ଓଡିଆ ସଂସ୍କୃତିରେ ମାଣବସା ଗୁରୁବାର (ଲକ୍ଷ୍ମୀ ପୂଜା) | Laxmi puja in odia

@_ustad
0

ପ୍ରଭୁ ଜଗନ୍ନାଥଙ୍କ ପାଟରାଣୀ ମା’ ଲକ୍ଷ୍ମୀ । ଧନ ଓ ଐଶ୍ଵର୍ଯ୍ୟର ଅଧିଷ୍ଟାତ୍ରି ଦେବୀ ମା’ ଲକ୍ଷ୍ମୀ । ଓଡିଆ ସଂସ୍କୃତି ଓ ପରମ୍ପରା ଅଷ୍ଟଲକ୍ଷ୍ମୀଙ୍କ ମଧ୍ୟରେ ଧାନ୍ୟ ଲକ୍ଷ୍ମୀଙ୍କୁ ମାର୍ଗଶିର ମାସ ଗୁରୁବାରରେ ଉପାସନା କରିବାର ବିଧି ରହି ଆସିଛି  ।ଏହି ଦିନ ମାଣପୂର୍ଣ୍ଣ ଧାନ ଶସ୍ୟକୁ ଧାନ୍ୟ ଲକ୍ଷ୍ମୀ ଭାବେ ପୂଜା କରାଯାଏ ।  ଓଡିଶାର ଘରେ ଘରେ ପାଳିତ ହେଉଥିବା ସମସ୍ତ ପର୍ବପର୍ବାଣି ମଧ୍ୟରେ ମାଣବସା ଗୁରୁବାରର ସ୍ଵତନ୍ତ୍ର ବୈଶିଷ୍ଟ୍ୟ ରହିଛି ।

(Laxmi Puja Jhoti)

ସମଗ୍ର ହିନ୍ଦୁ ସମାଜରେ ଲକ୍ଷ୍ମୀପୂଜା ପ୍ରଚଳିତ । କିନ୍ତୁ ମାର୍ଗଶିର ମାସ ମାଣବସା ଗୁରୁବାର କେବଳ ଓଡିଆ ମାନଙ୍କ ଏକାନ୍ତ ନିଜସ୍ଵ ପର୍ବ । ମାର୍ଗଶିର ମାସ ଗୁରୁବାର ମା ଲକ୍ଷ୍ମୀଙ୍କ ବାର । ଆବ୍ରାହ୍ମଣଚାଣ୍ଡାଳ ସବୁ ଓଡିଆ ଘରେ ଏହି ପର୍ବ ପାଳନ କରାଯାଏ । ଜାତି-ଅଜାତିର ଭେଦ ଭାବ ଏହି ପୂଜାରେ ନାହିଁ । ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାର ମା ଙ୍କୁ ଆବାହନ କରାଯାଏ । ଏହିଦିନ ଓଡିଆ ଗୃହିଣୀ ମାନେ ଝୋଟି , ଚିତା , ଧାନଶିଶା , ଆଙ୍ଗୁଳି ଚିତା ଆଦି ପକାଇ ପାରମ୍ପରିକ ଢଙ୍ଗରେ ଘରକୁ ସଜାଇ ଥାନ୍ତି ।

ସେହିପରି ମା ଙ୍କ ନିକଟରେ ଲାଗି ହେଉଥିବା ପ୍ରସାଦ ମଧ୍ୟ ଓଡିଆଙ୍କ ନିଜସ୍ଵ ରନ୍ଧଣାର ନିଚ୍ଛକ ନିଦର୍ଶନ ।  ଶାଗ , ଭଜା, ଦହି ପଖାଳ, ମଧୁରୁଚି , ଆମ୍ବିଳ, ସରପୁଳି , ଅଟକାଳି , ଆରିସା ପିଠା , ବେସର, ବହୁର , ମଣ୍ଡା, ଛେନା ନଡିଆ ପୁର ଦିଆ କାକରା ଇତ୍ୟାଦି ଓଡିଆ ଘର ବ୍ୟତୀତ ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ ।

ଗୃହିଣୀଙ୍କ ରୂପରେ ମା ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇଛି । କାହିଁ କେଉଁ ଅନାଦି କାଳରୁ  ମା’ଙ୍କୁ ଧନଧାନ୍ୟ , ସ୍ନେହ , ବାତ୍ସଲ୍ୟ , ଦୟା , କ୍ଷମାର ପ୍ରତୀକ ରୂପେ  ବିବେଚନା କରାଯାଇଛି  । ପ୍ରତୀଟି ଓଡିଆ ଘରେ ମାର୍ଗଶିର ମାସ ପ୍ରତ୍ୟେକ ଗୁରୁବାର ବ୍ରତ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରାଯାଏ ।  ଓଡିଆଙ୍କର ସମୃଦ୍ଧ ସାମାଜିକ ଓ ଆଧ୍ୟାତ୍ମିକ ଚଳଣି ଏଥିରୁ ସ୍ପଷ୍ଟ ବାରି ହୋଇ ପଡେ ।


Keywords: Laxmi puja Odia, Laxmi puja jhoti, Laxmi puja at home, Laxmi puja aarti,laxmi puja alpana, laxmi puja vidhi,Laxmi puja celebration odia, Odia pathshala

Post a Comment

0Comments

Post a Comment (0)