବାର ଚକ୍ର ଘୁରେ । ବୁଧବାର ମୁଖରେ, ଗୁରୁବାରେ ଡାହାଣ କର୍ଣ୍ଣରେ, ଶୁକ୍ରବାରେ ନାସା ବାମ ପୁଡ଼ାରେ । ପ୍ରଭାତୁ ହଂସର ମୁଖ ପଶ୍ଚିମକୁ ଚାରିଘଡ଼ି । ଦ୍ୱିତୀୟ ପ୍ରହର ପୂର୍ବକୁ, ତୃତୀୟ ପ୍ରହର ଦକ୍ଷିଣକୁ । ଚତୁର୍ଥ ପ୍ରହର ଉତ୍ତରକୁ । ରାତ୍ରରେ ପ୍ରଥମ ପ୍ରହରେ ପାତାଳକୁ ମୁଖ । ଦୁତ୍ୟେ ଉର୍ଦ୍ଧ୍ୱକୁ, ତୃତୀୟେ ଦକ୍ଷିଣକୁ, ଚତୁର୍ଥେ ଉତ୍ତରକୁ । ଏ ରୂପେ ହଂସ ଆତଯାତ ।...
ଉତ୍ସ - ପ୍ରାଚୀନ ଓଡ଼ିଆ ଗଦ୍ୟ ସମ୍ଭାର । ସଙ୍କଳନ ଓ ସମ୍ପାଦନା - ଯତୀନ୍ଦ୍ର ମୋହନ ମହାନ୍ତି । ଆତ୍ମ ପ୍ରକାଶିତ । ୨୦୦୪ ମସିହାରେ ପ୍ରକାଶିତ ।