ସାମଗ୍ରୀ :
ଅରୁଆ ଚାଉଳ – ୨ କପ
ଚୋପା ଛଡ଼ା ବିରି – ୧ କପ
ପାଣି – ଆବଶ୍ୟକ ଅନୁଯାୟୀ
ଲୁଣ – ସ୍ୱାଦ ଅନୁସାରେ
ସୋରିଷ ତେଲ – ୨ ଚାମଚ
ପ୍ରଣାଳୀ-
ପ୍ରଥମେ ରାତିସାରା ଚାଉଳ ଓ ବିରିକୁ ପାଣିରେ ବତୁରାଈ ରଖନ୍ତୁ । ପରେ ଚାଉଳ ଓ ବିରିକୁ ଛାଣି ରଖନ୍ତୁ । ଏଥିରେ ଅଳ୍ପ ପାଣି ଦେଇ ଭଲ ଭାବେ ଗ୍ରାଇଣ୍ଡିଙ୍ଗ କରନ୍ତୁ । ଏଥିରେ ପାଣି ଓ ଲୁଣ ମିଶାନ୍ତୁ ଯେମିତିକି ପିଠଉ ହାଲକା ପତଳା ହେବ । ବେଶୀ ପାଣି ଦେଲେ ପିଠଉ ବେଶୀ ପତଳା ହୋଇ ଯାଇପାରେ । ପିଠଉ ଫୁଲିବା ପାଇଁ ୪ ରୁ ୫ ଘଣ୍ଟା ଛାଡି ଦିଅନ୍ତୁ । ପରେ ପିଠଉକୁ ଭଲ ଭାବରେ ଫେଣ୍ଟାଈ ଦିଅନ୍ତୁ । ଏବେ ତାୱାକୁ ମାଧ୍ୟମ ଆଞ୍ଚରେ ବସନ୍ତୁ । ତାୱା ଗରମ ହେଲାପରେ ଏକ ଚାମଚ ତେଲ ନେଇ ତାୱାର ସବୁଆଡୁ ମାରନ୍ତୁ । ପରେ ପିଠଉକୁ ତାଟିଆ ବା ବାଟି ସାହାଯ୍ୟରେ ତାୱାରେ ଢାଳି ଚାରିପଟେ ମେଲାଇ ଦିଅନ୍ତୁ । କିଛି ସମୟ ଗଲାପରେ ଖୁସୁଣୀ ସାହାଯ୍ୟରେ ପିଠାକୁ ଲେଉଟନ୍ତୁ । ହାଲକା ବାଦାମୀ ରଙ୍ଗ ଆସିବା ପରେ ପିଠ କୁ ତାୱାରୁ କାଢି ଗରମ ଗରମ ଘୁଗୁନି ସହିତ ପରସନ୍ତୁ ।