ମାତା ଲକ୍ଷ୍ମୀଙ୍କ ବାହନ ପେଚା ପଛରେ ରହିଛି ପୌରାଣିକ କଥା

@_ustad
0

ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଧନ ଲାଭ କରିବା ପାଇଁ ଇଛା ରହିଥାଏ । ସେଥିପାଇଁ ଆମେ ମାତା ଲକ୍ଷ୍ମୀଙ୍କୁ ପୂଜା କରିଥାଉ । ମାନ୍ୟତା ରହିଛି ଯେ ଯେଉଁ ବ୍ୟକ୍ତି ଉପରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ ତାର ଜୀବନରେ ଧନ ସମୃଦ୍ଧି ର କୌଣସି ଉଣା ହୋଇନଥାଏ । ହିନ୍ଦୁ ଧର୍ମରେ ପ୍ରତେକ ଦେବା ଦେବୀଙ୍କର କେହି ନା କେହି ବାହାନ ରହି ଥାଆନ୍ତି । ସେହିଭଳି ଲକ୍ଷ୍ମୀଙ୍କ ବାହାନ ପେଚା ଅଟେ । ଆସନ୍ତୁ ଜାଣିବା ମାତା ଲକ୍ଷ୍ମୀ ପେଚାକୁ ନିଜର ବାହାନ ବାଛିବା ପଛରେ କଣ ରହିଛି ପୌରାଣିକ କାରଣ ।


କିପରି ପେଚା ହେଲା ଲକ୍ଷ୍ମୀଙ୍କ ବାହାନ ?


ପ୍ରକୃତି ଓ ପଶୁ ପକ୍ଷୀଙ୍କୁ ନେଇ ଯେତେବେଳେ ସମସ୍ତ ଦେବାଦେବୀ ନିଜର ବାହାନ ଚୟନ କରୁଥିଲେ , ସେହି ସମୟରେ ଲକ୍ଷ୍ମୀ ନିଜର ବାହାନ ବାଛିବା ପାଇଁ ପୃଥିବୀ ପୃଷ୍ଠକୁ ଆସିଥିଲେ । ସେହି ସମୟରେ ସମସ୍ତ ଜୀବଜନ୍ତୁ ଲକ୍ଷ୍ମୀଙ୍କୁ ତାଙ୍କର ବାହନ ବାଛିବା ପାଇଁ ଆଗ୍ରହ ପ୍ରକାଶ କରି ନିଜର ବିଶେଷତ୍ୱ କହିଥିଲେ । ସେତେବେଳେ ମାତା ଲକ୍ଷ୍ମୀ କହିଥିଲେ ମୁଁ କାର୍ତିକ ମାସର ଅମାବାସ୍ୟା ଦିନ ପୃଥିବୀ ଉପରେ ବିଚରଣ କରିଥାଏ । ସେହି ସମୟରେ ଯିଏ ମୋ ନିକଟରେ ଶୀଘ୍ର ପହଞ୍ଚିବ ସେହିଁ ମୋର ବାହନ ହେବ ।

ଅମାବାସ୍ୟା ରାତି ଅଧିକ କଳା ହୋଇଥିବା କାରଣରୁ ସବୁ ଜୀବଜନ୍ତୁଙ୍କୁ ଖୁବ କମ ଦେଖା ଯାଇଥାଏ । ଯେତେବେଳେ କାର୍ତିକମାସ ଅମାବାସ୍ୟା ଦିନ ଲକ୍ଷ୍ମୀ ପୃଥିବୀ ଉପରକୁ ଆସିଲେ ତାଙ୍କୁ ପ୍ରଥମେ ପେଚା ଦେଖି ପାରିଥିଲା ଓ ସେ ସବୁଠୁ ପ୍ରଥମେ ଲକ୍ଷ୍ମୀଙ୍କ ନିକଟରେ ପହଞ୍ଚି ଥିଲା । କାରଣ ପେଚାକୁ ରାତିରେ ଦେଖା ଯାଇଥାଏ । ଏହାପରେ ଲକ୍ଷ୍ମୀ ପେଚାକୁ ନିଜର ବାହନ କରିଥିଲେ । ସେଥିପାଇଁ ଲକ୍ଷ୍ମୀଙ୍କୁ ଉଲୁକ ବାହିନୀ ବୋଲି କୁହାଯାଏ ।


ପେଚା ର ପୌରାଣିକ ମହତ୍ୱ -


ପୌରାଣିକ ମାନ୍ୟତା ଅନୁୟାରେ ପେଚା ସବୁଠୁ ଅଧିକ ବୁଦ୍ଧିମାନ ନିଶାଚର ଜୀବ ଅଟେ । ପେଚା ଭବିଷ୍ୟତ ବିଷୟରେ ଜାଣି ପାରିଥାଏ । ଲକ୍ଷ୍ମୀଙ୍କ ବାହନ ହୋଇଥିବା କାରଣରୁ ଦୀପାବଳି ଦିନ ରାତିରେ ପେଚା ଦେଖିବା ଶୁଭ ଅଟେ ।


Post a Comment

0Comments

Post a Comment (0)